Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କଟକରେ ଆଉ 16 କରୋନା ପଜିଟିଭ, ଆକ୍ରାନ୍ତଙ୍କ ସଂଖ୍ୟା 264କୁ ବୃଦ୍ଧି

କଟକ, କଟକ ମହାନଗର ଅଞ୍ଚଳରେ ଆଜି ଆଉ 16 କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା 16 ଜଣଙ୍କ ମଧ୍ୟରୁ 8 ଜଣ ଲୋକାଲ କଣ୍ଟାକ୍ଟ କେସ୍ ଥିବା କଟକ ମହାନଗର ନିଗମ ସିଏମସି ପକ୍ଷରୁ ସୂଚନା ଦିଆଯାଇଛି। ରାଉସପାଟଣାରେ 5 ଜଣ ଲୋକାଲ କଣ୍ଟାକଟ୍ରୁ ସଂକ୍ରମିତ ହୋଇଥିବା ଜଣାଯାଇଛି।

ଲୋକାଲ କଣ୍ଚାକ୍ଚଙ୍କ ମଧ୍ୟରେ 20,25 ଓ 48 ବର୍ଷର ପୁରୁଷ ଥିବା ବେଳେ 37 ଓ 48 ବର୍ଷର ଦୁଇଜଣ ମହିଳା ଅଛନ୍ତି। ସିଡିଏ ସେକ୍ଟର 10ରୁ ଜଣେ 53 ବର୍ଷୀୟ ପୁରୁଷ ଲୋକାଲ କଣ୍ଟାକ୍ଟରୁ ସଂକ୍ରମିତ ହୋଇଛନ୍ତି। ବାଦାମବାଡ଼ି ରକ୍ସି ଲେନର ଜଣେ 33 ବର୍ଷୀୟ ଯୁବକ ଓ ଓଡ଼ିଆ ବଜାରର 45 ବର୍ଷୀୟ ପୁରୁଷ ମଧ୍ୟ ଲୋକାଲ କଣ୍ଟାକ୍ଟରୁ ସଂକ୍ରମିତ ହୋଇଛନ୍ତି।

ଡଗରପଡ଼ାର ଯୁବକ, ଶାନ୍ତି ବିହାରର ଜଣେ ମହିଳା ହୋମ୍ କ୍ବାରେଣ୍ଟିନରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 264କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ 134 ସୁସ୍ଥ ହୋଇଥିବା ବେଳେ 2 ଜଣଙ୍କର ମୃତ୍ୟୁ ହୋଇଛି। 128 ଜଣ ଏବେ ଚିକିତ୍ସାଧୀନ ଥିବା ସିଏମସି ସୂଚନା ଦେଇଛି।