Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଜାତୀୟ ଖବର ବିଶେଷ ଖବର

ଗିରଫ ହୋଇଥିବା ଅଲ-କାଏଦା ଆତଙ୍କବାଦୀମାନେ କରିଥାଆନ୍ତେ ଏକ ବଡ ଆକ୍ରମଣ, ଜାଣନ୍ତୁ କଣ

ତିରୁବନନ୍ତପୁରମ୍, ଶନିବାର ସକାଳେ ପଶ୍ଚିମବଙ୍ଗ ଏବଂ କେରଳରେ ଚଢାଉ କରି ଜାତୀୟ ତଦନ୍ତ ଏଜେନ୍ସି ବା ଏନଆଇଏ, ଅଲ କାଏଦା ଆତଙ୍କବାଦୀଙ୍କ ଏକ ଆନ୍ତଃରାଜ୍ୟ ଆକ୍ରମଣକୁ ନଷ୍ଟ କରିଦେଇଛି। ନଅ ଅଲ କାଏଦା ଆତଙ୍କବାଦୀଙ୍କ ମଧ୍ୟରୁ ତିନିଜଣଙ୍କୁ ଏର୍ନାକୁଲମ ଜିଲ୍ଲାରୁ ଏବଂ ପାଞ୍ଚ ଜଣଙ୍କୁ ମୁର୍ସିଦାବାଦରୁ ଗିରଫ କରିଛି।

କେରଳ ପୋଲିସ ଡିଜି ଲୋକନାଥ ବେହେରା ତିନି ଜଣ ଏରନାକୁଲମରୁ ଗିରଫ ହୋଇଥିବା ଖବରକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ସର୍ବାଧିକ ପ୍ରବାସୀ ଶ୍ରମିକ ରହୁଥିବା ଏରନାକୁଲମରେ ଏହି ଆତଙ୍କବାଦୀମାନେ ଚଳପ୍ରଚଳ କରୁଥିଲେ। କୋଚିର ଦୁଇଟି ସ୍ଥାନରୁ ଏହି ତିନିଜଣଙ୍କୁ ଠାବ କରାଯାଇଥିଲା। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି ମୁର୍ସିଦ ହାସନ, ୟାକୋବ ବିଶ୍ୱ ଏବଂ ମୋର୍ସରଫ ହୁସେନ୍।

କେରଳ ପୋଲିସ ଜାଣିବାକୁ ପାଇଛି ଯେ ହୁସେନ୍ ଗତ ଏକ ଦଶନ୍ଧି ଧରି କେରଳରେ ରହିଆସୁଥିଲେ। ସେ ଆଲୁଭା ନିକଟ ପେରୁମ୍ବାଭୋରରେ ଏକ ବସ୍ତ୍ର ଦୋକାନରେ କାମ କରୁଥିଲେ। ଗଣମାଧ୍ୟମକୁ ସୂଚନା ଦେଇ ମୁର୍ସିଦ ହାସନଙ୍କ ସହ ରହୁଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ ରାତି ପ୍ରାୟ 2 ଟା ସମୟରେ ପୋଲିସ ଆସି ହାସନଙ୍କୁ ଗିରଫ କରିଥିଲା।

ଗିରଫ ଆତଙ୍କବାଦୀଙ୍କ ରୁମମେଣ୍ଟଙ୍କ କହିବା କଥା ଯେ, ଲକଡାଉନ୍ ସମୟରେ ସେ ଘରଭଡା ଖୋଜି ଆମ ସହିତ ରହି ଆସୁଥିଲେ। ଆମେ ତାଙ୍କର କିମ୍ବା ତାଙ୍କ ପରିବାରର ବିଷୟରେ କିଛି ଜାଣିନାହୁଁ।” ସାଧାରଣତଃ ସେ ସପ୍ତାହରେ କେବଳ ଦୁଇ ଦିନ କାମ କରୁଥିଲେ ଏବଂ ଅବଶିଷ୍ଟ ସମୟ କୋଠରୀ ଭିତରେ ରହୁ ଥିଲେ।

ପୋଲିସ ବର୍ତ୍ତମାନ ହାସନଙ୍କ ସହ ରହୁଥିବା ସମସ୍ତ ବ୍ୟକ୍ତିଙ୍କ ମୋବାଇଲ୍ ଫୋନ ଜବତ କରିଛି। ସେମାନଙ୍କୁ ଏନ୍ଆଇଏ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ କୁହାଯାଇଛି।

