Categories
ଖେଳ ବିଶେଷ ଖବର

ଆଇପିଏଲ ୨୦୨୦: ପ୍ଲେ ଅଫ ରେ ଖେଳିବା ନେଇ ୬ଟି ଦଳ ମଧ୍ୟରେ ଆଜିଠୁ ଆରମ୍ଭ ହେଲା ଅଙ୍କ କଷା

ଶାରଜା: ଏପର୍ଯ୍ୟନ୍ତ ଚଳିତ ଆଇପିଏଲରେ ୫୨ ଟି  ଲିଗ୍ ମ୍ୟାଚ୍ ର ଖେଳ ଶେଷ ହୋଇଯାଇଥିବା ବେଳେ କେବଳ ମୁମ୍ବାଇ ଇଡିଆନ୍ସ ପ୍ଲେ ଅଫ ପାଇଁ ଯୋଗ୍ୟତା ହାସଲ କରିପାରିଛି। ଆଇପିଏଲ ଇତିହାସରେ ଏହା ଏକ ପ୍ରଥମ ଘଟଣା ହେବ। ଲିଗ୍ ମ୍ୟାଚ୍ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିଲେ ମଧ୍ୟ ପ୍ଲେ ଅଫ ପର୍ଯ୍ୟାୟ ପାଇଁ ୬ ଟି ଦଳ ସଂଘର୍ଷ କରୁଛି। ଏକମାତ୍ର ଦଳ ଭାବେ ତିନି ଥର ଚମ୍ପିୟାନ ହୋଇଥିବା ଚେନ୍ନାଇ ସୁପରକିଙ୍ଗ୍ସ ଟୁର୍ଣ୍ଣାମେଣ୍ଟର ପ୍ଲେ ଅଫରୁ ବିଦା ନେଇସାରିଛି। ବାକି ୬ ଟି ଦଳ ମଧ୍ୟରେ ଦ୍ଵିତୀୟ, ତୃତୀୟ ଏବଂ ଚତୁର୍ଥ ସ୍ଥାନ ପାଇଁ ଆଜି ଠାରୁ ଲଢେଇ ହେବାକୁ ଯାଉଛି। ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଏହି ୬ଟି ଦଳକୁ ଯୋଗ୍ୟତା ହାସଲ କରିବା ପାଇଁ ଗୋଟିଏ ଲେଖାଏଁ ମ୍ୟାଚ ବାକି ରହିଛି। ସେଥିପାଇଁ ଏହି ଦଳଗୁଡିକୁ ଆଗାମୀ ପର୍ଯ୍ୟାୟ ଖେଳିବା ପାଇଁ ବଡ ବ୍ୟବଧାନରେ ନିଶ୍ଚିତ ବିଜୟ ଆବଶ୍ୟକ କରୁଛି।

ଆଜି ଶେଷ ରାଉଣ୍ଡ ଆରମ୍ଭ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୪ ପଏଣ୍ଟ  (-୦.୧୪୫) ଏବଂ ଦିଲ୍ଲୀ ରାଜଧାନୀ ୧୪ ପଏଣ୍ଟ (-୦.୧୫୯) ସହିତ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ଦୁଇ ଦଳ ମଧ୍ୟରୁ ଯେଉଁ ଦଳ ବିଜୟ ହାସଲ କରିବ, ସେହି ଦଳ ଦ୍ଵିତୀୟ ସ୍ଥାନ ହାସଲ କରିବ। ଅନ୍ୟ ଚାରିଟି ଦଳ ଯଥା ସନ୍ ରାଇଜର୍ସ ହାଇଦ୍ରାବାଦ ୧୨ ପଏଣ୍ଟ(୦.୫୫୫), କିଙ୍ଗସ ଏକାଦଶ ପଞ୍ଜାବ ୧୨ ପଏଣ୍ଟ(-୦.୧୩୩0), ରାଜସ୍ଥାନ ରୟାଲ୍ସ ୧୨ ପଏଣ୍ଟ (-୦.୩୭୭), ଏବଂ କୋଲକାତା ନାଇଟ୍ ରାଇଡର୍ସ ୧୨ ପଏଣ୍ଟ (-୦.୪୬୭) ସହିତ ଚତୁର୍ଥ, ପଞ୍ଚମ, ଷଷ୍ଠ ଏବଂ ସପ୍ତମ ସ୍ଥାନରେ ରହିଛନ୍ତି। ତେବେ ତୃତୀୟ ଏବଂ ଚତୁର୍ଥ ସ୍ଥାନ ପାଇଁ ଆଜିର ପରାଜିତ ଦଳ ସହ ଏହି ଦଳଗୁଡିକ ମଧ୍ୟରେ ସମାନ ପଏଣ୍ଟ ଥିବାରୁ ଯେଉଁ ଦଳର ନେଟ୍ ରନ୍ ହାର ଅଧିକ ରହିବ, ସେହି ଦଳ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବ।

