Categories
ଆଜିର ଖବର ରାଜ୍ୟ ଖବର

ଆଞ୍ଚଳିକ ପାଣିପାଗ ବିଭାଗର ସତର୍କ ସୂଚନା: ୧୪ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟର ଅନେକ ଜିଲ୍ଲାରେ ଲଘୁଚାପଜନିତ ବର୍ଷା ଜାରି ରହିଛି। ରାଜ୍ୟରେ ଗଭୀର ଅବପାତର ପ୍ରଭାବ ଏବେ ବି ସକ୍ରିୟ ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ନେଇ ଅନୁମାନ କରାଯାଉଛି। ଆସନ୍ତା ୪୮ ଘଣ୍ଟାରେ ଏହା ଛତିଶଗଡ, ମଧ୍ୟପ୍ରଦେଶ ମୁହାଁ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି। ଆଗାମୀ ୬ ଘଣ୍ଟାରେ ଏହା ଦୁର୍ବଳ ହୋଇ ଅବପାତରେ ପରିଣତ ହେବ। ତେବେ ଏହାର ପ୍ରଭାବରେ ୧୪ ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏହାକୁ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି।

ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡା, ଯାଜପୁର, ଦେବଗଡ, ସମ୍ବଲପୁର, ନୂଆପଡା, ନବରଙ୍ଗପୁର, ବଲାଙ୍ଗୀରି ଏବଂ କେନ୍ଦୁଝର ଜିଲ୍ଲାଗୁଡିକୁ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି। କିନ୍ତୁ ଆଜି ଅପରାହ୍ନ ସୁଦ୍ଧା ଉପକୂଳବର୍ତ୍ତୀ ଅଞ୍ଚଳରେ ପାଗର ପରିବର୍ତ୍ତନ ଘଟିବା ସମ୍ଭାବନା ରହିଛି। ହେଲେ ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲା ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ହେବା ସମ୍ଭାବନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ବର୍ଷା ସହ ବଜ୍ରପାତ ନେଇ ସତର୍କ ସୂଚନା: ୧୬ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ବର୍ଷା ସହ ବଜ୍ରପାତ ନେଇ ଅନୁମାନ କରାଯାଇଛି। ୧୬ ଟି ଜିଲ୍ଲାରେ ବର୍ଷା ଏବଂ ବଜ୍ରପାତ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ କରିଛି। ବର୍ଷ ଏବଂ ବଜ୍ରପାତ ସହ ୩୦ ରୁ ୪୦ କିମି ବେଗରେ ପବନ ବହିବା ନେଇ ଅନୁମାନ କରାଯାଇଛି। ତେବେ ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ମାଲକାନାଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ନୟାଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ ଏବଂ ଯାଜପୁର ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି।