Categories
ଅପରାଧ ଆଜିର ଖବର ଜାତୀୟ ଖବର

ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ ଆବେଦନକୁ ପ୍ରତ୍ୟାହାର କଲା ମହାରାଷ୍ଟ୍ର ସରକାର, ଅନୁମତି ଦେଲେ କୋର୍ଟ

ନୂଆଦିଲ୍ଲୀ: ପାଲଘରରେ ମାଓ ଲିଞ୍ଚିଙ୍ଗ ସମୟରେ ଦୁଇ ସାଧୁ ଏବଂ ସେମାନଙ୍କ ଡ୍ରାଇଭରଙ୍କ ହତ୍ୟା ଖବର ଉପରେ ଆପତ୍ତି ଉଠାଇବା ମାମଲାରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ ଦୁଇଟି ଏଫଆଇଆର ଦାଖଲ ହୋଇଥିଲା। ଏ ସଂପର୍କରେ ସେ ବମ୍ବେ ହାଇକୋର୍ଟରୁ ଅନ୍ତରୀଣ ଆଶ୍ଵସ୍ତି ପାଇଥିଲେ। ବର୍ତ୍ତମାନ ସୁପ୍ରିମକୋର୍ଟଙ୍କଠାରୁ ସରକାର ଏହି ମାମଲା ପ୍ରତ୍ୟାହାର କରିବାକୁ ଚାହୁଁଛନ୍ତି। ତେବେ ଏହାକୁ ଅନୁମତି ଦେବା ସହ ଏହି ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି।

ବମ୍ବେ ହାଇକୋର୍ଟଙ୍କ ୨୦୨୦ ଆଦେଶକୁ ଚ୍ୟାଲେଞ୍ଜ୍ କରି ହୋଇଥିବା ଆବେଦନକୁ ମହାରାଷ୍ଟ୍ର ସରକାର ସୁପ୍ରିମକୋର୍ଟରୁ ମାମଲା ପ୍ରତ୍ୟାହାର କରିନେଇଛନ୍ତି। ରିପବ୍ଲିକ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ ଦାଖଲ ହୋଇଥିବା ଦୁଇଟି ଏଫଆଇଆର ଯାଞ୍ଚ ଉପରେ ରୋକ ଲଗାଯାଇଛି।