Categories
ଆଜିର ଖବର ଜାତୀୟ ଖବର

ଗଭୀର ଜଳ କ୍ରିଷ୍ଣା ଗୋଦାବରୀ ଅବବାହିକାରୁ ତୈଳ ଉତ୍ପାଦନ ଆରମ୍ଭକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଙ୍ଗୋପସାଗର ଉପକୂଳରେ ଅବସ୍ଥିତ ଜଟିଳ ଏବଂ କଠିନ ଗଭୀର ଜଳ କ୍ରିଷ୍ଣା ଗୋଦାବରୀ ଅବବାହିକା (କେଜି-ଡିଡବ୍ଲ୍ୟୁଏନ୍-୯୮/୨ ବ୍ଲକ) ରୁ ପ୍ରଥମ ତୈଳ ଉତ୍ପାଦନ ଆରମ୍ଭ କୁ ପ୍ରଶଂସା କରିଛନ୍ତି।

କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ଟ୍ବିଟର ପୋଷ୍ଟ ଉପରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ଭାରତର ଶକ୍ତି ଯାତ୍ରାରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଏବଂ ଆତ୍ମନିର୍ଭର ଭାରତ ପାଇଁ ଆମର ଅଭିଯାନକୁ ପ୍ରୋତ୍ସାହିତ କରୁଛି। ଏହା ଦ୍ୱାରା ଆମ ଅର୍ଥନୀତିକୁ ମଧ୍ୟ ଅନେକ ଲାଭ ମିଳିବ।

Categories
ଆଜିର ଖବର ଜାତୀୟ ଖବର

ଗତ ୯ ବର୍ଷରେ ପରିବର୍ତ୍ତନର ତରଙ୍ଗ ଆତ୍ମନିର୍ଭର ଭାରତର ଆତ୍ମବିଶ୍ୱାସର ପରିଚୟ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଗତ ୯ ବର୍ଷରେ ଦେଖାଯାଇଥିବା ପରିବର୍ତ୍ତନର ଲହରୀ କେବଳ ବିକାଶର ପରିଭାଷାରେ ସୀମିତ ରଖାଯାଇପାରିବ ନାହିଁ ବରଂ ଏହା ଆତ୍ମନିର୍ଭର ଭାରତର ଆତ୍ମବିଶ୍ୱାସର ନୂଆ ପରିଚୟ।

କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଏକ ଏକ୍ସ ପୋଷ୍ଟ ସେୟାର କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ‘କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଲେଖିଛନ୍ତି ଯେ, ଗତ ୯ ବର୍ଷରେ ଭାରତରେ ଏପରି ପରିବର୍ତ୍ତନ ଆସିଛି, ଯାହାକୁ କେବଳ ବିକାଶର ପରିଭାଷାରେ ସୀମିତ କରାଯାଇପାରିବ ନାହିଁ। ଏହା ଆତ୍ମନିର୍ଭରଶୀଳ ହେଉଥିବା ଭାରତର ଆତ୍ମବିଶ୍ୱାସର ଏକ ନୂତନ ପରିଚୟ, ଯାହାର ଗୁଞ୍ଜରଣ ସାରା ବିଶ୍ୱରେ ଶୁଣିବାକୁ ମିଳୁଛି।’

Categories
ବିଶେଷ ଖବର

ଜିସାଟ୍-୨୪ ସଫଳତାର ସହ କାର୍ଯ୍ୟକ୍ଷମ ହେବା ଆତ୍ମନିର୍ଭର ଭାରତ ଦିଗରେ ଆଉ ଏକ ପଦକ୍ଷେପ: ଅପୂର୍ବ ଚନ୍ଦ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ଭିଜନ ସହ ଯୋଡ଼ି ହୋଇଥିବା ନ୍ୟୁସ୍ପେସ୍ ଇଣ୍ଡିଆ ଲିମିଟେଡ୍ (ଏନ୍ଏସ୍ଆଇଏଲ୍) ଟାଟା ପ୍ଲେ ସହିତ ଭାଗିଦାରୀ ସ୍ଥାପନ  କରି ଜୁନ୍ ୨୦୨୨ରେ ଜିସାଟ୍-୨୪ ଉପଗ୍ରହ ଉତକ୍ଷେପଣ କରିଥିଲା। ଟାଟା ପ୍ଲେ ଆଜିଠାରୁ ଏହାର କକ୍ଷପଥରେ ଥିବା ଏହି ଉପଗ୍ରହର ବ୍ୟବହାର ଆରମ୍ଭ କରିଛି।

ନୂଆଦିଲ୍ଲୀସ୍ଥିତ ଟାଟା ପ୍ଲେର ବ୍ରଡକାଷ୍ଟ ସେଣ୍ଟରରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସୂଚନା ଓ ପ୍ରସାରଣ ସଚିବ ଅପୂର୍ବ ଚନ୍ଦ୍ର ଖୁସି ବ୍ୟକ୍ତ କରିବା ସହ ଜିସାଟ୍-୨୪କୁ ସଫଳତାର ସହ କାର୍ଯ୍ୟକ୍ଷମ କରିଥିବାରୁ ମହାକାଶ ବିଭାଗ ଓ ଟାଟା ପ୍ଲେକୁ ଅଭିନନ୍ଦନ ଜଣାଇଛନ୍ତି। ମହାକାଶ ଓ ଯୋଗାଯୋଗ କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ଆତ୍ମନିର୍ଭର ଭାରତ ଏବଂ ଆତ୍ମନିର୍ଭରଶୀଳତା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଶ୍ରୀ ଚନ୍ଦ୍ର କହିଥିଲେ।