ଏହି ୬ ଟି ଦଳ ପାଇଁ ଲିଗ୍ ଖେଳର ଶେଷ ରାଉଣ୍ଡ ପୂର୍ବରୁ ପ୍ଲେ ଅଫ୍ ରେ ସ୍ଥାନ ସୁରକ୍ଷିତ କରିବା ପାଇଁ ସେମାନେ କଣ କରିବା ଆବଶ୍ୟକ:

ଦିଲ୍ଲୀ ରାଜଧାନୀ:

ଦିଲ୍ଲୀ ନିଜର ଶେଷ ଚାରିଟି ମ୍ୟାଚ୍ ରେ ପରାଜିତ ହୋଇଥିଲେ ମଧ୍ୟ ପ୍ଲେ ଅଫ ରେ ଦ୍ଵିତୀୟ ସ୍ଥାନ ହାସଲ କରିବା ପାଇଁ ସୋମବାର ଦିନ କେବଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିବା ଜରୁରୀ ହୋଇପଡିଛି ଯଦି ସେମାନେ ଆରସିବି ବିପକ୍ଷରେ ମ୍ୟାଚ୍ ହାରିଯାଉଛନ୍ତି, ତେବେ ଯୋଗ୍ୟତା ନିଶ୍ଚିତ କରିବାକୁ ସେମାନେ ଅନ୍ୟ ଫଳାଫଳ ଉପରେ ନିର୍ଭର କରିବେ। ସେଥିପାଇଁ ଆଜି ଖେଳାଯିବାକୁ ଥିବା ଚେନ୍ନାଇ ଏବଂ ପଞ୍ଜାବ ମଧ୍ୟରେ ପଞ୍ଜାବ ପରାସ୍ତ ହୋଇ ୧୨ ପଏଣ୍ଟରେ ରହିବ। ଦ୍ବିତୀୟରେ ହାଇଦ୍ରାବାଦକୁ ମୁମ୍ବାଇ ହରାଇବା ଦରକାର, ତୃତୀୟରେ କୋଲକୋତା ଏବଂ ରାଜସ୍ଥାନ ମଧ୍ୟରେ ହେବାକୁ ଥିବା ଲିଗରେ ବିଜେତାଙ୍କ ନେଟ୍ ରନ୍-ହାର ଦିଲ୍ଲୀ ତୁଳନାରେ କମ ରହୁଥିବ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର:

