Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଇଆଇଟି ଖଡ଼ଗପୁର ପକ୍ଷରୁ ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ଡିଷ୍ଟିଙ୍ଗୁଇସ୍‌ଡ ଆଲମ୍ନସ୍ ସମ୍ମାନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ର ପ୍ରତିଷ୍ଠାତା ସଭାପତି ତଥା ଆଇଆଇଟି ଖଡଗପୁରର ପୂର୍ବତନ ଛାତ୍ର ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଆଇଆଇଟି ଖଡଗପୁର ପକ୍ଷରୁ ଏଠାରେ ବୁଧବାର ଡିଷ୍ଟିଙ୍ଗୁଇସ୍‌ଡ ଆଲମ୍ନସ୍ ସମ୍ମାନ ପ୍ରଦାନ କରାଯାଇଛି।

ଗତ ଡିସେମ୍ବର ୨୪ ତାରିଖ ଦିନ ଆଇଆଇଟି, ଖଡ଼ଗପୁରର ୬୮ ତମ ସମାବର୍ତନ ଉତ୍ସବରେ ତାଙ୍କ ଅନୁପସ୍ଥିତିରେ ପ୍ରଫେସର ନାୟକଙ୍କୁ ଏହି ସମ୍ମାନଜନକ ସମ୍ମାନ ପ୍ରଦାନ କରାଯାଇଥିଲା।

ବୁଧବାର ଭୁବନେଶ୍ୱର ଗସ୍ତରେ ଆସିଥିବା ଆଇଆଇଟି ଖଡଗପୁରର ନିର୍ଦ୍ଦେଶକ ପ୍ରଫେସର ଭି.କେ.ତିୱାରୀ ପ୍ରଫେସର (ଡକ୍ଟର) ନାୟକଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିର୍ତ କରିଛନ୍ତି।

ପ୍ରଫେସର ନାୟକ ରାଉରକେଲା ସ୍ଥିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ପୂର୍ବତନ ରିଜିଓନାଲ୍ ଇଞ୍ଜିନିୟରିଂ କଲେଜ)ରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ବି. ଟେକ୍ କରିଥିବା ବେଳେ ଆଇଆଇଟି ଖଡ଼ଗପୁରରେ କମ୍ପ୍ୟୁଟର ସାଇନ୍ସରେ ଏମ୍‌. ଟେକ୍ ଡିଗ୍ରୀ ହାସଲ କରିଛନ୍ତି। ସେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅର୍ଥାତ୍ ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲ୍‌ଚର ଆଣ୍ଡ ଟେକ୍ନୋଲୋଜି (ଓୟୁଏଟି)ରୁ ପିଏଚ୍‌ଡି କରିଛନ୍ତି।

“ଆପଣ ଶିକ୍ଷା ଗ୍ରହଣ କରୁଥିବା ଅନୁଷ୍ଠାନ ଆପଣଙ୍କ ବୃତିଗତ ସଫଳତା, ଶିକ୍ଷା, ଗବେଷଣା, ଶିଳ୍ପ, ସାମାଜିକ ଏବଂ ଆନୁଷ୍ଠାନିକ ସ୍ତରରେ ଆପଣଙ୍କ ଅବଦାନ ନିମନ୍ତେ ଏହି ସମ୍ମାନ ପ୍ରଦାନ କରି ନିଜକୁ ଗର୍ବିତ ଅନୁଭବ କରୁଛି” ବୋଲି ପ୍ରଫେସର ନାୟକଙ୍କୁ ଏକ ପତ୍ର ମାଧ୍ୟମରେ ଅବଗତ କରାଯାଇଛି।

ଏହି ଅବସରରେ ପ୍ରଫେସର ନାୟକ କହିଛନ୍ତି ଯେ, ଏଭଳି ସମ୍ମାନ ଗ୍ରହଣ କରି ଆଇଆଇଟି ଖଡଗପୁର ନିକଟରେ ସେ କୃତଜ୍ଞ।