ବର୍ତ୍ତମାନ ଟାଟା ପ୍ଲେରେ ୬୦୦ ଚ୍ୟାନେଲ ରହିଛି। ଇସ୍ରୋ ଉପଗ୍ରହକୁ ଅନ୍ତର୍ଭୁକ୍ତ କରିବା ଦ୍ୱାରା ଏହା ୯୦୦ ଚ୍ୟାନେଲ ପ୍ରସାରଣ କରିବାରେ ସକ୍ଷମ ହେବ ଯାହା ସାଧାରଣ ଜନତାଙ୍କୁ ଉପକୃତ କରିବ। ଏହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘରୋଇକରଣ ଏବଂ ଏନଏସଆଇଏଲ ପ୍ରତିଷ୍ଠାର ସ୍ୱପ୍ନର ପରିଣାମ, ଯାହା ଟାଟା ପ୍ଲେ ସହଯୋଗରେ ପ୍ରଥମ ଥର ପାଇଁ ଚାହିଦା ଭିତ୍ତିକ ଉପଗ୍ରହ ଉତକ୍ଷେପଣ କରିଛି। ପାର୍ବତ୍ୟାଞ୍ଚଳ ଉତ୍ତର-ପୂର୍ବ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ସମେତ ସମଗ୍ର ଦେଶରେ ଏହି ଚ୍ୟାନେଲ୍ ଉପଲବ୍ଧ ହେବ ବୋଲି ସଚିବ କହିଛନ୍ତି।

ଜିସାଟ୍ -୨୪କୁ ଅନ୍ତର୍ଭୁକ୍ତ କରିବା ପରେ ବ୍ୟାଣ୍ଡ ୱିଡଥ୍ ବୃଦ୍ଧି ପାଇବ । ଯାହାଫଳରେ ଟାଟା ପ୍ଲେକୁ ଏହାର ଉପଭୋକ୍ତାମାନଙ୍କୁ ଆହୁରି ଉନ୍ନତମାନର ଚିତ୍ର ଏବଂ ଶବ୍ଦ ଗୁଣବତ୍ତା ପ୍ରଦାନ କରିବାରେ ସକ୍ଷମ କରିବ। ସମସ୍ତ ଡିଟିଏଚ୍ ପ୍ଲାଟଫର୍ମ ମଧ୍ୟରେ ସର୍ବବୃହତ ଉପଗ୍ରହ ବ୍ୟାଣ୍ଡୱିଥ୍ ପ୍ରଦାନକାରୀ ହେବା ସହିତ ୫୦ ପ୍ରତିଶତ ଅଧିକ ଚ୍ୟାନେଲ ବହନ କରିବାର କ୍ଷମତା ପ୍ରଦାନ କରିବ।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଅଧ୍ୟକ୍ଷ ଶ୍ରୀ ଏସ୍. ସୋମନାଥ କହିଛନ୍ତି, ଡିଟିଏଚ୍ ସେବା ଯୋଗାଇବା ପାଇଁ ଇସ୍ରୋ ଦ୍ୱାରା ନିର୍ମିତ ୪ ଟନ୍ ବିଶିଷ୍ଟ ଯୋଗାଯୋଗ ଉପଗ୍ରହ ଜିସାଟ୍-୨୪ କକ୍ଷପଥରେ ପରୀକ୍ଷଣ ପରେ ଏହାର ସର୍ବାଧିକ ଉପଗ୍ରହ କ୍ଷମତାରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ଏହା ଅତ୍ୟାଧୁନିକ ସ୍ୱଦେଶୀ ଜ୍ଞାନକୌଶଳ ଦ୍ୱାରା ପରିଚାଳିତ ଯାହାକି ଭାରତର ଟେଲିଯୋଗାଯୋଗ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ଦର୍ଶାଉଛି। ଏହା ଆମ ଦେଶର ମହାକାଶ କ୍ଷମତାକୁ ଦର୍ଶାଇବା ସହିତ ଚାହିଦା ପରିଚାଳିତ ଅଭିଯାନ ବର୍ଗରେ ଭାରତର ସଫଳ ପ୍ରବେଶକୁ ଆରମ୍ଭ କରିଛି।

ଏନ୍ ଏସ୍ ଆଇଏଲ୍ ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ରାଧାକ୍ରିଷ୍ଣନ୍ ଦୁରାଇରାଜ କହିଛନ୍ତି, ମହାକାଶ କ୍ଷେତ୍ରରେ ସଂସ୍କାର ପରେ ଏନ୍ଏସ୍ଆଇଏଲ୍ ଦ୍ୱାରା ଆରମ୍ଭ ହୋଇଥିବା ଜିସାଟ୍-୨୪ ହେଉଛି ପ୍ରଥମ ଚାହିଦା ପରିଚାଳିତ ଯୋଗାଯୋଗ ଉପଗ୍ରହ ଅଭିଯାନ। ଜିସାଟ୍ -୨୪ ଉପଗ୍ରହ ଭାରତ ପାଇଁ ଉପଗ୍ରହ ଟେଲିଭିଜନର ଏକ ନୂତନ ଯୁଗ ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛି। ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନର ସଫଳତାର ପ୍ରମାଣ ସ୍ୱରୂପ, ଏହି ଉପଗ୍ରହ ଉନ୍ନତ ଡିଜିଟାଲ ଟିଭି ପ୍ରସାରଣ କ୍ଷମତା ସହିତ ଘରୋଇ ପ୍ରସାରଣ ସେବାକୁ ସମର୍ଥନ କରିବ। ଏହି ସଫଳ ପ୍ରକଳ୍ପରେ ସହଯୋଗ କରିଥିବାରୁ ଏନଏସଆଇଏଲ, ଇସ୍ରୋ ଏବଂ ଟାଟା ପ୍ଲେର ଟିମକୁ ଅଭିନନ୍ଦନ।

