Categories
ଆଜିର ଖବର ଜାତୀୟ ଖବର

୭୫ ଜଣ ସଫଳ ମହିଳା ଉଦ୍ୟୋଗୀମାନଙ୍କ ସମ୍ବନ୍ଧିତ କଫି ଟେବୁଲ୍ ପୁସ୍ତକ ଜାରି କଲା ନୀତି ଆୟୋଗ

ଦିଲ୍ଲୀ: ଅଟଳ ଇନୋଭେସନ୍ ମିଶନ (ଏଆଇଏମ୍‌), ନୀତି ଆୟୋଗ ଭାରତର ୭୫ ଜଣ ସଫଳ ମହିଳା ଉଦ୍ୟୋଗୀ ମାନଙ୍କର ଚିତ୍ରଣ କରୁଥିବା କଫି ଟେବଲ୍  ପୁସ୍ତକ ‘ଇନୋଭେସନସ୍ ଫର ୟୁ’ ର ଚତୁର୍ଥ ସଂସ୍କରଣକୁ ଆଜି ଜାରି କରିଛି।

ଏହି ୭୫ ଜଣ ମହିଳା ଉଦ୍ୟୋଗୀ ମାନଙ୍କୁ ଏଆଇଏମ୍‌, ନୀତି ଆୟୋଗର ଅଟଳ ଇନ୍‌କ୍ୟୁବେସନ୍ ସେଂଟର (ଏଆଇସି) ଦ୍ୱାରା ସହାୟତା ପ୍ରଦାନ କରା ଯାଇଥାଏ। ଏବେ ଯେତେବେଳେ ଦେଶ ଆଜାଦୀର ଅମୃତ ମହୋତ୍ସବ – ସ୍ୱତନ୍ତ୍ରତାର ୭୫ ତମ ବର୍ଷ  ପାଳନ କରୁଛି, ‘ଇନୋଭେସନ୍ ଫର୍ ୟୁ’ ର ଶୃଙ୍ଖଳା ଏହା ଦର୍ଶାଇଥାଏ ଯେ ବିଭିନ୍ନ କ୍ଷେତ୍ର ଗୁଡିିକରେ ରହିଥିବା ଷ୍ଟାର୍ଟ – ଅପ୍ ଗୁଡିକ କିଭଳି ବିଭିନ୍ନ ସମୁଦାୟ ଗୁଡିକଙ୍କ ନିମନ୍ତେ ଏକ ସ୍ଥିର ଭବିଷ୍ୟତ ନିର୍ମାଣ କାରଣରୁ  ନବସୃଜନକୁ ପ୍ରୋତ୍ସାହିତ କରୁଛନ୍ତି।

‘ଇନୋଭେସନ୍ ଫର ୟୁ’ ଏକ କଫି ଟେବଲ୍ ପୁସ୍ତକ ଶୃଙ୍ଖଳା ଅଟେ, ଯାହାର ତିନୋଟି ସଂସ୍କରଣ ପୂର୍ବରୁ ଜାରି କରା ଯାଇ ସାରିଛି। ଏହି ପୁସ୍ତକ ଅଟଳ ଇନୋଭେସନ୍ ଅଧୀନରେ ତିନି ପ୍ରମୁଖ କାର୍ଯ୍ୟକ୍ରମ ଗୁଡିକ – ଅଟଳ ଇନକ୍ୟୁବେସନ ସେଂଟର, ଅଟଳ କମ୍ୟୁନିଟି ଇନୋଭେସନ୍ ସେଂଟର ଏବଂ ଅଟଳ ନ୍ୟୁ ଇଣ୍ଡିଆ ଚ୍ୟାଲେଞ୍ଜ – ଦ୍ୱାରା ସମର୍ଥିତ ବିଭିନ୍ନ ଷ୍ଟାର୍ଟ – ଅପ୍‌ର ସଫଳତାର କାହାଣୀ ଗୁଡିକୁ ଉଲ୍ଲେଖ କରିଥାଏ। ଏହି ପୁସ୍ତକର ପ୍ରତ୍ୟେକ ସଂସ୍କରଣ ବିଭିନ୍ନ କ୍ଷେତ୍ର ଗୁଡିକରେ କାର୍ଯ୍ୟ କରୁଥିବା ଉଦ୍ୟୋଗୀ ମାନଙ୍କର ଯାତ୍ରାକୁ ପ୍ରଦର୍ଶିତ କରିଥାଏ ଏବଂ ଏହା ସେହି ନୂତନ, ବିଘଟନକାରୀ, ନୂତନ ଉତ୍ପାଦ ଗୁଡିକର, ସେବା ଗୁଡିକର ଏବଂ ସମାଧାନ ଗୁଡିକର ସୃଜନ ପ୍ରତି ସମର୍ପିତ ଅଟେ, ଯାହା ଏକ ସ୍ଥିର ଭବିଷ୍ୟତର ମାର୍ଗ ପ୍ରଶସ୍ତ କରିପାରେ।

