Categories
ଆଜିର ଖବର

ଆଉ ଜଣେ ଲଶ୍କର ଆତଙ୍କବାଦୀଙ୍କ ହେବ ଫାଶୀ, ଜାଣନ୍ତୁ ସେ କିଏ ଏବଂ କେଉଁଠି କରିଥିଲା ଆକ୍ରମଣ

ନୂଆଦିଲ୍ଲୀ: ୨୦୦୦ ମସିହାରେ ଲାଲ କିଲ୍ଲା ଉପରେ ହୋଇଥିବା ଆକ୍ରମଣରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲଶ୍କର-ଇ-ତୋଇବା ଆତଙ୍କବାଦୀ ଆଶଫାକଙ୍କୁ ଫାଶୀ ଦିଆଯିବ। ବାସ୍ତବରେ ସୁପ୍ରିମକୋର୍ଟ ଆତଙ୍କବାଦୀ ଅଶଫାକଙ୍କ ମୃତ୍ୟୁ ଦଣ୍ଡକୁ ସଂରକ୍ଷିତ ରଖିଛନ୍ତିଏବଂ ତାଙ୍କ ଦ୍ଵାରା ଦାଖଲ ହୋଇଥିବା ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଛନ୍ତି।

ପ୍ରକୃତରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ରେଲାଲ କିଲ୍ଲା ଆକ୍ରମଣ ମାମଲାରେ ଆତଙ୍କବାଦୀ ଆଶଫାକ ଦୋଷୀ ସାବ୍ୟସ୍ତ ହୋଇସାରିଛନ୍ତି। ଦୀର୍ଘ ଦିନର ଶୁଣାଣି ପରେ ସୁପ୍ରିମକୋର୍ଟ ଆତଙ୍କବାଦୀ ଆରିଫଙ୍କୁ ଅଗଷ୍ଟ ୧୦ ତାରିଖ ୨୦୧୧ରେ ମୃତ୍ୟୁଦଣ୍ଡ ଦେଇଥିଲେ। ଏହା ପରେ ଆତଙ୍କବାଦୀ ଆଶଫାକ ପୁନର୍ବାର ଓପନ କୋର୍ଟରେ ପୁନର୍ବିଚାର ଆବେଦନ ଉପରେ ଶୁଣାଣି କରିବାକୁ ଦାବି କରିଥିଲେ।

ଆତଙ୍କବାଦୀ ଆଶଫାକ ୨୨ ଡିସେମ୍ବର ୨୦୦୦ ର ରାତିରେ ଲାଲ କିଲ୍ଲାରେ ଥିବା ସେନା ବ୍ୟାରେକ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିଲେ, ଯେଉଁଥିରେ ସୁପ୍ରିମକୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ସୁପ୍ରିମକୋର୍ଟର ୫ ଜଣିଆ ବିଚାରପତିଙ୍କ ସାମ୍ବିଧାନିକ ବେଞ୍ଚ ଜୁଲାଇ ୨୦୧୯ରେ ପାକିସ୍ତାନୀ ନାଗରିକ ଆଶଫାକଙ୍କ ଆବେଦନକୁ ଗ୍ରହଣ କରିଥିଲେ।

ସୂଚନା ଯୋଗ୍ୟ ଯେ, ୨୨ ଡିସେମ୍ବର ୨୦୦୦ ରେ ଲାଲ କିଲ୍ଲା ଆକ୍ରମଣରେ ଦୁଇ ଜଣ ସେନା କର୍ମଚାରୀଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ମାମଲାରେ ୧୧ ଦୋଷୀଙ୍କୁ ଦଣ୍ଡ ଦିଆଯାଇଛି। ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଆକ୍ରମଣ କରିବା ପାଇଁ ପାକିସ୍ତାନରୁ ଆତଙ୍କବାଦୀ ଦଶ ଲକ୍ଷ ଟଙ୍କା ପାଇଥିଲେ।