Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ବିଦେଶାଗତ ପକ୍ଷୀ ସୁରକ୍ଷା ନେଇ ଜଳପରୀ ମାଧ୍ୟମରେ ବାର୍ତ୍ତା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ରବିବାର ପୂର୍ବାହ୍ନରେ ଭେଟେରାନ୍ସ କ୍ଲବ ଓଡ଼ିଶା ଓ ଆଇଏନଏସ ଚିଲିକା ମିଳିତ ଆନୁକୂଲ୍ୟରେ ମରାଳ ମାଳିନୀ ନିଳାମ୍ବୁ ଚିଲିକାରେ ଏକ ନିରବଚ୍ଛିନ୍ନ ସନ୍ତରଣ କାର୍ଯ୍ୟକ୍ରମ ମାଧ୍ୟମରେ ପକ୍ଷୀଙ୍କ ସୁରକ୍ଷା, ପର୍ଯ୍ୟଟନ ଓ ଚିଲିକାରେ ଜଳକ୍ରୀଡ଼ା ପାଇଁ ପ୍ରୋତ୍ସାହନ ସହ ବିଶ୍ୱ ବନ୍ଧୁତ୍ୱ ପ୍ରସାରିତ କରିଛି। ପର୍ଯ୍ୟଟନ ଋତୁରେ ଶୀତର ଆଗମନ ସାଙ୍ଗକୁ ଦଳ ଭର୍ତ୍ତି ଚିଲିକା ଜଳରାଶିରେ ଖାଦ୍ୟ ଅନ୍ୱେଷଣରେ ସୁଦୂର କାସ୍ପିଆନ ସାଗର ଉପକୂଳରୁ ଆରମ୍ଭ କରି ଇରାକ, ଇରାନ, ପାକିସ୍ତାନ, ଆଫଗାନିସ୍ତାନ, ଆଜରବାଇଜାନ, ଆମେର୍ନିଆ, ସାଇବେରିଆ, କାଜାକିସ୍ତାନ, ଉଜ ବେକିସ୍ତାନ, ରୁଷିଆ, ୟୁକ୍ରେନ, ବୈକାଲ ହ୍ରଦ ଆଦି ଅଞ୍ଚଳରୁ ଅନେକ ପକ୍ଷୀ ଆସିଥାନ୍ତି।

ତିନି ଚାରି ମାସ ରହଣି ପରେ ଶୀତ କମି ଆସିଲେ ପକ୍ଷୀମାନେ ପୁଣିଥରେ ନିଜ ନିଜ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି।ମାତ୍ର ପକ୍ଷୀମାନଙ୍କ ନିଜସ୍ୱ ବାସସ୍ଥାନ ଯାହାକି ଏହି ଦେଶମାନେ ପରସ୍ପର ମଧ୍ୟରେ କେତେବେଳେ ସୀମା ସରହଦ ତ କେତେବେଳେ ନିଜ ସଂସ୍କୃତିର ପ୍ରତିଷ୍ଠା ପାଇଁ ଯୁଦ୍ଧରେ ମାତୁଥିବା ବେଳେ ମୁକ ପକ୍ଷୀମାନଙ୍କର ଦୀର୍ଘ ତିନି ଚାରି ମାସ ଧରି ଶାନ୍ତିପୂର୍ଣ୍ଣ ରହଣି ଶିକ୍ଷିତ ମାନବ ସମାଜକୁ ଅନେକ ବାର୍ତ୍ତା ସୂଚାଇ ଥାଏ।

ବିଭିନ୍ନ କିଶମର ପକ୍ଷୀ ପରସ୍ପର ଏକାଠି ରହିପାରୁଥିବା ବେଳେ ଏକା ସଦୃଶ ମଣିଷ କେବେ ଜାତି ନାଁରେ ତ କେବେ ଧର୍ମ ତ କେବେ ପୁଣି ଭୌଗଳିକ ସୀମା ନେଇ ବାଦବିବାଦ ଲାଗିରହିଛି। ଯାହାଫଳରେ ମାନବ ସମାଜ ପାଇଁ ଏହା ଅତି ଆତ୍ମଚିନ୍ତନର ବିଷୟ ପାଲଟିଛି।  ଏସବୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ପରେ ଓଡ଼ିଶା ସେନାବାହିନୀରୁ ଅବସରପ୍ରାପ୍ତ ସୈନିକମାନଙ୍କ ସଙ୍ଗଠନ ଭେଟେରାନ୍ସ କ୍ଲବ ଓଡିଶା ଏକକ କାର୍ଯ୍ୟକ୍ରମ ମାଧ୍ୟମରେ ବିବିଧ ବାର୍ତ୍ତା ଉଦ୍ଦେଶ୍ୟରେ ପ୍ରୟାସ କରିଛି।

