Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଶେଷରେ ପଦ୍ମ ଧରିଲେ ପାଞ୍ଚ ଥର ବିଧାୟକ ଥିବା ଅରବିନ୍ଦ ଢାଲି

ଭୁବନେଶ୍ବର: ଆଜି ବିଜେପିରେ ସାମିଲ ହୋଇଛନ୍ତି ଜୟଦେବ ନିର୍ବାଚନ ମଣ୍ଡଳିର ବିଜେଡି ବିଧାୟକ ଅରବିନ୍ଦ ଢାଲି। ସେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ପୂର୍ବତନ ସଭାପତି ସମୀର ମହାନ୍ତି, ଓଡିଶା ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସାଂସଦ ଅପରାଜିତା ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

ବିଜେପିରେ ଯୋଗଦେବା ପରେ ଅରବିନ୍ଦ ଢାଲି କହିଥିଲେ ଯେ ବିଜେଡିରେ ମୋତେ ଅଣନିଃସ୍ବାସୀ ଲାଗୁଥିଲା। କେମିତି ଦଳ ଛାଡିବି ସେହି ଚିନ୍ତାରେ ଥିଲା। ବିଜେପିକୁ ମୋର ଘରବାହୁଡା, ପୁରୁଣା ବନ୍ଧୁଙ୍କୁ ଏକାଠି ଦେଖି ମୁଁ ବହୁତ ଖୁସି ବୋଲି ଅରବିନ୍ଦ କହିଥିଲେ। ଗତକାଲି ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ସମୀକ୍ଷା ଖବର ସତ: ବିଜେପିରେ ମିଶିବେ ବିଜେଡି ବିଧାୟକ ଅରବିନ୍ଦ ଢାଲି, କଲେ ଘୋଷଣା

ଭୁବନେଶ୍ବର: ଶେଷରେ ବିଜେଡିରୁ ଇସ୍ତଫା ପ୍ରଦାନ କରିଛନ୍ତି ଜୟଦେବ ନିର୍ବାଚନ ମଣ୍ଡଳିରେ ବିଧାୟକ ଅରବିନ୍ଦ ଢାଲି। ସେ ଆଜି ତାଙ୍କର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏହାପରେ ସେ ଘୋଷଣା କରିଛନ୍ତି ଯେ, ଆସନ୍ତାକାଲି ରବିବାର ଦିନ ସେ ବିଜେପିରେ ସାମିଲ ହେବେ।

ଆପଣଙ୍କ ମନେଥିବ: ବିଜେପିରେ ଯୋଗଦେବେ ବିଧାୟକ ଅରବିନ୍ଦ ଢାଲି

ଇସ୍ତଫା ପରେ ସେ କହିଛନ୍ତି ଯେ, ମୁଁ ଘରବାହୁଡା କରିବି। ସେହି କାରଣ ପାଇଁ ମୁଁ ବିଜେଡି ଛାଡିଲି। ଆସନ୍ତାକାଲି ଦିନ 11 ଟା ବେଳେ ବିଜେପିରେ ମିଶିବି ବୋଲି ସେ କହିଛନ୍ତି। ଏ ନେଇ ବହୁ ପୂର୍ବରୁ ସମୀକ୍ଷାରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ସେଥିରେ କୁହାଯାଇଥିଲା ଯେ ବିଜେଡି ବିଧାୟକ ଅରବିନ୍ଦ ଢାଲି ବିଜେଡି ଛାଡି ବିଜେପିରେ ମିଶିବେ। ଯାହା ଆଜି ସତ ହୋଇଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡି ଛାଡିଲେ ବିଧାୟକ ଅରବିନ୍ଦ ଢାଲି, ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର

ଭୁବନେଶ୍ବର: ଆଜି ବିଜେଡି ଦଳରୁ ଇସ୍ତଫା ଦେଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି। ସେ ନିଜର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇ ଦେଇଛନ୍ତି। ଏଥିରେ ସେ କୌଣସି କାରଣ ଉଲ୍ଲେଖ ନ କରିଥିଲେ ମଧ୍ୟ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲି ବୋଲି ଉଲ୍ଲେଖ କରିଛନ୍ତି।

ତେବେ ଜୟଦେବ ନିର୍ବାଚନ ମଣ୍ଡଳିରେ ଅରବିନ୍ଦଙ୍କୁ ଦଳ ଆଉ ଟିକେଟ ଦେବ ନାହିଁ ବୋଲି ସେ ଅନୁଭବ କରିବାରୁ ସେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଅନ୍ୟପଟେ ଜୟଦେବ ନିର୍ବାଚନ ମଣ୍ଡଳିରେ ଅରବିନ୍ଦଙ୍କୁ ଦଳ ଭିତରେ ପ୍ରବଳ ବିରୋଧ ହେଉଥିବାରୁ ତାଙ୍କୁ ଟିକେଟ ମିଳିବ ନାହିଁ ବୋଲି ଜଣାପଡିଥିଲା।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପିକୁ ପୁଣି ଫେରିବେ କି ବିଜେଡି ବିଧାୟକ ଅରବିନ୍ଦ ଢାଲି, କାହିଁକି ଏମିତି ଚାଲିଛି ଚର୍ଚ୍ଚା