ଶ୍ରୀ ତିୱାରୀ କହିଛନ୍ତି, ଆଇଆଇଟି ଖଡଗପୁରର ଅଦ୍ୟାବଧି ପ୍ରାୟ ୭୦ ହଜାର ଆଲୁମ୍‌ନି ଦେଶ ବିଦେଶରେ ନିଜର ଉଲ୍ଲେଖନୀୟ ଯୋଗଦାନ ରଖିଛନ୍ତି। ପ୍ରଫେସର ନାୟକ ବହୁ ସଂଘର୍ଷ ସହ ଗୋଟିଏ ଇଞ୍ଜିନିୟରିଂ ପ୍ରତିଷ୍ଠାନ ଆରମ୍ଭ କରି ଦେଶର ଏକ ପ୍ରମୁଖ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବାକୁ ସକ୍ଷମ ହୋଇଛନ୍ତି। ଆଇଆଇଟି ଖଡଗପୁରର ପୂର୍ବତନ ଛାତ୍ର ଭାବେ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ଓ ଉଲ୍ଲେଖନୀୟ ଯୋଗଦାନ ଲାଗି ତାଙ୍କୁ ସମ୍ମାନିତ କରି ଅତ୍ୟନ୍ତ ଖୁସି । ତାଙ୍କର ସଂଘର୍ଷ ଯାତ୍ରା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ। ଶିକ୍ଷା ଓ ଅନୁସନ୍ଧାନ ର ସଫଳତା ଧାରା ପ୍ରଶଂସା ଯୋଗ୍ୟ।

Categories
ଆଜିର ଖବର ଜାତୀୟ ଖବର

ଆଇଆଇଟି ଖଡ଼ଗପୁରରେ ପେଟାସ୍କେଲ୍ ସୁପର କମ୍ପ୍ୟୁଟର ପରମ ଶକ୍ତିର ଉଦ୍‌ଘାଟନ

ନୂଆଦିଲ୍ଲୀ: ନ୍ୟାସନାଲ୍ ସୁପର କମ୍ପ୍ୟୁଟିଂ ମିଶନ ଅନ୍ତର୍ଗତ ଆଇଆଇଟି ଖଡ଼ଗପୁରରେ ପେଟାସ୍କେଲ ସୁପର କମ୍ପ୍ୟୁଟର ପରମ ଶକ୍ତିକୁ ଦେଶକୁ ସମର୍ପିତ କରାଯାଇଛି। ଏହା ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଓ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଭାଗ (ଡିଏସଟି) ର ସଂଯୁକ୍ତ ଉଦ୍ୟମ ଅଟେ। ଏହି ଜାତୀୟ ସୁପର-କମ୍ପ୍ୟୁଟିଂ ସୁବିଧା କେନ୍ଦ୍ରର ଲୋକାର୍ପଣ 27 ମାର୍ଚ୍ଚ, 2022 ରେ ପଶ୍ଚିମବଙ୍ଗର ମାନ୍ୟବର ରାଜ୍ୟପାଳ ଶ୍ରୀ ଜଗଦିପ ଧନଖର କରିଛନ୍ତି। ଏହି ଅବସରରେ ଆଇଆଇଟି ଖଡ଼ଗପୁରର ନିର୍ଦ୍ଦେଶକ ପ୍ରଫେସର ବି.କେ. ତିୱାରୀ, ସି-ଡାକର ମହା ନିର୍ଦ୍ଦେଶକ କର୍ଣ୍ଣଲ (ଅବସରପ୍ରାପ୍ତ.) ଏକେ ନାଥ, ଆଇଆଇଟି ଖଡ଼ଗପୁରର ଉପ ନିର୍ଦ୍ଦେଶକ ପ୍ରଫେସର ଅମିତ ପାତ୍ର, ଇଲେକ୍‌ଟ୍ରୋନିକ୍‌ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏନଏସଏମ-ଏଚପିସି ଡିଭିଜନ ର ଗ୍ରୁପ କୋର୍ଡିନେଟର ଶ୍ରୀ ଅରବିନ୍ଦ କୁମାର, ଶ୍ରୀ ଏସ.ଏ. କୁମାର, ଆଡଭାଇଜର, ଏନଏସଏମ, ଏମଇଆଇଟିୱାଇ ତଥା ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏନଏସଏମ –ଏଚପିସି ଡିଭିଜନ, ଡିଏସଟି, ଆଇଆଇଟି ଖଡ଼ଗପୁର ଏବଂ ସି-ଡାକ୍ ର ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। କମ୍ପ୍ୟୁଟେସନାଲ୍ ଏବଂ ଡାଟା ଡିଭିଜନର ବହୁବିଧ କ୍ଷେତ୍ରରେ ଗବେଷଣା ଏବଂ ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ପରମ ଶକ୍ତି ସୁପର କମ୍ପ୍ୟୁଟର ସୁବିଧା ଉପଲବ୍ଧ ରହିଛି। ଏହା ଆଇଆଇଟି ଖଡ଼ଗପୁର ତଥା ପଡ଼ୋଶୀ ଆକାଡେମିକ୍ ଗବେଷଣା ଏବଂ ବିକାଶ ସଂସ୍ଥା ଗୁଡ଼ିକୁ ବୃହତ ମାତ୍ରାରେ କମ୍ପ୍ୟୁଟିଂ ଦକ୍ଷ କରୁଛି।

