Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାର ନୂତନ ଏସ୍‌ପି ଭାବେ କାର୍ଯ୍ୟରେ ଯୋଗ ଦେଲେ ଆଇପିଏସ ଅଧିକାରୀ ଅବିନାଶ କୁମାର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ନୂତନ ଏସ୍‌ପି ଭାବେ ଆଜି ଆଇପିଏସ ଅଧିକାରୀ ଅବିନାଶ କୁମାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ୨୦୦୭ ବ୍ୟାଚ ଆଈପିଏସ ଅଧିକାରୀ ଶ୍ରୀ କୁମାର ଏହା ପୂର୍ବରୁ କମିଶନରେଟ୍ ପୁଲିସ୍‌ରେ ଅତିରିକ୍ତ ସିପି ଭାବେ କାର୍ଯ୍ୟରତ ଥିଲେ। ନୂତନ ଏସପି କାର୍ଯ୍ୟରେ ଯୋଗ ଦେବା ପରେ ତାଙ୍କୁ ଜିଲ୍ଲାର ସମସ୍ତ ପୋଲିସ ଅଧିକାରୀମାନେ ସ୍ୱାଗତ ଜଣାଇଥିଲେ।

ସୂଚନା ଥାଉକି ଚଳିତ ମାସ ୨ ତାରିଖରେ ଖୋର୍ଦ୍ଧା ଜିଲ୍ଲା ପୂର୍ବତନ ଏସ୍‌ପି ବି. ଯୁଗଳ କିଶୋର କୁମାରଙ୍କୁ ନିର୍ବାଚନ ଆୟୋଗ ହଠାତ ବଦଳି କରିଥିଲେ। ଯାହାଦ୍ୱାରା ଉକ୍ତ ପଦବୀ ଖାଲି ପଡିଥିଲା। ଏବଂ ଗତକାଲି ନୂତନ ଏସପିଙ୍କୁ ନିଯୁକ୍ତି ମିଳିବା ପରେ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି ନୂତନ ଏସପି ଅବିନାଶ କୁମାର।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାର ନୂତନ ଏସପି ଭାବେ ଦାଇତ୍ୱ ଗ୍ରହଣ କଲେ ଆଇପିଏସ ଅଧିକାରୀ ବି. ଯୁଗଳ କିଶୋର

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାର ନୂତନ ଏସପି ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ ଅଧିକାରୀ ବି. ଯୁଗଳ କିଶୋର। ସେ ଏହା ପୁର୍ବରୁ କେନ୍ଦ୍ରାପଡା ଏସପି ଭାବେ କାର୍ଯ୍ୟରତ ଥିଲେ। ୨୦୧୧ ବ୍ୟାଚ ଓଡିଶା କ୍ୟାଡରର ଏହି ବରିଷ୍ଠ ଅଧିକାରୀ ଏକାଧିକ ଜିଲ୍ଲାର ଏସପି ଭାବେ କାର୍ଯ୍ୟ କରିସାରିଛନ୍ତି। ଗତ ଡିସେମ୍ବରରେ ରାଜ୍ୟ ସରକାର ତାଙ୍କୁ ଏସଏସପି ଭାବେ ପଦୋନ୍ନତି ଦେଇଥିଲେ।

ତେବେ ରାଜନୈତିକ ଦୃଷ୍ଟିକୋଣରୁ ଖୋର୍ଦ୍ଧା ଏକ ସମ୍ବେଦନଶିଳ ଜିଲ୍ଲା ହୋଇଥିବାବେଳେ ଆଗାମୀ ସାଧାରଣ ନିର୍ବାଚନ କିପରି ଅବାଧ ଓ ନିରପେକ୍ଷ ଭାବେ ଜିଲ୍ଲାରେ ଅନୁଷ୍ଠିତ ହେବ ତାହା ନୂତନ ଏସପିଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ରହିବ। ଅନୁରୂପ ଭାବେ ଜିଲ୍ଲାରେ ଅପରାଧିକ ଗତିବିଧିକୁ ଲଗାମ ଲଗାଇବା ସହ, ନିଶା ବେପାର, ଗୋ ଚାଲାଣ, ଲୁଟ, ଚୋରି ଆଦି ଅପରାଧକୁ କିପରି ଦମନ କରାଯିବ ତାହା ମଧ୍ୟ ନୂତନ ଏସପିଙ୍କ ପାଇଁ ଚ୍ୟାଲେଞ୍ଜ ରହିବ।

ସନ୍ଧ୍ୟାରେ ନୂତନ ଏସପି କାର୍ଯ୍ୟରେ ଯୋଗଦେବା ପରେ ଜିଲ୍ଲାର ସମସ୍ତ ପୋଲିସ ଅଧିକାରୀ ମାନେ ତାଙ୍କୁ ସ୍ୱାଗତ ଜଣାଇଥିଲେ।

ସୂଚନା ଥାଉକି ଗତକାଲି ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆଙ୍କ କେନ୍ଦ୍ରାପଡ଼ା ଏସପି ଭାବେ ବଦଳି ହୋଇଥିଲା।

Categories
ଆଜିର ଖବର ଖେଳ ଜାତୀୟ ଖବର

ଏମଏସ ଧୋନିଙ୍କ ଆବେଦନ ଉପରେ ଆଇପିଏସ୍ ଅଧିକାରୀ ସମ୍ପତ କୁମାରଙ୍କୁ ୧୫ ଦିନ ଜେଲ: ଜାଣନ୍ତୁ ମାମଲା

ନୂଆଦିଲ୍ଲୀ: ମାଡ୍ରାସ ହାଇକୋର୍ଟ ଆଜି ଆଇପିଏସ ଅଧିକାରୀ ସମ୍ପତ କୁମାରଙ୍କୁ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କ ଅବମାନନା ଆବେଦନ ଉପରେ ୧୫ ଦିନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ତେବେ ଜଷ୍ଟିସ୍ ଏସ୍ ସୁନ୍ଦର ଏବଂ ସୁନ୍ଦର ମୋହନଙ୍କ ଖଣ୍ଡପୀଠ ସମ୍ପତ କୁମାରଙ୍କୁ ଆବେଦନ କରିବାକୁ ଅନୁମତି ଦେବା ପାଇଁ ୩୦ ଦିନ ପାଇଁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

ଧୋନି ଜି ମିଡିଆ, ସମ୍ପତ କୁମାର ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ଏକ ମାନହାନୀ ମକଦ୍ଦମା ଦାୟର କରିଥିଲେ, ଯେଉଁଥିରେ ସେ ୨୦୧୩ ମସିହାରେ ଆଇପିଏଲ୍ ମ୍ୟାଚ୍ ରେ ବ୍ୟାଟିଂ ଏବଂ ମ୍ୟାଚ୍ ଫିକ୍ସିଂରେ ଜଡିତ ଥିବା ଅଭିଯୋଗ କରିଥିଲେ।

ସମ୍ପତ କୁମାର ପ୍ରଥମେ ଆଇପିଏଲ ବ୍ୟାଟିଂ ସ୍କାମର ଯାଞ୍ଚ କରିଥିଲେ। ସମ୍ପତ କୁମାରଙ୍କ ସମେତ ପ୍ରତିବାଦିମାନଙ୍କୁ ତାଙ୍କ ସହ ମାନହାନି ବୟାନ ଜାରି କିମ୍ବା ପ୍ରକାଶ ନକରିବାକୁ ଧୋନି ଦାବି କରିଥିଲେ।

ହାଇକୋର୍ଟ ଏହା ପୂର୍ବରୁ ଏକ ଅସ୍ଥାୟୀ ନିର୍ଦ୍ଦେଶ ଦେଇଥିଲେ ଏବଂ ଜି ମିଡିଆ, ସମ୍ପତ କୁମାର ଏବଂ ଅନ୍ୟମାନଙ୍କୁ ଧୋନିଙ୍କ ବିରୋଧରେ ମାନହାନି ବୟାନ ଦେବାକୁ ବାରଣ କରିଥିଲେ। ପରେ, ଜି ମିଡିଆ ଏବଂ ଅନ୍ୟମାନେ ମାନହାନି ମକଦ୍ଦମାର ଉତ୍ତରରେ ସେମାନଙ୍କର ଲିଖିତ ବିବୃତ୍ତି ଦାଖଲ କରିଥିଲେ।

ଲିଖିତ ବିବୃତ୍ତି ପରେ ଧୋନି ଏକ ଆବେଦନପତ୍ର ଦାଖଲ କରିଥିଲେ। ସେ କହିଥିଲେ ଯେ, ସମ୍ପତ କୁମାର ତାଙ୍କ ଲିଖିତ ଯୁକ୍ତିରେ ଅଧିକ ବଦନାମ କରିଛନ୍ତି। ସମ୍ପତ କୁମାରଙ୍କ ବିରୋଧରେ କୋର୍ଟର ଅବମାନନା ଆରମ୍ଭ କରିବାକୁ ଧୋନି ଅନୁରୋଧ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟର ୩ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ପଦୋନ୍ନତି

ଭୁବନେଶ୍ଵର: ରାଜ୍ୟର ୩ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ପଦୋନ୍ନତି ହୋଇଛି। ଏହି ବରିଷ୍ଠ ଅଧିକାରୀଙ୍କ ଡିଜି ପାହ୍ୟାକୁ ପଦୋନ୍ନତି ହୋଇଛି। ସେମାନଙ୍କ ମଧ୍ୟରେ ସୁଧାଂଶୁ ଷଡଙ୍ଗୀ, ଅରୁଣ ଷଡଙ୍ଗୀଙ୍କ ପଦୋନ୍ନତି ହୋଇଥିବା ବେଳେ କେନ୍ଦ୍ରୀୟ ଡେପୁଟେସନରେ ଥିବା ୱାଇ ବି ଖୁଆନିଆଙ୍କ ମଧ୍ୟ ପଦୋନ୍ନତି ହୋଇଛି।