ଏହିପରିପ୍ରେକ୍ଷୀରେ ଆଜି ଭୋର ୫ଟା ୪୦ ମିନିଟ ସମୟରେ ଭାରତୀୟ ନୌସେନା ପ୍ରଶିକ୍ଷଣ କେନ୍ଦ୍ର ଆଇ ଏନ ଏସ ଚିଲିକା କମାଣ୍ଡିଂ ଅଫିସର କମୋଡର ଏନପି ପ୍ରଦୀପଙ୍କ ମାଧ୍ୟମରେ ସବୁଜ ପତାକା ଦେଖାଇ ସନ୍ତରଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଦୀର୍ଘ ସାତ ଘଣ୍ଟା ଧରି ଚିଲିକା ବକ୍ଷରେ ନିରବଚ୍ଛିନ୍ନ ସନ୍ତରଣ ପରେ ମୁମ୍ବାଇ ନିବାସୀ ସୁଜିୟା ରାୟ ବାଲୁଗାଁ ଜେଟି ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବ ମଞ୍ଚ ଠାରେ ପହଞ୍ଚିଥିଲେ।

ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା, ଆଇ ଏନ ଏସ କମାଣ୍ଡିଂ ଅଫିସର କମୋଡର ଏନପି ପ୍ରଦୀପ, ଭେଟେରାନ୍ସ କ୍ଲବ ସଭାପତି ବିଦ୍ୟାଧର ନାୟକ ପ୍ରମୁଖ ଜିୟାଙ୍କୁ ମଞ୍ଚ ଉପରକୁ ପାଛୋଟି ନେଇଥିଲେ।

ଭେଟେରାନ୍ସ କ୍ଲବ ସଭାପତି ଶ୍ରୀ ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ବିଭିନ୍ନ ବିଶ୍ୱବିଦ୍ୟାଳୟ ସମେତ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଜିୟାଙ୍କୁ ଉତ୍ସାହିତ କରିଥିଲେ। ଜିୟା ରାୟଙ୍କ ପକ୍ଷୀମାନଙ୍କ ପ୍ରତି ନିବିଡ଼ତାକୁ ବିଭିନ୍ନ ଦିଗରୁ ଭୁୟସୀ ପ୍ରଶଂସାର ସୁଅ ଛୁଟିଥିଲା।

କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବିଭିନ୍ନ ଅନୁଷ୍ଠାନ, ବିଭିନ୍ନ ଦଳୀୟ ନେତା, କର୍ମୀ ସମେତ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଇ ଏନ ଏସ ଚିଲିକାର ପାସିଙ୍ଗ ଆଉଟ ପ୍ୟାରେଡ଼ ସମାରୋହ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ଚିଲିକା: ଭାରତୀୟ ନୌସେନା ଓ ତଟ ରରକ୍ଷୀ ବାହାନୀର ୧/୨୦୨୧ ବ୍ୟାଚର ସମୁଦାୟ ୨୧୪୨ ପ୍ରଶିକ୍ଷାର୍ଥୀ ଆଇଏନଏସ (INS) ଚିଲିକାରୁ ସ୍ନାତକ ହାସଲ କରିଛନ୍ତି। ଏ ଅବସରରେ ଗତକାଲି ଅନୁଷ୍ଠିତ ଏକ ପାସିଙ୍ଗ ଆଉଟ ପ୍ୟାରେଡ଼କୁ କେନ୍ଦ୍ରୀୟ ନୌସେନା ଏକାଡେମୀର କମାଡେଣ୍ଟ ଭାଇସ ଆଡ଼ମିରାଲ ଏମ ଏ ହାମ୍ପି ହୋଲି ନିରୀକ୍ଷିତ କରିଥିଲେ।

ଏହି ଅବସରରେ କୃତ୍ତି ପ୍ରଶିକ୍ଷାର୍ଥୀ ମାନଙ୍କୁ ମୁଖ୍ୟ ଅତିଥି ପଦକ ଓ ଟ୍ରଫି ପ୍ରଦାନ କରିଥିଲେ।ଆଡିମୀରାଲ ପାସ କରିଥିବା ପ୍ରଶିକ୍ଷାର୍ଥୀ ମାନଙ୍କୁ ସେମାନଙ୍କର ଦକ୍ଷତାର ଉନ୍ନତି, ଜ୍ଞାନର ମୂଳଦୁଆ, ଶିଖିବାର ଇଛାଶକ୍ତି ଏବଂ ନିଜ ନିଜ ବୃତ୍ତିରେ ଉତ୍କର୍ଷ ହେବାକୁ ପରାମର୍ଶ ଦେଇଥିଲେ।