ବାଙ୍ଗାଲୋରର ପରିସ୍ଥିତି ଦିଲ୍ଲୀ ସହିତ ସମାନ। ଯଦି ସେମାନେ ଦିଲ୍ଲୀକୁ ପରାସ୍ତ କରନ୍ତି, ତେବେ ସେମାନେ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜ୍ଜନ କରିବେ ଏବଂ ପ୍ରଥମ ଯୋଗ୍ୟତା ପର୍ଯ୍ୟାୟରେ ମୁମ୍ବାଇ ଇଣ୍ଡିଆନ୍ସଙ୍କୁ ଭେଟିବେ। ଯଦି ସେମାନେ ହାରିଯାଆନ୍ତି, ତେବେ ସେମାନେ ୧୪ ପଏଣ୍ଟରେ ରହିବେ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରବର୍ତ୍ତୀ ପର୍ଯ୍ୟାୟ ଖେଳିବ କି ନାହିଁ  ଆଗାମୀ ମ୍ୟାଚର ଫଳାଫଳ ପରେ ସ୍ପଷ୍ଟ ହେବ।

ସେଥିପାଇଁ ପ୍ରଥମେ ଚେନ୍ନାଇ ଦଳ ପଞ୍ଜାବକୁ ହରାଇବା ଆବଶ୍ୟକ, ଦ୍ବିତୀୟରେ ହାଇଦ୍ରାବାଦକୁ ମୁମ୍ବାଇ ହରାଇବା ଆବଶ୍ୟକ, ତୃତୀୟରେ କୋଲକୋତା ଏବଂ ରାଜସ୍ଥାନ ମଧ୍ୟରେ ହେବାକୁ ଥିବା ଲିଗରେ ବିଜେତାଙ୍କ ନେଟ୍ ରନ୍-ହାର ବାଙ୍ଗାଲୋର ତୁଳନାରେ କମ ରହୁଥିବ।

ସନରାଇଜର୍ସ ହାଇଦ୍ରାବାଦ:

ହାଇଦ୍ରାବାଦ ପାଇଁ ପରିସ୍ଥିତି ବହୁତ ସରଳ। ସର୍ବୋଚ୍ଚ ନେଟ ରନ ହାର(୦.୫୫୫) ଯୋଗୁଁ ସେମାନେ ବର୍ତ୍ତମାନ ୧୨ ପଏଣ୍ଟ ସହିତ ଚତୁର୍ଥ ସ୍ଥାନରେ ଅଛନ୍ତି। ସେମାନଙ୍କୁ କେବଳ ପ୍ଲେ ଅଫ୍ ଖେଳିବାକୁ ଅନ୍ତିମ ଲିଗ୍ ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିବାକୁ ପଡିବ। ଯଦି ସେମାନେ ହାରିଯାଆନ୍ତି, ତେବେ ସେମାନେ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଯିବେ।

କିଙ୍ଗସ ଏକାଦଶ ପଞ୍ଜାବ:

୧୩ ମ୍ୟାଚରୁ ୧୨ ପଏଣ୍ଟ ପାଇ କେଏଲ ରାହୁଲଙ୍କ ନେତୃତ୍ୱାଧୀନ ଦଳ ପଞ୍ଚମ ସ୍ଥାନରେ ରହିଛି। ଯଦି ସେମାନେ ଚେନ୍ନାଇ ବିପକ୍ଷରେ ସେମାନଙ୍କର ଅନ୍ତିମ ଲିଗ୍ ଜିତନ୍ତି, ତେବେ ସେମାନେ ୧୪ ପଏଣ୍ଟ ହାସଲ କରିବେ। ତଥାପି, ଏହା ହୁଏତ ସେମାନଙ୍କର ଯୋଗ୍ୟତା ନିଶ୍ଚିତ କରିପାରିବ ନାହିଁ କାରଣ ଅନ୍ୟ ତିନିଟି ଦଳ ମଧ୍ୟ ୧୪ ଲେଖାଏଁ ପଏଣ୍ଟ ରେ ପହଞ୍ଚି ସେମାନଙ୍କୁ ଅଧିକ ରନ ରେଟରେ ବିଦା କରିପାରିବେ।

୧- ଚେନ୍ନାଇକୁ ପଞ୍ଜାବ ପରାସ୍ତ କରିବା ପରେ ସେମାନଙ୍କର ନେଟ୍ ରନ୍ ହାର ଉଭୟ ବାଙ୍ଗାଲୋର ଏବଂ ଦିଲ୍ଲୀ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ପରାଜିତ ଦଳଠାରୁ ଅଧିକ ରହିବା ଆବଶ୍ୟକ

– ହାଇଦ୍ରାବାଦକୁ ମୁମ୍ବାଇ ହରାଇବା ଆବଶ୍ୟକ

୩- କୋଲକୋତା ଏବଂ ରାଜସ୍ଥାନ ମଧ୍ୟରେ ହେବାକୁ ଥିବା ଲିଗରେ ବିଜେତାଙ୍କ ନେଟ୍ ରନ୍-ହାର ପଞ୍ଜାବ ତୁଳନାରେ କମ ରହୁଥିବ।

ଯଦି, ଚେନ୍ନାଇ ଠାରୁ କିଙ୍ଗସ୍ ଏକାଦଶ ପରାସ୍ତ ହୁଏ, ତେବେ ସେମାନେ ଟୁର୍ଣ୍ଣାମେଣ୍ଟରୁ ବିଦା ନେବେ।

ରାଜସ୍ଥାନ ରୟାଲ୍ସ:

ଶେଷ ଦୁଇଟି ମ୍ୟାଚ୍ ଜିତି ଷ୍ଟିଭ୍ ସ୍ମିଥ୍ ନେତୃତ୍ୱାଧୀନ ଦଳ ଟୁର୍ନାମେଣ୍ଟରେ ଆଗୁଆ ରହିବାରେ ସଫଳ ହୋଇଛି। ସିଧାସଳଖ ଯୋଗ୍ୟତା ହାସଲ କରିବାକୁ, ସେମାନେ କୋଲକୋତାକୁ ପରାସ୍ତ କରିବା ଆବଶ୍ୟକ କରନ୍ତି ଏବଂ କିଙ୍ଗସ୍ ଏକାଦଶକୁ ଚେନ୍ନାଇ ହରାଇବ ଏବଂ ହାଇଦ୍ରାବାଦକୁ ମୁମ୍ବାଇ ପରାସ୍ତ କରିବା ଜରୁରୀ ହୋଇପଡିଛି। ଯଦି ସେମାନେ କେକେଆର ବିପକ୍ଷରେ ହାରିଯାଆନ୍ତି, ତେବେ ସେମାନେ ପ୍ରତିଯୋଗିତାରୁ ବାଦ୍ ପଡ଼ିବେ।

କୋଲକାତା ନାଇଟ୍ ରାଇଡର୍ସ:

୧୩ ଟି ମ୍ୟାଚରୁ ୧୨ ପଏଣ୍ଟ ସହିତ କୋଲକାତା ବର୍ତ୍ତମାନ ସପ୍ତମ ସ୍ଥାନରେ ରହିଛି। ଇଏନ୍ ମୋର୍ଗାନ୍ ନେତୃତ୍ୱାଧୀନ ଦଳ ପାଇଁ ପରବର୍ତ୍ତୀ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳିବା ପାଇଁ କଷ୍ଟ ହୋଇପାରେ। ସେମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବା ପାଇଁ ତିନୋଟି ବିକଳ୍ପ ରହିଛି ।