ଏହା ଉଲ୍ଲେଖନୀୟ ଅଟେ ଯେ 44 ଟି ଜିପିୟୁ ସହିତ 17680 ସିପିୟୁ କୋର ଯୁକ୍ତ ଉତ୍କୃଷ୍ଟ ସୁପର କମ୍ପ୍ୟୁଟିଂ ସୁବିଧା କେନ୍ଦ୍ର ସ୍ଥାପିତ କରିବା ପାଇଁ ଏମଓୟୁରେ ଆଇଆଇଟି ଖଡ଼ଗପୁର ତଥା ସେଣ୍ଟର ଫର ଡେଭଲପମେଣ୍ଟ ଇନ୍ ଆଡଭାନ୍ସଡ କମ୍ପ୍ୟୁଟିଂ (ସିଡାକ୍) ମଧ୍ୟରେ ମାର୍ଚ୍ଚ 2019 ରେ ସ୍ବାକ୍ଷର କରାଯାଇଛି। ଏହି ସୁବିଧା କେନ୍ଦ୍ରରେ ଆରଡିଏଚଏକ୍ସ ଆଧାରିତ ଦକ୍ଷ କୁଲିଂ ପ୍ରଣାଳୀର ବ୍ୟବହାର ହୋଇଛି, ଯଦ୍ବାରା ଉଚ୍ଚ ଉପାଦେୟତା କ୍ଷମତା ହାସଲ କରାଯାଇପାରିବ। ଏହି ପ୍ରଣାଳୀକୁ ଆଇଆଇଟି ଖଡ଼ଗପୁର ଏବଂ ସି-ଡାକରେ ବାଣିଜ୍ୟିକ, ମୁକ୍ତ ସ୍ରୋତ ଏବଂ ଘରୋଇ ସଫ୍‌ଟଓୟାର ପାଇଁ ଯାଞ୍ଚ କରାଯାଇଛି। ଏହି ଯାଞ୍ଚ ବିବିଧତାପୂର୍ଣ୍ଣ ଆପ୍ଲିକେସନ ସହିତ ସାମିଲ୍ ଅଟେ।

ଆଇଆଇଟି ଖଡ଼ଗପୁର ସୁପର-କମ୍ପ୍ୟୁଟିଂ ପ୍ଲାଟଫର୍ମ ପାଇଁ ଉପଯୋଗୀ ସଫ୍‌ଟଓୟାର ତଥା ଉଚ୍ଚ ମାତ୍ରାରେ ଔଦ୍ୟୋଗିକ ତଥା ବୈଜ୍ଞାନିକ ସମସ୍ୟାଗୁଡ଼ିକ ପାଇଁ ଆପ୍ଲିକେସନ ସମ୍ବନ୍ଧରେ ଏନଏସଏମର ଅଧିକାରର ପାଳନ କରିଥାଏ। ଆଇଆଇଟି ଖଡ଼ଗପୁର, ଏଚପିସି ତଥା ଏଆଇ ପାଇଁ ଏନଏସଏମ ଏକ ନୋଡାଲ କେନ୍ଦ୍ର ଅଟେ ଯାହା ସାରା ଦେଶରେ ସୁପର-କମ୍ପ୍ୟୁଟିଂ ଗବେଷଣା ପାଇଁ ଆବଶ୍ୟକ ଶ୍ରମଶକ୍ତିର ବିକାଶ ପାଇଁ କାମ କରୁଛି। ଏହି କେନ୍ଦ୍ର ପାଠ୍ୟକ୍ରମ, କର୍ମଶାଳା, ବୁଟକ୍ୟାମ୍ପ ଆଦିର ଆୟୋଜନ କରୁଛି ଯାହା ବିଭିନ୍ନ କ୍ଷେତ୍ର ସହିତ ସମ୍ବନ୍ଧିତ ଅଟେ। ଏହି କ୍ଷେତ୍ର ସୁପର କମ୍ପ୍ୟୁଟିଂର ସିଦ୍ଧାନ୍ତ, ଡାଟା ସାଇନ୍‌ସ ଏବଂ କୃଷି, ଆଷ୍ଟ୍ରୋନୋମି, ଜୀବ ବିଜ୍ଞାନ, ଯାନ୍ତ୍ରିକ ଇଞ୍ଜିନିୟରିଂ, ପଦାର୍ଥ ବିଜ୍ଞାନ  ଆଦି କ୍ଷେତ୍ରରେ ତାହାର ଉପାଦେୟତା ସହିତ ସାମିଲ୍ ଅଟେ। ଆଇଆଇଟି ଖଡ଼ଗପୁର ସେଣ୍ଟର ଫର୍ କମ୍ପ୍ୟୁଟେସନାଲ୍ ଆଣ୍ଡ ଡାଟା ସାଇନ୍‌ସକୁ ମଧ୍ୟ ସ୍ଥାପିତ କରିଛନ୍ତି। ଏଥିପାଇଁ ଏହା ପ୍ରାଧୀକୃତ ଅଟେ ଯେ ଗବେଷଣା ଏବଂ ବିକାଶରେ ତୀବ୍ରତା ଆଣିବା ପାଇଁ ସୁପର କମ୍ପ୍ୟୁଟରରେ ଗବେଷଣାକରୀମାନଙ୍କୁ ପ୍ରଶିକ୍ଷିତ କରିବ। ନୂଆ ଉଚ୍ଚ କ୍ଷମତାସମ୍ପନ୍ନ କମ୍ପ୍ୟୁଟେସନାଲ୍ ସୁବିଧା କେନ୍ଦ୍ର ଗବେଷଣାକାରୀଙ୍କୁ ସହାୟତା କରିବ ଯେପରି ବିଜ୍ଞାନ ଓ ଇଞ୍ଜିନିୟରିଂର ବିଭିନ୍ନ କ୍ଷେତ୍ରର ବଡ଼ ବଡ଼ ସମସ୍ୟାର ସମାଧାନ କରାଯାଇପାରିବ।

