Categories
ଆଜିର ଖବର ରାଜ୍ୟ ଖବର

ସୋଆ ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟ ଅପ୍‌କୁ କେନ୍ଦ୍ରମନ୍ତ୍ରୀ ଓ ନାକ୍ ଅଧ୍ୟକ୍ଷଙ୍କ ପ୍ରଶଂସା

ଭୁବନେଶ୍ୱର: ଆଇଏମଏମ୍‌ଟି ପରିସରରେ ଚାଲିଥିବା ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପ୍ ବୈଠକ ପରିପ୍ରେକ୍ଷୀରେ ଆୟୋଜିତ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା” ପ୍ରଦର୍ଶନୀର ଚତୁର୍ଥ ଦିନରେ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟ ଅପ୍‌କୁ ବୁଲି ଦେଖିବା ସହ ଉଚ୍ଚ ପ୍ରଶଂସା କରିଛନ୍ତି କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ସୁଭାଷ ସରକାର, ନ୍ୟାସ୍‌ନାଲ୍ ଆସେସ୍‌ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନ୍‌ସିଲ୍ (ନାକ୍‌) କାର୍ଯ୍ୟକାରୀ କମିଟିର ଅଧ୍ୟକ୍ଷ ଡକ୍ଟର ଅନୀଲ୍ ସହସ୍ରବୁଦ୍ଧେ ଏବଂ ନ୍ୟାସ୍‌ନାଲ୍ କାଉନ୍‌ସିଲ୍ ଫର୍ ଭୋକେସ୍ନାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଂର ଅଧ୍ୟକ୍ଷ ଡକ୍ଟର ନିର୍ମଲଜୀତ ସିଂ କଲ୍‌ସି।

ଡକ୍ଟର ସହସ୍ରବୁଦ୍ଧେ ସୋଆର ସିଆଇଆଇ ଏଗଜିବିଟର ବୁଥ୍ ବୁଲି ଦେଖିବା ସହ ଛାତ୍ରଛାତ୍ରୀମାନଙ୍କ ଷ୍ଟାର୍ଟ ଅପ୍‌କୁ ଉଚ୍ଚ ପ୍ରଶଂସା କରିବା ସହ ପ୍ରଥମ ଏବଂ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ଏଭଳି ଦକ୍ଷତା ପ୍ରଦର୍ଶନ କରୁଥିବା ବେଳେ ସେମାନଙ୍କ ପାଠପଢ଼ା ଶେଷ ବେଳକୁ ସେମାନେ ଖୁବ୍ ଉଚ୍ଚକୋଟୀର କାର୍ଯ୍ୟ କରି ଦେଖାଇବେ ବୋଲି କହିଛନ୍ତି।

ବିଦେଶରୁ ଆସିଥିବା ଅନେକ ପ୍ରତିନିଧି ମଧ୍ୟ ସୋଆର ଷ୍ଟଲ୍‌ଗୁଡ଼ିକୁ ବୁଲି ଦେଖିଥିଲେ। ଏହି ଅବସରରେ ସୋଆର ଆଡିସ୍‌ନାଲ ଡିନ୍ (ଷ୍ଟୁଡେଂଟସ୍ ଆଫେୟାର୍ସ) ଆଇଟିଇଆର ପ୍ରଫେସର ରେଣୁ ଶର୍ମା ଓ ସୋଆ ସଭାପତିଙ୍କ ଓଏସ୍‌ଡି ଶ୍ରୀ ପ୍ରୀତମ୍ ନାୟକଙ୍କ ସମେତ ସୋଆର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜି-୨୦ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା” ପ୍ରଦର୍ଶନୀରେ ସୋଆ ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟ ଅପ୍ କୁ ପ୍ରଶଂସା

ଭୁବନେଶ୍ୱର: ଆଇଏମଏମ୍‌ଟି ପରିସରରେ ଚାଲିଥିବା ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପ୍ ବୈଠକ ପରିପ୍ରେକ୍ଷୀରେ ଆୟୋଜିତ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା” ପ୍ରଦର୍ଶନୀର ତୃତୀୟ ଦିନ ରେ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟ ଅପ୍ କୁ ବୁଲି ଦେଖିବା ସହ ଉଚ୍ଚ ପ୍ରଶଂସା କରିଛନ୍ତି ଏଆଇସିଟିଇ ଅଧ୍ୟକ୍ଷ୍ୟ ପ୍ରଫେସର ଟି.ଜି ସୀତାରାମ।