ଏହି ଅବସରରେ ଟାଟା ପ୍ଲେର ଏମଡି ତଥା ସିଇଓ ହରିତ୍ ନାଗପାଲ କହିଛନ୍ତି, ଦର୍ଶକଙ୍କ ଦେଖିବା ଅଭିଜ୍ଞତାକୁ ଉନ୍ନତ କରିବା ଟାଟା ପ୍ଲେର ମୁଖ୍ୟ ପ୍ରାଥମିକତା। ଏନଏସଆଇଏଲ ସହିତ ଏହି ସହଯୋଗ ଆମର ଡିଟିଏଚ ଗ୍ରାହକମାନଙ୍କୁ ଆହୁରି ଉନ୍ନତ ଭିଡିଓ ଏବଂ ଅଡିଓ ଗୁଣବତ୍ତା ଏବଂ ଆହୁରି ଅନେକ ଚ୍ୟାନେଲ ଏବଂ ସେବା ପ୍ରଦାନ କରିବ। ଏହା ଏପରି ଏକ ଦେଶରେ ଲିନିୟର ଟିଭି ପ୍ରତି ଆମର ପ୍ରତିବଦ୍ଧତାକୁ ମଧ୍ୟ ଦୃଢ଼ କରେ ଯେଉଁଠାରେ ପ୍ରାୟ ୧୪୦ ନିୟୁତ ଏପରି ପରିବାର ରହିଛନ୍ତି ଯେଉଁମାନେ ଏପର୍ଯ୍ୟନ୍ତ ସେମାନଙ୍କର ପ୍ରଥମ ଟିଭି କିଣିନାହାନ୍ତି । ଆମେ ସର୍ବଦା ଡିଓଏସ୍ ଦ୍ୱାରା ସ୍ୱଦେଶୀ ଉତ୍ପାଦିତ ଉପଗ୍ରହରେ ଆମର ସମସ୍ତ ସେବା ପ୍ରଦାନ କରିଛୁ ଏବଂ ଏହି କ୍ଷମତା ବୃଦ୍ଧି ମେକ୍ ଇନ୍ ଇଣ୍ଡିଆ ପ୍ରତି ଆମର ପ୍ରତିବଦ୍ଧତାକୁ ପୁନର୍ବାର ପ୍ରମାଣିତ କରୁଛି।

ଜିସାଟ୍ -୨୪ ହେଉଛି ଏକ ୨୪-କେୟୁ ବ୍ୟାଣ୍ଡ ଯୋଗାଯୋଗ ଉପଗ୍ରହ ଯାହାକୁ ଭାରତ ସରକାର କେବଳ ଟାଟା ପ୍ଲେର ଡିଟିଏଚ୍ ଆପ୍ଲିକେସନ୍ ଆବଶ୍ୟକତା ପୂରଣ କରିବା ପାଇଁ ଉତକ୍ଷେପଣ କରିଛନ୍ତି। ମାର୍ଚ୍ଚ ୨୦୧୯ରେ ଗଠିତ ଏନଏସଆଇଏଲ୍ ମହାକାଶ ବିଭାଗ (ଡିଓଏସ୍) ଅଧୀନରେ ଥିବା ଏକ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ସିପିଏସ୍ଇ) ଏବଂ ଏହା ଡିଏସଓର ବାଣିଜ୍ୟିକ ଶାଖା ଅଟେ। ଜିସାଟ୍ -୨୪ରେ ଥିବା ସମ୍ପୂର୍ଣ୍ଣ ଉପଗ୍ରହ କ୍ଷମତା ଏହାର ପ୍ରତିବଦ୍ଧ ଗ୍ରାହକ ଟାଟା ପ୍ଲେକୁ ଲିଜରେ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ କରିବା ଲାଗି ପ୍ରାଣୀଧନ କ୍ଷେତ୍ର ପାଇଁ ‘କ୍ରେଡିଟ୍ ଗ୍ୟାରେଣ୍ଟି’ ଯୋଜନା ଆରମ୍ଭ

ନୂଆଦିଲ୍ଲୀ: ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ କରିବା ପାଇଁ ପ୍ରାଣୀଧନ କ୍ଷେତ୍ରରେ ସମ୍ପୃକ୍ତ ଉଦ୍ୟୋଗୀଙ୍କୁ ଋଣ ଯୋଗାଣ ସୁନିଶ୍ଚିତ କରିବାକୁ ସରକାର କ୍ରେଡିଟ୍ ଗ୍ୟାରେଣ୍ଟି ଯୋଜନା ଆରମ୍ଭ କରିଛନ୍ତି। କେନ୍ଦ୍ର ପଶୁ ସମ୍ପଦ ଓ ମତ୍ସ୍ୟ ମନ୍ତ୍ରଣାଳୟ ପ୍ରଥମ କରି ପ୍ରାଣୀଧନ କ୍ଷେତ୍ରରେ ଏହି ଋଣ ଯୋଗାଣ ସୁନିଶ୍ଚିତ ନୀତି (କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ)କୁ ଲାଗୁ କରିଛି। ପଶୁ ସମ୍ପଦ ଭିତ୍ତିଭୂମି ବିକାଶ ପାଣ୍ଠି (ଏଏନ୍ ଆଇଡିଏଫ୍‌) ଦ୍ୱାରା ଏହା କାର୍ଯ୍ୟକାରୀ ହେବ। ଏହା ଫଳରେ ପଶୁଧନ କ୍ଷେତ୍ରରେ ସମ୍ପୃକ୍ତ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗ ଓ ଉଦ୍ୟୋଗୀ ବ୍ୟାଙ୍କ ଋଣ ଗ୍ୟାରେଣ୍ଟି ପାଇବେ। ସେମାନଙ୍କୁ ବିନା ବନ୍ଧକରେ ରିଜର୍ଭ ବ୍ୟାଙ୍କ ଦ୍ୱାରା ତାଲିକାଭୁକ୍ତ ଯେକୌଣସି ବ୍ୟାଙ୍କ ଏବଂ ଜାତୀୟ ସମବାୟ ବିକାଶ ନିଗମରୁ ଋଣ ସହାୟତା ମିଳିବ। ଏହା ଫଳରେ ସମ୍ପୃକ୍ତ ଉଦ୍ୟୋଗୀ, ଚାଷୀ ସହଜରେ ବ୍ୟାଙ୍କ ଋଣ ପାଇବେ ଏବଂ ଅର୍ଥାଭାବରୁ ବ୍ୟାବସାୟିକ କ୍ଷତିର ଆଶଙ୍କା ଦୂର ହେବ। ଋଣ ଗ୍ୟାରେଣ୍ଟି ସୁବିଧା ମିଳିବା ପରେ ଏହି କ୍ଷେତ୍ରରେ ଋଣ ପାଇବା ଜଂଜାଳର ଅବସାନ ଘଟିବ।