ଉଚ୍ଚ ମୂଲ୍ୟ ସମ୍ବନ୍ଧିତ ସୁପର କମ୍ପ୍ୟୁଟିଂ ଆଧାରିତ ଗବେଷଣାର କିଛି ବଡ଼ କ୍ଷେତ୍ରର ଚିହ୍ନଟ କରାଯାଇଛି ଯେଉଁଥିରେ କମ୍ପ୍ୟୁଟେସନ ଫ୍ଲୁଇଡ୍‌ ଡାଇନାମିକ୍‌ସ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍‌ସ, ବିଗ ଡାଟା ଆନାଲିଟିକ୍‌ସ, ଜଳବାୟୁ ପରିବର୍ତ୍ତନ ଏବଂ ଡିଜିଟାଲ୍ ଆର୍ଥ, କମ୍ପ୍ୟୁଟେସନାଲ୍ ବାୟୋଲୋଜି, କ୍ରିପଟୋଗ୍ରାଫି ଏବଂ ସୁରକ୍ଷା, ସ୍ମାର୍ଟ ଭିତ୍ତିଭୂମି ତଥା ସ୍ଥାୟୀ ସହର ଆଦି ସାମିଲ୍ ଅଟେ। ଏହା ବ୍ୟତୀତ ଏନଏସଏମ ସୁପର କମ୍ପ୍ୟୁଟିଂ ସୁବିଧାର ବ୍ୟବହାର କରୁଥିବା ଅନେକ ଆପ୍ଲିକେସନ ଗବେଷଣା ପ୍ରକଳ୍ପକୁ ପ୍ରାୟୋଜିତ କରିଛି। ଏଥିରେ ଆଇଆଇଟି ତଥା ଅନ୍ୟ ଭାରତୀୟ ସଂସ୍ଥାନ ଏବଂ ଉଦ୍ୟୋଗର ଗବେଷଣାକାରୀମାନଙ୍କୁ ସାମିଲ୍ କରାଯାଇଛି। ମୋଟ୍ ଉପରେ ଏହି ସୁପର କମ୍ପ୍ୟୁଟିଂ ସୁବିଧାରେ ଭାରତୀୟ ଏକାଡେମିକ୍ ଦୁନିଆ ଏବଂ ଉଦ୍ୟୋଗରେ ବିକାଶମୂଳକ ପଦକ୍ଷେପ ପାଇଁ ଗବେଷଣାକୁ ପ୍ରୋତ୍ସାହନ ମିଳିବ ଯଦ୍ବାରା ବିଶ୍ବରେ ଏହା ଏକ ଉଲ୍ଲେଖନୀୟ ସ୍ଥାନ ହାସଲ କରିପାରିବ।

