Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଣପୁରର ଏହି ବିଦ୍ୟାଳୟରେ ପହଞ୍ଚିଲା କରୋନା, ସଂକ୍ରମିତ ହେଲେ ୧୦ ଛାତ୍ରଛାତ୍ରୀ

ସୀତାରାମ ଅଗ୍ରୱାଲ

ବାଣପୁର: କରୋନା ତୃତୀୟ ଲହର ସାରା ଦେଶକୁ କଲବଲ କରୁଥିବା ବେଳେ ଏଥିରୁ ବାଦ ପଡ଼ିନାହିଁ ଓଡ଼ିଶା। ଆଜି ଓଡ଼ିଶାରେ ୧୮୯୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯେଉଁଥିରେ କେବଳ ଖୋର୍ଦ୍ଧାରୁ ୬୬୯ ଚିହ୍ନଟ ହୋଇଛନ୍ତି। ତେବେ କରୋନାର ତୃତୀୟ ଲହର ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଧୀରେ ଧୀରେ ବ୍ୟାପିବାରେ ଲାଗିଛି।

ସୂଚନା ମୁତାବକ ବାଣପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ନୀଳାଦ୍ରିପ୍ରସାଦ ପଞ୍ଚାୟତର ନୀଳାଦ୍ରିପ୍ରସାଦ ଆଶ୍ରମ ବିଦ୍ୟାଳୟରେ ଗତ ଦୁଇ ଦିନ ମଧ୍ୟରେ ୧୦ ଜଣ ଛାତ୍ର ଛାତ୍ରୀ ଏବଂ କର୍ମଚାରୀ ପଜିଟିଭ ଚି଼ହ୍ନଟ ହୋଇଛନ୍ତି। ୧୦ ଜଣଙ୍କ ମଧ୍ୟରେ ୫ ଜଣ ଛାତ୍ର, ୪ ଜଣ ଛାତ୍ରୀ ଏବଂ ଜଣେ ବିଦ୍ୟାଳୟ କର୍ମଚାରୀ ପଜିଟିଭ ଥିବା ଜଣାପଡିଛି। ତେବେ ପ୍ରଶାସନିକ ପଦକ୍ଷେପ ସ୍ୱରୂପ ଆଜି ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ଉକ୍ତ ବିଦ୍ୟାଳୟକୁ ପହଞ୍ଚି ସ୍ଥିତି ପରଖିବା ସହ ବିଦ୍ୟାଳୟକୁ ସାମୟିକ ଭାବେ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ପଜିଟିଭମାନଙ୍କୁ ହୋମ ଆଇସୋଲେସନରେ ବର୍ତ୍ତମାନ ରଖାଯାଇଥିବାବେଳେ ମେଡିକାଲ ପକ୍ଷରୁ ଆରଆରଟି ଟିମ ପହଞ୍ଚି ସର୍ଭେ ଜାରି ରଖିଛନ୍ତି। ବର୍ତ୍ତମାନ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣିର ୫୭ ଜଣ ଛାତ୍ର ଛାତ୍ରୀ ଥିବା ବେଳେ ସମସ୍ତଙ୍କ ଆଣ୍ଟିଜେନ ଟେଷ୍ଟ ଜାରି ରହିଥିବାର ତହସିଲଦାର ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଉ ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ଚିହ୍ନଟ ହେଲେ ୩୨ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ଆଉ ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭବାନୀପାଟଣା ସ୍ଥିତ ପ୍ରଗତି କଲେଜରେ ୩୨ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ସମ୍ପୃକ୍ତ କଲେଜର ଛାତ୍ରଛାତ୍ରୀମାନଙ୍କର ଆଣ୍ଟିଜେନ ଟେଷ୍ଟ ପରେ ରିପୋର୍ଟ ପଜିଟିଭ ଆସିଛି। ସମସ୍ତ ଆକ୍ରାନ୍ତ ଛାତ୍ରଛାତ୍ରୀ କଲେଜ ହଷ୍ଟେଲରେ ରହୁଥିଲେ। ଏନେଇ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଟୀକାର ଦ୍ଵିତୀୟ ଡୋଜ ପରେ ମଧ୍ୟ ଆକ୍ରାନ୍ତ ହେଲେ ନର୍ସ: ଜାଣନ୍ତୁ ଏହାକୁ ନେଇ ସେ କ’ଣ କହିଲେ