ଏହି ପୁସ୍ତକର ପ୍ରଥମ ସଂସ୍କରଣ ସ୍ୱାସ୍ଥ୍ୟ ସେବା କ୍ଷେତ୍ର ଉପରେ ଆଧାରିତ ହୋଇଥିଲା; ଦ୍ୱିତୀୟଟି କୃଷି ଏବଂ ସମ୍ବନ୍ଧିତ କ୍ଷେତ୍ର ଉପରେ ଏବଂ ତୃତୀୟଟି ପରିବହନ ଏବଂ ଗତିଶୀଳତା ଉପରେ କେନ୍ଦ୍ରିତ ଥିଲା। ଏଆଇଏମ୍ ଦ୍ୱାରା ସମର୍ଥିତ ୨୯୦୦ ଷ୍ଟାର୍ଟ – ଅପ୍ ଗୁଡିକ ମଧ୍ୟରୁ ୮୫୦ରୁ ଅଧିକ ଷ୍ଟାର୍ଟ – ଅପ୍ ଗୁଡିକର ନେତୃତ୍ୱ ମହିଳା ମାନେ ନେଉଛନ୍ତି।

ଏହି ପୁସ୍ତକର ଉନ୍ମୋଚନ କରି ଅଟଳ ଇନୋଭେସନ ମିଶନର ନିର୍ଦ୍ଦେଶକ ଡଃ. ଚିନ୍ତନ ବୈଷ୍ଣବ କହିଥିଲେ ଯେ ‘ନାରୀ ତୁ ନାରାୟଣୀ’ ଆମ ଦେଶର ପରମ୍ପରା ରହି ଆସିଛି। ଆମେ ଏହି ପୁସ୍ତକକୁ ସେହି ସମସ୍ତ ମହିଳା ମାନଙ୍କୁ ଉତ୍ସର୍ଗ କରୁଛୁ , ଯେଉଁମାନେ ଦେଶର ନେତୃତ୍ୱ ନେଉଛନ୍ତି ଏବଂ ଭବିଷ୍ୟତର ନେତୃତ୍ୱ ନେବା ପାଇଁ ଅଭିଳାଷ ପୋଷଣ କରନ୍ତି। ଆଗାମୀ ଦଶକରେ ଭାରତରେ କାର୍ଯ୍ୟ କରୁଥିବା ଲୋକ ମାନଙ୍କର ସଂଖ୍ୟା ସାରା ବିଶ୍ୱରେ ସବୁଠାରୁ ଅଧିକ ହେବ ଏବଂ ଏହି ଶ୍ରମ ଶକ୍ତିରେ ମହିଳା ମାନଙ୍କର ଭାଗିଦାରୀ ଭାରତର ଆର୍ଥିକ ଏବଂ ସାମାଜିକ ବିକାଶ କ୍ଷେତ୍ରରେ ପରିବର୍ତ୍ତନ ଆଣିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।

ଏହି କାର୍ଯ୍ୟକ୍ରମରେ ଆନ୍ନା ରୟ, ବରିଷ୍ଠ ପରାମର୍ଶଦାତା (ଡିଏମ୍ ଆଣ୍ଡ ଏ), ଚାରୁ ଅଗ୍ରୱାଲ୍‌, ଲିଡ୍ ପ୍ରୋଜେକ୍ଟ ହର୍ ଆଣ୍ଡ ନାଓ, ଜିଆଇଜେଡ୍‌, ଅର୍ପିତା କାଲାନୁରିଆ, ପ୍ରତିଷ୍ଠାତା ଆମ୍ପଲଆର୍ଥ ପ୍ୟାକେଜିଂ ଆଣ୍ଡ ସିଷ୍ଟମସ୍ ପ୍ରାଇଭେଟ୍ ଲିମିଟେଡ୍‌, ମେହା ଲାହିରି, ସହ – ପ୍ରତିଷ୍ଠାତା, ରେସିଟି ଏବଂ ସୋନଲ ଅଗ୍ରୱାଲ୍ ବାଲି, ସିଏଫ୍‌ଓ, ଇଂଟେଲୋ ଲାବସ୍ ଇତ୍ୟାଦି ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଦେଶବ୍ୟାପୀ ବୃହତ୍ ସ୍ୱଚ୍ଛତା ଅଭିଯାନର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂହ ଠାକୁର

ଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ଦିଲ୍ଲୀର ଚାନ୍ଦିନୀ ଚୌକ ଠାରୁ ସ୍ୱଚ୍ଛ ଭାରତ ୨୦୨୨ କାର୍ଯ୍ୟକ୍ରମ ଅଧୀନରେ ସମଗ୍ର ଭାରତରେ ବୃହତ୍ ସ୍ୱଚ୍ଛତା ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଯୁବ ବ୍ୟାପାର ଏବଂ କ୍ରୀଡ଼ା ବିଭାଗର ସଚିବ ଶ୍ରୀ ସଞ୍ଜୟ କୁମାର ଏବଂ ମନ୍ତ୍ରଣାଳୟର ଅନ୍ୟ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ। ସମାନ ଧରଣର ସ୍ୱଚ୍ଛତା ଅଭିଯାନ ୧୯ ଅକ୍ଟୋବର ୨୦୨୨ ରେ ଦେଶର ସମସ୍ତ ଗ୍ରାମ ଏବଂ ଜିଲ୍ଲାରେ ଚାଲୁ ହୋଇଛି।