ଦିଲ୍ଲୀର ଆତଙ୍କବାଦ ବିରୋଧୀ ତଦନ୍ତ ଏଜେନ୍ସି ଅଧିକାରୀଙ୍କ ଅନୁଯାୟୀ ପଶ୍ଚିମବଙ୍ଗର ମୁର୍ସିଦାବାଦରେ ମଧ୍ୟ ଛଅ ଜଣଙ୍କୁ ଗିରଫ କରାଯାଇଛି। ତେବେ ଏମାନେ ଦିଲ୍ଲୀରେ ଆତଙ୍କ ଖେଳାଇବା ପାଇଁ ଯୋଜନା କରୁଥିଲେ ବୋଲି ଜଣାପଡିଛି।

ମୁଖ୍ୟତଃ ନିରୀହ ଲୋକଙ୍କୁ ହତ୍ୟା କରିବା ଏବଂ ସେମାନଙ୍କ ମନରେ ଆତଙ୍କ ସୃଷ୍ଟି କରିବା ହେଉଛି ଏହି ଗୋଷ୍ଠୀର କାମ। ଏଥିସହିତ ଭାରତର ଗୁରୁତ୍ୱପୂର୍ଣ୍ଣ ସଂସ୍ଥାଗୁଡ଼ିକରେ ଆକ୍ରମଣ କରିବାକୁ ଯୋଜନା ମଧ୍ୟ କରୁଥିଲା ​​ବୋଲି ମୁଖପାତ୍ର କହିଛନ୍ତି। ତେବେ କେଉଁ ସଂସ୍ଥା ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିଲେ ତାହା ପରେ ଜଣାପଡିବ।

ଚଢାଉ ବେଳେ ସେମାନଙ୍କ ନିକଟରୁ ତୀକ୍ଷ୍ଣ ଅସ୍ତ୍ରଶସ୍ତ୍ର, ଦେଶରେ ନିର୍ମିତ ଅସ୍ତ୍ରଶସ୍ତ୍ର, ସ୍ଥାନୀୟ ଭାବରେ ନିର୍ମିତ ଅସ୍ତ୍ରଶସ୍ତ୍ର, ଘରେ ତିଆରି ବିସ୍ଫୋରକ ଉପକରଣ ସହିତ ଜିହାଦୀ ପ୍ରବନ୍ଧ ଏବଂ ସାହିତ୍ୟ ଜବତ କରାଯାଇଛି।

କେରଳରେ ଗିରଫ ହୋଇଥିବା ବ୍ୟକ୍ତିମାନେ ବର୍ତ୍ତମାନ ଏନଆଇଏ ଅଧିକାରୀଙ୍କ ଅଧୀନରେ ଅଛନ୍ତି। ସେମାନଙ୍କୁ କେରଳର ଏକ ସ୍ୱତନ୍ତ୍ର ଏନଆଇଏ କୋର୍ଟରେ ହାଜର କରାଯିବ। ଏହା ପରେ ସେମାନଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇ ଅଧିକ ତଦନ୍ତ କରାଯିବ ବୋଲି ଜଣାପଡିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଆଜି ସକାଳୁ ନଅ ଜଣ ଅଲ କାଏଦା ଆତଙ୍କବାଦୀଙ୍କୁ ଗିରଫ କଲା ଏନଆଇଏ, ଜାଣନ୍ତୁ କେଉଁଠୁ

ନୂଆଦିଲ୍ଲୀ, ଜାତୀୟ ତଦନ୍ତ ଏଜେନ୍ସି ବା ଏନଆଇଏ ଆଜି ସକାଳୁ ଚଢାଉ କରି ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଅଲ-କାଏଦାର ନଅ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏହି ଆତଙ୍କବାଦଙ୍କୁ ପଶ୍ଚିମବଙ୍ଗର ମୁର୍ସିଦାବାଦ ଏବଂ କେରଳର ଏର୍ନାକୁଲମରୁ ଗିରଫ କରାଯାଇଛି। ଏହି ଦୁଇ ସହରରେ ଆତଙ୍କବାଦୀମାନେ ଲୁଚି ରହିଛନ୍ତି ବୋଲି ସଠିକ ଖବର ମିଳିଥିଲା। ସେହି ଅନୁସାରେ ଏନଆଇଏ ଯୋଜନା ପ୍ରସ୍ତୁତ କରି ଆଜି ସକାଳେ ଦୁଇଟି ସ୍ଥାନରେ ଅତର୍କିତ ଚଢାଉ କରି ଆତଙ୍କବାଦୀଙ୍କୁ ଗିରଫ କରିଥିଲା।