Categories
ଅପରାଧ ଆଜିର ଖବର ଜାତୀୟ ଖବର

ଦୁଷ୍କର୍ମରେ ବାଧା ଦେବାରୁ ହତ୍ୟା – ଅରୁଣ ବୋଥ୍ରା

ଭୁବନେଶ୍ୱର : ନୟାଗଡ଼ ପରୀ ହତ୍ୟା ମାମଲାକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତିଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା  । ପରୀ ହତ୍ୟା ଘଟଣା ଉପରୁ ପରଦା ଉଠାଇଛନ୍ତି ଅରୁଣ ବୋଥ୍ରା । ଏବେ ଯାଏଁ ଏହି ଘଟଣାରେ କେହି ପ୍ରତକ୍ଷ୍ୟଦର୍ଶୀ ନାହାନ୍ତି । ବୈଜ୍ଞାନିକ ପ୍ରମାଣ ହିଁ ଏକାଠି କରାଯାଉଛି । ଅଶ୍ଲୀଳ ଫିଲ୍ମ ଦେଖି ଅଭିଯୁକ୍ତ ଜଣକ ଏପରି କାଣ୍ଡ ଘଟାଇଛି ବୋଲି କହିଛନ୍ତି ବୋଥ୍ରା । ଦୁଷ୍କର୍ମରେ ବାଧା ଦେବାରୁ ହତ୍ୟା କରିଛି ଅଭିଯୁକ୍ତ । ମୃତ୍ୟୁପରେ ନାବାଳିକାର ମୃତଦେହ ସହ ଦୁଷ୍କର୍ମ  କରିଛି ଅଭିଯୁକ୍ତ । ଏହାପରେ ସେ ନାବାଳିକାର ମୃତଦେହକୁ ଏକ ଝୋଟ ବସ୍ତାରେ ଶବ ପୂରେଇଥିଲା । ବସ୍ତାରେ ମୃତଦେହ ଓ ଫ୍ରକ୍‌ ପୂରାଇ ପୋଖରୀ କଡକୁ ଫିଙ୍ଗିଦେଇଥିଲା । ବସ୍ତାରେ ପୂରାଇ ଫିଙ୍ଗି ତା’ ଉପରେ ଡାଳପତ୍ର ଲଦି ଦେଇଥିଲା । ତେବେ ଝିଅଟି ପିନ୍ଧିଥିବା ଲେଗିଙ୍ଗସ୍‌କୁ ସେ ନେବ ଭୁଲି ଯାଇଥିଲା । ପରେ ଲେଗିଙ୍ଗସ୍‌କୁ ନେଇ ସେ ପୋଖରୀରେ ଫିଙ୍ଗିଥିବାର କହିଛି । ଲେଗିଙ୍ଗସ୍‌କୁ ଉଦ୍ଧାର ପାଇଁ ପୋଖରୀ ଶୁଖାଯାଉଛି ।ସରୋଜ ମୋବାଇଲ୍‌ରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଫିଲ୍ମ ରଖି ଦେଖୁଥିଲା । ପର୍ଣ୍ଣୋ ଫିଲ୍ମ ମୋବାଇଲ୍‌ ଫୋଲ୍ଡରରେ ରଖି ଲକ୍‌ ପକାଇଥିଲା । ହତ୍ୟା ବା ଦୁଷ୍କର୍ମ ପାଇଁ ପୂର୍ବ ପ୍ରସ୍ତୁତି ନଥିବା ସ୍ବୀକାର କରିଛି ସରୋଜ ବୋଲି କହିଛନ୍ତି ବୋଥ୍ରା । ରାତିସାରା ଫିଲ୍ମ ଦେଖିବା ପରେ ଝିଅଟି ଆସିବାରୁ ଏଳଭି କରିଥିବାର ସୂଚନା ଦେଇଛ