ଏଥିପାଇଁ ପଶୁସମ୍ପଦ ବିଭାଗ ୭୫୦କୋଟି ଟଙ୍କାର ଏକ ଋଣ ଗ୍ୟାରେଣ୍ଟି ପାଣ୍ଠି ଗଠନ କରିଛି। ଏହି ପାଣ୍ଠିରୁ ଋଣ ପାଇଁ ଆବେଦନ କରୁଥିବା ଉଦ୍ୟୋଗୀଙ୍କୁ ୨୫% ର ଋଣ ଗ୍ୟାରେଣ୍ଟି ସୁଯୋଗ ଦିଆଯିବ। ପ୍ରତ୍ୟେକ ଋଣ ଉପରେ ସୁଧ ଛାଡର ମଧ୍ୟ ସୁବିଧା ରହିଛି। ମୋଟ ପ୍ରକଳ୍ପ ଖର୍ଚ୍ଚର ୯୦ଶତାଂଶ ଋଣ ଅର୍ଥ ଉପରେ ୩ ଶତାଂଶ ସୁଧ ଛାଡ ମିଳିବ। ଯେଉଁ ଅଞ୍ଚଳରେ ପଶୁଧନ ଓ ପଶୁ ସମ୍ପଦର ବିକାଶ ଘଟିନାହିଁ ଏବଂ ଯେଉଁମାନେ ଏହି ଉଦ୍ୟୋଗର ପ୍ରଥମ ପିଢିର ଉଦ୍ୟୋଗୀ ସେମାନଙ୍କୁ ଏହି ଋଣ ଗ୍ୟାରେଣ୍ଟି ଯୋଜନାରେ ଅଗ୍ରାଧିକାର ମିଳିବ।

ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ପ୍ରୋତ୍ସାହନ ପ୍ୟାକେଜ ଅଧୀନରେ ଯେଉଁ ଋଣ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟ ଗଠନ କରାଯାଇଛି ସେଥି ପାଇଁ ୧୫ହଜାର କୋଟି ଟଙ୍କାର ପାଣ୍ଠି  ବ୍ୟବସ୍ଥା ରହିଛି। ସେଥିରୁ  ଦୁଗ୍ଧ, ପଶୁ ସମ୍ପଦ ଓ ମତ୍ସ୍ୟ ବିଭାଗ ପାଇଁ ୭୫୦କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହି ପଶୁଧନ କ୍ଷେତ୍ରରେ ସମ୍ପୃକ୍ତ  ଉଦ୍ୟୋଗୀ ଓ ଉଦ୍ୟୋଗ ମାନଙ୍କୁ ବିଭିନ୍ନ ବ୍ୟାବସାୟିକ କାମ ପାଇଁ ଏହି ଋଣ ଗ୍ୟାରେଣ୍ଟି ମିଳିବ। ଦୁଗ୍ଧ ପ୍ରକ୍ରିୟାକରଣ ପ୍ଲାଣ୍ଟନିର୍ମାଣ, ମାଂସ ପ୍ରକ୍ରିୟାକରଣ ପ୍ଲାଣ୍ଟ ସ୍ଥାପନ, ପଶୁଖାଦ୍ୟ ପ୍ରସ୍ତୁତି ପ୍ଲାଣ୍ଟ ନିର୍ମାଣ, ବ୍ରିଡ ବା ବିଭିନ୍ନ ଜାତିର ପଶୁପକ୍ଷୀଙ୍କ ବଂଶ ବିସ୍ତାର ଫାର୍ମ ପ୍ରତିଷ୍ଠା, ପଶୁପକ୍ଷୀଙ୍କ ମଳମୂତ୍ରରୁ ଖତସାର ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତି ଏବଂ ପଶୁପକ୍ଷୀଙ୍କ ପାଇଁ ଟିକା ଓ ଔଷଧ ଉତ୍ପାଦନ ୟୁନିଟ୍ ସ୍ଥାପନ ପାଇଁ ସମ୍ପୃକ୍ତ ଉଦ୍ୟୋଗୀ କିମ୍ବା ଉଦ୍ୟୋଗୁ ଏହି ଋଣ ଗ୍ୟାରେଣ୍ଟି ସୁବିଧା ପାଇବେ। କୃଷକ ଉତ୍ପାଦକ ସଂଘମାନଙ୍କୁ ମଧ୍ୟ ଏହି ସୁବିଧା ମିଳିବ।

ଏହି କ୍ରେଡିଟ୍ ଗ୍ୟାରେଣ୍ଟି ଟ୍ରଷ୍ଟ ଫଣ୍ଡ ୨୦୨୧ ମାର୍ଚ୍ଚରେ ଗଠିତ ହୋଇଥିଲା। ପଶୁସମ୍ପଦ ବିଭାଗରେ ଏଧରଣ ଏହା ପ୍ରଥମ। ସମ୍ପୃକ୍ତ ଉଦ୍ୟୋଗୀଙ୍କୁ ବିନା ବନ୍ଧକରେ ବ୍ୟାଙ୍କ ଋଣ ସୁବିଧା ଯୋଗାଇ ଦେବାକୁ ଏହା ଉଦ୍ଦିଷ୍ଟ। ଏଥିପାଇଁ ଏକ କ୍ରେଡିଟ ଗ୍ୟାରେଣ୍ଟି ପୋର୍ଟାଲ ଗଠନ କରାଯାଇଛି। ଏଥିରେ କେଉଁମାନେ ଋଣ ପାଇବାକୁ ଯୋଗ୍ୟ ଏବଂ କେଉଁ ଆର୍ଥିକ ସଂସ୍ଥା ଓ ବ୍ୟାଙ୍କରୁ ଋଣ ମିଳିବ ତାହାର ତଥ୍ୟ ରହିଛି। ଏହାଛଡା ଋଣ ପରିଶୋଧ, ସୁଧ ଛାଡ ଓ ଅନ୍ୟାନ୍ୟ ବିଷୟରେ ଏଥିରେ ସୂଚନା ଦିଆଯାଇଛି। ଏହା ଦ୍ୱାରା ପ୍ରାଣୀଧନ କ୍ଷେତ୍ର ବିଶେଷ ଉପକୃତ ହେବ ବୋଲି ଆଶା କରାଯାଉଛି।

