Categories
ଆଞ୍ଚଳିକ

ଆକ୍ରମଣ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବଡ଼ବଜାର ଥାନା ଅନ୍ତର୍ଗତ ଶ୍ରୀରାମ ନଗର ହନୁମାନ ମନ୍ଦିର ନିକଟରେ ରହୁଥିବା ଟିକିନା ପାତ୍ର ନାମରେ ଜଣେ ଯୁବକକୁ ବଡ଼ବଜାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ସୁଚନା ଅନୁଯାୟୀ ଗିରଫ ଟିକିନା ସାଧାରଣ କଥାକୁ ନେଇ ଉତକ୍ଷିପ୍ତ ହୋଇ ସେହି ଅଞ୍ଚଳର ତୋଫାନ ସାହୁ ନାମକ ଜଣେ ଯୁବକକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପରେ ତୋଫାନ ପରିବାର ଲୋକେ ଗୁରୁତର ଅବସ୍ଥାରେ ତୋଫାନକୁ ଡାକ୍ତରଖାନାରେ ଭର୍ତ୍ତି କରି ବଡ଼ବଜାର ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଫେରାର ଟିକିନାକୁ ଉଠାଇ ଆଣି କୋର୍ଟ ଚାଲାଣ କରିଛି।