Categories
ଆଜିର ଖବର ଜାତୀୟ ଖବର

ନୂତନ ନିର୍ବାଚନ କମିଶନରଙ୍କ ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି: କେନ୍ଦ୍ରର ତତ୍ପରତା ଉପରେ ପ୍ରଶ୍ନ

ନୂଆଦିଲ୍ଲୀ: ନିର୍ବାଚନ କମିଶନରଙ୍କ ନିଯୁକ୍ତିରେ ଅଧିକ ସ୍ୱଚ୍ଛତା ଆଣିବା ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ନିର୍ବାଚନ କମିଶନର ଅରୁଣ ଗୋୟଲଙ୍କ ନିଯୁକ୍ତିର ଫାଇଲ ଦେଖି କେନ୍ଦ୍ରକୁ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ମେ ୧୫ ତାରିଖରୁ ଏହି ପଦବୀ ଖାଲି ଥିଲା। ହଠାତ୍ ୨୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଏହାର ସମସ୍ତ ପ୍ରକ୍ରିୟା ସମାପ୍ତ ହେଲା। ମେ ୧୫ ତାରିଖରୁ ନଭେମ୍ବର ୧୮ ତାରିଖ ମଧ୍ୟରେ କ’ଣ ହେଲା ବୋଲି କେନ୍ଦ୍ରକୁ କୋର୍ଟ ପ୍ରଶ୍ନ କରିଛନ୍ତି। ”

ଅଦାଲତ ଆହୁରି କହିଛନ୍ତି ଯେ, “ଆଇନ ମନ୍ତ୍ରୀ ୪ ଟି ନାମ ପଠାଇଥିଲେ। ଏହି ୪ ଟି ନାମ କାହିଁକି ପଠାଗଲା ତାହା ମଧ୍ୟ ପ୍ରଶ୍ନ। ତା’ପରେ ସେମାନଙ୍କ ମଧ୍ୟରୁ ସବୁଠୁ ଜୁନିଅର ଅଧିକାରୀ କିପରି ମନୋନୀତ ହେଲେ। ଏଥି ସହ ସରକାରଙ୍କ ପକ୍ଷ ରଖୁଥିବା ଆଟର୍ଣ୍ଣି ଜେନେରାଲ କହିଛନ୍ତି ଯେ, ଏହି ପ୍ରକ୍ରିୟାରେ କୌଣସି ଭୁଲ ହୋଇନାହିଁ। ଏହାପୂର୍ବରୁ ୧୨ ରୁ ୨୪ ଘଣ୍ଟା ମଧ୍ୟରେ ଏଭଳି ନିଯୁକ୍ତି ମଧ୍ୟ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ନିର୍ବାଚନ ଆୟୁକ୍ତ ଭାବେ ଦାୟିତ୍ୱ ଗ୍ରହଣ କଲେ ପୂର୍ବତନ ଆଇଏଏସ୍ ଅଧିକାରୀ ଅରୁଣ ଗୋୟଲ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ଅରୁଣ ଗୋୟଲ ଆଜି ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ନିର୍ବାଚନ ଆୟୋଗ (ଇସି) ଏହି ସୂଚନା ଦେଇଛନ୍ତି। ଗୋୟାଲ ପଞ୍ଜାବ କ୍ୟାଡରର ୧୯୮୫ ବ୍ୟାଚ୍ ଆଇଏଏସ୍ ଅଧିକାରୀ। ସେ ନଭେମ୍ବର ୧୮ ତାରିଖରେ ସ୍ବେଚ୍ଛାକୃତ ଅବସର ନେଇଥିଲେ। ଅବଶ୍ୟ, ସେ ୬୦ ବର୍ଷ ବୟସ ପରେ ଡିସେମ୍ବର ୩୧ ୨୦୨୨ ରେ ଅବସର ନେବାକୁ ଯାଉଥିଲେ। ଗୋୟଲଙ୍କୁ ଶନିବାର ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦିଆଯାଇଥିଲା।

ସେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏବଂ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେଙ୍କ ସହ ନିର୍ବାଚନ ଆୟୋଗର ଅଂଶ ହେବେ। ମେ ୨୦୨୨ରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଭାବେ ସୁଶୀଲ ଚନ୍ଦ୍ର ଅବସର ନେବା ପରେ ନିର୍ବାଚନ ଆୟୋଗରେ ଏକ ପଦବୀ ଖାଲି ପଡ଼ିଥିଲା। ଗୋୟଲଙ୍କୁ ପୂର୍ବରୁ ହେଭି ଇଣ୍ଡଷ୍ଟ୍ରିଜ୍ ସେକ୍ରେଟାରୀ ଭାବରେ ପୋଷ୍ଟ କରାଯାଇଥିଲା। ସେ ସଂସ୍କୃତି ମନ୍ତ୍ରଣାଳୟରେ ମଧ୍ୟ କାର୍ଯ୍ୟ କରିଛନ୍ତି।