Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀର ‘ଆପ’ କୁ ଲିଗାଲ ନୋଟିସ ପଠାଇଲେ ଏଲଜି: ୪୮ ଘଣ୍ଟା ମଧ୍ୟରେ ଉତ୍ତର ଦେବାକୁ ଦାବି

ନୂଆଦିଲ୍ଲୀ: ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସକ୍ସେନାଙ୍କ ଓକିଲ ଜରିଆରେ ଆମ୍ ଆଦମୀ ପାର୍ଟି, ଆତିଶି, ଦୁର୍ଗେଶ ପାଠକ, ସୌରଭ ଭରଦ୍ୱାଜ, ସଞ୍ଜୟ ସିଂ ଏବଂ ଜସ୍ମିନ ଶାହାଙ୍କୁ ଏକ ଆଇନଗତ ନୋଟିସ ପଠାଯାଇଛି। ନିକଟରେ ଦିଲ୍ଲୀ ବିଧାନସଭା ଅଧିବେଶନରେ ଆମ୍ ଆଦମୀ ପାର୍ଟି ବିଧାୟକମାନେ ଅଭିଯୋଗ କରିଛନ୍ତି ଯେ, ଖଦି ଗ୍ରାମୋଦ୍ୟଗ ଚେୟାରମ୍ୟାନ୍ ବିନୟ କୁମାର ସକ୍ସେନାଙ୍କ ନିର୍ଦ୍ଦେଶରେ ପୁରୁଣା ନୋଟଗୁଡିକ ଭୁଲ ଭାବରେ ନୂଆ ରୂପରେ ପରିଣତ କରାଗଲା ଏବଂ ଏଥିରେ ୧୪୦୦ କୋଟି ଟଙ୍କା ଦୁର୍ନୀତି ହୋଇଥିଲା। ଏହି ଅଭିଯୋଗ ପରେ ସେ ଏହି ପଦକ୍ଷେପ ନେଇଛନ୍ତି।

ଏଲଜି ଦ୍ୱାରା ପଠାଯାଇଥିବା ନୋଟିସରେ ଏହା ଉପରେ ଆପତ୍ତି ପ୍ରକାଶ କରାଯାଇଛି। ଏହି ପ୍ରସଙ୍ଗରେ ବିଧାନସଭାରେ ଉଠାଯାଇଥିବା ସ୍ଲୋଗାନ ଏବଂ ଟ୍ୱିଟରରେ ବ୍ୟବହୃତ ହ୍ୟାସଟ୍ୟାଗ (# ଏଲଜି ସକ୍ସେନା କୋ ଗିରଫ୍ତାର କରୋ, # ଏଲଜି ସକ୍ସେନା ଚୋର ହୈ) କୁ ମଧ୍ୟ ନୋଟିସରେ ପ୍ରଶ୍ନ କରାଯାଇଛି।

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆମ୍ ଆଦମୀ ପାର୍ଟି, ଆତିଶି, ଦୁର୍ଗେଶ ପାଠକ, ସୌରଭ ଭରଦ୍ୱାଜ, ସଞ୍ଜୟ ସିଂ ଏବଂ ଜସ୍ମିନ୍ ଶାହାଙ୍କୁ ଏହାର ଉତ୍ତର ଦେବାକୁ କୁହାଯାଇଛି। ଯଦି ଏହି ସମୟ ମଧ୍ୟରେ ସେମାନେ ଉତ୍ତର ଦେବେ ନାହିଁ, ତେବେ ଅଧିକ ଆଇନଗତ ପଦକ୍ଷେପ ନେବାକୁ କୁହାଯାଇଛି।