Categories
ଆଜିର ଖବର ମନୋରଂଜନ ସ୍ବାସ୍ଥ୍ୟ

କରୋନାରେ ସଂକ୍ରମିତ ହେଲେ ଅର୍ଜୁନ କପୁର, ଖୁବ୍ ଶୀଘ୍ର ମଲାଇକା ଆରୋରାଙ୍କ ହେବ ପରୀକ୍ଷା

ମୁମ୍ବାଇ: ବଲିଉଡ ଅଭିନେତା ଅର୍ଜୁନ କପୁର ଏବଂ ତାଙ୍କ ଭଉଣୀ ଅଂଶୁଳା କପୁରଙ୍କୁ କରୋନା ପଜିଟିଭ୍ ବୋଲି ଜଣାପଡିଛି। ଏଭଳି ପରିସ୍ଥିତିରେ ଖୁବ୍ ଶୀଘ୍ର ଅର୍ଜୁନ କପୁରଙ୍କ ଗର୍ଲଫ୍ରେଣ୍ଡ ମଲାଇକା ଆରୋରାଙ୍କ କରୋନା ପରୀକ୍ଷା ମଧ୍ୟ କରାଯିବ।

ଅର୍ଜୁନ ଏବଂ ଅଂଶୁଳାଙ୍କ ସହ ଅନିଲ କପୁରଙ୍କ ଝିଅ ରିୟା କପୁର ଏବଂ ସ୍ୱାମୀ କରଣ ବୁବଲାନି କରୋନା ସଂକ୍ରମିତ ହୋଇଛନ୍ତି। ଉଭୟ ନିଜକୁ ଅଲଗା କରିଛନ୍ତି। ଦୁହେଁ ଚଳିତ ବର୍ଷ ଅଗଷ୍ଟ ୧୪ ତାରିଖରେ ଜୁହୁର ଅନିଲ କପୁରଙ୍କ ବଙ୍ଗଳା ଠାରେ ବିବାହ କରିଥିଲେ।

ଖ୍ରୀଷ୍ଟମାସ ଉତ୍ସବରେ ଯୋଗଦେବା ପାଇଁ ଅର୍ଜୁନ କପୁର ରିୟା କପୁରଙ୍କ ଘରେ ପହଞ୍ଚିଥିଲେ। ନିକଟରେ କପୁର ପରିବାର ଖ୍ରୀଷ୍ଟମାସ ଅବସରରେ ପାର୍ଟି କରୁଥିବା ଦେଖିବାକୁ ମିଳିଥିଲା। ତେବେ ଅର୍ଜୁନ କପୁର କରୋନା ପଜିଟିଭ ହେବା ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ଗତ ବର୍ଷ ସେପ୍ଟେମ୍ବର ମାସରେ ଅର୍ଜୁନ ମଲାଇକା କରୋନା ପଜିଟିଭ ହୋଇଥିଲେ।

ଡିସେମ୍ବର ୨୬ ତାରିଖର ରାତିରେ କରିସ୍ମା କପୁରଙ୍କ ଘରେ ଆୟୋଜିତ ଖ୍ରୀଷ୍ଟମାସ ପାର୍ଟୀରେ ଅର୍ଜୁନ କପୁର ଏବଂ ମଲାଇକା ଆରୋରାଙ୍କୁ ଦେଖିବାକୁ ମିଳିଥିଲା। ଯୋଗାଯୋଗରେ ଆସିଥିବା ସମସ୍ତ ଲୋକଙ୍କୁ ପରୀକ୍ଷା କରାଯିବ ବୋଲି ରିପୋର୍ଟରେ କୁହାଯାଇଛି।