Categories
EngExam ଆଜିର ଖବର ଜାତୀୟ ଖବର

ପ୍ରକାଶ ପାଇଲା JEE ଆଡଭାନ୍ସଡ 2021 ଫଳାଫଳ, ଏହିପରି ପରୀକ୍ଷାର୍ଥୀ ଯାଞ୍ଚ କରିପାରିବେ ରେଜଲ୍ଟ

ନୂଆଦିଲ୍ଲୀ: JEE ଆଡଭାନ୍ସଡ ରେଜଲ୍ଟ 2021 ର ଫଳାଫଳ ଆଜି ଘୋଷିତ ହୋଇଛି। ଏହି ପରୀକ୍ଷା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଖଡଗପୁର ଦ୍ୱାରା କରାଯାଇଥିଲା। ଛାତ୍ରମାନେ ଅଫିସିଆଲ୍ ୱେବସାଇଟ୍ jeeadv.ac.in ରେ ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ। ଏହି ପରୀକ୍ଷା ଅକ୍ଟୋବର 3 ତାରିଖ 2021 ରେ କରାଯାଇଥିଲା। JEE ଆଡଭାନ୍ସଡ ଫଳାଫଳ ଯାଞ୍ଚ କରିବାକୁ, ଛାତ୍ରମାନଙ୍କୁ ରୋଲ୍ ନମ୍ବର, ପଞ୍ଜୀକରଣ ନମ୍ବର ଏବଂ ଜନ୍ମ ତାରିଖ ପ୍ରବେଶ କରିବାକୁ ପଡିବ।

JEE ଆଡଭାନ୍ସଡ ରେଜଲ୍ଟ 2021 ର ଅନ୍ତିମ ପରୀକ୍ଷା ଫଳ ଆଜି ମଧ୍ୟ ଆଇଆଇଟି ଖଡଗପୁର ମାଧ୍ୟମରେ ପ୍ରକାଶ ପାଇଛି। ଛାତ୍ରମାନଙ୍କ ଦ୍ୱାରା ଦିଆଯାଇଥିବା ଆପତ୍ତି ଆଧାରରେ ଅନ୍ତିମ ପରୀକ୍ଷା ଫଳ ପ୍ରସ୍ତୁତ କରାଯାଇଛି। JoSAA ର କାର୍ଯ୍ୟସୂଚୀ ଅନୁଯାୟୀ, ଆଜି ଫଳାଫଳ ଘୋଷଣା ପରେ, ଅକ୍ଟୋବର 16 ତାରିଖରୁ ସମସ୍ତ ମନୋନୀତ ଛାତ୍ରମାନଙ୍କ ପାଇଁ ପସନ୍ଦ ଭରିବାର ବିକଳ୍ପ ଆରମ୍ଭ ହେବ। ଏହା ପରେ ଅକ୍ଟୋବର 22 ତାରିଖ, ସକାଳ 10 ଟାରେ ପ୍ରଥମ ପର୍ଯ୍ୟାୟର ଆବଣ୍ଟନ ଜାରି କରାଯିବ। ଏହା ପରେ ଅକ୍ଟୋବର 24 ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଆବଣ୍ଟନ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟ ସିଟ୍ ଆବଣ୍ଟନ ଅକ୍ଟୋବର 27 ତାରିଖ, ସକାଳ 10 ଟାରୁ ଆରମ୍ଭ ହେବ। ଅକ୍ଟୋବର 30 ତାରିଖରେ ଅପରାହ୍ନ 5 ଟା ସୁଦ୍ଧା ଅନଲାଇନ୍ ଫି ପେମେଣ୍ଟ, ଡକ୍ୟୁମେଣ୍ଟ ଦାଖଲ ପ୍ରକ୍ରିୟା ସମାପ୍ତ ହେବ।

JEE ଆଡଭାନ୍ସଡ 2021 ଫଳାଫଳର ଯୋଗ୍ୟତା ମାନଦଣ୍ଡ:

JEE ଆଡଭାନ୍ସଡ 2021 ଯୋଗ୍ୟତା ହାସଲ କରିବାକୁ, ପ୍ରାର୍ଥୀମାନେ ତିନୋଟି ବିଷୟ ମଧ୍ୟରୁ ସର୍ବନିମ୍ନ 10% ସ୍କୋର କରିବା ଆବଶ୍ୟକ କରନ୍ତି। ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଗଣିତ ସହିତ, ପରୀକ୍ଷାର୍ଥୀଙ୍କର ତିନୋଟିରେ ସମୁଦାୟରେ 35% ରହିବା ଉଚିତ୍। ଏଗୁଡ଼ିକ ହେଉଛି ମାନଦଣ୍ଡ, ଯାହା ଆଧାରରେ ଛାତ୍ରମାନେ ଯୋଗ୍ୟ ହେବେ। ଏହା ପରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କର ଯୋଗ୍ୟତା ତାଲିକା ପ୍ରଦାନ କରାଯିବ।