ନୂଆଦିଲ୍ଲୀ: ଦୁଇଟି ଡ଼ୋଜ କରୋନା ଟୀକା ନେବା ପରେ ମଧ୍ୟ ଜଣେ ନର୍ସ ସଂକ୍ରମଣର ଶିକାର ହୋଇଛନ୍ତି। ଦିଲ୍ଲୀର ଏକ ସରକାରୀ ହସ୍ପିଟାଲର ନର୍ସ ଜଣଙ୍କ ପ୍ରଥମ ଡ଼ୋଜ ୧୮ ଜାନୁୟାରୀକୁ ନେଇଥିଲେ ଏବଂ ଦ୍ଵିତୀୟ ଡ଼ୋଜ ୧୭ ଫେବୃୟାରୀକୁ ନେଇଥିଲେ।

ତେବେ ଆଜି ଯେତେବେଳେ ସେ ହସ୍ପିଟାଲରେ କାମ କରୁଥିଲେ, ସେତେବେଳ ତାଙ୍କ ଶରୀରରେ ପୀଡା ଅନୁଭବ ହୋଇଥିଲା। ତେଣୁ ସେ କରୋନାର ଆଣ୍ଟିଜେନ ଟେଷ୍ଟ କରିଥିଲେ, ଯାହା ତାଙ୍କର ପଜିଟିଭ ଆସିଥିଲା।

କେନ୍ଦ୍ର ସରକାର ଗାଇଡ ଲାଇନ ଅନୁସାରେ, ଦ୍ଵିତୀୟ ଡୋଜ ନେବାର ୧୪ ଦିନ ପରେ ଟୀକା ନେଇଥିବା ବ୍ୟକ୍ତିଙ୍କୁ ସୁରକ୍ଷା ମିଳିଥାଏ। କିନ୍ତୁ ସେ ଦ୍ଵିତୀୟ ଡୋଜ ନେବାର ଏକ ମାସ ବିତିଯାଇଥିଲେ ମଧ୍ୟ କରୋନାରେ ସଂକ୍ରମଣ ହୋଇଛନ୍ତି। ବର୍ତ୍ତମାନ ସେ ହୋମ ଆଇସୋଲେସନରେ ଅଛନ୍ତି।

ହେଲେ ଆକ୍ରାନ୍ତ ହେବା ପରେ ନର୍ସଜଣଙ୍କ କହିଛନ୍ତି ଯେ, ଏଥିରେ କିଛି ଅସୁବିଧା ନାହିଁ। ଟୀକା ଲୋକଙ୍କୁ ୭୦ ପ୍ରତିଶତ ସୁରକ୍ଷା ଦେଇଥାଏ ଏବଂ ୩୦ ପ୍ରତିଶତ ସଂକ୍ରମଣ ହେବାର ସମ୍ଭାବନା ଥାଏ। ତେଣୁ ଟୀକା ନେବା ପରେ ମଧ୍ୟ ମାସ୍କ ପରିଧାନ ଏବଂ ସାମାଜିକ ଦୂରତା ଉପରେ ଲୋକଙ୍କୁ ଧ୍ୟାନ ରଖିବା ଆବଶ୍ୟକ ବୋଲି ନର୍ସ କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭିସୁଟରେ ୨୫ ଜଣ ଛାତ୍ରଙ୍କ କରୋନା ପଜିଟିଭ ରିପୋର୍ଟ ଭୁଲ ଥିଲା: ସ୍ୱାସ୍ଥ୍ୟ ବିଭାଗ ମୁଖ୍ୟ ସଚିବ

ଭୁବନେଶ୍ବର: ବୁର୍ଲାସ୍ଥିତ ଭିସୁଟରେ ୨୫ ଜଣ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଥିବା ରିପୋର୍ଟ ଭୁଲ ବୋଲି କୁହାଯାଇଛି। ୨୫ ଜଣ ଛାତ୍ରଙ୍କ ଆଣ୍ଟିଜେନ ଟେଷ୍ଟରେ ପଜିଟିଭ ଆସିଥିଲା। ହେଲେ ତାହା ଭୁଲ ରିପୋର୍ଟ ଏବଂ ଏହି ପରୀକ୍ଷା କିଟ ଖରାପ ଥିବାରୁ ଏଭଳି ଭୁଲ ରିପୋର୍ଟ ଆସିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ତେବେ ଭିସୁଟରେ କେହି ଛାତ୍ର କରୋନାରେ ଆକ୍ରାନ୍ତ ହୋଇନାହାନ୍ତି ବୋଲି ସ୍ପଷ୍ଟିକରଣ ରଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ। ପୁନର୍ବାର ଆରଟିପିସିଆର ଟେଷ୍ଟ ପରେ ସମସ୍ତ ଛାତ୍ରଙ୍କ ରିପୋର୍ଟ ନେଗେଟିଭ ଆସିଛି।

Categories
ଆଜିର ଖବର ରାଜ୍ୟ ଖବର

ମାଲେସିଆରୁ ଗାଁକୁ ଫେରୁଥିବା ଓଡିଆ ଯୁବକଙ୍କ ହାଇଦ୍ରାବାଦରେ ହେଲା ମୃତ୍ୟୁ: ମୃତ୍ୟୁର କାରଣ ଅସ୍ପଷ୍ଟ

ପିଣ୍ଟୁ ବିଷୋୟୀ

ବେଗୁନିଆପଡା: ରାତି ପାହିଲେ ଗାଁରେ ପହଞ୍ଚି ଥାନ୍ତେ ବାବୁଲା। କିନ୍ତୁ ପହଞ୍ଚିଲା ତାଙ୍କ ମର ଶରୀର। ଏପରି ଏକ ଦୁଃଖଦ ଘଟଣା ଘାତିଯାଇଛି ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କଞ୍ଚଣା ପଂଚାୟତ ରାଣୀପଡ଼ାଗ୍ରାମରେ।

ପ୍ରାପ୍ତ ସୂଚନା ଅନୁଯାୟୀ ଏହି ଗ୍ରାମର ସ୍ବର୍ଗତ ନରସିଂହ ସେଠିଙ୍କ ଏକ ମାତ୍ର ପୁଅ ବାବୁଲା (୨୪) ସେଠି ଦୁଇ ବର୍ଷ ପୂର୍ବେ ମାଲେସିଆରେ ଏକ କମ୍ପାନୀରେ କାମ କରି ଆସୁଥିଲେ। କରୋନା ଯୋଗୁଁ କମ୍ପାନୀ ବନ୍ଦ ହେବା ପରେ ସେ ଗତ ୧୯/୦୯/୨୦୨୦ ରିଖରେ ଗାଁକୁ ଫେରିବା ପାଇଁ ଘରେ କହିଥିଲେ। ପରେ ସେ ସେଠାରୁ ଆସି ହାଇଦ୍ରାବାଦଠାରେ ପହଂଚି କରୋନା ଟେଷ୍ଟ କରାଇଥିଲେ। ତାଙ୍କର ଆଣ୍ଟିଜେନ ଟେଷ୍ଟ ହେବା ପରେ ରିପୋର୍ଟ ନେଗେଟିଭ ଆସିଥିବା କଥା ସେ ପରିବାର ଲୋକଙ୍କୁ କହିଥିଲେ। କିନ୍ତୁ ତାଙ୍କ ସହ ଆସିଥିବା ଅନ୍ୟ ଯୁବକମାନଙ୍କ ଠାରୁ ଜଣକ ପିଛା ୪୦୦୦ ଟଙ୍କା ଲେଖାଏଁ ନେଇ ଏକ ହୋଟେଲରେ ସଙ୍ଗରୋଧ କକ୍ଷରେ ରଖିଥିଲେ।

ଦୁଇ ଦିନ ରହିବା ପରେ ହଠାତ ତାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା ତାଙ୍କୁ ସେଠାରୁ ହସ୍ପିଟାଲ ନିଆଯିବା ପରେ ତାଙ୍କ ପେଟରେ ଷ୍ଟୋନ ଥିବା କଥା ଡାକ୍ତର କହିଥିଲେ। ଅସ୍ତ୍ରୋପଚାର ପାଇଁ ପାଖାପାଖି ୫ ଲକ୍ଷ ଟଙ୍କା ଲାଗିବ ବୋଲି ଡାକ୍ତର କହିବା ପରେ ତାଙ୍କର ଜଣେ ବନ୍ଧୁ ଘରକୁ ଫୋନ୍ କରି ଜଣାଇ ଥିଲେ। ଘରଲୋକ ଅସ୍ତ୍ରୋପଚାର ବାବଦକୁ ୫ ଲକ୍ଷ ଟଙ୍କା ଦେବା ରାଜି ହୋଇଥିଲେ। ଏହାପରେ ଗତ କାଲି ସକାଳ ୮ ଟା ସମୟରେ ସେ ତାଙ୍କ ମା ଙ୍କ ସହ ଫୋନ ଯୋଗେ କଥା ମଧ୍ୟ ହୋଇଥିଲେ।  କିନ୍ତୁ ଠିକ୍ ୪ ଘଣ୍ଟା ପରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ଖବର ଆସିଥିଲା।

ଏ  ମୃତ୍ୟୁ ଖବର ଶୁଣିବା ପରେ ସାରା ଗାଁରେ ଶୋକର ଛାୟା ଖେଳିଯାଇଥିଲା। ବାପାଙ୍କ ମୃତ୍ୟୁର ୧୦ ବର୍ଷ ପରେ ପୁଅ ଆରପାରିକୁ ଚାଲିଗଲା। ଏକ ମାତ୍ର ପୁଅକୁ ହରାଇ ମା ସମେତ ଦୁଇ ଭଉଣୀ ପାଗଳ ପ୍ରାୟ କାନ୍ଦୁଛନ୍ତି। ସେପଟେ ହାଇଦ୍ରାବାଦ ଠାରେ ରିପୋର୍ଟ୍ ନେଗେଟିଭ ଥାଇ କାହିଁକି ଘରକୁ ନପଠାଇ ତାଙ୍କଠାରୁ ପଇସା ନେଇ ସଙ୍ଗରୋଧ କେନ୍ଦ୍ରରେ ରଖିଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ଅପର ପକ୍ଷରେ ଘରକୁ ଆସିଥିଲେ ତାଙ୍କର ଚିକତ୍ସା ଠିକରେ କରାଯାଇଥାନ୍ତା ବୋଲି ସେମାନେ ପ୍ରକାଶ କରିଛନ୍ତି।

ଶବକୁ ଆଣିବା ପାଇଁ ପରିବାର ଲୋକ ପୁଣି ଋଣ କରି ଆମ୍ବୁଲାନ୍ସ କୁ ୫୫୦୦୦ଟଙ୍କା ଦେଇଛନ୍ତି। ସେପଟେ ଶବ ଗାଁ ରେ ପହଂଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାମାଜିକ ଦୂରତା ରଖି ବାବୁଲାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଅପର ପକ୍ଷରେ ତାଙ୍କ ମୃତ୍ୟୁ କିପରି ହେଲା ଓ କାହିଁକି ତାଙ୍କୁ ବିନା କାରଣରେ ସଙ୍ଗରୋଧ କକ୍ଷରେ ରଖିଥିଲେ ତାହାର ତଦନ୍ତ ପାଇଁ ପରିବାର ଲୋକ ଦାବୀ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଲକ୍ଷଣ ଅଛି, ହେଲେ ରିପୋର୍ଟ ନେଗେଟିଭି; ଏପରି କ୍ଷେତ୍ରରେ ଆରଟିପିସିଆର ଟେଷ୍ଟ ପାଇଁ କେନ୍ଦ୍ର ଦେଲା ନିର୍ଦ୍ଦେଶ