ଏହି ଅବସରରେ ଶ୍ରୀ ଠାକୁର କହିଥିଲେ ଯେ, ସ୍ୱଚ୍ଛ ଭାରତ କେବଳ ଏକ କାର୍ଯ୍ୟକ୍ରମ ନୁହେଁ ବରଂ ଏହା ସାଧାରଣ ଲୋକଙ୍କ ପ୍ରକୃତ ଚିନ୍ତା ଏବଂ ଏହି ସମସ୍ୟାର ସମାଧାନ ପାଇଁ ସେମାନଙ୍କର ସଂକଳ୍ପକୁ ପ୍ରତିଫଳିତ କରିଥାଏ। କେନ୍ଦ୍ର ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଦା ‘ଜନ ଭାଗିଦାରୀ ଦ୍ୱାରା ଜନ ଆନ୍ଦୋଳନ’ ସମ୍ପର୍କରେ ଦୋହରାଇ ଆସିଛନ୍ତି ଏବଂ ଯୁବକ ମାନଙ୍କ ଅଂଶ ଗ୍ରହଣ ବିନା କୌଣସି ଅଭିଯାନ ଅସମ୍ପୂର୍ଣ୍ଣ ଅଟେ। ସେ ଆହୁରି ମଧ୍ୟ କହିଥିଲେ ଯେ , ସ୍ୱଚ୍ଛ ଭାରତର ସ୍ୱପ୍ନକୁ ପୂରଣ ନକରି, ଏକ ନୂତନ ଭାରତର ସ୍ୱପ୍ନ, ଏକ ବିକଶିତ ଭାରତର ସ୍ୱପ୍ନ ପୂରଣ ହୋଇ ପାରିବ ନାହିଁ।

ଶ୍ରୀ ଠାକୁର କହିଥିଲେ ଯେ, ଗୋଟିଏ ମାସର ଅବଧିରେ ଏକ କୋଟି କିଲୋଗ୍ରାମ ବର୍ଜ୍ୟ ସଂଗ୍ରହର ଉଦ୍ଦେଶ୍ୟ ସହିତ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଏବଂ ଆମେ ୧୮ ଦିନ ମଧ୍ୟରେ ୮୪ ଲକ୍ଷ କିଲୋଗ୍ରାମ ପ୍ଲାଷ୍ଟିକ୍ ବର୍ଜ୍ୟ ବସ୍ତୁ ସଂଗ୍ରହ କରି ସାରିଛୁ ଏବଂ ରହିଥିବା ଲକ୍ଷ୍ୟକୁ ଅତିକ୍ରମ କରିବାକୁ ସ୍ଥିର କରିଛୁ। ଏହି କାର୍ଯ୍ୟ ଐତିହାସିକ ସ୍ଥାନ ଗୁଡିକରେ, ସାମୂହିକ କେନ୍ଦ୍ର, ବିଦ୍ୟାଳୟ, ଗ୍ରାମ ଏବଂ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ କରା ଯାଇଥିଲା। ଭିନ୍ନ ଭିନ୍ନ ପୃଷ୍ଠଭୂମି ଏବଂ ବିଭିନ୍ନ ପ୍ରକାରର ଲୋକ, ବିଶେଷ ରୂପରେ ଯୁବକ ମାନେ କେବଳ ଏହି କାର୍ଯ୍ୟକ୍ରମରେ ଭାଗ ନେଉ ନାହାନ୍ତି, ବରଂ ଅନ୍ୟ ମାନଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ରୂପରେ ସ୍ୱେଚ୍ଛାକୃତ ଭାବେ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ନିମନ୍ତେ ପ୍ରେରିତ ଏବଂ ପ୍ରୋତ୍ସାହିତ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି।

ପରିଷ୍କାର ପରିଚ୍ଛନ୍ନତାର ଗୁରୁତ୍ୱ ସମ୍ପର୍କରେ ଶ୍ରୀ ଠାକୁର କହିଥିଲେ ଯେ ପରିଷ୍କାର ପରିଚ୍ଛନ୍ନତା ବିନା ଆମେ ଲୋକ ମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ନିଶ୍ଚିତ କରି ପାରିବା ନାହିଁ। ଆମକୁ ‘ସ୍ୱଚ୍ଛ ଭାରତ’ (କ୍ଲିନ୍ ଇଣ୍ଡିଆ)ର ରାଷ୍ଟ୍ରଦୂତ ହେବାକୁ ପଡିବ ବୋଲି କେନ୍ଦ୍ର ମନ୍ତ୍ରୀ ଅନୁରୋଧ କରିଥିଲେ। ଏଥିପାଇଁ, ଆମକୁ ସଚେତନତା ସୃଷ୍ଟି କରିବା ଏବଂ ଲୋକଙ୍କ ମାନସିକତାରେ ପରିବର୍ତ୍ତନ କରିବା ଆବଶ୍ୟକ ରହିଛି। ପରିବେଶକୁ ପରିଷ୍କାର ରଖିବା ପାଇଁ ଦୀପାବଳୀ ପର୍ବର ଦୁଇ ଦିନ ଉତ୍ସର୍ଗ କରିବାକୁ ମନ୍ତ୍ରୀ ଯୁବକ ମାନଙ୍କୁ ମଧ୍ୟ ଅନୁରୋଧ କରିଥିଲେ।

୨୦୨୨ ଅକ୍ଟୋବର ପହିଲାରୁ ଉତ୍ତର ପ୍ରଦେଶର ପ୍ରୟାଗରାଜ ଠାରେ ଅନୁରାଗ ସିଂହ ଠାକୁରଙ୍କ ଦ୍ୱାରା ଏକ ମାସବ୍ୟାପୀ ସ୍ୱଚ୍ଛ ଭାରତ ୨୦୨୨ କାର୍ଯ୍ୟକ୍ରମ ଆରମ୍ଭ କରା ଯାଇଥିଲା। ନେହେରୁ ଯୁବ କେନ୍ଦ୍ର ସଙ୍ଗଠନ (ଏନ୍‌ୱାଇକେଏସ୍‌) ଦ୍ୱାରା ଅନୁବନ୍ଧିତ ୟୁଥ୍ କ୍ଲବ୍ ଏବଂ ଜାତୀୟ ସେବା ଯୋଜନା ଅନୁବନ୍ଧିତ ଅନୁଷ୍ଠାନ ମାଧ୍ୟମରେ ଦେଶର ୭୪୪ ଜିଲ୍ଲା ଗୁଡିକର ୬ ଲକ୍ଷ ଗ୍ରାମରେ ସ୍ୱଚ୍ଛ ଭାରତ ୨୦୨୨ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।

ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଯୁବ ବ୍ୟାପାର ଏବଂ କ୍ରୀଡା ବିଭାଗ ଏବଂ ଏହାର ଅନୁବନ୍ଧିତ ସଂଗଠନ ଗୁଡିକ ଯଥା, ଏନ୍‌ୱାଇକେଏସ୍ ଏବଂ ଏନ୍‌ଏସ୍‌ଏସ୍ ଦ୍ୱାରା ସ୍ୱଚ୍ଛ ଭାରତ ୨୦୨୨ ର ପ୍ରୟାସକୁ ସୁଦୃଢ଼ କରିବା ଏବଂ ଦେଶର ସମସ୍ତ ଗ୍ରାମରେ ସମାନ କାର୍ଯ୍ୟକ୍ରମ ଆୟୋଜନ କରି ଅଭିଯାନରେ ଜନସାଧାରଣଙ୍କ ଅଂଶ ଗ୍ରହଣକୁ ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟକଳାପକୁ ଆହୁରି ତୀବ୍ର କରିବା।

ଏକ ନମ୍ର ପ୍ରାରମ୍ଭ ବଡ଼ ବଡ଼ ପରିବର୍ତ୍ତନ ଆଣି ପାରେ। ଆଜାଦୀର ଅମୃତ ମହୋତ୍ସବ ଉପଲକ୍ଷରେ ଯୁବ ବ୍ୟାପାର ବିଭାଗ ଦ୍ୱାରା ଆରମ୍ଭ କରା ଯାଇଥିବା ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଏହି କଥାକୁ ପ୍ରମାଣିତ କରିଥାଏ।

ଏହି କାର୍ଯ୍ୟକ୍ରମ ଏହାର ସ୍ତର ଏବଂ ବ୍ୟାପକତା, ଦୁଇଟି ଦୃଷ୍ଟିରୁ ବିଶେଷ ଅଟେ ଏବଂ ଏହା ଯୁବକ ମାନଙ୍କ ଭାଗୀଦାରୀ ଦ୍ୱାରା ଜନ ଆନ୍ଦୋଳନର ମଡେଲ୍ ଉପରେ ପରିକଳ୍ପିତ କରା ଯାଇଛି ତଥା ଏହା ମାଧ୍ୟମରେ ଏହି କାର୍ଯ୍ୟକ୍ରମର ସଫଳତା ଏବଂ ନିରନ୍ତରତା ନିମନ୍ତେ ପ୍ରତ୍ୟେକ ନାଗରିକ ମାନଙ୍କର ଭୂମିକା ଏବଂ ଯୋଗଦାନକୁ ନିର୍ଦ୍ଧାରିତ କରା ଯାଇଛି।

ଏହି ପଦକ୍ଷେପର ମୁଖ୍ୟ ପ୍ରେରକ ତତ୍ୱ ହେଉଛି ନିଜର ସୀମାକୁ ଭୂଲି ସମସ୍ତ ହିତଧାରକ ମାନଙ୍କ ମଧ୍ୟରେ ସମନ୍ୱୟ ଏବଂ ତାଳମେଳ ରକ୍ଷା କରିବା। ବିଭିନ୍ନ ବିଭାଗ/ଏଜେନ୍ସି ଗୁଡିକ, ସିବିଓ ଏବଂ ସିଭିଲ୍ ସୋସାଇଟି ସଙ୍ଗଠନ ଇତ୍ୟାଦି ଏକକ ବ୍ୟବହୃତ ପ୍ଲାଷ୍ଟିକ୍‌ର ବ୍ୟବହାରକୁ ସମାପ୍ତ କରିବା ଏବଂ ସ୍ୱଚ୍ଛତାକୁ ସୁନିଶ୍ଚିତ କରିବାର ସାଧାରଣ ଲକ୍ଷ୍ୟକୁ ସାକାର କରିବା ନିମନ୍ତେ ଏକାଠି ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ହର ଘର ତ୍ରୀରଙ୍ଗା ଅଭିଯାନକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଷ୍ଟେସନରେ ସେଲଫି ପଏଣ୍ଟ ପ୍ରସ୍ତୁତ

ନୂଆଦିଲ୍ଲୀ: ଭାରତ ସ୍ୱାଧୀନତାର ୭୫ ତମ ବର୍ଷ ପାଳନ କରିବା ଅବସରରେ ପୂର୍ବ ତଟ ରେଳପଥ ଆଜାଦୀର ଅମୃତ ମହୋତ୍ସବର ଏକ ଅଂଶ ଭାବେ ପ୍ରତିଘରେ ତ୍ରିରଙ୍ଗା ଅଭିଯାନକୁ ସଫଳ କରାଇବା ପାଇଁ ନିଜ କର୍ମଚାରୀମାନଙ୍କୁ ନିଜ ଘରେ ୧୩ ରୁ ୧୫ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ତିରଙ୍ଗା ଉଡ଼ାଇବାକୁ ପ୍ରୋତ୍ସାହିତ କରିଛି।