ଏଏଚ୍ ଆଇଡିଏଫ୍ ସ୍କିମର ବୈଶିଷ୍ଟ୍ୟ

ଋଣ ଉପରେ ୩% ସୁଧ ଛାଡର ସୁବିଧା।

ପ୍ରକଳ୍ପ ଖର୍ଚ୍ଚର ୯୦ ଶତାଂଶ ଅର୍ଥ ଋଣ ଆକାରରେ ଯେକୌଣସି ସୂଚିତ (ସିଡ୍ୟୁଲ୍ଡ) ବ୍ୟାଙ୍କ, ଜାତୀୟ ସମବାୟ ବିକାଶ ନିଗମ (ଏନ୍‌ସିଡିସି)ରୁ ମିଳିପାରିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଆତ୍ମନିର୍ଭର ଭାରତ: ବିଇଏଲ ସହିତ ୩,୦୦୦ କୋଟି ଟଙ୍କାର ରାଜିନାମା

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ନିମନ୍ତେ ଆଜି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ମନ୍ତ୍ରଣାଳୟ ଦୁଇଟି ସମନ୍ୱିତ ଇଲେକ୍ଟ୍ରୋନିକ ଯୁଦ୍ଧ ପ୍ରଣାଳୀ ‘ପ୍ରୋଜେକ୍ଟ ହିମଶକ୍ତି’ କିଣିବାକୁ ଯାଉଛି। ଏଥିପାଇଁ ହାଇଦ୍ରାବାଦସ୍ଥିତ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (ବିଇଏଲ) ସହିତ ୩,୦୦୦ କୋଟି ଟଙ୍କାର ରାଜିନାମା ସ୍ୱାକ୍ଷର କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ। କ୍ରୟ {ଭାରତୀୟ-ଆଇଡିଏମଏମ (ସ୍ୱଦେଶୀ ରୂପରେ ବିକଶିତ ଡିଜାଇନ ଓ ନିର୍ମିତ} ଶ୍ରେଣୀ ଅଧୀନରେ ଏହି ପ୍ରକଳ୍ପ ଆସୁଛି ଯେଉଁଥିରେ ସମକାଳୀନ ଓ ଉନ୍ନତ ପ୍ରଯୁକ୍ତି ସାମିଲ ରହିଛି।

‘ପ୍ରୋଜେକ୍ଟ ହିମଶକ୍ତି’ ବିଇଏଲର ଉପବିକ୍ରେତା ଭାବେ କାର୍ଯ୍ୟ କରୁଥିବା ଏମଏସଏମଇ ସମେତ ଭାରତୀୟ ଇଲେକ୍ଟ୍ରୋନିକ୍ସ ଏବଂ ସହାୟକ ଉଦ୍ୟୋଗଗୁଡ଼ିକର ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବ। ଏହା ବ୍ୟତୀତ ଦୁଇ ବର୍ଷର ଅବଧିରେ ଏହି ପ୍ରକଳ୍ପ ପ୍ରାୟ ତିନି ଲକ୍ଷ ମାନବ-ଦିବସ ରୋଜଗାର ସୃଷ୍ଟି କରିବ। ଏହି ପ୍ରକଳ୍ପ ସରକାରଙ୍କ ମେକ୍‌-ଇନ୍‌-ଇଣ୍ଡିଆ ଅଭିଯାନ ଅନୁରୂପ ଦେଶକୁ ‘ଆତ୍ମନିର୍ଭର’ କରିବା ଠାରୁ ଆରମ୍ଭ କରି ସ୍ୱଦେଶୀ କ୍ଷମତାକୁ ବିକଶିତ କରିବା ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ।

Categories
ଆଜିର ଖବର ଜାତୀୟ ଖବର

ଷ୍ଟାର୍ଟଅପ୍ସ ଏବଂ ଏମଏସଏମଇଗୁଡ଼ିକୁ ୨୦୨୪ ଜାନୁଆରୀ ପର୍ଯ୍ୟନ୍ତ ମାଗଣାରେ ୫ ଜି ଟେଷ୍ଟ ବେଡ୍‌ ସୁବିଧା

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଦ୍ବାରା ମାନ୍ୟତାପ୍ରାପ୍ତ ଷ୍ଟାର୍ଟଅପ୍ସ ଏବଂ ଏମଏସଏମଇଗୁଡ଼ିକ ପାଇଁ ଆସନ୍ତା ଜାନୁଆରୀ ୨୦୨୪ ପର୍ଯ୍ୟନ୍ତ ମାଗଣାରେ ୫ ଜି ଟେଷ୍ଟ ବେଡ୍‌ ସୁବିଧା ଯୋଗାଇ ଦେବା ଲାଗି ସଞ୍ଚାର ମନ୍ତ୍ରଣାଳୟ ଅଧୀନରେ ଦୂରସଞ୍ଚାର ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଶିଳ୍ପାନୁଷ୍ଠାନ, ଶିକ୍ଷାନୁଷ୍ଠାନ, ସେବା ପ୍ରଦାନକାରୀ, ଗବେଷଣା ଓ ବିକାଶ ପ୍ରତିଷ୍ଠାନ, ସରକାରୀ ସଂସ୍ଥା, ବିଭିନ୍ନ ଉପକରଣ ନିର୍ମାତା ଆଦି ବିଭିନ୍ନ ୫ ଜି ଅଂଶୀଦାରମାନେ ଅତି ନାମମାତ୍ର ଦରରେ ଏହି ସୁବିଧାକୁ ଉପଯୋଗ କରିପାରିବେ। ଟେଷ୍ଟ ବେଡ୍‌ ସୁବିଧାର ଉପଯୋଗକୁ ପ୍ରୋତ୍ସାହିତ କରିବା ଏବଂ ‘ଆତ୍ମନିର୍ଭର ଭାରତ’ ସଂକଳ୍ପ ଅନୁରୂପ ସ୍ବଦେଶୀ ଜ୍ଞାନକୌଶଳ/ଉତ୍ପାଦ ବିକାଶରେ ସହାୟତା କରିବା ଲାଗି ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି। ବିଭିନ୍ନ ଷ୍ଟାର୍ଟଅପ୍ସ ଓ କମ୍ପାନୀମାନେ ସେମାନଙ୍କର ଉତ୍ପାଦ ଓ ସେବାର ପରୀକ୍ଷଣ ନିମନ୍ତେ ପୂର୍ବରୁ ଟେଷ୍ଟ ବେଡ୍‌ ସୁବିଧାକୁ ଉପଯୋଗ କରି ଆସୁଛନ୍ତି।

