Categories
ଆଜିର ଖବର ରାଜ୍ୟ ଖବର

ରଣପୁର ମହୋତ୍ସବ ଅର୍ଜୁନ-୨୦୨୪: ଦର୍ଶକଙ୍କ ମନ ମୋହିଲା ପାଇକ ଆଖଡା ଓ ପଶୁ ନୃତ୍ୟ 

ରଣପୁର: ରଣପୁର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ସ୍ଥାନୀୟ ମିନି ଷ୍ଟାଡିୟମ ବାଘ ସାମନ୍ତ ପଡିଆରେ ଚାଲିଥିବା ରଣପୁର ମହୋତ୍ସବ ଅର୍ଜୁନ-୨୦୨୪ ର ଚତୁର୍ଥ ସଂନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଜି ଖୋର୍ଦ୍ଧା ପାଇକ ଆଖଡା ଓ ଗଞ୍ଜାମ ପଶୁ ନୃତ୍ୟ ମନ ମୋହି ଥିଲା। ତେବେ ଏହି ପରିପ୍ରେକ୍ଷୀରେ ସଂନ୍ଧ୍ୟାରେ ଅନୁଷ୍ଠିତ ସାଧାରଣ ସଭାରେ ମହୋତ୍ସବ କମିଟିର ସଭାପତି ତଥା ସ୍ଥାନୀୟ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ସଭାପତିତ୍ୱ କରିଥିଲେ।

ଏଥିରେ ମୂଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତମେଶ ଚନ୍ଦ୍ର ବେହେରା, ମୂଖ୍ୟ ବକ୍ତା ଭାବେ ନୟାଗଡ ଉପଜିଲ୍ଲାପାଳ ଶକ୍ତକାନ୍ତ ରାୟ, ସମ୍ମାନୀତ ଅତିଥି ଭାବେ ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷ ରଞ୍ଜନ କୁମାର ଦାଶ, ରଣପୁର ବ୍ଲକ ଉପାଧ୍ୟକ୍ଷ ପ୍ରଭାତ କୁମାର ଦଳବେହେରା, ରଣପୁର ବାର ଆସୋସିଏସନର ସଭାପତି ଗିରିଜାକାନ୍ତ ମହାପାତ୍ର, ଚାନ୍ଦପୁର ଜିଲ୍ଲା ପରିଷଦ ସଭ୍ୟା ଜ୍ୟୋସ୍ନାମୟୀ ଦଳବେହେରା, ରଣପୁର ମହୋତ୍ସବ କମିଟି କୋଷାଧ୍ୟକ୍ଷ ତଥା ସମାଜସେବୀ ଲିଙ୍ଗରାଜ ନାୟକ ପ୍ରମୂଖ ମଂଚାସୀନ ଥିଲେ। ସଙ୍ଗୀତ କଳା ବିଦ୍ୟାନିକେତନର ଅଧ୍ୟକ୍ଷ ସତ୍ୟ ନାରାୟଣ ମହାପାତ୍ରଙ୍କ ନିଦ୍ଦେର୍ଶନାରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ।

ଭରପୂର ଦର୍ଶକଙ୍କ ଗହଣରେ ଲୋକମାନେ ଚତୁର୍ଥ ସଂନ୍ଧ୍ୟାର ମଜା ଉଠାଇ ଥିଲେ। ଜିଲ୍ଲା୍ସ ସାଂସ୍କୃତିକ ଦଳ ତରଫରୁ ଆସିଥିବା ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ, ସୁନ୍ଦରଗଡ ସାଂସ୍କୃତିକ କଳା ଏକାଡେମୀ ତରଫରୁ ଆସିଥିବା ଓଡିଶୀ ଅଭିନୟ, ପୁରୀ ଶିଳ୍ପୀ ଏଟଂରଟେନ୍‌ମେଂଟର ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ, ଗଞ୍ଜାମର ପଶୁ ନୃତ୍ୟ ଏବଂ ଖୋର୍ଦ୍ଧା ବରୁଣେଇ ପାଇକ ଆଖଡା ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକମାନଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ଅଧ୍ୟାପକ ସତ୍ୟ ନାରାୟଣ ମହାପାତ୍ର ଏହି ସାଂସ୍କୃତିକ ମଂଚ କାର୍ଯ୍ୟ ପରିଚାଳନା କରିଥିଲେ।

ପୂର୍ବାହ୍ଣରେ ବିଭିନ୍ନ କବିମାନଙ୍କୁ ନେଇ ଏକ କବି ସମ୍ମିଳନୀ କରାଯାଇଥିଲା। ଅପରାହ୍ଣ ଏକ କୁଇଜ ପ୍ରତଯୋଗିତା କାର୍ଯ୍ୟକ୍ରମ କରାଯାଇଥିଲା ପୋଲିସ ବିଭାଗ ଓ ଦମକଳ ବାହିନୀ ବିଭାଗ ପକ୍ଷରୁ ବ୍ୟାପକ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା। ମହୋତ୍ସବ ଅବସରରେ ସ୍କୁଲ ଛକ ଠାରୁ ମହୋତ୍ସବ ପଡିଆ ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ଦୋକାନ ବଜାର ପଡିଥିବା ଦେଖିବାକୁ ମିଳିଛି। ହଜାର ହଜାର ଲୋକଙ୍କ ଭିଡ ମଧ୍ୟ ଜମିଥିବା ଦେଖିବାକୁ ମିଳିଛି। ଦୋକାନ ବଜାର ଓ ଦୋଲି ପଡିଥିବା ସ୍ଥାନରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି।

