Categories
ଆଜିର ଖବର ରାଜ୍ୟ ଖବର

ଆଇଟିଇଆର୍ ଓ ଟାଟା ପାୱାର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଏବଂ ଟାଟା ପାୱାର କମ୍ପାନୀ ଲିମିଟେଡ ମଧ୍ୟରେ ପ୍ରଯୁକ୍ତି ବିଦ୍ୟା ଓ ସ୍ମାର୍ଟ ଗ୍ରିଡ କ୍ଷେତ୍ରରେ ଆଦାନପ୍ରଦାନ ନିମନ୍ତେ ମଙ୍ଗଳବାର ଦିନ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ବୁଝାମଣା ଅନୁଯାୟୀ ଫ୍ୟାକଲ୍ଟି ଏବଂ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଓ ପରାମର୍ଶ ଦେବା ସହ ୬ ମାସ ପାଇଁ ଇଂଟର୍ଣ୍ଣସିପ୍‌ର ବ୍ୟବସ୍ଥା କରାଯିବ। ଏହାଛଡା ଇଂଟର୍ଣ୍ଣସିପ୍ ସମୟରେ ଗବେଷଣା କ୍ଷେତ୍ରରେ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ସୁଯୋଗ ମିଳିବ। ଏହା ବ୍ୟତୀତ ଇଞ୍ଜିନିୟରିଂ, ସଫ୍ଟେଓ୍ୟର, ହାର୍ଡେଓ୍ୟର ଇତ୍ୟାଦି ଉପରେ କମ୍ପାନୀ ପକ୍ଷରୁ କର୍ମଶାଳା, ଆଲୋଚନା ଚକ୍ର ଓ ହାକାଥନ୍‌ର ମଧ୍ୟ ଆୟୋଜନ କରାଯିବ ଏବଂ ଆଇଟିଇଆର କ୍ୟାମ୍ପସ୍ ରୁ ଛାତ୍ରଛାତ୍ରୀ ମାନଙ୍କୁ କମ୍ପାନୀରେ ନିଯୁକ୍ତି ସୁଯୋଗ ମିଳିପାରିବ।

ଏହି ବୁଝାମଣାରେ ସୋଆର ପ୍ରୋ-ଭାଇସ୍‌ଚାନ୍‌ସେଲର ପ୍ରଫେସର ଶିତିକଣ୍ଠ ମିଶ୍ର ଓ ଟି ଆଣ୍ଡ ଡି କମ୍ପାନୀର ଟାଟା ପାୱାର ମାନବ ସମ୍ବଳ ମୁଖ୍ୟ ଶ୍ରୀ ସୁବୀର ବର୍ମାଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲେ।

ଟାଟା ପାୱାର ଏଲ୍ ଆଣ୍ଡ ଡି, ଓଡିଶା ଡିସକମ୍ ର ମୁଖ୍ୟ ବୁଦ୍ଧିଶ କୁମାର ବେହେରା, ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍ ଇଞ୍ଜିନିୟରିଂର ମୁଖ୍ୟ ପ୍ରଫେସର ବିଭୁ ପ୍ରସାଦ ମହାନ୍ତି, ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ନିରଞ୍ଜନ ନାୟକ, ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ବିନୋଦ କୁମାର ସାହୁ, ଟ୍ରେନିଂ ଆଣ୍ଡ ପ୍ଲେସ୍‌ମେଂଟ ମୁଖ୍ୟ ଡକ୍ଟର ସୁଜିତ କୁମାର ଦାଶ ଓ କ୍ୟାରିୟର ଡେଭଲପ୍‌ମେଂଟ ସେଲ୍‌, ଆଇଟିଇଆରର ମୁଖ୍ୟ ସୁମିତ ମିତ୍ର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଇଟିଇଆର୍ ନିକଟରେ ଜଗମୋହନ ନଗର ପୋଲିସ ଫାଣ୍ଡି ଉଦ୍‌ଘାଟିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ନିକଟସ୍ଥ ଜଗମୋହନ ନଗର ଅଂଚଳରେ କମିଶନରେଟ ପୋଲିସ ପକ୍ଷରୁ ଏକ ପୋଲିସ୍ ଫାଣ୍ଡି ଆରମ୍ଭ କରାଯାଇଛି। ଦ୍ୱୈତ ନଗରୀରର ପୋଲିସ୍ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଆଜି ଏହି ଫାଣ୍ଡିର ଉଦ୍‌ଘାଟନ କରିଥିବା ବେଳେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଓ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏହି ଅବସରରେ ଉପସ୍ଥିତ ଥିଲେ।