ମାର୍ଚ୍ଚ ୨୦୧୮ରେ, ଭାରତର ନିର୍ଦ୍ଦିଷ୍ଟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏବଂ ୫ ଜି ସେବା ନିୟୋଜନକୁ ଆଗକୁ ବଢ଼ାଇବା ଲାଗି, ଦୂରସଞ୍ଚାର ବିଭାଗ ପକ୍ଷରୁ ୨୨୪ କୋଟି ଟଙ୍କା ବ୍ୟୟବରାଦ ସହିତ ଭାରତରେ ‘ସ୍ବଦେଶୀ ୫ ଜି ଟେଷ୍ଟ ବେଡ’ ସୁବିଧା ଆରମ୍ଭ କରିବା ଲାଗି ବହୁମୁଖି ସଂସ୍ଥାନ ସହଭାଗୀ ପ୍ରକଳ୍ପ ପାଇଁ ଆର୍ଥିକ ଅନୁଦାନ ମଞ୍ଜୁର କରାଯାଇଥିଲା। ଏହି ପ୍ରକଳ୍ପରେ ଆଠଟି ସହଭାଗୀ ପ୍ରତିଷ୍ଠାନ ଥିଲେ ଆଇଆଇଟି ମାଡ୍ରାସ, ଆଇଆଇଟି ହାଇଦ୍ରାବାଦ, ଆଇଆଇଟି ବମ୍ବେ, ଆଇଆଇଟି କାନପୁର, ଆଇଆଇଏସସି ବାଙ୍ଗାଲୋର, ସୋସାଇଟୀ ଫର ଆପ୍ଲାଏଡ୍‌ ମାଇକ୍ରୋୱେଭ୍‌ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ଏଣ୍ଡ ରିସର୍ଚ୍ଚ (ସମୀର) ଏବଂ ସେଣ୍ଟର ଅଫ ଏକ୍ସେଲେନ୍ସ ଇନ୍‌ ୱେରଲେସ ଟେକ୍ନୋଲୋଜି (ସିୱିଟ)।

୧୭ ମେ, ୨୦୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବଦେଶୀ ୫ ଜି ଟେଷ୍ଟ ବେଡକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଟେଷ୍ଟ ବେଡର ଆକ୍ସେସ ଏବଂ ବ୍ୟବହାର ପାଇଁ ଏକ ୱେବପୋର୍ଟାଲ  ଆଇଆଇଟି ମଧ୍ୟ ଡିଜାଇନ କରାଯାଇଛି।

୫ ଜି ଟେଷ୍ଟ ବେଡ ପାଞ୍ଚଟି ସ୍ଥାନ ଯଥା : ଆଇଆଇଟି ମାଡ୍ରାସ/ସିୱିଟ୍‌ ଠାରେ ଥିବା ଏକୀକୃତ ଟେଷ୍ଟ ବେଡ ଏବଂ ଆଇଆଇଟି ଦିଲ୍ଲୀ, ଆଇଆଇଟି ହାଇଦ୍ରାବାଦ, ଆଇଆଇଟି କାନପୁର ଏବଂ ଆଇଆଇଏସସି ବାଙ୍ଗାଲୋର ଠାରେ ଉପଲବ୍ଧ ରହିଛି। ଆଇଆଇଟି ମାଡ୍ରାସ/ସିୱିଟ୍‌ ଠାରେ ଥିବା ଏକୀକୃତ ଟେଷ୍ଟ ବେଡରେ ଆରଏଏନ ଲେଭଲ, ପିଏଚୱାଇ ଲେଭଲ ଆଦି ବିଭିନ୍ନ ଏଣ୍ଡ ଟୁ ଏଣ୍ଡ ଟେଷ୍ଟ ବେଡ ସୁବିଧା ମିଳିଥାଏ। ଆଇଆଇଟି ହାଇଦ୍ରାବାଦ ଠାରେ ଜିଏନବି ଟେଷ୍ଟିଂ, ୟୁଇ ଟେଷ୍ଟିଂ ଏଣ୍ଡ ଟୁ ଏଣ୍ଡ ଇଣ୍ଟରଅପରେବଲିଟୀ ଟେଷ୍ଟିଂ ଏବଂ ଏନବି-ଆଇଓଟି ଟେଷ୍ଟିଂ ସୁବିଧା ଉପଲବ୍ଧ ରହିଛି। ଅନ୍ୟପଟେ ଆଇଆଇଏସସି ବାଙ୍ଗାଲୋର ଠାରେ ଭିଟୁଏକ୍ସ ଏବଂ ୫ ଜି ଓପନସୋର୍ଟ ଟେଷ୍ଟବେଡ୍‌ ସୁବିଧା ସୁବିଧା ଉପଲବ୍ଧ। ଆଇଆଇଟି କାନପୁରରେ ବେସ ବ୍ୟାଣ୍ଡ ଟେଷ୍ଟ ବେଡ୍‌ ଏବଂ ଆଇଆଇଟି ଦିଲ୍ଲୀରେ ଏନବି-ଆଇଓଟି ଏବଂ ଭିଏଲସି ଟେଷ୍ଟ ବେଡ୍‌ ସୁବିଧା ରହିଛି।

