Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଅର୍ଣ୍ଣବ ଗୋସ୍ବାମୀଙ୍କ ବଡ ଘୋଷଣା, ଓଡିଆ ସହିତ ବିଭିନ୍ନ ଭାଷାରେ କରିବେ ନ୍ୟୁଜ ଚ୍ୟାନେଲ

ମୁମ୍ବାଇ, ଜେଲରୁ ବାହାରିବା ପରେ ରିପବ୍ଲିକ ଟିଭିର ମୁଖ୍ୟ ସଂପାଦକ ଏକ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଆସନ୍ତା ଏକ ବର୍ଷ ମଧ୍ୟରେ ଦେଶର ସବୁ ରାଜ୍ୟରେ ଆଞ୍ଚଳିକ ଭାଷାରେ ନ୍ୟୁଜ ଚ୍ୟାନେଲ କରାଯିବ। ସେଥିପାଇଁ ଖୁବ ଶିଘ୍ର ପ୍ରସ୍ତୁତି ଆରମ୍ଭ ହେବ ବୋଲି ଅର୍ଣ୍ଣବ କହିଛନ୍ତି। ଜେଲରୁ ମୁକୁଳିବା ପରେ ଅର୍ଣ୍ଣବ ବେଶ୍ ଆକ୍ରମଣାତ୍ମକ ହୋଇଯାଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ମୁଁ ସବୁ ରାଜ୍ୟରେ ନ୍ୟୁଜ ଚ୍ୟାନେଲ କରିବି, ଯଦି ‘ତାକତ ଅଛି ତେବେ ମୋତେ ରୋକ’।

ଜଣେ ଇଣ୍ଟିରିୟର ଡିଜାଇନର ଆତ୍ମହତ୍ୟା ମାମଲାରେ ଅର୍ଣ୍ଣବଙ୍କୁ ମହାରାଷ୍ଟ୍ର ପୋଲିସ ଗିରଫ କରିଥିଲା। ମହାରାଷ୍ଟ୍ର ଉଚ୍ଚ ନ୍ୟାୟାଳୟରେ ଜାମିନି ନ ମିଳିବାରୁ ସେ ସୁପ୍ରିମକୋର୍ଟ ଯାଇଥିଲେ। ସୁପ୍ରିମକୋର୍ଟ ଗତକାଲି ତାଙ୍କୁ ଅନ୍ତରିଣ ଜାମିନି ପ୍ରଦାନ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

14 ଦିନ ପାଇଁ ନ୍ୟାୟିକ ହେପାଜତକୁ ଗଲେ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀ

ମୁମ୍ବାଇ, ଆଜି ଦୀର୍ଘ ସମୟ ଶୁଣାଣି ପରେ ରିପବ୍ଲିକ ଟିଭିର ମୁଖ୍ୟ ସଂପାଦକ ତଥା ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କୁ 14 ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି। ଏ ନେଇ ମୁମ୍ବାଇର ଆଲିବାଗ ଜିଲ୍ଲା କୋର୍ଟ ଏହି ରାୟ ଦେଇଛନ୍ତି। ହେଲେ ଆସନ୍ତାକାଲି ଏହା ଉପରେ ଉଚ୍ଚ ନ୍ୟାୟାଳୟରେ ଶୁଣାଣି ରହିଛି ବୋଲି ଅର୍ଣ୍ଣବଙ୍କ ଓକିଲ କହିଛନ୍ତି।

ଆଜି ଭୋରରୁ ଅର୍ଣ୍ଣବଙ୍କୁ ମୁମ୍ବାଇର ରାୟଗଡ ପୋଲିସ ତାଙ୍କ ବାସ ଭବନରୁ ଉଠାଇ ନେଇଥିଲେ। ଥାନାରେ ପଚାରାଉଚୁରା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ଏହା ଉପରେ ଦୀର୍ଘ ଶୁଣାଣି କରାଯାଇଥିଲା। ତେବେ ଅର୍ଣ୍ଣବଙ୍କୁ ପୋଲିସ ଖରାପ ବ୍ୟବହାର ପ୍ରଦର୍ଶନ କରିଛି ବୋଲି ଜାତୀୟ ମାନବିକ ଅଧିକାରଙ୍କ ନିକଟରେ ମଧ୍ୟ ଏକ ଅଭିଯୋଗ କରାଯାଇଛି। ସେପଟେ ମହିଳା ପୋଲିସକୁ ଅର୍ଣ୍ଣବ ଖରାପ ବ୍ୟବହାର କରିଛନ୍ତି ବୋଲି ମଧ୍ୟ ମାନବିକ ଅଧିକାର କମିଶନରଙ୍କ ନିକଟରେ ଆଉ ଏକ ଅଭିଯୋଗ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଅର୍ଣ୍ଣବ ଗୋସ୍ବାମୀଙ୍କୁ ଚପଲ ଉପହାର ଦେବା ପାଇଁ ରିପବ୍ଲିକ ଟିଭି ଅଫିସରେ ପହଁଚିଲେ ଦୁଇ ଜଣ

ମୁମ୍ବାଇ, ସାମ୍ବାଦିକତା କ୍ଷେତ୍ରରେ ଶ୍ରେଷ୍ଠତା ପାଇଁ ରିପବ୍ଲିକ ଟିଭିର ମୁଖ୍ୟ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଚପଲ ଉପହାର ଦେବା ପାଇଁ ତାଙ୍କ ଟିଭି ଅଫିସରେ ପହଁଚିଲେ ଦୁଇ ଜଣ ବ୍ୟକ୍ତି। ଜଣେ ହେଉଛନ୍ତି ୟୁଟ୍ୟୁବ ଚ୍ୟାନେଲରେ ବେଶ ଲୋକପ୍ରିୟତା ଅର୍ଜନ କରିଥିବା ଷ୍ଟାଣ୍ଡ ଅପ୍ କମେଡିଆନ୍ କୁନାଲ କାମ୍ରା। ଆଉ ଜଣେ ହେଉଛନ୍ତି ଚଳଚିତ୍ର ବ୍ୟକ୍ତିତ୍ବ ଅନୁରାଗ କାଶ୍ୟପ। ଦୁହେଁ ଏକ ଫ୍ରେମ ଭିତରେ ଗୋଟିଏ ଚପଲ ଥିବା ପୁରସ୍କାର ନେଇ ଅର୍ଣ୍ଣବଙ୍କ ରିପବ୍ଲିକ ଟିଭି ଅଫିସରେ ପହଁଚିଥିଲେ। ହେଲେ ସେଠାରେ ଦୁହିଁଙ୍କୁ ସୁରକ୍ଷା କର୍ମି ଛାଡି ନ ଥିଲେ। ପରେ ସେମାନେ ତାଙ୍କ ଅଫିସ ଆଗରେ ଛିଡା ହୋଇ ପୁରସ୍କାର ଧରି ଫଟୋ ଉଠାଇଥିଲେ। ଉଭୟଙ୍କର ଏହା ଥିଲା ଅର୍ଣ୍ଣବଙ୍କୁ ଏକ ଭିନ୍ନ ଢଙ୍ଗରେ ସମାଲୋଚନା କରିବା।