ଆଶିଷ କ୍ଷେତ୍ରି (SSR), ଗୁଲସନ କୁମାର(MR) ଏବଂ ଅଜିତ ସୁରେଶ ନାବିକ(GD) ଓ ନିଖିଲ ବିନୋଦ ରାଠୋର ନାବିକ(DB) ନିଜ ନିଜ ବିଭାଗରେ ଶ୍ରେଷ୍ଠ ପ୍ରଶିକ୍ଷାର୍ଥୀ ଭାବରେ ବିବେଚିତ ହୋଇଥିଲେ। ଏହା ପୂର୍ବରୁ ଭାଇସ ଆଡ଼ମିରାଲ ହାମ୍ପି ହୋଲି ୮ ଜୁଲାଇରେ ଏକ ଭେଲିଡେକ୍ଟୋରି କାର୍ଯ୍ୟକ୍ରମ ର ସାକ୍ଷୀ ହୋଇଥିଲେ। ଯେଉଁ କାର୍ଯ୍ୟକ୍ରମରେ ତାଲିମପ୍ରାପ୍ତ ପ୍ରଶିକ୍ଷାର୍ଥୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲା।

ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଶିବାଜି ଡିଭିଜନକୁ ଚାମ୍ପିୟାନ ଟ୍ରଫି ଏବଂ ଏକଲବ୍ୟ ଡିଭିଜନକୁ ରନର୍ସ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ଅବସରରେ ଆଇଏନଏସ ଚିଲିକାର ଦ୍ଵିଭାସି ପତ୍ରିକା “ଅଙ୍କୁର”ର ଗ୍ରୀଷ୍ମ ସଂସ୍କରଣକୁ ଭାଇସ ଆଡ଼ମିରାଲ ଉନ୍ମୋଚନ କରିଥିବା ବେଳେ ଆଇଏନଏସ ଚିଲିକାର କମାଣ ଅଧିକାରୀ କମୋଡର ଏନପି ପ୍ରଦୀପ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ

ଆଇ.ଏନ.ଏସ ଚିଲିକାରେ ପାସିଙ୍ଗ ଆଉଟ ପରେଡ଼ ଏବଂ ବିଦାୟକାଳୀନ ଉତ୍ସଵ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଆଇ.ଏନ.ଏସ ଚିଲିକାରେ ଏକ ଆକର୍ଷଣୀୟ ପାସିଙ୍ଗ ଆଉଟ ପରେଡ଼ ଅନୁଷ୍ଠିତ ହୋଇଯାଇଅଛି। ଯେଉଁଥିରୁ ଭାରତୀୟ ନୌସେନା ଏବଂ ତଟ ରକ୍ଷକ ୦୧/୨୦ ବ୍ୟାଚର ୪୫୫ ଜଣ ପ୍ରଶିକ୍ଷାର୍ଥୀମାନେ ଉତ୍ତୀର୍ଣ୍ଣ ହୋଇ ସ୍ନାତକ ହାସଲ କରିଛନ୍ତି। ଏହା ପ୍ରାରମ୍ଭିକ ନାବିକ ପ୍ରଶିକ୍ଷଣ ଅନୁଷ୍ଠାନ ଆଇ.ଏନ.ଏସ ଚିଲିକାର ୧୨ ସପ୍ତାହର କୃତକାର୍ଯ୍ୟ ପ୍ରଶିକ୍ଷଣର ଅଂଶ ବିଶେଷ।

ଉକ୍ତ ପରେଡ଼ର ଭାଇସ ଆଡମିରାଲ ଏ.କେ ଚାୱଲା, ପିଭିଏସଏମ, ଏଭିଏସଏମ, ଏନଏମ, ଭିଏସଏମ, ଏଡ଼ିସି ଏବଂ ଦକ୍ଷିଣ ନୌସେନା କମାଣ୍ଡର କମାଣ୍ଡ ଇନ ଚିଫ ପତାକା ଅଧିକାରୀ ଆଦି ସମୀକ୍ଷା କରିଥିଲେ। ପତାକା ଅଧିକାରୀ ମେଧାବୀ ପ୍ରଶିକ୍ଷାର୍ଥୀମାନଙ୍କୁ ପଦକ ଓ ଟ୍ରଫି ପ୍ରଦାନ କରିଥିଲେ। ସେ ପ୍ରଶିକ୍ଷାର୍ଥୀମାନଙ୍କୁ ପେରେଡ଼ରେ ସ୍ମାର୍ଟ ଡ୍ରିଲ ଏବଂ ଗତିବିଧି ଲାଗି ଅଭିନନ୍ଦନ ଜଣାଇବାସହ ସେମାନଙ୍କୁ ନିଜ ବୃତ୍ତିରେ ସର୍ବୋଚ୍ଚ ଡିଗ୍ରୀ ବୃତ୍ତିଗତତା, ଜ୍ଞାନ ଏବଂ ଦକ୍ଷତା ବିକାଶ ପାଇଁ ଉତ୍ସାହିତ ମଧ୍ୟ କରିଥିଲେ।

ଏଥିସହ ପ୍ରଶିକ୍ଷଣ ବ୍ୟବସ୍ଥା ଏବଂ ଗୁଣବତ୍ତା ଉପରେ କୌଣସି ଆପତ୍ତି ନକରି ମହାମାରୀ କୋଭିଡର କଠୋର ନିୟମ ମଧ୍ୟରେ ସୁକ୍ଷ୍ମ ଯୁବକ ପ୍ରଶିକ୍ଷାର୍ଥୀମାନଙ୍କୁ ଗୋଟେ ଗୋଟେ ସାଗର ଯୋଦ୍ଧା ରୂପେ ପରିଣତ କରିପାରିଥିବାରୁ ପ୍ରଶିକ୍ଷକମାନଙ୍କୁ ପ୍ରଶଂସା ମଧ୍ୟ କରିଥିଲେ।  ଭାରତୀୟ ନୌସେନାରୁ ଅଲବିନ କେ.ଆର, ମାଟ୍ରିକ ନିଯୁକ୍ତି(ଏମ.ଆର) ଏବଂ ତଟରକ୍ଷକରୁ ଅକ୍ଷୟ କୁମାର, ନାବିକ(ଘରୋଇ ଶାଖା) ନିଜ ନିଜ ବର୍ଗର ଶ୍ରେଷ୍ଠ ପ୍ରଶିକ୍ଷାର୍ଥୀ ଭାବେ ବିବେଚିତ ହୋଇଛନ୍ତି।

ଏହା ପୂର୍ବରୁ ଜାନୁଆରୀ ୪ ତାରିଖରେ ମଧ୍ୟ ଆଡମିରାଲ ‘ଭାଲେଡ଼ିକଟୋରି ଉତ୍ସଵ’ ରେ ଯୋଗଦେଇଥିଲେ ଯେଉଁଥିରେ ପ୍ରଶିକ୍ଷାର୍ଥୀମାନଙ୍କ ପ୍ରତିଭାକୁ ପ୍ରଦର୍ଶିତ କରାଯାଇଥଲା। ଏହି ପରିପ୍ରେକ୍ଷୀରେ ଆଇ.ଏନ.ଏସ ଚିଲିକାର କମାଣ୍ଡିଙ୍ଗ ଅଧିକାରୀ କୋମୋରେଡ ଋତୁରାଜ ସାହୁ ଏବଂ ଆଇ.ଏନ.ଏସ ଚିଲିକାର ଏନ.ଡବ୍ଲୁ.ଡବ୍ଲୁ.ଏ ର ସଭାପତି ସଂଗୀତା ସାହୁଙ୍କ ଉପସ୍ଥିତିରେ ଏକ ଦ୍ୱିଭାଷୀ ଇ- ପତ୍ରିକା ‘ଅଙ୍କୁର’ କୁ ଭାଇସ ଆଡ଼ମିରାଲ ଏ.କେ ଚାୱଲା ଏବଂ ଏନ.ଡବ୍ଲୁ.ଡବ୍ଲୁ.ଏ ଦକ୍ଷିଣାଞ୍ଚଳର ସଭାପତି ସ୍ୱପ୍ନା ଚାୱଲା ମିଳିତଭାବେ ଉନ୍ମୋଚିତ କରିଥିଲେ। ଉକ୍ତ ସମସ୍ତ କାର୍ଯ୍ୟକ୍ରମକୁ କୋଭିଡ-୧୯ ନିୟମ ଅନୁଯାୟୀ ସମ୍ପାଦନ କରାଯାଇଥିଲା।