ଏଣ୍ଡ ଟୁ ଏଣ୍ଡ ଟେଷ୍ଟ ବେଡ୍‌ ବୈଶ୍ବିକ 3ଜିପିପି ମାନକ ଏବଂ ଓରାନ୍‌ ମାନକକୁ ଅନୁପାଳନ କରିଥାଏ। ସ୍ବଦେଶୀ ୫ ଜି ଟେଷ୍ଟ ବେଡ୍‌ ଏକ ଓପନ ୫ ଜି ଟେଷ୍ଟ ସୁବିଧା ଯୋଗାଇ ଦେଇଥାଏ ଯାହାକି ଭାରତୀୟ ଶିକ୍ଷାନୁଷ୍ଠାନ ଏବଂ ଶିଳ୍ପାନୁଷ୍ଠାନମାନଙ୍କର ଗବେଷଣା ଓ ବିକାଶ ଦଳକୁ ସେମାନଙ୍କର ଉତ୍ପାଦ, ପ୍ରୋଟୋଟାଇପ, ଆଲଗୋରିଦିମର ପ୍ରମାଣିକରଣ କରିବା ଏବଂ ବିଭିନ୍ନ ସେବାକୁ ପ୍ରଦର୍ଶିତ କରିବା ପାଇଁ ସକ୍ଷମ କରିଥାଏ। ଆହୁରି, ଏହା ଅଭିନବ ବିଚାର/ଉପାୟ ଉପରେ କାର୍ଯ୍ୟ କରିବା ଲାଗି ଗବେଷଣା ଦଳକୁ ସମ୍ପୂର୍ଣ୍ଣ ସୁବିଧା ଦେଇଥାଏ ଯେଉଁଥିରେ ଭାରତରେ ଏବଂ ବିଶ୍ବ ସ୍ତରରେ ମାନକୀକରଣର ସମ୍ଭାବନା ରହିଥାଏ। ଗ୍ରାମୀଣ ବ୍ରଡବ୍ୟାଣ୍ଡ, ସ୍ମାର୍ଟ ସିଟୀ ଏପ୍ଲିକେସନ ଏବଂ ଇଣ୍ଟେଲିଜେଣ୍ଟ ଟ୍ରାନ୍ସଫୋର୍ଟ ସିଷ୍ଟମ (ଆଇଟିଏସ) ଭଳି ଭାରତୀୟ ସମାଜ ପାଇଁ ଗୁରୁତ୍ବପୂର୍ଣ୍ଣ ବିଭିନ୍ନ ସୁବିଧାର ପ୍ରୟୋଗ/ବ୍ୟବହାର  ନିମନ୍ତେ ପରୀକ୍ଷଣ ଓ ପ୍ରଦର୍ଶନ ଲାଗି ଏହା ୫ଜି ନେଟୱର୍କ ସୁବିଧା ଯୋଗାଇ ଦେଇଥାଏ। ଏହା ଭାରତୀୟ ଅପରେଟରମାନଙ୍କୁ ୫ ଜି ପ୍ରଯୁକ୍ତି ଉପରେ କାମ କରିବାର ଉପାୟକୁ ବୁଝିବା ଏବଂ ସେମାନଙ୍କ ଭବିଷ୍ୟତ ନେଟୱର୍କକୁ ନେଇ ଯୋଜନା ପ୍ରସ୍ତୁତ କରିବାରେ ସହାୟକ ହୋଇଥାଏ।

ଏହି ସ୍ବଦେଶୀ ଟେଷ୍ଟ ବେଡ୍‌ର ବିକାଶ ଭାରତ ୫ଜି ପ୍ରଯୁକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଏବଂ ଏବେ ୫ଜି ଆତ୍ମନିର୍ଭର ଭାରତ ଦିଗରେ ଅଗ୍ରସର ହେବା ଦିଗରେ ଏକ ପ୍ରମୁଖ ସଫଳ ପଦକ୍ଷେପ। ଏହି ଟେଷ୍ଟ ବେଡ୍ ଭାରତୀୟ ଷ୍ଟାର୍ଟଅପ୍ସ, ଏମଏସଏମଇ, ଆରଏଣ୍ଡଡି, ଶିକ୍ଷାନୁଷ୍ଠାନ ଓ ଶିଳ୍ପ ବ୍ୟବହାରକାରୀମାନଙ୍କ ଦ୍ବାରା ବିକଶିତ ଓ ନିର୍ମାଣ କରାଯାଉଥିବା ୫ ଜି ଉତ୍ପାଦର ପରୀକ୍ଷଣ ଏବଂ ପ୍ରାମାଣୀକରଣ ନିମନ୍ତେ ସ୍ବଦେଶୀ କ୍ଷମତା ଯୋଗାଇ ଦେଉଛି। ଫଳରେ ଖର୍ଚ୍ଚ କମିବା ସହିତ ଡିଜାଇନ ପାଇଁ ଲାଗୁଥିବା ସମୟ ହ୍ରାସ ପାଇଛି। ଏଥିଯୋଗୁ ଭାରତୀୟ ୫ ଜି ଉତ୍ପାଦଗୁଡ଼ିକର ବିଶ୍ବସ୍ତରରେ ଅଧିକ ବଜାର ପ୍ରତିଦ୍ବନ୍ଦ୍ବୀ ହୋଇପାରିବ ବୋଲି ଆଶା କରାଯାଉଛି।

ଏହି ଟେଷ୍ଟ ବେଡର ବିକାଶ ଫଳରେ ବିଭିନ୍ନ ୫ ଜି ପ୍ରଯୁକ୍ତି/ଆଇପିର ବିକାଶ ସମ୍ଭବ ହୋଇପାରିଛି ଯାହାକି ଏବେ ଶିଳ୍ପାନୁଷ୍ଠାନଗୁଡ଼ିକୁ ପ୍ରଯୁକ୍ତି ହସ୍ତାନ୍ତର ପାଇଁ ଉପଲବ୍ଧ ରହିଛି। ଏସବୁ ଏବେ ଶିଳ୍ପାନୁଷ୍ଠାନଗୁଡ଼ିକୁ ଭାରତରେ 5ଜିର ସୁଗମ ଏବଂ ଦ୍ରୁତ ନିୟୋଜନରେ ସହାୟକ ହୋଇପାରିବ।

