Categories
ଆଜିର ଖବର ଜାତୀୟ ଖବର

ବିଜେପିରେ ଯୋଗ ଦେଲେ ପୂର୍ବତନ ଆଇପିଏସ ଅସୀମ ଅରୁଣ

ଲକ୍ଷ୍ନୌ: ଆଇପିଏସ ଚାକିରି ଛାଡିଥିବା ଅସୀମ ଅରୁଣ ରବିବାର ଦିନ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ରାଜ୍ୟ ସଭାପତି ସ୍ଵତନ୍ତ୍ର ଦେବ ସିଂ ଏବଂ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ତାଙ୍କୁ ବିଜେପିର ସଦସ୍ୟତା ଦେଇଛନ୍ତି। ଯେଉଁ ଦିନ ନିର୍ବାଚନ ଆୟୋଗ ଦେଶର ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ, ସେହି ଦିନ ଅରୁଣ ପୋଲିସ ଚାକିରିରୁ ଭିଆରଏସ ନେବାକୁ ଘୋଷଣା କରିଥିଲେ।

ବିଜେପିରେ ଯୋଗଦେବା ପରେ ଅସୀମ ଅରୁଣ କହିଛନ୍ତି ଯେ, ମୁଁ କୃତଜ୍ଞ ଯେ ଆଜି ମୁଁ ବିଜେପିରେ କାମ କରିବାର ସୁଯୋଗ ପାଇଛି ଏବଂ ମୁଁ ମଧ୍ୟ ଏଠାରେ ଭଲ କରିବା ପାଇଁ ଚେଷ୍ଟା କରିବି। ମୁଁ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି ଯେ, ଯିଏ ସାରା ରାଜ୍ୟରେ ଏକ ଉତ୍ତମ ଆଇନ ପରିବେଶ ସୃଷ୍ଟି କରିଥିଲେ ଏବଂ ପୋଲିସ୍ କର୍ମଚାରୀଙ୍କୁ କିମ୍ବା ସମସ୍ତଙ୍କୁ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ପ୍ରେରଣା ଦେଇଥିଲେ। ”

ଦଳିତ ସମାଜରୁ ଆସିଥିବା ଅସୀମ ଅରୁଣଙ୍କ ପିତା ଶ୍ରୀରାମ ଅରୁଣ ଉତ୍ତରପ୍ରଦେଶ ପୋଲିସର ମୁଖ୍ୟ ରହିଥିଲେ। ତାଙ୍କର ଦେହାନ୍ତ ହୋଇଯାଇଛି। ଅସୀମ ଅରୁଣ ଏକ ଫେସବୁକ ପୋଷ୍ଟରେ ଭିଆରଏସ ନେବାକୁ ଘୋଷଣା କରିଥିଲେ।