Categories
ଅପରାଧ ଆଜିର ଖବର ଜାତୀୟ ଖବର

ହତ୍ୟା ମାମଲାରେ ଗିରଫ ହେଲେ ସୁଶୀଲ କୁମାର: ୧ ଲକ୍ଷ ଟଙ୍କାର ପୁରସ୍କାର ରଖିଥିଲା ପୋଲିସ

ନୂଆଦିଲ୍ଲୀ: ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କୁ ଆଜି ଦିଲ୍ଲୀ ପୋଲିସର ସ୍ଵତନ୍ତ୍ର ସେଲ ଗିରଫ କରିଛି। ସୁଶୀଲଙ୍କ ବନ୍ଧୁ ଅଜୟଙ୍କୁ ମଧ୍ୟ ପୋଲିସ ଧରିଛି। ଦିଲ୍ଲୀର ମୁଣ୍ଡକା ଅଞ୍ଚଳରୁ ସୁଶୀଲଙ୍କୁ ପୋଲିସ ଗିରଫ କରିଛି। ସୁଶୀଲଙ୍କ ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିବା ବେଳେ ଅଜୟଙ୍କ ପାଇଁ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରଯାଇଥିଲା। ଏହାସହିତ ସେମାନଙ୍କ ଉପରେ ଜାମିନ ବିହୀନ କେସ ମଧ୍ୟ ଜାରି ହୋଇଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ମେ’ ୪ ତାରିଖରେ ଜଣେ କୁସ୍ତି ଖେଳାଳିଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ତାଙ୍କୁ ଖୋଜୁଥିଲା। ଅଭିଯୋଗ ଅନୁଯାୟୀ, ସାଗର ରାଣା ନାମକ କୁସ୍ତି ଖେଳାଳିଙ୍କ ସହ ସୁଶୀଲ ଏବଂ ଅନ୍ୟମାନଙ୍କ ସହ ଦିଲ୍ଲୀର ଛତ୍ତ୍ରସାଲ ଷ୍ଟାଡିୟମରେ ଝଗଡା ହୋଇଥିଲା। ଫଳରେ ରେସଲର ସାଗରଙ୍କର ସେଠାରେ ମୃତ ହୋଇଥିଲା। ସାଗରଙ୍କ ସାଙ୍ଗମାନେ ସୁଶୀଲ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଫଳରେ ସେହିଦିନ ଠାରୁ ସୁଶୀଲଙ୍କୁ ପୋଲିସ ଖୋଜୁଥିଲା।