ସେ କହିଛନ୍ତି ଯେ ନାବାଳିକା ସହ ପଡ଼ୋଶୀ ପରିବାରର ଭଲ ସଂମ୍ପର୍କ ଥିଲା । ଜୁନ 13ରେ ନାବାଳିକା ଜଣକ ଜାମୁ କୋଳି ଖାଇବାକୁ ଯାଇଥିଲ।। ସେହି ସମୟରେ ତା’ ସହିତ ଦୁଷ୍କର୍ମ ହୋଇଥିଲ। । ଅଭୁଯୁକ୍ତ ସରୋଜ ସେଠୀ ଝିଅକୁ ତଣ୍ଟି ଚିପି ହତ୍ୟା କରିବା ପରେ ଦୁଷ୍କର୍ମ କରିଥିଲେ । ତେବେ ସରୋଜ ସନ୍ଦେହରେ ଆସିବା କାରଣ ସମ୍ପର୍କରେ ବୋଥ୍ରା କହିଛନ୍ତି ଯେ, 14 ତାରିଖ ଦିନ ସମସ୍ତଙ୍କ ଘରେ କେହି ନା କେହି ଉପସ୍ଥିତ ଥିଲେ କିନ୍ତୁ ସରୋଜ ଘରେ ସେହି ଦିନ ସେ ଏକା ହିଁ ରହିଥିଲ ।  ସରୋଜ ପର୍ଣ୍ଣ ଫିଲ୍ମ ଦେଖିବା ପରେ ଅଭିଯୁକ୍ତଜଣକ ଏପରି କାର୍ଯ୍ୟ କରିଛି ।

ଏବେ ସରୋଜର ଫୋନରୁ ମଧ୍ୟ ବଡ଼ ସୁରାକ ମିଳିଛି । ଫୋନ ଚେକ କରିବା ସମୟରେ ଏକ ନେଟିଫିକେସନ ଆସିଥିଲ । ତେବେ ପୂର୍ବରୁ ସେପରି ଏକ ୩ ବର୍ଷ ଝିଅକୁ ହତ୍ୟା ଓ ଦୁଷ୍କର୍ମର ଭିଡ଼ିଓ ସେ ଦେଖିଥିଲ । ଗାଁରଲୋକ ପଲି ଗ୍ରାଫ ପାଇଁ ରାଜି ହୋଇଥିଲେ ମଧ୍ୟ ସରୋଜ ରାଜି ହୋଇନଥିଲ । ଏହି ସବୁ ତଥ୍ୟ ଦେଇ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ।

Categories
ଆଜିର ଖବର ରାଜ୍ୟ ଖବର

ବୋଥ୍ରାଙ୍କର ପୁଲିସ ପାୱାର ନାହିଁ, ତଦନ୍ତ କେମିତି କରିବେ: ପ୍ରକାଶ

ଭୁବନେଶ୍ୱର: ନୟାଗଡ଼ର ପରୀ ହତ୍ୟା ମାମଲାକୁ ନେଇ ଏବେ ଓଡ଼ିଶା ରାଜନୀତିର ପାଣିପାଗ ସରଗରମ ହୋଇଛି । ଏସଆଇଟି ଏହାର ତଦନ୍ତ କରୁଛି ।  ପରୀକୁ କିଏ ହତ୍ୟା କରିଛି, କାହିଁକି ହତ୍ୟା କରିଛି ଓ ଏହା ପଛର ମୁଖ୍ୟ ଖଳନାୟକ  କିଏ, ତାକୁ ଜାଣିବା ପାଇଁ ସମସ୍ତେ ଉକ୍ରଣ୍ଠାର ସହ ଚାହିଁବସିଛନ୍ତି ।   ତେବେ ଏହାରି ଭିତରେ ଏସଆଇଟି ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଡିଜିପି ତଥା ବିଜେପି ନେତା ପ୍ରକାଶ ମିଶ୍ର ।

ସେ କହିଛନ୍ତି ଯେ, ଏସଆଇଟି ତଦନ୍ତର କୌଣସି ଅସ୍ତିତ୍ୱ ନାହିଁ ।  ସିଆରପିସି ଅନୁସାରେ ଅନୁସନ୍ଧାନ କେବଳ ଥାନା ଓ ପୁଲିସ କରିବ ।  ଅରୁଣ ବୋଥ୍ରା ଏବେ ଓଏସଆରଟିସିର ଏମଡି ଅଛନ୍ତି ।  ତାଙ୍କର କୌଣସି ପୁଲିସ ପାୱାର ନାହିଁ । ସେ ତଦନ୍ତ କେମିତି କରିବେ ।  ଏ ତଦନ୍ତ ପ୍ରତି ଆମେ ପ୍ରଶ୍ନ କରୁଛୁ । ଏହି ମାମଲାର ତଦନ୍ତଭାର ସିବିଆଇକୁ ଦିଆଯାଉ । ଏହି ଘଟଣାରେ ଏସଆଇଟିର ତଦନ୍ତ କରିବାର ଅଧିକାର ନାହିଁ ।  ଏସଆଇଟି ତଦନ୍ତ ଯାହା କରିବ, ତାକୁ କୋର୍ଟ ଗ୍ରହଣ କରିବେ ନାହିଁ ବୋଲି ପ୍ରକାଶ ମିଶ୍ର କହିଛନ୍ତି ।