Categories
ଆଜିର ଖବର ଜାତୀୟ ଖବର

ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ‘ମେକ୍ ଇନ୍ ଇଣ୍ଡିଆ’ ସଫଳତା କାହାଣୀକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ମେକ୍ ଇନ୍ ଇଣ୍ଡିଆର ସଫଳତାର କାହାଣୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ମେକ୍ ଇନ୍ ଇଣ୍ଡିଆ କିପରି ଭାରତର ଅର୍ଥନୀତିକୁ ବିଶ୍ୱ ସ୍ତରରେ ଆଗକୁ ବଢ଼ାଉଛି ତାହାର ଏକ ଝଲକ ଶ୍ରୀ ମୋଦୀ ଶେୟାର କରିଛନ୍ତି।

ବିଶ୍ୱସ୍ତରରେ ଭାରତ ଦ୍ୱାରା ନିର୍ମିତ ଉତ୍ପାଦର ଅଭୁତପୂର୍ବ ସଫଳତାର ପ୍ରଦର୍ଶନ କରୁଥିବା ‘ମେଡ୍ ଇନ୍ ଇଣ୍ଡିଆ’ ପଦକ୍ଷେପ ବିଷୟରେ ମାଇଁଗଭ୍‌ଇଣ୍ଡିଆର ଏକ୍ସ ପୋଷ୍ଟ ଥ୍ରେଡ୍‌ଗୁଡିକ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ମୋଦୀ ଏକ୍ସର ଏକ ପୋଷ୍ଟରେ କହିଛନ୍ତି;

“‘ମେକ୍ ଇନ୍ ଇଣ୍ଡିଆ’ କିପରି ଭାରତର ଅର୍ଥନୀତିକୁ ବିଶ୍ୱସ୍ତରରେ ପହଞ୍ଚାଉଛି ତାହାର ଏକ ଝଲକ!”

Categories
ବିଶେଷ ଖବର

ମୁଖ୍ୟ ସଚିବଙ୍କ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ, ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେଲା ଆଲୋଚନା

ନୂଆଦିଲ୍ଲୀ: ଆଜି ମୁଖ୍ୟ ସଚିବଙ୍କ ଜାତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଛନ୍ତି। ଗୁରୁବାର ଦିନ ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୋଇଥିବା ଏହି ସମ୍ମିଳନୀରେ ରାଜ୍ୟ ସହ ସହଭାଗିତାରେ ଦ୍ରୁତ ତଥା ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧି ହାସଲ ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ସମ୍ମିଳନୀ ମାଧ୍ୟମରେ ଏହା କହିବାକୁ ଚେଷ୍ଟା କରାଯାଉଛି କି କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗ ଭାରତର ବିକାଶ ତଥା ପ୍ରଗତି ପାଇଁ ମିଳିତ ଭାବେ କାର୍ଯ୍ୟ କରିବେ, ଯାହା ସହଯୋଗୀ ସଂଘର ଏକ ଅତ୍ୟାବଶ୍ୟକ ସ୍ତମ୍ଭ ଅଟେ।

ମୁଖ୍ୟ ସଚିବଙ୍କ ଏହା ହେଉଛି ଦ୍ୱିତୀୟ ସମ୍ମିଳନୀ, ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ୩ ଦିନ ଚାଲିବ। ପ୍ରଥମ ଏଭଳି ସମ୍ମିଳନୀ ଜୁନ୍ ୨୦୨୨ରେ ହିମାଚଳ ପ୍ରଦେଶର ଧର୍ମଶାଳା ଠାରେ ଆୟୋଜିତ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ବିବୃତ୍ତିରେ କୁହାଯାଇଛି ଯେ, ଜାନୁଆରୀ ୫ ତାରିଖ ୨୦୨୩ରୁ ଆରମ୍ଭ ହୋଇଥିବା ମୁଖ୍ୟ ସଚିବମାନଙ୍କର ଦ୍ୱିତୀୟ ସମ୍ମିଳନୀରେ ରାଜ୍ୟଗୁଡ଼ିକର ସହଭାଗିତାରେ ଦ୍ରୁତ ଏବଂ ସ୍ଥାୟୀ ଆର୍ଥିକ ଅଭିବୃଦ୍ଧି ହାସଲ ଉପରେ କେନ୍ଦ୍ରର ଧ୍ୟାନ ଦିଆଯିବ। ଏହି ଉଦ୍ଦେଶ୍ୟକୁ ଧ୍ୟାନରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବର୍ଷ ପୂର୍ବେ ଏହି ସମ୍ମିଳନୀ କରିଥିଲେ, ଯାହା ଜୁନ୍ ୨୦୨୨ରେ ଧର୍ମଶାଳାରେ ପ୍ରଥମ କାର୍ଯ୍ୟକ୍ରମରୁ ଆରମ୍ଭ ହୋଇଥିଲା।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଅନୁଯାୟୀ ଚଳିତ ବର୍ଷ ଜାତୀୟ ସଚିବଙ୍କ ଜାତୀୟ ସମ୍ମିଳନୀ ଜାନୁଆରୀ ୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହି ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ପ୍ରତିନିଧୀ, ମୁଖ୍ୟ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ତଥା ଡୋମେନ୍ ବିଶେଷଜ୍ଞଙ୍କ ସମେତ ୨୦୦ ରୁ ଅଧିକ ଅମଲାତନ୍ତ୍ର ଅଂଶଗ୍ରହଣ କରୁଛନ୍ତି।

ପିଏମଓ ପକ୍ଷରୁ କୁହାଯାଇଛି ଯେ, ଏହି ସମ୍ମିଳନୀରେ ଏମଏସଏମଇ, ଭିତ୍ତିଭୂମି, ଅନୁପାଳନ ହ୍ରାସ, ମହିଳା ସଶକ୍ତିକରଣ, ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ଖାଦ୍ୟ, ଦକ୍ଷତା ବିକାଶ ଭଳି ୬ ଟି ବିଷୟ ଉପରେ ଆଲୋଚନା କରାଯାଇଛି।

ବିବୃତ୍ତି ଅନୁଯାୟୀ, ମୁଖ୍ୟ ସଚିବମାନଙ୍କ ଏହି ସମ୍ମିଳନୀ ନିଶ୍ଚିତ ଭାବରେ ୩ ଦିନ ହେବ, କିନ୍ତୁ ଗତ ୩ ମାସ ଧରି ସରକାରଙ୍କ ପ୍ରମୁଖ ମନ୍ତ୍ରଣାଳୟ, ନୀତି ଆୟୋଗ, ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ଏହି ବିଷୟ ସହ ଜଡିତ ବିଶେଷଜ୍ଞଙ୍କ ମଧ୍ୟରେ ଆଲୋଚନା ଚାଲିଛି।