Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୋଷ୍ଟ ଅଫିସରେ ୫ କୋଟି ଟଙ୍କା ଠକେଇ ମାମଲା: ଏକ ମାସ ଭିତରେ ତଦନ୍ତ କରି ରିପୋର୍ଟ ଦେବାକୁ କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: କେନ୍ଦ୍ର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ଓଡିଶାରେ ଜନ ଆର୍ଶିବାଦ ଯାତ୍ରା ଜାରି ରହିଛି। ଏହି ଅବସରରେ ଆଜି କେନ୍ଦ୍ରମନ୍ତ୍ରୀ ମାଲକାନଗିରି ଗସ୍ତ କରିଛନ୍ତି। ତେବେ ମାଲକାନଗିରି ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହେରେଫେର ମାମଲା ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ପ୍ରତିକ୍ରିୟା ରଖିଛନ୍ତି। ଜମାକାରୀଙ୍କ ୫ କୋଟି ଟଙ୍କା ହେରେଫେର ହୋଇଥିବା ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ଏକ ମାସ ଭିତରେ କରି ରିପୋର୍ଟ ଦେବାକୁ କେନ୍ଦ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଜୟପୁର ଗସ୍ତରେ ଯାଇ ପୋଷ୍ଟ ଅଫିସର ଅଧିକାରୀଙ୍କୁ ତାଗିଦ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଟ୍ରେନ ଇଞ୍ଜିନରେ ଯାତ୍ରା କରି ସମସ୍ୟା ପରଖିଲେ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ

ନୂଆଦିଲ୍ଲୀ: ଟ୍ରେନ ଇଞ୍ଜିନରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଯାତ୍ରା କରିଛନ୍ତି। ଗତକାଲି ଗୁଜୁରାଟର ୱାଡନଗର ରେଳ ଖଣ୍ଡର ରେଳମନ୍ତ୍ରୀ ଅନୁସନ୍ଧାନ କରିଛନ୍ତି। ଏହି ସମୟରେ ଲୋକୋମୋଟିଭ ପାଇଲଟ ସାଥିରେ ପୁଙ୍ଖାନୁପୁଙ୍ଖ ଚର୍ଚ୍ଚା କରିଛନ୍ତି ଏବଂ ବିଭିନ୍ନ ସମସ୍ୟା ବିଷୟରେ ବୁଝିଛନ୍ତି। ଲୋକୋ ପାଇଲଟଙ୍କ କାର୍ଯ୍ୟ ସମ୍ବଦ୍ଧିତ ବିଭିନ୍ନ ସମସ୍ୟା ବିଷୟରେ ମଧ୍ୟ ବୁଝିବାକୁ ଚେଷ୍ଟା କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ୱାଡନଗର ରେଲୱେ ଷ୍ଟେସନକୁ ପ୍ରଧାନମନ୍ତ୍ରୀ ମୋଦୀ ଉଦଘାଟନ କରିଥିଲେ। ଏହି ସମୟରେ ରେଳମନ୍ତ୍ରୀ ଏକ ସେଲ୍ଫି ନେଇ ଟୁଇଟରରେ ଅପଲୋଡ କରିଛନ୍ତି। ଗାନ୍ଧୀନଗର କ୍ୟାପିଟାଲ ରେଲୱେ ଷ୍ଟେସନ ଦେଶର ଆକାଂକ୍ଷା ଏବଂ ପ୍ରଧାନମନ୍ତ୍ରୀଙ୍କ ସ୍ଵପ୍ନକୁ ସାକାର କରିବା ପ୍ରୋଜେକ୍ଟ ଅଟେ।

Categories
ଆଜିର ଖବର ଜାତୀୟ ଖବର

ଦେଶରେ ଆଇନ ସବୁଠାରୁ ଉପରେ, ଟ୍ବିଟରକୁ ନିୟମ ମାନିବାକୁ ହେବ: ନୂଆ ଆଇଟି ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ

ନୂଆଦିଲ୍ଲୀ: ଦେଶରେ ନୂତନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ଅଶ୍ଵିନୀ ବୈଷ୍ଣବ କାର୍ଯ୍ୟଭାର ସମ୍ଭାଳିଛନ୍ତି। ନିଜର ଦାୟିତ୍ଵ ଗ୍ରହଣ କରିବା ପରେ ସୋସିଆଲ ମିଡିଆକୁ କଡା ସନ୍ଦେଶ ଦେଇଛନ୍ତି। ଭାରତ ସରକାର ଏବଂ ଟ୍ବିଟର ମଧ୍ୟରେ ଜାରି ରହିଥିବା ବିବାଦକୁ ନେଇ ସେ କଡା ପ୍ରତିକ୍ରିୟା ରଖିଛନ୍ତି।

ଅଶ୍ଵିନୀ ବୈଷ୍ଣବ କହିଛନ୍ତି ଯେ, ଦେଶରେ ଆଇନ ସବୁଠାରୁ ଉପରେ। ତେଣୁ କେନ୍ଦ୍ର ସରକାର ଦ୍ଵାରା ଲାଗୁ କରାଯାଇଥିବା ନୂଆ ଆଇନକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ମାନିବାକୁ ବାଧ୍ୟ। ଦେଶରେ ରହିବାକୁ ହେଲେ ସମସ୍ତେ ଭାରତ ସରକାରଙ୍କ ନୂଆ ଆଇନକୁ ମାନିବା ଉଚିତ ବୋଲି ଅଶ୍ଵିନୀ କହିଛନ୍ତି।