ପ୍ରଫେସର ସୀତାରାମ ସୋଆର ସିଆଇଆଇ ଏଗଜିବିଟର ବୁଥ୍ ବୁଲି ଦେଖିବା ସହ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ଷ୍ଟାର୍ଟ ଅପ୍‌ର ପ୍ରଶଂସା କରିଥିଲେ।

ଏହି ଅବସରରେ ସୋଆର ଆଡିସ୍‌ନାଲ ଡିନ୍ ( ଷ୍ଟୁଡେଂନସ୍ ଆଫେୟାର୍ସ) ଆଇଟିଇଆର ପ୍ରଫେସର ରେଣୁ ଶର୍ମା ଓ ସୋଆ ସଭାପତିଙ୍କ ଓଏସ୍‌ଡି ପ୍ରୀତମ୍ ନାୟକଙ୍କ ସମେତ ସୋଆର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜି -୨୦ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା”ପ୍ରଦର୍ଶନୀରେ ସୋଆ ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟଅପ୍ ପ୍ରଦର୍ଶିତ

ଭୁବନେଶ୍ୱର: ଆଇଏମଏମ୍‌ଟି ପରିସରରେ ରବିବାର ଜି-୨୦ ଏଜୁକେସନ୍ ୱାର୍କିଂ ଗ୍ରୁପ୍ ବୈଠକ ପରିପ୍ରେକ୍ଷୀରେ ଆୟୋଜିତ “ ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା” ପ୍ରଦର୍ଶନୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଛାତ୍ରଛାତ୍ରୀଙ୍କ ୪ ଟି ଷ୍ଟାର୍ଟ ଅପ୍ ପ୍ରଦର୍ଶିତ ହୋଇଛି।

ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ଅବସରରେ କେନ୍ଦ୍ରର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋଆ ଛାତ୍ରଛାତ୍ରୀ ଙ୍କ ଷ୍ଟାର୍ଟଅପ୍ ଷ୍ଟଲ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଷ୍ଟାର୍ଟ ଅପ୍‌କୁ ଉଚ୍ଚ ପ୍ରଶଂସା କରିଥିଲେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଅବସରରେ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ “ଭବିଷ୍ୟତ କାର୍ଯ୍ୟଶୈଳୀରେ ଗହନ ପ୍ରଯୁକ୍ତି ସହ ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ” କଥାବସ୍ତୁ ଉପରେ ସମ୍ମିଳନୀରେ ଉଦ୍‌ବୋଧନ ଦେଇଥିଲେ। ସେ କହିଥିଲେ ଯେ ବିଶ୍ୱ ଦ୍ରୁତ ଗତିରେ ପରିବର୍ତିତ ହେଉଛି ଏବଂ ବିଶ୍ୱର ପରିବର୍ତନ ସହ ତାଳ ଦେବାକୁ ଦକ୍ଷତା ବିକାଶ ନିତ୍ୟାନ୍ତ ଆବଶ୍ୟକ।

କେନ୍ଦ୍ରମନ୍ତ୍ରୀ ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ ଶିକ୍ଷା, ସ୍ୱାସ୍ଥ୍ୟ, ମୋବିଲିଟି, ମେଟାଭର୍ସ, ରିଭର୍ସ ଇଂଜିନିୟରିଂ, ଡ୍ରୋନ ଟେକ୍‌ନୋଲୋଜି ସହ ହସ୍ତତନ୍ତ, ଓଡିଆ ଭାସ୍କର୍ଯ୍ୟ, କଳା ଓ ସଂସ୍କୃତି, ଇତ୍ୟାଦିକୁ ନେଇ ପ୍ରଦର୍ଶିତ ବିଭିନ୍ନ ସାମଗ୍ରୀକୁ ବୁଲି ଦେଖିଥିଲେ।

