Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସଫଳ ହେଲା ତୃତୀୟ ପର୍ଯ୍ୟାୟ ଟୀକାକରଣର ଟ୍ରାଏଲ୍ ରନ୍: ପଞ୍ଜୀକରଣ କରିଥିବା ବ୍ୟକ୍ତି ୩ ରୁ ନେବେ ଟୀକା

ଭୁବନେଶ୍ଵର: ଭୁବନେଶ୍ଵରରେ ଚାଲିଥିବା ତୃତୀୟ ପର୍ଯ୍ୟାୟ ଟୀକାକରଣର ଟ୍ରାଏଲ୍ ରନ୍ ସଫଳ ହୋଇଛି। ଆଜି ଆଇଆରସି ଭିଲେଜ ମେଡିକାଲରୁ ଟ୍ରାଏଲ୍ ରନ୍ ଆରମ୍ଭ ହୋଇଥିଲା। ଏହି ଟ୍ରାଏଲ୍ ରନ୍ ରେ ୫୦ ଜଣ ଟୀକା ନେଇଥିଲେ।

ତେବେ ମେ ୩ ତାରିଖରୁ ୧୮ ରୁ ୪୪ ବର୍ଷ ବର୍ଗର ଟୀକାକରଣ ଆରମ୍ଭ ହେବ। ପଞ୍ଜୀକରଣ କରିଥିବା ବ୍ୟକ୍ତି ହିଁ କେବଳ ମେ’ ୩ ରୁ ଟୀକା ନେଇପାରିବେ। ଆଜି ଅପରାହ୍ନରୁ ସ୍ଲଟ ଅଫ ଆପଏଣ୍ଟ କରାଯିବାର ବ୍ୟବସ୍ଥା ହୋଇଛି। ପ୍ରଥମ ପର୍ଯ୍ୟାୟରେ ସବୁ ସରକାରୀ ହସ୍ପିଟାଲରେ ଟୀକାକରଣ କରାଯିବ। ଏକ ସାଙ୍ଗରେ ୪୫ ରୁ ଉର୍ଦ୍ଧ୍ଵ ଏବଂ ୧୮ ରୁ ୪୪ ବର୍ଷ ବୟସ୍କଙ୍କୁ ଟୀକା ଦିଆଯିବ। ସେଥିପାଇଁ ଉଭୟ ବର୍ଗ ପାଇଁ ମେଡିକାଲରେ ଅଲଗା ଅଲଗା ବ୍ୟବସ୍ଥା କରାଯିବ। ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।