Categories
ଆଞ୍ଚଳିକ

ରଣପୁର ମହୋତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ

ରଣପୁର: ରଣପୁର ମହୋତ୍ସବ “ଅର୍ଜୁନ-୨୦୨୪” ପାଇଁ ଆଜି କ୍ଷୁଦ୍ର ଜଳସେଚନ ବିଭାଗ ଡାକ ବଙ୍ଗଳାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକ ମହୋତ୍ସବର ଅଧ୍ୟକ୍ଷ ତଥା ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଅଧ୍ୟକ୍ଷତାରେ ଏବଂ ଆବାହକ ବରିଷ୍ଠ ଆଇନୀଜୀବୀ ସୁରେଶ ଚନ୍ଦ୍ର ମିଶ୍ରଙ୍କ ଆବାହକତ୍ବରେ ଅନୁଷ୍ଠିତ ହୋଇଥିଲା।

ଏଥିରେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ମହୋତ୍ସବର ସଂଯୋଜକ ଇଂ ଦେବାଶିଷ ପଟ୍ଟନାୟକ, ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ସଂସଦ ପ୍ରତିନିଧି ସ୍ୱରାଜ ମହାନ୍ତି, ଆତ୍ମା କମିଟିର ଅଧ୍ୟକ୍ଷା ନର୍ମଦା ରାୟଙ୍କ ସମେତ ରଣପୁର ଅଞ୍ଚଳର ସାମ୍ବାଦିକମାନେ ଉପସ୍ଥିତ ଥିଲେ। ନୟାଗଡ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ମହୋତ୍ସବ ହେଉଥିଲେ ମଧ୍ୟ ରଣପୁର ମହୋତ୍ସବର ସ୍ୱତନ୍ତ୍ରତା ରହିଛି। ରଣପୁର ମହୋତ୍ସବ ଜାନୁଆରୀ ୫ ତାରିଖ ଦିନ ବେଜେଲଗେଟକୁ ପିଟି ପିଟି ମାରି ରଘୁଦିବାକର ଶହୀଦ ହୋଇଥିଲେ। ଏହି ଶହୀଦମାନଙ୍କୁ ମନେ ପକାଇବା ପାଇଁ ଏହି ରଣପୁର ମହୋତ୍ସବ ପାଳନ କରାଯାଏ ବୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ କହିଥିଲେ। ଶାନ୍ତି ଶୃଙ୍ଖଳାକୁ ଗୁରୁତ୍ୱଦେବା ସହିତ ବିଭିନ୍ନ ଉନ୍ନତ ଧରଣର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଉପରେ ଗୁରୁତ୍ୱ ଦିଆ ଯାଇଥିଲା।

ମହୋତ୍ସବ କାର୍ଯ୍ୟକୁ ସୁପରିଚାଳନା ପାଇଁ ବିଧାୟକ ଶ୍ରୀ ପ୍ରଧାନ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ। ରଣପୁର ମହୋତ୍ସବ ହେଉଛି ବଳିଦାନ ଓ ବିଜୟର ଉତ୍ସବ ବୋଲି ବିଧାୟକ ମତ ଦେଇଥିଲେ। ରଣପୁର ମହୋତ୍ସବର ମଧ୍ୟ ରେଜିଷ୍ଟ୍ରେସନ ହୋଇ ସାରିଛି ବୋଲି ବିଧାୟକ କହିଥିଲେ।

ଶହୀଦ ରଘୁଦିବାକରଙ୍କ ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟ ପରିବେଷଣ କରିବା ପାଇଁ ମତ ପ୍ରକାଶ ପାଇଥିଲା। ସାମ୍ବାଦିକ ସୁକାନ୍ତ ପଟ୍ଟନାୟକ ପୁରୀ ଗଜପତି ମହାରାଜଙ୍କ ଦ୍ୱାରା ଚଳିତ ବର୍ଷର ମହୋତ୍ସବକୁ ଉଦଘାଟନ କରିବା ପାଇଁ ପ୍ରସ୍ତାବ ଦିଆ ଯାଇଥିଲା। ପ୍ରଥମେ ମହୋତ୍ସବ ଆରମ୍ଭ କରିଥିବା ବ୍ୟକ୍ତିମାନଙ୍କୁ ସମ୍ମାନିତ କରିବା ପାଇଁ ବରିଷ୍ଠ ସାମ୍ବାଦିକ ବିଶ୍ୱରଂଜନ ଆଚାର୍ଯ୍ୟ ମତ ଦେଇଥିଲେ। ରାଜ୍ୟରୁ ତଥା ରାଜ୍ୟ ବାହାରୁ ଆସୁଥିବା ବୁଲା ବିକାଳିମାନଙ୍କ ରହିବା ପାଇଁ ଟେଣ୍ଟ ବ୍ୟବସ୍ଥା କରିବା ପାଇଁ ସାମ୍ବାଦିକ ବ୍ରଜ ରଣସିଂହ ମତ ଦେଇଥିଲେ। ଚଳିତ ବର୍ଷ ଅଧିକ ପୋଲିସବାହିନୀ ମୁତୟନ କରିବା ପାଇଁ ମଧ୍ୟ ସାମ୍ବାଦିକ ରଘୁନାଥ ନାୟକ ମତ ଦେଇଥିଲେ। ଶେଷରେ ସାଂସଦ ପ୍ରତିନିଧି ସ୍ୱରାଜ ମହାନ୍ତି ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।