ରାଷ୍ଟ୍ରୀୟ ପତାକା ସହିତ ଦେଶର ନାଗରିକ ମାନଙ୍କ ସହିତ ରେଳ କର୍ମଚାରୀଙ୍କ ସମ୍ପର୍କ ବ୍ୟକ୍ତିଗତ ଅପେକ୍ଷା ସର୍ବଦା ଆନୁଷ୍ଠାନିକ ରହିଆସିଅଛି। ସ୍ୱାଧୀନତାର ୭୫ ତମ ବର୍ଷରେ ସମଗ୍ର ଦେଶରେ ସାମୂହିକ ଭାବରେ ଜାତୀୟ ପତାକା ବ୍ୟବହାରକରିବା କେବଳ ବ୍ୟକ୍ତିଗତ ସଂଯୋଗର କାର୍ଯ୍ୟ ନୁହେଁ ବରଂ ରାଷ୍ଟ୍ର-ନିର୍ମାଣ ପ୍ରତି ସେମାନଙ୍କର ପ୍ରତିବଦ୍ଧତାର ପ୍ରତୀକ ମଧ୍ୟ ହୋଇଯାଏ। ଏହି ପଦକ୍ଷେପ ପଛରେ ଥିବା ଧାରଣା ହେଉଛି କର୍ମଚାରୀଙ୍କ ହୃଦୟରେ ଦେଶପ୍ରେମର ଭାବନା ସୃଷ୍ଟି କରିବା ଏବଂ ଭାରତୀୟ ଜାତୀୟ ପତାକା ବିଷୟରେ ସଚେତନତା ସୃଷ୍ଟି କରିବା।

ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବଙ୍କ ନେତୃତ୍ୱରେ ରେଳ କର୍ମଚାରୀ ଏବଂ ଅଧିକାରୀମାନେ ହର ଘର ତିରଙ୍ଗା ଅଭିଯାନରେ ଅଂଶଗ୍ରହଣ କରି ରେଳ କର୍ମଚାରୀଙ୍କ ମଧ୍ୟରେ ଦେଶଭକ୍ତି ଆଣିବା ସହ ସେମାନଙ୍କ ଘରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।

ପୂର୍ବରୁ ମହାପ୍ରବନ୍ଧକ ଶ୍ରୀ ଶ୍ରୀବାସ୍ତବ ରେଳପଥର ସମସ୍ତ କର୍ମଚାରୀଙ୍କୁ ହର ଘର ତିରଙ୍ଗା ଅଭିଯାନରେ ଭାଗ ନେବାକୁ ନିବେଦନ କରିଥିବା ସହିତ ରେଳପଥର ବିଭିନ୍ନ ବିଭାଗୀୟ ପ୍ରମୁଖ ଅଧିକାରୀ ମାନଙ୍କୁ ଏଥିପ୍ରତି ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ ଯାହା ଦ୍ୱାରା ପ୍ରତ୍ୟେକ କର୍ମଚାରୀ ଏହି ଅଭିଯାନରେ ଜଡିତ ହୋଇପାରିବେ। ରେଳପଥର କର୍ମଚାରୀଙ୍କ ମଧ୍ୟରେ ଜାତୀୟ ପତାକା ବଣ୍ଟନ କରିବା ପାଇଁ ବିଶେଷ ପଦକ୍ଷେପ ନିଆଯାଇଥିଲା ଯାହାଦ୍ୱାରା ପୂର୍ବତଟ ରେଳପଥର ବହୁ ସଂଖ୍ୟକ ରେଳ କର୍ମଚାରୀ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କରିପାରିବେ।

ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଅନ୍ତର୍ଗତ ପୁରୀ, ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର ଏବଂ କଟକ ଷ୍ଟେସନରେ; ସମ୍ବଲପୁର ରେଳମଣ୍ଡଳ ଅଧୀନରେ ଥିବା ଭବାନୀପାଟଣା, ନୂଆପଡା ରୋଡ଼, ମହାସମୁନ୍ଦ, ବଲାଙ୍ଗୀର, ବରଗଡ଼ ରୋଡ଼ ଓ ସମ୍ବଲପୁର ଏବଂ ୱାଲଟିୟର ରେଳମଣ୍ଡଳ ଅନ୍ତର୍ଗତ ବିଶାଖାପାଟଣା, ବିଜୟନଗରମ ଓ ରାୟଗଡା ରେଳ ଷ୍ଟେସନ ମାନଙ୍କଠାରେ ହର ଘର ତୀରଙ୍ଗା ଅଭିଯାନ କାର୍ଯ୍ୟକ୍ରମ ଗୁଡିକ ଆୟୋଜନ କରାଯିବ ସହିତ ଏହାକୁ ସ୍ମରଣୀୟ କରାଇବା ପାଇଁ ସେଲ୍ଫି ଉଠାଇବାପାଇଁ ଉପଯୁକ୍ତ ସ୍ଥାନ ସୁବିଧା ପ୍ରଦାନ କରାଯାଇଅଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜୁଲାଇ ପହିଲାରୁ ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ବ୍ୟବହାର ନିଷେଧ

