Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସ ନେତା ଅଶୋକ ସାମଲଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ

ଭୁବନେଶ୍ୱର: ବରିଷ୍ଠ ରାଜନେତା ତଥା ସମାଜସେବୀ ଅଶୋକ ସାମଲଙ୍କ ଅକାଳ ବିୟୋଗରେ ଓପିସିସି ସଭାପତି ଶରତ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶ୍ରୀ ପଟ୍ଟନାୟକ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ସ୍ୱର୍ଗତ ସାମଲ କଂଗ୍ରେସ ଦଳରେ ଥିବାବେଳେ ତାଙ୍କ ସହିତ ଘନିଷ୍ଠ ସମ୍ପର୍କ ଥିଲା।ତାଙ୍କ ବିୟୋଗ ମୋତେ ଗଭୀର ଦୁଃଖ ଦେବା ସହ ମର୍ମାହତ କରିଛି।

ସ୍ବର୍ଗତ ସାମଲ ଜଣେ ବନ୍ଧୁବତ୍ସଳ,ଅମାୟିକ,ଭଦ୍ର,ପରୋପକାରି ସମାଜସେବୀ ଥିଲେ।ଏହିପରି ଦୁଃଖଦ ସମୟରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି ଓପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ।

Categories
ଆଜିର ଖବର ରାଜ୍ୟ ଖବର

ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲଙ୍କ ପରଲୋକ

କଟକ: ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ତଥା ଶିଳ୍ପପତି ଅଶୋକ ସାମଲଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ସେ ଗତ କିଛିଦିନ ଧରି ଅସୁସ୍ଥତା ଯୋଗୁଁ ହସପିଟାଲରେ ଭର୍ତ୍ତି ହୋଇଥିଲେ। ହେଲେ ଆଜି କଟକ ତେଲଙ୍ଗାବଜାର ତାଙ୍କ ବାସଭବନରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।

ଅଶୋକ କଂଗ୍ରେସର ମୁଖପାତ୍ର ସହିତ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରୁଥିଲେ। ସେ କଟକର କଂଗ୍ରେସର ଜଣେ ଟାଣୁଆ ନେତା ଭାବରେ ବେଶ ପରିଚିତ ଥିଲେ। ସରକାରଙ୍କୁ ଶାଣିତ ମାର୍ଗରେ କଟୁ ସମାଲୋଚନା କରିବାରେ କଳା ବେଶ ଜଣାଥିଲା। ତାଙ୍କ ବିୟୋଗରେ ବହୁ କଂଗ୍ରେସ ନେତା ଶୋକ ପ୍ରକାଶ କରିଛନ୍ତି।