Categories
ଆଜିର ଖବର ରାଜ୍ୟ ଖବର

ଅସୁସ୍ଥ ଦନ୍ତା ହାତୀର ମୃତ୍ୟୁ

ରଣପୁର: ଗତ କାଲି ରାତିରେ ଅସୁସ୍ଥ ଦନ୍ତାର ମୃତ୍ୟୁ ହୋଇ ଯାଇଥିବା ଜଣା ପଡିଛି। ନୟାଗଡ଼ ଜିଲ୍ଲା ରଣପୁର ବନ ବିଭାଗ ଅଧୀନରେ ଥିବା କାଞ୍ଚନପୁର କାଜୁ ଜଙ୍ଗଲରେ ଏକ ଅସୁସ୍ଥ ଦନ୍ତା ହାତୀ କିଛି ଦିନ ହେବ ବୁଲୁ ଥିବା ଦେଖିବାକୁ ମିଳିଥିଲା। ଏ ନେଇ ସ୍ଥାନୀୟ ଗ୍ରାମବାସୀମାନେ ବନ ବିଭାଗରେ ଜଣାଇ ଥିଲେ। ବିଭିନ୍ନ ଗଣ ମାଧ୍ୟମରେ ମଧ୍ୟ ଏହି ଖବର ପରିବେଷଣ କରାଯାଇଥିଲା। ତୁରନ୍ତ ବନ ବିଭାଗ ହାତୀଟିକୁ ଟାଙ୍କୁ ଲାଇଜାର କରି ଚିକିତ୍ସା କରିବା ପାଇଁ ସ୍ଥାନୀୟ ଗ୍ରାମବାସୀମାନେ ଦାବି କରିଥିଲେ।

ଯାହା ଫଳରେ ଅସୁସ୍ଥ ଦନ୍ତାକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରିବା ଆରମ୍ଭ କରିଥିଲା ବନ ବିଭାଗ। ହାତୀକୁ ଚିକିତ୍ସା କରିବା ପାଇଁ ଭୁବନେଶ୍ୱରରୁ ସ୍ୱତନ୍ତ୍ର ବିଶେଷଜ୍ଞ ଦଳ ଆସିଥିଲେ। କିନ୍ତୁ ଗୋଟାଏ ଦିନ ଚିକିତ୍ସା କରି ସେମାନେ ସେଠାରୁ ପଳାଇ ଯାଇଥିଲେ।

ଚିକିତ୍ସା ପରେ ମଧ୍ୟ ହାତୀଟିର ଅବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇ ନ ଥିଲା। ଏପରିକି ହାତୀଟି ଠିଆ ହେବା ପାଇଁ ଅସମର୍ଥ ହୋଇଥିଲା। ହାତୀର ଆଗ ପଟ ଗୋଡ଼ରେ ଗଭୀର କ୍ଷତ ସହ ସଂକ୍ରମଣ ଥିଲା। ଗତ କାଲି ରାତିରେ ଅସୁସ୍ଥ ଦନ୍ତା ହାତୀର ମୃତ୍ୟ ହୋଇଯାଇଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ମୃତ୍ୟୁ ସହ ସଂଗ୍ରାମ କରୁଛି ଅସୁସ୍ଥ ଦନ୍ତା ହାତୀ, ଚିକିତ୍ସା ପାଇଁ ପହଞ୍ଚିଲେ ପ୍ରାଣୀ ଚିକିତ୍ସକ

କନ୍ଦର୍ପ ବେହେରା
ରେଢ଼ାଖୋଲ: ରେଢ଼ାଖୋଲ ବନଖଣ୍ଡର ଗାଁ ମାନଙ୍କରେ ହାତୀମାନଙ୍କର ଦୌରାତ୍ମରେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।  ହାତୀମାନେ ଗାଁ ମୁହାଁ ହୋଇ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ହାତୀ ମଣିଷ ଲଢ଼େଇ ଏ ଅଂଚଳରେ ନୀତିଦିନିଆ ଘଟଣା।

ହାତୀମାନେ ବଭିନ୍ନ ସମୟରେ ଖାଦ୍ୟ ନ ପାଇ ମୃତ୍ୟୁବରଣ କରୁଛନ୍ତି। ବହୁ ହାତୀ ଅସୁସ୍ଥ ହୋଇ ମଧ୍ୟ ମୃତ୍ୟୁବରଣ କରୁଛନ୍ତି। ରେଢ଼ାଖାଲ ବନଖଣ୍ଡ ନାକଟିଦେଉଳ ବନାଂଚଳ ଅନ୍ତର୍ଗତ ସାହେବୀ ନିକଟସ୍ଥ ଛେମିଣ୍ଡିଆ ଜଙ୍ଗଲରେ ଏକ ଦନ୍ତା ହାତୀ ଅସୁସ୍ଥ ହୋଇ ପଡ଼ିଥିବା ବନବିଭାଗ କହିଛି।

ଆଜି ଏ ସଂପର୍କରେ ବନବିଭାଗ ସୂଚନା ପାଇଛି। ନାକଟିଦେଉଳ ବନ ବିଭାଗ ର ରେଞ୍ଜ ଅଧିକାର ଅଶ୍ବିନୀ କୁମାର ବେହେରା ଘଟଣା ସ୍ଥଳରେ ପହଂଚି ଅସୁସ୍ଥ ହାତୀକୁ କିପରି ଚିକିତ୍ସା କରାଯିବ ବ୍ୟବସ୍ଥା କରୁଥିବା ରେଞ୍ଜ ଅଧିକାରୀ ଅଶ୍ବିନୀ ବେହେରା ପ୍ରକାଶ କରିଛନ୍ତି। ଯାହା ଅନୁମାନ କରାଯାଉଛି ହାତୀଟି ରୋଗାଗ୍ରସ୍ତ ହୋଇ ଏପରି ଅସୁସ୍ଥ ହୋଇପଡ଼ିଛି।

ସୂଚନା ଥାଉକି ଗତ ତା ୨୭/୧୦/୨୦୨୧ ରେ ନାକଟିଦେଉଳ ବ୍ଲକ୍ ଅନ୍ତର୍ଗତ କିସିଣ୍ଡା ନିକଟସ୍ଥ କୁଲାଡେରା ସଂରକ୍ଷିତ ଜଙ୍ଗଲରେ ଏକ ଅସୁସ୍ଥ ମାଈ ହାତୀର ମୃତ୍ୟୁ ହୋଇଥିଲା। ସେଇ ସମୟରେ ବନବିଭାଗର କର୍ମଚାରୀମାନେ ବହୁ ଚେଷ୍ଟା ପରେ ମଧ୍ୟ ହାତୀଟିକୁ ବଂଚାଇ ପାରି ନ ଥିଲେ।