ଜଗମୋହନ ନଗର ଅଂଚଳରେ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ ବାସିନ୍ଦା ରହୁଥିବା ବେଳେ ଆଇଟିଇଆର୍ କଲେଜରେ ହଜାର ହଜାର ସଂଖ୍ୟାର ଛାତ୍ରଛାତ୍ରୀ ଅଧ୍ୟୟନ କରିବାକୁ ଆସିଥାନ୍ତି। ଶିକ୍ଷାନୁଷ୍ଠାନ ନିକଟବର୍ତୀ ଅଂଚଳଗୁଡ଼ିକରେ ଅନେକ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଆଇନ୍ ଶୃଙ୍ଖଳା ପରିସ୍ଥିତିର ତଦାରଖ, ଅପରାଧ ନିୟନ୍ତ୍ରଣ ଓ ଟ୍ରାଫିକ ବ୍ୟବସ୍ଥାର ସଠିକ ପରିଚାଳନା ନିମନ୍ତେ ଏହି ଅଂଚଳରେ ଏକ ଫାଣ୍ଡିର ଆବଶ୍ୟକତା ରହିଥିଲା ବୋଲି ଏହାର ଉଦ୍‌ଘାଟନ କରି ପୋଲିସ୍ କମିଶନର ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି।

ଫାଣ୍ଡି ପ୍ରତିଷ୍ଠା ନେଇ ଆବଶ୍ୟକୀୟ ଭିତିଭୂମି ନିମନ୍ତେ ସୋଆ ପକ୍ଷରୁ ସହଯୋଗ କରାଯାଇଥିବାରୁ ଶ୍ରୀ ପ୍ର୍ରିୟଦର୍ଶୀ, ବିଶ୍ୱବିଦ୍ୟାଳୟ ଓ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ନାୟକଙ୍କୁ କୃତଜ୍ଞତା ଜଣାଇଥିଲେ।

ଏହି ଅବସରରେ ଆଇଟିଇଆର ପରିସରରେ ପୋଲିସ କମିଶନର ଶ୍ରୀ ପ୍ରିୟଦର୍ଶୀ, ଭୁବନେଶ୍ୱର ଡିସିପି ଶ୍ରୀ ସିଂ ଓ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର ନାୟକ ତିନୋଟି ବୃକ୍ଷ ରୋପଣ କରିଥିଲେ।

ଫାଣ୍ଡି ଉଦ୍‌ଘାଟନ ବେଳେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଜୋନ୍‌-୪ର ଏସିପି ପି.କେ. ରାଉତ, ଖଣ୍ଡଗିରି ଥାନା ଅଧିକାରୀ ଦୟାନିଧି ନାୟକ, ଆଇଟିଇଆର୍‌ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଚିଫ୍ ଭିଜିଲାନ୍ସ ଅଫିସର ତଥା ଡାଇରେକ୍ଟର ରିସୋର୍ସେସ୍ ଯୁଗଳ କିଶୋର ଦାସ, ଡାଇରେକ୍ଟର ଲିଗାଲ ସର୍ଭିସେସ୍ ସଞ୍ଜୟ କୁମାର ସାହୁ , ଆସିଷ୍ଟାଂଟ ପ୍ରଫେସର ସତୀଶ କୁମାର ସାମଲ, ସଂପୃକ୍ତ ଫାଣ୍ଡିର ଇନ୍‌ଚାର୍ଜ ବିଶ୍ୱଜିତ୍ ସାମନ୍ତରାୟ ତଥା ଜଗମୋହନ ନଗର ଅଂଚଳର ଅନେକ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ପକ୍ଷରୁ ଟ୍ରାଫିକ୍ ସଚେତନତା ଅଭିଯାନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ମଙ୍ଗଳବାର ଏକ ସପ୍ତାହ ବ୍ୟାପୀ ଟ୍ରାଫିକ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) କ୍ୟାମ୍ପସ୍ ସମ୍ମୁଖରେ ଏହି ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ପ୍ରତ୍ୟେକ ଜୀବନ ମୂଲ୍ୟବାନ। ତେଣୁ ଦୁର୍ଘଟଣାରେ ଘଟୁଥିବା ଅଘଟଣକୁ ରୋକିବା ଦିଗରେ ପ୍ରୟାସ କରି ସିଟ୍‌ବେଲ୍ଟ ଓ ହେଲ୍‌ମେଟର ବ୍ୟବହାର ଦିଗରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ସଚେତନ କରାଇଛନ୍ତି ସୋଆ କର୍ତୃପକ୍ଷ।