ପ୍ରଦର୍ଶିତ ୪ଟି ଷ୍ଟାର୍ଟ ଅପ୍ ମଧ୍ୟରୁ ୱେଡମିଷ୍ଟ ଟେକ୍‌ନୋଲୋଜି ପ୍ରାଇଭେଟ ଲିମିଟେଡ୍ ଦ୍ୱାରା ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ ସହାୟତାରେ ହାଇପର ଲୋକାଲ ସର୍ଭିସ୍ ପ୍ରୋଭାଇଡର୍‌ଙ୍କ ଆବଶ୍ୟକତାକୁ ଆଖିରେ ରଖି ପ୍ରସ୍ତୁତ କରାଯାଇଥିବା ବେଳେ ଟ୍ୱିନ୍‌ଭର୍ସ ଟେକ୍‌ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ପ୍ରତ୍ନତତ୍ୱ, ପର୍ଯ୍ୟଟନ ଓ ପ୍ରଡକ୍ଟ ଡିଜାଇନ୍ କ୍ଷେତ୍ରରେ ଗୁରୁତ୍ୱ ବହନ କରୁଥିବା ତଥା କର୍ମନିଯୁକ୍ତି ସୃଷ୍ଟି କରିବା ନିମନ୍ତେ ପଦକ୍ଷେପ ନିଆଯାଇଛି।

ସହରାଂଚଳରେ ଗମନାଗମନ ନିମନ୍ତେ ଇଲେକ୍ଟ୍ରିକ୍ ଯାନ ବ୍ୟବହାର କ୍ଷେତ୍ରରେ ନୂତନ କର୍ମନିଯୁକ୍ତି ନିମନ୍ତେ ଲେଟସ୍ ଡ୍ରାଇଭ୍ ନାମକ ଷ୍ଟାର୍ଟ ଅପ୍ କାର୍ଯ୍ୟ କରୁଥିବା ବେଳେ କର୍ମସଂସ୍ଥାନ ଲୋଡୁଥିôବା ବ୍ୟକ୍ତିମାନଙ୍କର ବ୍ୟକ୍ତିଗତ ନିପୁଣତା ବୃଦ୍ଧି ନିମନ୍ତେ ଏକ୍ସଟ୍ରାଭା ଷ୍ଟଡି ଟୁର୍ସ ପକ୍ଷରୁ ପଦକ୍ଷେପ ନିଆଯାଇଛି।

ଏହି ଅବସରରେ ସୋଆର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ, ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ), ଆଇଟିଇଆର ପ୍ରଫେସର ରେଣୁ ଶର୍ମା, ଆସୋସିଏଟ ପ୍ରଫେସର ସତୀଶ ସାମଲ ଓ ସୋଆ ସଭାପତିଙ୍କ ଓଏସ୍‌ଡି ଶ୍ରୀ ପ୍ରୀତମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି ପ୍ରଦର୍ଶନୀର ଦ୍ୱିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା କେନ୍ଦ୍ର ଦକ୍ଷତା ବିକାଶ ଉଦ୍ୟମିତା ତଥା ସୂଚନା ଓ ପ୍ରଯୁକ୍ତି ବିଭାଗର ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସୋଆର ଷ୍ଟଲ୍‌ଗୁଡ଼ିକ ବୁଲି ଦେଖିବା ସହ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ଷ୍ଟାର୍ଟ ଅପ୍‌କୁ ପ୍ରଶଂସା କରିଥିଲେ।

ଏହି ଅବସରରେ ଶ୍ରୀ ଚନ୍ଦ୍ରଶେଖର କହିଥିଲେ ଯେ ଭାରତ ଏବେ ନୂଆ ନୂଆ ବୈଷୟିକ ଉଦ୍‌ଭାବନକୁ ଗୁରୁତ୍ୱ ଦେବା ଆରମ୍ଭ କରିଛି। ନୂଆ ସୁଯୋଗ କ୍ଷେତ୍ରରେ ମଧ୍ୟ ପ୍ରଯୁକ୍ତି ବିଦ୍ୟାର ଅନେକ ଅବଦାନ ରହିବ ବୋଲି ସେ କହିଛନ୍ତି।

ଏହି ଅବସରରେ ସୋଆର ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ), ଆଇଟିଇଆର ପ୍ରଫେସର ରେଣୁ ଶର୍ମା, ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ, ୟୁନିଭର୍ସିଟି ଆଉଟ୍‌ରିଚ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ଓ ସୋଆ ସଭାପତିଙ୍କ ଓଏସ୍‌ଡି ଶ୍ରୀ ପ୍ରୀତମ୍ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।