୧- ରାଜସ୍ଥାନକୁ ହରାଇବା ନିତ୍ୟାନ୍ତ ଜରୁରୀ

୨- ଚେନ୍ନାଇ ଠାରୁ ପଞ୍ଜାବ ହାରିବା ଆବଶ୍ୟକ

୩- ମୁମ୍ବାଇ ଠାରୁ ହାଇଦ୍ରାବାଦ ହାରିବା ଜରୁରୀ

ଯାହାଫଳରେ କୋଲକୋତା ୧୪ ପଏଣ୍ଟ ହାସଲ କରି ହାଇଦ୍ରାବାଦ, ରାଜସ୍ଥାନ, ପଞ୍ଜାବ (୧୨ ପଏଣ୍ଟ) ଠାରୁ ଅଧିକ ପଏଣ୍ଟ ହାରରେ ପ୍ଲେ ଅଫ କୁ ଉନ୍ନୀତ ହୋଇପାରିବ। ଯଦି ସେମାନେ ରାଜସ୍ଥାନ ଠାରୁ ପରାଜିତ ହୁଅନ୍ତି, ତେବେ ତାଙ୍କୁ ଟୁର୍ଣ୍ଣାମେଣ୍ଟରୁ ବାହାର ହେବାକୁ ପଡିବ।

Categories
ଆଜିର ଖବର ଖେଳ

ଆଇପିଏଲ ୨୦୨୦: ଅରେଞ୍ଜ କ୍ୟାପ୍ ଦୌଡରେ କେ.ଏଲ ରାହୁଲ ଏବଂ ପର୍ପଲ କ୍ୟାପ୍ ପାଇଁ କାଗିସୋ ରାବାଡା ଆଗୁଆ

ଆବୁଧାବି: ଚଳିତ ଆଇପିଏଲରେ କିଙ୍ଗସ୍ ଏକାଦଶ ପଞ୍ଜାବ ଅଧିନାୟକ କେ.ଏଲ୍ ରାହୁଲ ଅରେଞ୍ଜ କ୍ୟାପ୍ ଦୌଡରେ ଆଗରେ ଥିବାବେଳେ ଦିଲ୍ଲୀ କ୍ୟାପିଟାଲସ୍ ଦ୍ରୁତ ବୋଲର କାଗିସୋ ରାବାଡା ପର୍ପଲ କ୍ୟାପ୍ ଦୌଡରେ ଶୀର୍ଷରେ ଅଛନ୍ତି।

ଗତକାଲି ରାଜସ୍ଥାନ ରୟାଲସ ବିପକ୍ଷରେ କିଙ୍ଗସ୍ ଏକାଦଶ ପଞ୍ଜାବ (KXIP) ଅଧିନାୟକ କେ.ଏଲ୍ ରାହୁଲ ୪୬ ରନ୍ କରି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ୍ ସଂଗ୍ରହକାରୀ ତାଲିକାରେ ଶୀର୍ଷରେ ଅଛନ୍ତି। ରାହୁଲ ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟରେ ୬୪୧ ରନ୍ କରିଛନ୍ତି ଏବଂ ଦିଲ୍ଲୀ କ୍ୟାପିଟାଲସ୍ (ଡିସି) ର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଶିଖର ଧାୱନଙ୍କ ଠାରୁ ୧୭୦ ରନ୍ ଆଗରେ ଅଛନ୍ତି। ଧାୱନ ୪୭୧ ରନ୍ କରି ଦ୍ଵିତୀୟ ସ୍ଥାନରେ ଏବଂ ସନରାଇଜର୍ସ ହାଇଦ୍ରାବାଦର ଡେଭିଡ ୱାର୍ନର ୪୩୬ ରନ୍ କରି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି।

ସେହିପରି ଡିସି ପେସ୍ ବୋଲର କାଗିସୋ ରାବାଡା ସର୍ବାଧିକ ୨୩ ୱିକେଟ୍ ନେଇ ପର୍ପଲ କ୍ୟାପ୍ ପାଇଁ ତାଲିକାରେ ଆଗୁଆ ରହିଛନ୍ତି। ତାଙ୍କ ପରେ ମୁମ୍ବାଇ ଇଣ୍ଡିଆନ୍ସର ଜସପ୍ରୀତ ବୁମରାହ ଏବଂ କିଙ୍ଗସ୍ ଏକାଦଶ ପଞ୍ଜାବର ମହମ୍ମଦ ଶାମି ପ୍ରତ୍ୟେକ ୨୦ ଟି ୱିକେଟ୍ ନେଇ ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି।

ଗତକାଲି ରାତିରେ କିଙ୍ଗସ୍ ଏକାଦଶ ପଞ୍ଜାବ ବିପକ୍ଷରେ ରାଜସ୍ଥାନ ରୟାଲ୍ସ ଜିତି ପ୍ଲେ ଅଫ ଖେଳିବାର ଆଶା ଉଜ୍ଜୀବିତ ରଖିଛି। ତେବେ ଟୁର୍ଣ୍ଣାମେଣ୍ଟରେ ରାଜସ୍ଥାନ, ପଞ୍ଜାବ ଏବଂ କୋଲକାତା ପ୍ରତ୍ୟେକ ୧୨ ପଏଣ୍ଟ ଲେଖାଏଁ ସଂଗ୍ରହ କରିଥିଲେ ମଧ୍ୟ  ଅଧିକ ନେଟ୍ ରନ୍ ହାରରେ ପଞ୍ଜାବ ଚତୁର୍ଥ, କୋଲକାତା ପଞ୍ଚମ ସ୍ଥାନରେ ଏବଂ ରାଜସ୍ଥାନ ପଏଣ୍ଟ ତାଲିକାରେ ଷଷ୍ଠ ସ୍ଥାନରେ ରହିଛି। ମୁମ୍ବାଇ ୧୬ ପଏଣ୍ଟ ସହ ତାଲିକାର ଶୀର୍ଷରେ ଥିବା ବେଳେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ  ଦିଲ୍ଲୀ କ୍ୟାପିଟାଲସ୍ ୧୪ ପଏଣ୍ଟ ପାଇ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଅଛନ୍ତି।

Categories
ଆଜିର ଖବର ଖେଳ

ଆଇପିଏଲ ୨୦୨୦: କୋଲକତାକୁ ହରାଇ ଚତୁର୍ଥ ସ୍ଥାନକୁ ଉନ୍ନତି ହେବା ଲକ୍ଷ୍ୟରେ ପଞ୍ଜାବ

ଶାରଜା: ଆଜି ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୪୬ ତମ ମ୍ୟାଚରେ କୋଲକତା ନାଇଟ୍ ରାଇଡର୍ସ ବିପକ୍ଷରେ କିଙ୍ଗସ ଏକାଦଶ ପଞ୍ଜାବର ଲଢେଇ ହେବାକୁ ଯାଉଛି। ଉଭୟ ଦଳ ପାଇଁ ଏହି ମ୍ୟାଚଟି ଅତି ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟ ତାଲିକାରେ କୋଲକତା (୧୨)ଚତୁର୍ଥ ସ୍ଥାନରେ ଥିବା ବେଳେ ପଞ୍ଜାବ (୧୦) ପଞ୍ଚମ ସ୍ଥାନରେ ରହିଛି। କୋଲକତା ଏହି ମ୍ୟାଚରେ ବିଜୟ ହେଲେ ନିଜର ସ୍ଥାନ ସୁରକ୍ଷିତ ରଖିପାରିବ। କିନ୍ତୁ ପଞ୍ଜାବର ବିଜୟ ହେଲେ ରନ ରେଟ ହାରରେ ଦଳ ଚତୁର୍ଥ ସ୍ଥାନକୁ ଉନ୍ନତି ହେବ।

କ୍ରମାଗତ ଚାରିଟି ବିଜୟ ସହିତ କିଙ୍ଗସ ଏକାଦଶ ପଞ୍ଜାବ ସମସ୍ତଙ୍କୁ ଚକିତ କରିଛି। ଦୁଇ ଦଳ ମଧ୍ୟରେ ହୋଇଥିବା ପ୍ରଥମ ମ୍ୟାଚରେ କେକେଆର୍ ପଞ୍ଜାବ ଏକାଦଶକୁ ଦୁଇ ରନ୍ ରେ ପରାସ୍ତ କରିଥିଲା​​। କିନ୍ତୁ ବର୍ତ୍ତମାନ ଖେଳରେ ଅନେକ ପରିବର୍ତ୍ତନ ଆସିଥିବାର ଦେଖିବାକୁ ମିଳୁଛି।

