Categories
ଆଞ୍ଚଳିକ

ରଣପୁର: ଅସୁରକୁମାରୀ ଯଜ୍ଞ ଆରମ୍ଭ, କଳସ ଯାତ୍ରାରେ ସାମିଲ ହେଲେ ୬୦ ରୁ ଊର୍ଦ୍ଧ୍ଵ ଭକ୍ତ

ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବଜ୍ରକୋଟ ସ୍ଥିତ ମା’ ଅସୁରକୁମାରୀ ଦେବୀଙ୍କ ପୀଠରେ ଚଳିତ ମାସ ୨୬ ତାରିଖ ଶୁକ୍ଳ ପକ୍ଷ ପଞ୍ଚମୀ ଠାରୁ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି। ଏହି ମହାଯଜ୍ଞ ଚଳିତ ମାସ ଶୁକ୍ଳ ପକ୍ଷ ନବମୀ ପର୍ଯ୍ୟନ୍ତ ଅର୍ଥାତ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।

ମା ଅସୁରକୁମାରୀ ଚାରିଟେବଲୁ ଟ୍ରଷ୍ଟ ପକ୍ଷରୁ ମିଳିଥିବା କାର୍ଯ୍ୟସୂଚୀ ଅନୁଯାୟୀ ଚଳିତ ମାସ ୨୬ ତାରିଖରେ ଅଙ୍କୁରାପୋଣ, ୨୮ ତାରିଖରେ ଦେବୀ ବରଣ, କଳସ ଯାତ୍ରା, ସୂର୍ଯ୍ୟପୂଜା, ଯଜ୍ଞ ଆରମ୍ଭ, ଭାଗବତ, ସଂକୀର୍ତ୍ତନ, ଠାକୁରାଣୀ ସ୍ନାନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।

ସେହିପରି ୨୯ ତାରିଖରେ ସୂର୍ଯ୍ୟ ପୂଜା, ଅଖଣ୍ଡ ଯଜ୍ଞ ସହିତ ପ୍ରସାଦ ସେବନ ଓ ମନୋରଞ୍ଜନ କାର୍ଯ୍ୟକ୍ରମର କାର୍ଯ୍ୟସୂଚୀ ରହିଛି। ଆସନ୍ତା ୩୦ ତାରିଖରେ ପୂର୍ଣ୍ଣାହୁତିର କାର୍ଯ୍ୟସୂଚୀ ରହିଥିବା ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆ ଯାଇଛି। କଳସ ଯାତ୍ରାରେ ୬୦ ରୁ ଉର୍ଦ୍ଧ ଭକ୍ତ ସାମିଲ ହୋଇଥିଲେ। ଗୋପୀନାଥ ଦାଶ ଏଥିରେ ଆଚାର୍ଯ୍ୟ ଭାବେ କାର୍ଯ୍ୟ ଭାର ତୁଲାଉ ଥିବା ଜଣା ପଡିଛି।

ସୂଚନା ଥାଉ କି ମା ଅସୁର କୁମାରୀ ପୀଠ ଏକ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ଅଟେ। ଏଠାକୁ ବର୍ଷ ସାରା ପ୍ରତିଦିନ ଶହ ଶହ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ। ଏହି ପୀଠ ବଣ ଝରଣା ସହ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଅଟେ। ଏହି ପୀଠରେ ବିବାହ ବ୍ରତ ଘର ମଧ୍ୟ କରାଯାଇଥାଏ। ଏହି ପୀଠକୁ ଓଡିଶା ବିଭିନ୍ନ ଜାଗାରୁ ଲୋକମାନେ ବଣ ଭୋଜି କରିବାକୁ ଆସିଥାନ୍ତି।