ଦିଲ୍ଲୀ: ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ସାମଗ୍ରୀର ବ୍ୟବହାରକୁ ୨୦୨୨ ସୁଦ୍ଧା ପର୍ଯ୍ୟାୟ କ୍ରମେ ବହିଷ୍କାର କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଦିଆ ଯାଇଥିବା ଆହ୍ୱାନ ଅନୁସାରେ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟ ୧୨ ଅଗଷ୍ଟ ୨୦୨୧ରେ ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା ସଂଶୋଧନ ନିୟମ ଅଧିସୂଚିତ କରିଛନ୍ତି। ଆଜାଦୀର ଅମୃତ ମହୋତ୍ସବ ଭାବନାକୁ ଆହୁରି ଅଧିକ ଆଗେଇ ନେଇ, ଦେଶ ଦ୍ୱାରା ଅଳିଆ ଆବର୍ଜନା ଏବଂ ଅଣପରିଚାଳିତ ପ୍ଲାଷ୍ଟିକ୍ ଆବର୍ଜନା ଯୋଗୁଁ ହେଉଥିବା ପ୍ରଦୂଷଣକୁ ରୋକିବା ନିମନ୍ତେ ଏକ ନିର୍ଣ୍ଣାୟକ ପଦକ୍ଷେପ ନିଆ ଯାଉଛି। ଭାରତ ୧ ଜୁଲାଇ ୨୦୨୨ରୁ ସମଗ୍ର ଦେଶରେ ଚିହ୍ନଟ କରା ଯାଇଥିବା ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ସାମଗ୍ରୀ ଗୁଡିକ, ଯାହାର ଉପଯୋଗିତା କମ୍ ଏବଂ ଆବର୍ଜନା ସୃଷ୍ଟି କରିବାର ସାମର୍ଥ୍ୟ ଅଧିକ ଅଟେ, ସେଗୁଡିକର ଉତ୍ପାଦନ, ଆମଦାନୀ, ଗଚ୍ଛିତ କରଣ, ବିତରଣ, ବିକ୍ରି ଏବଂ ବ୍ୟବହାର ଉପରେ ନିଷେଧାଦେଶ ଲଗାଇବ।

ସାମୁଦ୍ରିକ ବାତାବରଣ ସହିତ ସ୍ଥଳ ଭାଗ ଏବଂ ଜଳ ଭାଗର ପାରିବେଶିକ ବ୍ୟବସ୍ଥା ଉପରେ ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ସାମଗ୍ରୀ ଗୁଡିକର ପ୍ରତିକୂଳ ପ୍ରଭାବ ପଡ଼ିଥାଏ ବୋଲି ବିଶ୍ୱ ସ୍ତରରେ ସ୍ୱୀକାର କରା ଯାଇଛି। ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ସାମଗ୍ରୀ ଗୁଡିକ କାରଣରୁ ହେଉଥିବା ପ୍ରଦୂଷଣକୁ ଦୂର କରିବା ସମସ୍ତ ଦେଶ ଗୁଡିକ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ପାରିବେଶିକ ଆହ୍ୱାନ ହୋଇ ଯାଇଛି।

୨୦୧୯ରେ ଅନୁଷ୍ଠିତ ଚତୁର୍ଥ ମିଳିତ ଜାତିସଂଘର ପରିବେଶ ସଭାରେ, ଭାରତ ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ସାମଗ୍ରୀ ଗୁଡିକର ପ୍ରଦୂଷଣ ସମ୍ପର୍କରେ ସମ୍ବୋଧିତ କରି ଏକ ପ୍ରସ୍ତାବର ସଂଚାଳନ କରିଥିଲା, ଯେଉଁଥିରେ ବିଶ୍ୱ ସମୁଦାୟକୁ ଏହି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଧ୍ୟାନ କେନ୍ଦ୍ରିତ କରିବା ନିମନ୍ତେ ଜରୁରୀ ଆବଶ୍ୟକତା ରହିଥିବା ସ୍ୱୀକାର କରା ଯାଇଥିଲା। ୟୁଏନ୍ଇଏ ୪ରେ ଏହି ପ୍ରସ୍ତାବକୁ ଗ୍ରହଣ କରିବା ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା। ନିକଟରେ ମାର୍ଚ୍ଚ ୨୦୨୨ରେ ସମ୍ପନ୍ନ ହୋଇଥିବା ମିଳିତ ଜାତିସଂଘ ପରିବେଶ ସଭାର ପଂଚମ ଅଧିବେଶନରେ, ଭାରତ ପ୍ଲାଷ୍ଟିକ୍ ପ୍ରଦୂଷଣ ଉପରେ ବିଶ୍ୱ ଅଭିଯାନ କାର୍ଯ୍ୟର ସଙ୍କଳ୍ପ ଉପରେ ଏକ ସାଧାରଣ ସହମତିକୁ ବିକଶିତ କରିବା ନିମନ୍ତେ ସମସ୍ତ ସଦସ୍ୟ ରାଷ୍ଟ୍ର ଗୁଡିକ ସହିତ ଗଠନମୂଳକ ଭାବରେ ଯୋଡି ହୋଇଥିଲା।

ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ଦ୍ୱାରା ହେଉଥିବା ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଭାରତ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନିଷେଧ କରା ଯାଇଥିବା ସାମଗ୍ରୀ ଗୁଡିକର ତାଲିକାରେ ପ୍ଲାଷ୍ଟିକ୍ କାଠି ଲାଗିଥିବା କାନ ସଫା କରାଯାଉଥିବା ବଡ୍, ବେଲୁନ୍ ପାଇଁ ବ୍ୟବହାର କରା ଯାଉଥିବା ପ୍ଲାଷ୍ଟିକ୍, ପ୍ଲାଷ୍ଟିକ୍ ପ୍ରସ୍ତୁତ ପତାକା, କ୍ୟାଣ୍ଡିର କାଠି, ଆଇସ୍କ୍ରିମ୍ରେ ବ୍ୟବହାର କରାଯାଉଥିବା କାଠି, ସାଜସଜା ନିମନ୍ତେ ବ୍ୟବହୃତ ହେଉଥିବା ପଲଷ୍ଟିରିନ୍ (ଥର୍ମୋକଲ୍), ପ୍ଲାଷ୍ଟିକର ପ୍ଲେଟ୍, କପ୍, ଗ୍ଲାସ୍, ପ୍ଲାଷ୍ଟିକ୍ର କଟଲେରୀ, ଯଥା, ପ୍ଲାଷ୍ଟିକ୍ କଂଟା ଚାମଜ, ଛୁରୀ, ଚାମଚ, ନଳୀ, ଟ୍ରେ, ମିଠା ବାକ୍ସ ଉପରେ ଗୁଡା ଯାଉଥିବା ରାପର, ନିମନ୍ତ୍ରଣ କାର୍ଡ, ସିଗାରେଟ୍ ଖୋଳ, ୧୦୦ ମାଇକ୍ରୋନ୍ରୁ କମ୍ ପ୍ଲାଷ୍ଟିକ୍ କିମ୍ବା ପିଭିସି ବ୍ୟାନର, ଷ୍ଟିରର୍ ଇତ୍ୟାଦି ସାମିଲ୍ ଅଟେ।

ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା ସଂଶୋଧନ ନିୟମ, ୨୦୨୧, ୩୦ ସେପ୍ଟେମ୍ବର, ୨୦୨୧ରୁ ପଂଚସ୍ତରି ମାଇକ୍ରୋନ୍ରୁ କମ୍ ମୋଟା ହୋଇଥିବା ପ୍ଲାଷ୍ଟିକ୍ କ୍ୟାରି ବ୍ୟାଗ୍ର ଉତ୍ପାଦନ, ଆମଦାନୀ, ଗଚ୍ଛିତ କରଣ, ବିତରଣ, ବିକ୍ରି ଏବଂ ବ୍ୟବହାର ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛି ଏବଂ ଏହାର ମୋଟା ୧୨୦ ମାଇକ୍ରନ୍ ଠାରୁ ଯେପରି କମ୍ ରହିବ ୩୧ ଡିସେମ୍ବର, ୨୦୨୨ରୁ ତାହା ପ୍ରଭାବଶାଳୀ ରହିବ।

ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟ ୧୬ ଫେବୃୟାରୀ ୨୦୨୨ରେ ମଧ୍ୟ ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା ସଂଶୋଧନ ନିୟମ, ୨୦୨୨ ରୂପରେ ପ୍ଲାଷ୍ଟିକ୍ ପ୍ୟାକେଜିଂ ଉପରେ ସମ୍ପ୍ରସାରିତ ଉତ୍ପାଦକ ମାନଙ୍କର ଦାୟିତ୍ୱ ଗୁଡିକ ଉପରେ ନିର୍ଦ୍ଦେଶାବଳୀ ଗୁଡିକରେ ମଧ୍ୟ ଅଧିସୂତିତ କରିଛି। ସମ୍ପ୍ରସାରିତ ଉତ୍ପାଦକ ଦାୟିତ୍ୱ (ଇପିଆର) ହେଉଛି ଉତ୍ପାଦର ଜୀବନ ଚକ୍ର ଶେଷ ହେବା ପର୍ଯ୍ୟନ୍ତ ଏହାର ପରିବେଶ ନିମନ୍ତେ ପରିବେଶ ଅନୁକୂଳ ଭିତିରେ ପରିଚାଳନା ଜଣେ ଉତ୍ପାଦକଙ୍କର ଦାୟିତ୍ୱ। ଏହି ନିର୍ଦ୍ଦେଶାବଳୀ ଗୁଡିକ ପ୍ଲାଷ୍ଟିକ୍ ପ୍ୟାକେଜିଂ ବର୍ଜ୍ୟ ବସ୍ତୁର ବୃତାକାର ଅର୍ଥନୀତିକୁ ମଜଭୁତ କରିବା, ପ୍ଲାଷ୍ଟିକ୍ ପ୍ୟାକେଜିଂ ପାଇଁ ନୂତନ ବିକଳ୍ପର ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ବ୍ୟବହାର ଦ୍ୱାରା ପରିପୋଷଣୀୟ ପ୍ଲାଷ୍ଟିକ୍ ପ୍ୟାକେଜିଂ ଆଡକୁ ଆଗେଇବା ପାଇଁ ଆଗୁଆ ପଦକ୍ଷେପ ପ୍ରଦାନ କରିବା ନିମନ୍ତେ ଏକ ଢାଂଚା ପ୍ରଦାନ କରିବ।

ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ୟୁନିଟ୍ ଗୁଡିକ ନିମନ୍ତେ ସାମର୍ଥ୍ୟ ନିର୍ମାଣ କର୍ମଶାଳା ଗୁଡିକର ଆୟୋଜନ କରା ଯାଉଛି, ଫଳରେ ସେମାନଙ୍କୁ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଏବଂ କେନ୍ଦ୍ରୀୟ ପେଟ୍ରୋକେମିକାଲ୍ସ ଇିଞ୍ଜିନିୟରିଂ ସଂସ୍ଥାନ (ସିଆଇପିଇଟି ) ଏବଂ ତାହାର ରାଜ୍ୟ କେନ୍ଦ୍ର ଗୁଡିକ ସହିତ ସିପିସିବି/ ଏସ୍ପିସିବି/ ପିସିସିର ଭାଗିଦାରୀରେ ନିଷେଧ କରା ଯାଇଥିବା ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ସାମଗ୍ରୀ ଗୁଡିକର ବିକଳ୍ପର ଉତ୍ପାଦନ ନିମନ୍ତେ ବୈଷୟିକ ସହାୟତା ପ୍ରଦାନ କରା ଯାଇ ପାରିବ। ନିଷିଦ୍ଧ କରା ଯାଇଥିବା ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍କୁ ବହିଷ୍କାର କରିବା କ୍ଷେତ୍ରରେ ଏହିଭଳି ଉଦ୍ୟୋଗ ଗୁଡିକୁ ସହାୟତା ପ୍ରଦାନ କରିବା ନିମନ୍ତେ ମଧ୍ୟ ବ୍ୟବସ୍ଥା କରା ଯାଇଛି।

