Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କିଏ ଏହି ଅନିମେଶ ପ୍ରଧାନ, ଯିଏ କି ଆଇଏଏସ ପରୀକ୍ଷାରେ ଦେଶରେ ହୋଇଛନ୍ତି ଦ୍ବିତୀୟ ଟପର

ଭୁବନେଶ୍ବର: ବର୍ତ୍ତମାନ ରାଜନୀତି ଖବରକୁ ପଛରେ ପକାଇ ଓଡିଶାର ଅନିମେଶ ପ୍ରଧାନ ବେଶ ଚର୍ଚ୍ଚାରେ ଅଛନ୍ତି। କାରଣ ହେଲା ଆଜି ପ୍ରକାଶ ପାଇଥିବା UPSC ର ସିଭିଲି ସର୍ଭିସ ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ସେ ଦ୍ବିତୀୟ ହୋଇଛନ୍ତି। ଏହି ପରୀକ୍ଷାରେ ପ୍ରଥମ ହୋଇଛନ୍ତି ଲକ୍ଷ୍ନୌର ଆଦିତ୍ୟ ଶ୍ରୀବାସ୍ତବ।

ତେବେ ଓଡିଶାର ଅନିମେଶ ପ୍ରଧାନ କିଏ ତାହା ଜାଣିବା ପାଇଁ ସମସ୍ତଙ୍କର ଆଗ୍ରହ ସୃଷ୍ଟି ହେବା ସ୍ବାଭାବିକ। ଅନିମେଶ ହେଉଛନ୍ତି ଅନୁଗୁଳ ଜିଲ୍ଲା ତାଲଚେରର ଭାଲୁଗାଡିଆ ଗ୍ରାମରେ ଯୁବକ। ବାପାଙ୍କ ନାମ ହେଉଛି ପ୍ରଭାକର ପ୍ରଧାନ। ସେ ହିଙ୍ଗୁଳା କଲେଜର ଅଧ୍ୟକ୍ଷ ଥିଲେ। 2017 ମସିହାରେ ତାଙ୍କର ପରଲୋକ ଘଟିଛି।

ସେହିପରି ତାଙ୍କର ମାତଙ୍କ ନାମ ହେଉଛି ଅରୁଣା ପ୍ରଧାନ। ତାଙ୍କର ମଧ୍ୟ ଗତ ଜାନୁୟାରୀ ମାସରେ ପରଲୋକ ଘଟିଛି। ବାପାମା ଛେଉଣ୍ଡ ହୋଇଥିଲେ ମଧ୍ୟ ଅନିମେଶଙ୍କ ପ୍ରବଳ ପରିଶ୍ରମ ଆଜି ସାରା ଭାରତ ବର୍ଷରେ ତାଙ୍କର ପରିଚୟ ସୃଷ୍ଟି କରିପାରିଛି। ଏହିପରି ପରିସ୍ଥିତିରେ ସେ ପାଠପଢି ଆଇଏଏସ ହାସଲ କରିବା ତାହା ପୁଣି ସର୍ବ ଭାରତୀୟ ସ୍ତରରେ ଦ୍ବିତୀୟ ହେବ ଏକ ଅସମ୍ଭବକୁ ସମ୍ଭବ କରିପାରିଛନ୍ତି ଅନିମେଶ।

ଅନିମେଶ ଯୁକ୍ତ ଦୁଇ ବିଜ୍ଞାନରେ ୯୭ ପ୍ରତିଶତରୁ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହେବା ପରେ ରାଉରକେଲା ଏନ୍‌ଆଇଟିରୁ ସଫଳତାର ସହିତ ପାସ ଆଉଟ୍‌ ହେଇଛନ୍ତି। ବର୍ତ୍ତମାନ ସେ ଆଇଓସିଏଲରେ କାର୍ଯ୍ୟରତ ଥାଇ ୟୁପିଏସ୍‌ସି ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ଏମସିଏଲ କଳିଙ୍ଗନଗର ଡିଏଭି ରେ ଅନିମେଶଙ୍କ ସ୍କୁଲ ଜୀବନ କଟିଛି।

ଏହି ସଂଘର୍ଷ ପୂର୍ଣ୍ଣ ଜୀବନ ଭିତରେ ତାଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ହର୍ଟିକଲଚର ଚାକିରୀ କରିଥିବା ତାଙ୍କ ଉଭଣୀ। ତାଙ୍କର ପ୍ରେରଣା ଆଉ ସହଯୋଗରେ ଅନିମେଶ ବାପାମାଙ୍କ ଅନୁପସ୍ଥିତକୁ ଅନୁଭବ କରି ନାହାଁନ୍ତି। ବର୍ତ୍ତମାନ ସେ ସାରା ଦେଶରେ ନାଁ କରିବା ପରେ ତାଙ୍କ ଘରେ ଉଭୟ ଖୁସି ଓ ଦୁଃଖର ଲହରୀ ଖେଳିଯାଇଛି। ଅନିମେଶ ନା ଖୁସିରେ ନାଚି ପାରୁଛନ୍ତି ନା କାନ୍ଦି ପାରୁଛନ୍ତି।

ତେବେ ସାରା ଓଡିଶାରୁ ବର୍ତ୍ତମାନ ତାଙ୍କ ପାଖକୁ ଶୁଭେଚ୍ଛା ବାର୍ତ୍ତା ଆସିବା ପରେ ସେ ନିଜକୁ ସେହି ଖୁସିରେ ହଜାଇ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପ୍ରକାଶ ପାଇଲା IAS ପରୀକ୍ଷା ଫଳ, ଇଶିତା କିଶୋର ଟପ୍ପର

UPSC Result 2023: ଆଜି ୟୁପିଏସସି ପରୀକ୍ଷା ଫଳାଫଳ ଘୋଷଣା କରାଯାଇଛି। ଏଥିରେ IAS, IFS, IPS ଫଳ ମଧ୍ୟ ରହିଛି। ତେବେ ପରୀକ୍ଷାରେ ଇଶିତା କିଶୋର ଟପ୍ପର ହୋଇଛନ୍ତି। ସେହିପରି ଗରିମା ଲୋହିଆ ଦ୍ୱିତୀୟ, ଉମା ହରତି ଏନ ତୃତୀୟ ଏବଂ ସ୍ମୃତି ମିଶ୍ର ଚତୁର୍ଥ ସ୍ଥାନରେ ଅଛନ୍ତି।

ମୟୂର ହାଜାରିକା ପଞ୍ଚମ ସ୍ଥାନରେ ଅଛନ୍ତି। ସେପ୍ଟେମ୍ବର 2022 ରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସାକ୍ଷାତକାର ଜାନୁଆରୀ-ମେ 2023 ରେ କରାଯାଇଥିଲା। ନିଯୁକ୍ତି ପାଇଁ ମୋଟ 933 ପ୍ରାର୍ଥୀଙ୍କୁ ସୁପାରିଶ କରାଯାଇଛି।