Categories
ଆଜିର ଖବର ଜାତୀୟ ଖବର

ହୃଦଘାତରେ ଆଖି ବୁଝିଲେ ବିଜେପି ବିଧାୟକ ଅରବିନ୍ଦ ଗିରି, ମୁଖ୍ୟମନ୍ତ୍ରୀଙ୍କ ଶୋକ

ଲକ୍ଷ୍ମୀପୁର ଖେରୀ: ଗୋଲା ଗୋକର୍ଣ୍ଣନାଥ ବିଧାନସଭା ଆସନରୁ ବିଜେପି ବିଧାୟକ ଅରବିନ୍ଦ ଗିରିଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ସୂଚନାନୁସାରେ, ସୋମବାର ବିଳମ୍ବିତ ରାତିରେ ହୃଦ୍‌ଘାତରେ ପୀଡ଼ିତ ହେବା ପରେ ଲକ୍ଷ୍ନୌ ଯାଉଥିଲେ। କିନ୍ତୁ ସୀତାପୁରର ସିଦ୍ଧୌଲି ନିକଟରେ ବିଧାୟକ ଅରବିନ୍ଦ ଗିରି ମୃତ୍ୟୁ ବରଣ କରିଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ତାଙ୍କର ଜୀବନ ରକ୍ଷା କରାଯାଇପାରିନଥିଲା। ଅରବିନ୍ଦ ଗିରି ପାଞ୍ଚ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ସେ ଭାରତୀୟ ଜନତା ପାର୍ଟିରୁ ଦୁଇଥର ଏବଂ ସମାଜବାଦୀ ପାର୍ଟିରୁ ତିନିଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ।

ବିଧାୟକ ଅରବିନ୍ଦ ଗିରିଙ୍କ ଆକସ୍ମିକ ଦେହାନ୍ତରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଦିବଙ୍ଗତ ଆତ୍ମାକୁ ଶାନ୍ତି କାମନା କରି ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି।