Categories
ଆଜିର ଖବର ରାଜ୍ୟ ଖବର

ପୋଲ ଭୁସୁଡ଼ି ତଳକୁ ଖସିଲା ଦୁଇ କାର, ଅଳ୍ପକେ ବର୍ତ୍ତିଲେ ସାତ ଯାତ୍ରୀ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ୍ ରୁ ଥୁଆମୂଳ ରାମପୁର ପୂର୍ତ୍ତ ବିଭାଗର ରାଜ୍ୟ ରାଜପଥର ୪୪ ନମ୍ବର ରାସ୍ତାରେ ଥିବା ଭାଗିରଥି ପାର୍କ ନିକଟସ୍ଥ ବ୍ରିଜ୍ ଅଚାନକ ଭୁଶୁଡ଼ିବାରୁ ୨ଟି ଚଳନ୍ତା କାର ଭଗ୍ନବ୍ରିଜ୍ ତଳକୁ ଖସିପଡି ଥିଲା। ଗତକାଲି ଅପରାହ୍ନ ପ୍ରାୟ ୩ଟା ସମୟରେ ଭବାନୀପାଟଣାରୁ ଫୁର୍ଲିଝରଣ ପରିଦର୍ଶନରେ ଦୁଇଟି ପରିବାର ଯିବା ସମୟରେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି।

ଘଟଣାସ୍ଥଳରୁ ୭ ଜଣଙ୍କୁ ଉଦ୍ଧାର କରାଯାଇ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ଯୋଗୁଁ ଭବାନୀପାଟଣା ଠାରୁ ଥୁଆମୂଳ ରାମପୁର ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଛି।

ପ୍ରାୟତଃ ୧୯୩୫ ମସିହାରେ ନିର୍ମିତ ଏହି ବ୍ରିଜ୍ ଗତ କିଛି ବର୍ଷ ତଳେ ରାସ୍ତା ମରାମତି ଓ ପ୍ରସାରିତ କରାଯିବା ସମୟରେ ବିଭାଗ ପକ୍ଷରୁ ଅଣଦେଖା କରାଯାଇଥିବାରୁ ଏଭଳି ଅଭାବନୀୟ ଘଟଣା ଘଟିଥିବାର ଆଲୋଚନା ହେଉଛି। ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ କରି ରାସ୍ତା ନିର୍ମାଣ କରୁଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷଙ୍କର ଏଭଳି ଅଣଦେଖା ଦାୟିତ୍ବ ହୀନତାର ପରିଚୟ ଦେଉଥିବାର ସ୍ଥାନୀୟ ଲୋକଙ୍କ ଠାରୁ ପ୍ରକାଶ।

ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ବିଭାଗୀୟ ଦୋଷ ଲୁଚାଇବାକୁ ଯାଇ ପୁରୁଣା ବ୍ରିଜ ଇଟାରେ ତିଆରି ହୋଇଥିବା ହେତୁ ଭୁସିଡି ପଡିଥିବା କହୁଥିବା ବେଳେ ରାସ୍ତା ଉନ୍ନତିକରଣ ସମୟରେ ତଦନ୍ତ ସମ୍ପର୍କରେ ନୀରବ ରହୁଥିବା ଜଣାପଡିଛି। ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ ଏହାର ଉପଯୁକ୍ତ ମରାମତି ଅବା ବିକଳ୍ପ ରାସ୍ତା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯିବାର ଆବଶ୍ୟକ ଥିଲା। କିନ୍ତୁ ପ୍ରଶାସନ ଏହା କରି ନଥିବାରୁ ଆଜି ଏକ ବଡ଼ ଅଘଟଣ ଘଟିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏହି ଅଘଟଣ ପାଇଁ ପୂର୍ତ୍ତ ବିଭାଗର ଅଧିକାରୀ ମାନଙ୍କୁ ସାଧାରଣରେ ସମ୍ପୂର୍ଣ୍ଣ ଭାବରେ ଦାୟୀ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ବିଜେଡ଼ିର ସାଧାରଣ ସମ୍ପାଦକଙ୍କ କାରକୁ ପିଟିଲା ବାଇକ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନିରଂଜନ ଦାସ

ନୟାଗଡ/ଖଣ୍ଡପଡା: ଆଜି ନୟାଗଡ ଜିଲ୍ଲା ଖଣ୍ଡପଡାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ରାଜ୍ୟ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ମହମ୍ମଦ ସକିଲ ଯାଉଥିବା କାରକୁ ବାଜାଜ ପଲସର ବାଇକଟି ଦୃତ ଗତିରେ ସମ୍ମୁଖରୁ ଧକ୍କା ଦେଇଛି। ଯାହାଫଳରେ କାରରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ଆଂଶିକ ଆଘାତ ପାଇଛନ୍ତି।

ସୂଚନା ଅନୁଯାୟୀ, ଆଜି ସକାଳୁ ଏକ ବ୍ୟକ୍ତିଗତ କାର୍ଯ୍ୟରେ ଖଣ୍ଡପଡାରୁ କୋଷକା ଅଭିମୁଖେ ମହମ୍ମଦ ଏବଂ ତାଙ୍କ ସହଯୋଗୀ ଯାଉଥିଲେ। ହେଲେ ସେହି ସମୟରେ ଅପର ପକ୍ଷରୁ ବାଜାଜ ପଲସର (ଓଡ଼ି ୨୫ ଏଲ- ୭୮୭୫ ନମ୍ବର) ବାଇକ ଚଲାଉଥିବା ଜଣେ ଯୁବକ ଦ୍ରୁତଗତିରେ ଆସି ମାରୁତି ଗାଡିର ସମ୍ମୁଖରୁ ଧକ୍କା ଦେଇଥିଲା।

ସେହି ସମୟରେ ରାଜ୍ୟ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ମହମ୍ମଦ ସକିଲଙ୍କ ସମେତ ପୂର୍ବତନ ସରପଞ୍ଚ ବିଜୟ କୁମାର ତ୍ରିପାଠୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦୂର୍ଯ୍ଯୋଧନ ସ୍ୱାଇଁ, ଓମଫେଡର ପୂର୍ବତନ ମାର୍କେଟିଙ୍ଗ ମ୍ୟାନେଜର ପ୍ରମୋଦ କୁମାର ବେହେରା ପ୍ରମୁଖ ଆଂଶିକ ଆଘାତ ପ୍ରାପ୍ତ ହୋଇ ନିଶ୍ଚିତ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତୀ ଯାଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଚଳନ୍ତା କାରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ: ନୋଏଡା ଏକ୍ସପ୍ରେସୱେରେ ଏକ ଚଳନ୍ତା କାରରେ ନିଆଁ ଲାଗିଯାଇଛି। କିନ୍ତୁ ସୌଭାଗ୍ୟବଶତଃ ଏଥିରେ ଯାତ୍ରା କରୁଥିବା ତିନି ଜଣ ଲୋକ ଡେଇଁପଡି ସେମାନଙ୍କର ଜୀବନ ରକ୍ଷା କରିପାରିଛନ୍ତି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ପୋଲିସ୍ ନଲେଜ୍ ପାର୍କ ଅଞ୍ଚଳର ସେକ୍ଟର ୧୪୮ ନିକଟରେ ତିନିଜଣ ଯୁବକ କୌଣସି ଏକ ସ୍ଥାନକୁ ଯାଉଥିଲେ, ଏହି ସମୟରେ ହଠାତ୍ ସେମାନଙ୍କ ଟେରାନୋ କାରର ଟାୟାରରେ ନିଆଁ ଲାଗିଯାଇଥିଲା। ଏବଂ ନିଆଁଟି ସମଗ୍ର କାରକୁ ବ୍ୟାପଯାଇଥିଲା। ଏହାପରେ ତିନିଜଣ ଯୁବକ ଚଳନ୍ତା କାରରୁ ଡେଇଁପଡି ସେମାନଙ୍କ ଜୀବନ ରକ୍ଷା କରିଥିଲେ। ଅଗ୍ନିଶମବାହିନୀ ନିଆଁକୁ ଆୟତ୍ତ କରିଥିଲା।

କିନ୍ତୁ ନିଆଁକୁ ଆୟତ୍ତ କରିବା ସମୟରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ହେତୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଲା ଏବଂ ଏହି ଘଟଣା ପରେ କିଛି ସମୟ ପାଇଁ ଟ୍ରାଫିକ ବନ୍ଦ ହୋଇଯାଇଥିଲା।