ନବସୃଜନକୁ ପ୍ରୋତ୍ସାହିତ କରିବା ତଥା ସମଗ୍ର ଦେଶରେ ତ୍ୱରିତ ପ୍ରବେଶ ଏବଂ ବିକଳ୍ପ ଗୁଡିକର ଉପଲବ୍ଧତା ନିମନ୍ତେ ପାରିବେଶିକ ବ୍ୟବସ୍ଥା ପ୍ରଦାନ କରିବା ନିମନ୍ତେ ଭାରତ ସରକାର ମଧ୍ୟ ପଦକ୍ଷେପମାନ ନେଇଛନ୍ତି।

ଚିହ୍ନିତ କରା ଯାଇଥିବା ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଠିକ୍ ସାମଗ୍ରୀ ଗୁଡିକ ଉପରେ ୧ ଜୁଲାଇ ୨୦୨୨ରୁ ନିଷେଧାଦେଶର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ପାଇଁ, ଜାତୀୟ ତଥା ରାଜ୍ୟ ସ୍ତରୀୟ ନିୟନ୍ତ୍ରଣ କକ୍ଷ ଗଠନ କରାଯିବ ଏବଂ ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ର ବେଆଇନ୍ ଉତ୍ପାଦନ, ଆମଦାନୀ, ଗଚ୍ଛିତ କରଣ, ବିତରଣ, ବିକ୍ରୟ ଏବଂ ବ୍ୟବହାରକୁ ଯାଂଚ କରିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକାରୀ ଦଳ ଗଠନ କରାଯିବ। ନିଷିଦ୍ଧ କରା ଯାଇଥିବା ଯେ କୌଣସି ପ୍ରକାରର ପ୍ଲାଷ୍ଟିକ୍ ସାମଗ୍ରୀ ଗୁଡିକର ଆନ୍ତଃରାଜ୍ୟ ଚାଲାଣ ବନ୍ଦ କରିବା ନିମନ୍ତେ ସୀମା ଯାଂଚ ପଏଂଟ ସ୍ଥାପନ କରିବାକୁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳ ଗୁଡିକୁ କୁହା ଯାଇଛି।

ପ୍ଲାଷ୍ଟିକ୍ ବିପଦକୁ ରୋକିବାରେ ନାଗରିକ ମାନଙ୍କୁ ସଶକ୍ତ କରିବା ପାଇଁ ସିପିସିବି ଗ୍ରିଭାନ୍ସ (ଅଭିଯୋଗ) ସମାଧାନ ଆପ୍ ଆରମ୍ଭ କରା ଯାଇଛି। ଜନସାଧାରଣଙ୍କ ନିକଟରେ ବ୍ୟାପକ ଭାବରେ ପହଂଚିବା ପାଇଁ ପ୍ରକ୍ରିତି (PRAKRITI) – ମାସ୍କଟ୍କୁ ମଧ୍ୟ ୫ ଏପ୍ରିଲ୍ରେ ଉନ୍ମୋଚନ କରା ଯାଇଥିଲା।

ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ର ବିଲୋପକରଣ କରିବା ଦିଗରେ ସରକାର ସଚେତନତା ସୃଷ୍ଟି କରିବା ପାଇଁ ପଦକ୍ଷେପ ଗ୍ରହଣ କରି ଆସୁଛନ୍ତି। ଏହି ସଚେତନତା ଅଭିଯାନରେ ଉଦ୍ୟୋଗୀ ତଥା ଷ୍ଟାର୍ଟଅପ୍, ଶିଳ୍ପ, କେନ୍ଦ୍ର, ରାଜ୍ୟ ତଥା ସ୍ଥାନୀୟ ସରକାର, ନିୟାମକ ସଂସ୍ଥା, ବିଶେଷଜ୍ଞ, ନାଗରିକ ସଙ୍ଗଠନ ସମୂହ, ଆର୍ ଆଣ୍ଡ ଡି ଏବଂ ଶୈକ୍ଷିକ ଅନୁଷ୍ଠାନ ଗୁଡିକ ଏକାଠି ହୋଇଛନ୍ତି।

ମନ୍ତ୍ରଣାଳୟର ଏହା ବିଶ୍ୱାସ ରହିଛି ଯେ, ହିତାଧିକାରୀ ମାନଙ୍କର ପ୍ରଭାବଶାଳୀ ଯୋଗଦାନ ଏବଂ ମିଳିତ କାର୍ଯ୍ୟ ତଥା ଉତ୍ସାହର ସହିତ ଭାଗିଦାରୀତା ଦ୍ୱାରା ଏହି ନିଷେଧାଦେଶର ସଫଳତା ସମ୍ଭବପର ହୋଇ ପାରିବ।