ନୂଆଦିଲ୍ଲୀ, କେତେକ ବୃହତ ରାଜ୍ୟରେ ଲକ୍ଷଣଯୁକ୍ତ ମାମଲାଗୁଡିକ ରାପିଡ଼ ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ ଆସିବା ସତ୍ଵେ ତାହାର ଆରଟିପିସିଆର ପରୀକ୍ଷା କରାଯାଉ। ସମସ୍ତ ରାଜ୍ୟଗୁଡିକୁ ଏପରି ପରାମର୍ଶ  ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ। ଆଇସିଏମଆରର ନିୟମାବଳୀ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିମ୍ନୋକ୍ତ ଦୁଇଟି ଶ୍ରେଣୀର ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଆରଟିପିସିଆର ପରୀକ୍ଷା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ସେହି ଅନୁସାରେ ପରୀକ୍ଷା କରାଯିବା ଆବଶ୍ୟକ ବୋଲି କେନ୍ଦ୍ର କହିଛି। ସେଗୁଡିକ ହେଲା

  • ଜ୍ଵର, କଫ ଓ ନିଶ୍ଵାସ ପ୍ରଶ୍ଵାସ ଜନିତ ଅସୁବିଧା ଥାଇ ରାପିଡ଼ ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ ବାହାରିବା
  • ରାପିଡ଼ ଆଣ୍ଟିଜେନ ପରୀକ୍ଷା ଦ୍ଵାରା ଲକ୍ଷଣ ବିହୀନ ନେଗେଟିଭ ମାମଲା ମାତ୍ର ଦୁଇ-ତିନି ଦିନ ମଧ୍ୟରେ ଲକ୍ଷଣ ପ୍ରକାଶ ପାଇ ନେଗେଟିଭ ହୋଇଥିବା

ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ଆଇସିଏମଆର ମିଳିତ ଭାବେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପତ୍ର ଲେଖି ରାପିଡ଼ ଆଣ୍ଟିଜେନ ଟେଷ୍ଟ ଦ୍ଵାରା ସମସ୍ତ ଲକ୍ଷଣ ଥିବା ସତ୍ଵେ ନେଗେଟିଭ ବାହାରିଥିବା ସମସ୍ତ ବ୍ୟକ୍ତିଙ୍କ ଆରଟିପିସିଆର ଟେଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଲକ୍ଷଣଯୁକ୍ତ ମାମଲାଗୁଡିକ ଯେପରି ବିନା ପରୀକ୍ଷାରେ ରହି ଆଉ କାହାକୁ ସଂକ୍ରମିତ ନକରନ୍ତି ତାହାକୁ ଦୃଷ୍ଟିରେ ରଖି ଏହା କରାଯାଇଛି। ଏହାଫଳରେ ଶିଘ୍ର ଚିହ୍ନଟ, ଏକାନ୍ତବାସ ଓ ହସ୍ପିଟାଲରେ ଭର୍ତ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ। ଯେତେବେଳେ ସଂକ୍ରମଣ ଅଧିକରୁ ଅଧିକ ହେଉଥାଏ ତାହାକୁ ଶୀଘ୍ର ଠାବ କରିବା ପାଇଁ ରାପିଡ଼ ଆଣ୍ଟିଜେନ ଟେଷ୍ଟ କରାଯାଉଥିଲେ ମଧ୍ୟ ଆରଟିପିସିଆର ସବୁବେଳେ କୋଭିଡ ପରୀକ୍ଷାର ଶ୍ରେଷ୍ଠ ଉପାୟ ବୋଲି ବିବେଚନା କରାଯାଉଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ଏସବୁ ମାମଲାଗୁଡିକ ଯାଞ୍ଚ କରିବା ପାଇଁ ଉଭୟ ଜିଲ୍ଲା ଓ ରାଜ୍ୟସ୍ତରରେ ନିର୍ଦ୍ଦିଷ୍ଟ ଅଧିକାରୀ ବା ଏକ ଗ୍ରୁପ ଗଠନ କରିବାକୁ ପରାମର୍ଶ ଦେଇଛି । ଏହି ଟିମଗୁଡିକ ପ୍ରତିଦିନ ଜିଲ୍ଲା ଓ ରାଜ୍ୟରେ ହେଉଥିବା ରାପିଡ଼ ଆଣ୍ଟିଜେନ ପରୀକ୍ଷାଗୁଡିକର ବିଶ୍ଳେଷଣ କରି ସମସ୍ତ ଲକ୍ଷଣଯୁକ୍ତ ନେଗେଟିଭ ମାମଲାଗୁଡିକର ଆରଟିପିସିଆର ଟେଷ୍ଟ ସୁନିଶ୍ଚିତ କରିବେ।

ଯେପରି କୌଣସି ପଜିଟିଭ ମାମଲା ବାଦ ନପଡେ ତାହା ଦେଖିବା ଦାୟିତ୍ଵ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଉପରେ ନ୍ୟସ୍ତ ହୋଇଛି । ସେମାନଙ୍କୁ ନିୟମିତ ଭାବେ କରାଯାଉଥିବା ଆରଟିପିସିଆର ପରୀକ୍ଷାର ପଜିଟିଭ ମାମଲାଗୁଡିକୁ ବିଶ୍ଳେଷଣ କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ମଙ୍ଗଳବାରଠାରୁ କଟକରେ ଆଣ୍ଟିଜେନ୍ ଟେଷ୍ଟ, କୋଭିଡ ଟେଷ୍ଟ ପରେ ନୂଆ ରୋଗୀ ଆଡମିଶନ

କଟକ, କରୋନା ମୁକାବିଲା ପାଇଁ ମଙ୍ଗଳବାରଠାରୁ କଟକରେ ଆରମ୍ଭ ହେବ ଆଣ୍ଟିଜେନ୍ ଟେଷ୍ଟ। ସବୁ ରୋଗୀଙ୍କର କୋଭିଡ ଟେଷ୍ଟ ପରେ ନୂଆ ରୋଗୀ ଆଡମିଶନ କରିବାକୁ ସ୍ଥିର ହୋଇଛି। ମଙ୍ଗଳବାରଠାରୁ ଗୁରୁତର ରୋଗୀଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯିବ। ଆଜି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏସସିବି ଓ କ୍ୟନସର ହସ୍ପିଟାଲରେ କରୋନା ପଜିଟିଭ ସଂଖ୍ୟା ବଢୁଥିବା ଦୃଷ୍ଟିରୁ ବସିଥିବା ବୈଠକରେ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ସଟଡାଉନ ବେଳେ ଜରୁରୀ ନଥିଲେ ହସ୍ପିଟାଲ ଆଉଟଡୋର ନଆସିବାକୁ ରୋଗୀଙ୍କୁ ପରାମର୍ଶ ଦିଆଯାଇଛି। ସଟଡାଉନ ସମୟରେ ଦୁଇ ହସ୍ପିଟାଲକୁ ବିଶୋଧନ କରାଯିବ। ବୈଠକ ପରେ ସ୍ବାସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ର ଜୟନ୍ତ ପଣ୍ଡା ଏହି ସୂଚନା ଦେଇଛନ୍ତି। ପଜିଟିଭଙ୍କ ସଂଖ୍ୟା ବଢୁଥିବାରୁ କଟକ ସହରରେ 8 ତାରିଖ ଯାଏଁ ସଟ୍ ଡାଉନ୍ ଲାଗୁ କରାଯାଇଛି।