ଭୁବନେଶ୍ବର: ପୁଣି ଥରେ ବିଜେପିକୁ ଫେରିବେ କି ବିଜେଡି ବିଧାୟକ ଅରବିନ୍ଦ ଢାଲି। ଏ ନେଇ ଜୟଦେବ ନିର୍ବାଚନ ମଣ୍ଡଳିରେ ଚାଲିଛି ଚର୍ଚ୍ଚା। ତେବେ ଏ ସଂପର୍କରେ କେହି କିଛି କହି ନ ଥିଲେ ମଧ୍ୟ ଏହି ଚର୍ଚ୍ଚା ନିର୍ବାଚନ ମଣ୍ଡଳି ପାରି ହୋଇ ଭୁବନେଶ୍ବରରେ ପହଞ୍ଚି ସାରିଲାଣି। ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ବବାଚୀ ସୃଷ୍ଟି ହେବାରେ ଲାଗିଛି।

ଅରବିନ୍ଦ ଢାଲି କଣ ପାଇଁ ବିଜେପିକୁ ପୁଣି ଥରେ ଆସିବେ ସେ ନେଇ ଅନେକ କିଛି କଳ୍ପନା ଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। ବଡ କଥା ହେଲା ଯେ ଅରବିନ୍ଦ ଢାଲି ନିଶ୍ଚିତ ହୋଇ ସାରିଲେଣି ଯେ, ତାଙ୍କୁ ବିଜେଡି ଏଥର ଆଉ ଟିକେଟ ଦେବ ନାହିଁ। ମୁଖ୍ୟତଃ ବୟସ ଗୋଟିଏ ବଡ ବାଧକ ବୋଲି କୁହାଯାଉଛି। ଏଥିସହିତ ସେ ତାଙ୍କ ନିର୍ବାଚନ ମଣ୍ଡଳିରେ ମଧ୍ୟ ସକ୍ରିୟ ନାହାଁନ୍ତି ବୋଲି ରହିଛି ଅଭିଯୋଗ।

ଜୟଦେବ ନିର୍ବାଚନ ମଣ୍ଡଳିରେ କେତେକ ନେତାଙ୍କ କହିବା ଅନୁସାରେ ଅରବିନ୍ଦ ଢାଲିଙ୍କୁ ବର୍ତ୍ତମାନ ଜୟଦେବ ଭୋଟର ଆଉ ପସନ୍ଦ କରୁ ନାହଁନ୍ତି। ମୁଖ୍ୟତଃ ସେ ଯେପରି ଲୋକଙ୍କ ସଂପର୍କରେ ରହିବା କଥା ତାହା ଆଉ ହୋଇ ପାରୁ ନାହିଁ। ଏପରିକି ଜୟଦେବର ବହୁ ବିଜେଡି ନେତା ତାଙ୍କୁ ଆଉ ସମର୍ଥନ ଦେଉ ନାହାଁନ୍ତି। ଫଳରେ ସେଠାରେ ସେ ଏକ ପ୍ରକାରର କଣଠୋସା ହେଲା ପରି ରହିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ।

ତେବେ ଆଉ କେତେକଙ୍କ ମତରେ ଜୟଦେବରେ ବର୍ତ୍ତମାନ ଆଞ୍ଚଳିକ ଭାବେ ବେଶୀ ଉଦ୍ରେକ ହେବାରେ ଲାଗିଛି। ବାହାର ଲୋକଙ୍କୁ ଆଉ ପୁରାଇ ଦେବେ ନାହିଁ ବୋଲି ଭୋଟର ଚିନ୍ତା କଲେଣି। ସେହିପରି ସେହି ନିର୍ବାଚନ ମଣ୍ଡଳିରେ ବର୍ତ୍ତମାନ ବହୁ ନୂଆ ଆଶାୟୀଙ୍କର ମଧ୍ୟ ଆର୍ବିଭାବ ହେବାରେ ଲାଗିଛି। ସେମାନଙ୍କ ମଧ୍ୟରୁ କେତେକ ସିଧା ବିଜେଡିର ମୁଖ୍ୟ ନେତାଙ୍କ ସଂପର୍କରେ ଅଛନ୍ତି।

ଏ ସବୁ ପରିସ୍ଥିତି ଦେଖି ବର୍ତ୍ତମାନ ଅରବିନ୍ଦ ଢାଲି ଏବେଠାରୁ ନୂଆ ରାସ୍ତା ଦେଖିବା ଆରମ୍ଭ କରିସାରିଲେଣି ବୋଲି କୁହାଯାଉଛି। ସେଥିପାଇଁ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ଚାଲିଲାଣି।

ବିଜେପି ହେଉଛି ଢାଲିଙ୍କର ପୁରୁଣା ଘର। ସେ ସେହି ଦଳରୁ ମାଲକାନାଗିରରୁ ଜିତି ମନ୍ତ୍ରୀ ହୋଇଥିଲେ। ସେ ସେଠାରୁ 1992 ରୁ 2000 ମସିହା ପର୍ଯ୍ୟନ୍ତ ବିଧାୟକ ଥିଲେ। ବର୍ତ୍ତମାନ ଜୟଦେବ ନିର୍ବାଚନ ମଣ୍ଡଳିରୁ ସେ ଦୁଇଥର ବିଧାୟକ ହୋଇସାରିଲେଣି। ସେ ବିଜେପି, ଭାରତୀୟ ଜନଶକ୍ତି ପାର୍ଟି, ସମାଜବାଦୀ ପାର୍ଟି ଏବଂ ଶେଷରେ ବିଜେଡିରେ ସାମିଲ ହୋଇଛନ୍ତି। ଏବେ 2024 ନିର୍ବାଚନରେ ସେ ଏକ ନୂଆ ରୂପରେ ଆର୍ବିଭାବ ହେବେ ବୋଲି ସ୍ପଷ୍ଟ ହେଲାଣି।