କିଙ୍ଗସ ଏକାଦଶ ପଞ୍ଜାବ ଗତ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ କମ ସ୍କୋର (୧୨୬) ଟାର୍ଗେଟରେ ବିଜୟୀ ହେବା ପରେ ବୋଲରମାନଙ୍କ ମନୋବଳ ବୃଦ୍ଧି ହୋଇଛି। ରାହୁଲ ଏବଂ ମୟଙ୍କ ଅଗ୍ରୱାଲଙ୍କୁ ନେଇ ଗଠିତ କିଙ୍ଗସ ଏକାଦଶ ପଞ୍ଜାବ ଟପ୍ ଅର୍ଡର ନିୟମିତ ଭାବରେ ଭଲ ପ୍ରଦର୍ଶନ କରିଆସୁଛି ଏବଂ କ୍ରିସ୍ ଗେଲଙ୍କ ପ୍ରତ୍ୟାବର୍ତ୍ତନ ସେମାନଙ୍କ ବ୍ୟାଟିଂକୁ ଆହୁରି ଦୃଢ କରିଛି। ନିକୋଲାସ୍ ପୁରାନ୍ ଭଲ ଫର୍ମରେ ଅଛନ୍ତି କିନ୍ତୁ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଅସଫଳତା ଦଳ ପାଇଁ ପୁଣି ଏକ ଚିନ୍ତାର କାରଣ ହେବ। ସେମାନଙ୍କର ବୋଲିଂ ପ୍ରାୟତଃ ଅଭିଜ୍ଞ ମହମ୍ମଦ ଶାମି ଏବଂ ରବି ବିଷ୍ଣୁଙ୍କ ଉପରେ ନିର୍ଭର କରୁଥିଲେ ମଧ୍ୟ ହାଇଦ୍ରାବାଦ ବିପକ୍ଷରେ ଆରଶଦୀପ ସିଂ ଏବଂ କ୍ରିସ୍ ଜୋର୍ଡାନ ଅନ୍ତିମ ଦୁଇ ଓଭରରେ ଚମତ୍କାର ବୋଲିଂ କରି ଦଳକୁ ବିଜୟରେ ପହଞ୍ଚାଇଥିଲେ।

ଅନ୍ୟପକ୍ଷରେ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷରେ ଆଠ ୱିକେଟ୍ ରେ ପରାସ୍ତ ହେବା ପରେ କେକେଆର୍ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛି। ଯାହାକି ପରବର୍ତ୍ତୀ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷରେ ୫୯ ରନ୍ ର ଦଳ ସହଜ ବିଜୟ କରିଛି। ଶୁବମାନ ଗିଲ ଏବଂ ନୀତୀଶ ରାଣାଙ୍କୁ ନେଇ ସେମାନଙ୍କର ଟପ୍ ଅର୍ଡର ଫର୍ମରେ ଅଛି। ନିକଟରେ କିଛି ମ୍ୟାଚ ହରାଇଥିବା ସୁନୀଲ ନାରାୟଣ ଗତ ଖେଳରେ ୬୪ ରନ୍ ର ଧୂଆଁଧାରା ପାଳି ଖେଳିଥିଲେ। ଡିସିଙ୍କ ବିରୋଧରେ ପେସର୍ ପ୍ୟାଟ୍ କମିନ୍ସ ଏବଂ ସ୍ପିନର ବରୁଣ ଚକ୍ରବର୍ତ୍ତୀ (୫/୨୦), ଯିଏ ବଲ୍ ସହିତ ଏକ ଅଭୂତପୂର୍ବ ପ୍ରଦର୍ଶନ କରି ଦଳକୁ ସହଜ ବିଜୟ ଦେଇଥିଲେ।