ଏହି ଅବସରରେ ସୋଆର କୁଳାଧିପତି ପ୍ରଫେସର ଦେବୀ ପ୍ରସାଦ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇଟିଇଆର୍‌ରେ ପଢ଼ୁଥିବା ଛାତ୍ରଛାତ୍ରୀ ଓ ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀମାନେ କିଭଳି ଏଭଳି ଅଘଟଣରୁ ରକ୍ଷା ପାଇପାରିବେ ସେ ବିଷୟରେ ସଚେତନ କରାଇଥିଲେ।

ଏହି ସଚେତନତା ଅଭିଯାନରେ ସୋଆ ପକ୍ଷରୁ ହେଲ୍‌ମେଟ ପିନ୍ଧି ଆସିଥିବା ଛାତ୍ରମାନଙ୍କୁ ହଳଦିଆ ଗୋଲାପ ସହ ଛାତ୍ରୀମାନଙ୍କୁ ହଳଦିଆ ଗୋଲାପ ସହ ଚକଲେଟ୍ ଦେଇ ଧନ୍ୟବାଦ ଦିଆଯାଇଥିଲା।

ସେହିପରି ହେଲ୍‌ମେଟ ନ ପିନ୍ଧି ଆସିଥିବା ଛାତ୍ରମାନଙ୍କୁ ନାଲି ଗୋଲାପ ସହ ଛାତ୍ରୀମାନଙ୍କୁ ନାଲି ଗୋଲାପ ଓ ଚକ୍‌ଲେଟ୍ ଦେଇ ହେଲ୍‌ମେଟ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଏହି କାର୍ଯକ୍ରମରେ ଆଇଟିଇଆର୍ ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ, ଡାଇରେକ୍ଟର ରିସୋର୍ସେସ୍ ତଥା ସିଭିଓ ଯୁଗଳ କିଶୋର ଦାସ, ଲ’ ଡାଇରେକ୍ଟର ସଞ୍ଜୟ କୁମାର ସାହୁଙ୍କ ସମେତ ଆଇଟିଇଆର୍‌ର ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ। ଏହି ସଚେତନତା କାର୍ଯ୍ୟକ୍ରମକୁ ସୋଆର ଆସିଷ୍ଟାଂଟ ମ୍ୟାନେଜର ସିଦ୍ଧାର୍ଥ ଦାସ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ଆଇଟିଇଆର୍ କ୍ୟାମ୍ପସରେ ସପ୍ତାହବ୍ୟାପି ଚାଲିବ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ଫଟୋଗ୍ରାଫି କ୍ଲବ୍ ପକ୍ଷରୁ କର୍ମଶାଳା ଆୟୋଜନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫଟୋଗ୍ରାଫି କ୍ଲବ୍ ପକ୍ଷରୁ ସୋମବାର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ପରିସରରେ ଏହି କର୍ମଶାଳାର ଆୟୋଜନ କରାଯାଇଥିବା ବେଳେ ନିକନ୍ ଇଣ୍ଡିଆ ପକ୍ଷରୁ ଏହାର ପରିଚାଳନା କରାଯାଇଥିଲା।

ନିକନ୍ ଇଣ୍ଡିଆ ମେଂଟର୍ ଆଶୁତୋଷ ସାହୁ, ଦେବାଂଶୁ ପଟ୍ଟନାୟକ ଏବଂ ଦେବେଶ କୁମାର
ମାଝି କର୍ମଶାଳାରେ ଅତିଥି ବକ୍ତା ଭାବେ ଯୋଗ ଦେଇଥିଲେ।

