Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ କୁଇଜ ପ୍ରତିଯୋଗିତା ଆୟୋଜିତ

ଭୁବନେଶ୍ୱର: ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଆୟୋଜିତ ଏକ କୁଇଜ ପ୍ରତିଯୋଗିତାରେ ଇସିକା ଅଗ୍ରୱାଲ୍‌, ଶିବମ୍ ଓ ଜୟନ୍ତ କୁମାରଙ୍କୁ ନେଇ ଗଠିତ ଟିମ୍ ବିଜୟୀ ହୋଇଛି। ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ପ୍ରିଭେଂଟିଭ୍ ଆଣ୍ଡ ସୋସିଆଲ୍ ମେଡିସିନ୍ (ଆଇଏପିଏସ୍‌ଏମ୍‌) ପକ୍ଷରୁ ଜାତୀୟ ସ୍ତରରେ ଏହି କୁଇଜର ଆୟୋଜନ କରାଯାଇଥିଲା। ଏହି ହସ୍ପିଟାଲ୍‌ରେ ଏପ୍ରିଲ୍ ୭ ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ ଦୁଇଟି ପର୍ଯ୍ୟାୟରେ ଏହା ଆୟୋଜନ କରାଯାଇଥିଲା।

ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଛାତ୍ରଛାତ୍ରୀଙ୍କୁ ନେଇ ତିନି ସଦସ୍ୟ ବିଶିଷ୍ଟ ୧୪ ଟି ଟିମ୍ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏପ୍ରିଲ୍ ୩ ତାରିଖରେ ଏଲିମିନେସନ୍ ରାଉଣ୍ଡ କରାଯାଇଥିବା ବେଳେ ୪ଟି ଟିମ୍ ଫାଇନାଲକୁ ଉତୀର୍ଣ୍ଣ ହୋଇଥିଲେ ବୋଲି କମ୍ୟୁନିଟି ମେଡିସିନ୍ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ବିକାଶ ଚନ୍ଦ୍ର ନାୟକ କହିଥିଲେ।
ଏପ୍ରିଲ୍ ୧୦ ତାରିଖରେ କୁଇଜ୍‌ର ଫାଇନାଲ୍ ରାଉଣ୍ଡ ଆୟୋଜନ କରାଯାଇଥିବା ବେଳେ ଡାକ୍ତର ନାୟକ କୁଇଜ ମାଷ୍ଟର ଭାବେ ଦାୟିତ୍ୱ ତୁଲାଇଥିଲେ।

ଏହି ଫାଇନାଲ୍ ରାଉଣ୍ଡରେ ୨୫୦ ଜଣ ମେଡିକାଲ୍ ଛାତ୍ରଛାତ୍ରୀଙ୍କ ସହିତ ୩୦ ଜଣ ଫ୍ୟାକଲ୍ଟି ଭାଗ ନେଇଥିଲେ। ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଏବଂ କମ୍ୟୁନିଟି ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ସୁମିତ୍ରା ପଟ୍ଟନାୟକ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ସମ୍ ହସ୍ପିଟାଲ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଭୁବନେଶ୍ୱର: ପଞ୍ଜାବ ନ୍ୟାସ୍‌ନାଲ ବ୍ୟାଙ୍କର ୧୨୯ ତମ ପ୍ରତିଷ୍ଠା ଦିବସ ଅବସରରେ ବୁଧବାର ବ୍ୟାଙ୍କର ପୋଖରୀପୁଟ ଶାଖାରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଏକ ୬ ଜଣିଆ ଡାକ୍ତରୀ ଟିମ୍‌ଙ୍କ ତତ୍ୱାବଧାନରେ ସମ୍ପୃକ୍ତ ଶାଖାରେ ବ୍ୟାଙ୍କ୍ କର୍ମଚାରୀଙ୍କ ସମେତ ବ୍ୟାଙ୍କକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କର ରକ୍ତଚାପ, ମଧୁମେହ ଏବଂ ଶରୀରର ସାଧାରଣ ସମସ୍ୟାର ପରୀକ୍ଷା ନିରୀକ୍ଷା କରାଯାଇଛି।

ଏହି ସ୍ୱାସ୍ଥ୍ୟ ଶିବିରର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଭୁବନେଶ୍ୱର ପିଏନ୍‌ବି ସର୍କଲର ମୁଖ୍ୟ ଚିିତରଂଜନ ପୁଷ୍ଟି, ଭୁବନେଶ୍ୱର ପିଏନ୍‌ବି ଜୋନାଲ୍ ଅଫିସର ମୁଖ୍ୟ ଏ.ଉଦୟ ଭାସ୍କର ରେଡୀ, ଡେପୁଟି ଜୋନାଲ୍ ମ୍ୟାନେଜର ଜନ୍ମେଜୟ ଦୀକ୍ଷିତ, ପୋଖରୀପୁଟ ସ୍ଥିତ ପିଏନ୍‌ବି ଶାଖା ମୁଖ୍ୟ (ବ୍ରାଂଚ ମ୍ୟାନେଜର) ସୁରେଶ କୁମାର ସାହୁ, ଅଲ ଇଣ୍ଡିଆ ପିଏନ୍‌ବି ଅଫିସର୍ସ ଆସୋସିଏସନ୍‌ର ସାଧାରଣ ସମ୍ପାଦକ ବୈଲୋଚନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଶିବିରକୁ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ମେଡିକାଲ୍ ଇଂଟର୍ଣ୍ଣ ଡାକ୍ତର ଆଦ୍ୟାଶା ଆଚାର୍ଯ୍ୟ, ଡାକ୍ତର ଏଲିନା ବାହିନିପତି ଓ ଡାକ୍ତର ସୌମ୍ୟଦୀପ୍ ମିଶ୍ରଙ୍କ ସମେତ ରୋଗୀ ସମ୍ପର୍କ ବିଭାଗ ପକ୍ଷରୁ ବିଶ୍ୱଜିତ ପରିଡ଼ା, ଡାକ୍ତର ଲିଙ୍ଗରାଜ ରଥ ଓ ଇଞ୍ଜିନିୟର ପ୍ରେମନାଥ ତାଣ୍ଡି ପ୍ରମୁଖ ପରିଚାଳନା କରିଥିଲେ।