ଏହି କର୍ମଶାଳାରେ ଛାତ୍ରଛାତ୍ରୀମାନେ ବାହାଘର ଏବଂ ପୋଟ୍ରେଟ୍ ଫଟୋଗ୍ରାଫ ସମ୍ପର୍କରେ ବିଭିନ୍ନ ଜ୍ଞାନ ଆହରଣ କରିଥିଲେ। ଏଥି ସହିତ କ୍ୟାମେରା ଗିୟର୍ସ ସମ୍ପର୍କରେ ମଧ୍ୟ ଶିଖିଥିଲେ। ଛାତ୍ରଛାତ୍ରୀମାନେ କେବଳ ଫଟୋଗ୍ରାଫିର ପ୍ରକ୍ରିୟା ନୁହେଁ ବରଂ ଫଟୋ ଉଠାଇବା ପଛରେ ଥିବା ଆବେଗକୁ ମଧ୍ୟ ଶିଖିବାକୁ ଚେଷ୍ଟା କରିଥିଲେ ଓ ଫଟୋଗ୍ରାଫିର ଗୁରୁତ୍ୱ ଉପଲବ୍ଧି କରିଥିଲେ।

କର୍ମଶାଳାରେ ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, କମ୍ପ୍ୟୁଟର ସାଇନ୍ସ ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର, ଆସିଷ୍ଟାଂଟ ପ୍ରଫେସର ଡକ୍ଟର ସତୀଶ ସାମଲ୍ ଏବଂ ଆସିଷ୍ଟାଂଟ ପ୍ରଫେସର ଡକ୍ଟର ଜଗସିର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସିଏସ୍‌ଆର୍ ସର୍ଭେ: ଆଇଟିଇଆର୍ ଦେଶର ୧୧ତମ ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ ଅଫ୍‌ ଏମିନେନ୍ସ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌
ଟେକ୍ନିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଦେଶର ୧୧ତମ ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ ଅଫ୍‌ ଏମିନେନ୍ସ ଭାବେ କମ୍ପିଟିସନ୍ ସକ୍‌ସେସ୍ ରିଭ୍ୟୁ (ସିଏସ୍‌ଆର୍‌) ସର୍ଭେ -୨୦୨୦ ଅନୁଯାୟୀ ଏହି ମାନ୍ୟତା ପାଇଛି ଆଇଟିଇଆର୍। ଏହି ର‌୍ୟାଙ୍କିଙ୍ଗ ତାଲିକାରେ ଆଇଟିଇଆର୍ ଓଡ଼ିଶାର ଏକମାତ୍ର ଶିକ୍ଷାନୁଷ୍ଠାନ ଭାବେ ଦେଶର ଶ୍ରେଷ୍ଠ ୨୦ଟି ଇଞ୍ଜିନିୟରିଂ କଲେଜ ମଧ୍ୟରେ ସ୍ଥାନ ପାଇଛି। ସିଏସ୍‌ଆର୍ ପକ୍ଷରୁ ଶିକ୍ଷାନୁଷ୍ଠାନଗୁଡ଼ିକର ର‌୍ୟାଙ୍କିଙ୍ଗ୍ କରିବା ସମୟରେ ଶୈକ୍ଷିକ ଭିତିଭୂମି, ଆନୁସଙ୍ଗିକ ବ୍ୟବସ୍ଥା, ଫ୍ୟାକଲ୍ଟି, ଗବେଷଣା, କନ୍‌ସଲ୍‌ଟାନ୍‌ସି. ଆଡମିସନ୍‌, ପାଠ୍ୟକ୍ରମ ଶିକ୍ଷା ପ୍ରଦାନ ପ୍ରଣାଳୀ, ନିଯୁକ୍ତି, ସାମାଜିକ ଦାୟିତ୍ୱ ଏବଂ ଶିଳ୍ପ ସହିତ ଆଦାନପ୍ରଦାନ ଇତ୍ୟାଦିକୁ ବିଚାରକୁ ନିଆଯାଇଥିଲା।