Categories
ବିଶେଷ ଖବର

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତକୁ ବୃହତ୍ ସଫଳତା: ୪୧ସେଟ୍ ଦେଶୀ ମଡ୍ୟୁଲାର ବ୍ରିଜ କିଣିବାକୁ ଚୁକ୍ତି ସାକ୍ଷର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଗଠନ ଲକ୍ଷ୍ୟରେ ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଅସ୍ତ୍ରଶସ୍ତ୍ର ଓ ଉପକରଣକୁ ଅଧିକରୁ ଅଧିକ ଦେଶୀ କାରିଗରୀ ଜ୍ଞାନ କୌଶଳରେ ନିର୍ମାଣ କରିବାକୁ ଆରମ୍ଭ ହୋଇଥିବା ପ୍ରୟାସକୁ ଆଉ ଏକ ବଡ ସଫଳତା ମିଳିଛି। ଲାର୍ସନ ଓ ଟୁବ୍ରୋ (ଏଲ୍ ଆଣ୍ଡ ଟି) ଘରୋଇ କମ୍ପାନୀଠାରୁ ୪୧ଟି ସେଟ୍ ଦେଶୀ କାରିଗରୀ ଜ୍ଞାନ କୌଶଳରେ ନିର୍ମିତ ମଡ୍ୟୁଲାର ବ୍ରିଜ (ସେତୁ) କିଣିବା ସଂକ୍ରାନ୍ତ ଏକ ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁମୋଦନ କରିବା ପରେ ଏଥି ପାଇଁ ସମ୍ପୃକ୍ତ କମ୍ପାନୀ ସହିତ ଏକ ବୁଝମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏଲ୍ ଆଣ୍ଡ ଟି ପ୍ରତିରକ୍ଷା ବାହିନୀକୁ ୨୫୮୫ କୋଟି ଟଙ୍କାର ଊର୍ଦ୍ଧ୍ୱ ମୂଲ୍ୟର ଏହି ବ୍ରିଜ୍ ଯୋଗାଇଦେବ। ଏହାକୁ ଭାରତୀୟ ପ୍ରତିରକ୍ଷା ବାହିନୀର ଇଞ୍ଜିନିୟରିଂ ବିଭାଗ ବ୍ୟବହାର  କରିବ। ପ୍ରତିକୂଳ ପରିସ୍ଥିତିରେ ସେତୁ ନିର୍ମାଣ ପାଇଁ ମଡ୍ୟୁଲାର ସେତୁକୁ ବ୍ୟବହାର କରାଯାଏ। ସେନାର ଇଞ୍ଜିନିୟିରିଂ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବାକୁ ସମର୍ଥ ଏହି ବ୍ରିଜଗୁଡିକର ଡିଜାଇନ ଓ ବିକାଶକାମ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂସ୍ଥା ଡିଆରଡିଓ ପକ୍ଷରୁ କରାଯାଇଛି। ଏହାକୁ ଲାର୍ସନ ଓ ଟୁବ୍ରୋ ଡିଆରଡିଓର ମନୋନୀତ ଉତ୍ପାଦନାକରୀ ସଂସ୍ଥା ଭାବେ ଉତ୍ପାଦନ କରିବ।

ଏହି ମଡ୍ୟୁଲାର ବ୍ରିଜ ପାଇଁ ୨୦୨୩ ଫେବୃୟାରୀ ଆଠ ତାରିଖ ଅର୍ଥାତ୍ ଆଜି ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ଏଲ ଆଣ୍ଡି ଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ପ୍ରତ୍ୟେକ ସେଟ୍ ମଡ୍ୟୁଲାର ବ୍ରିଜ ସାତଟି ବାହକ ଯାନକୁ ନେଇ ଗଠିତ। ଏଥିର  ୮ଙ୍ଘ୮ ହେବି ମୋବିଲିଟି ଭେଇକିଲ୍  ‌୧୦X୧୦ର ଦୁଇଟି ଲଞ୍ଚର ହେବି ଭେଇକିଲ ସମ୍ପୃକ୍ତ। ପ୍ରତ୍ୟେକ ସେଟ୍ ମଡ୍ୟୁଲାର ବ୍ରିଜ୍ ଏକ ସିଙ୍ଗଲ ସ୍ପାନ୍ ବିଶିଷ୍ଟ  ସମ୍ପୂର୍ଣ୍ଣଭାବେ ସଜ୍ଜିତ ୪୬ ମିଟରର ଆସଲ୍ଟ ବ୍ରିଜ ତିଆରି କରିବାକୁ ଯାନ୍ତ୍ରିକ ଦୃଷ୍ଟିରୁ ସମର୍ଥ। ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଖାଇ ଓ ନାଳ ଆଦି ଉପରେ  ସହଜରେ ସେତୁ ନିର୍ମାଣ ପାଇଁ ଏହି ମଡ୍ୟୁଲାର ବ୍ରିଜ ସକ୍ଷମ। ଏହା ଏକ ଅତ୍ୟାଧୁନିକ ସେତୁ ନିର୍ମାଣ ଉପକରଣ ଏବଂ ଏହାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସହଜରେ ନେଇ ହେବ।

ଏବେ ଭାରତୀୟ ସେନା ଯେଉଁ ମଣିଷ-ଚାଳିତ ମିଡିୟମ ଗାର୍ଡର ବ୍ରିଜ ତିଆରି କରୁଛି  ମଡ୍ୟୁଲାର ବ୍ରିଜ ତାହାର ସ୍ଥାନ ନେବ। ମିଡିୟମ ଗାର୍ଡର ବ୍ରିଜ ଟେକେ୍‌ନୋଲୋଜି ତୁଳନାରେ ମଡ୍ୟୁଲାର ବ୍ରିଜର ସୁବିଧା ସୁଯୋଗ ଯଥେଷ୍ଟ ଅଧିକ। ଏଥିରେ ସ୍ପାନର ଦୈର୍ଘ୍ୟ ବୃଦ୍ଧି, କମ୍ ସମୟରେ ନିର୍ମାଣ କାର୍ଯ୍ୟ ଶେଷ କରିବା ଏବଂ ଜରୁରୀ ପରିସ୍ଥିତିରେ ତଳକୁ ଖସି ପଡିଥିବା ଉପକରଣକୁ ଉଦ୍ଧାର କରିବା ସହଜ। ଏହା ଦେଶୀ କାରିଗର ଜ୍ଞାନ କୌଶଳରେ ନିର୍ମିତ ହୋଇଥିବାରୁ ଏହାର ସୁବିଧା ସୁଯୋଗ ଅଧିକ।

ଦେଶର ପଶ୍ଚିମ ସୀମାନ୍ତରେ ଭାରତୀୟ ସେନା ଯେଉଁ ସବୁ ସଡକ ଓ ସେତୁ ନିର୍ମାଣ କରୁଛି ଏହି ମଡ୍ୟୁଲାର ବ୍ରିଜ ସେହି ପ୍ରକ୍ରିୟାକୁ ତ୍ୱରାନ୍ୱିତ ଏବଂ ସହଜ କରିବ। ଏହା ମଧ୍ୟ ଉନ୍ନତ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ କ୍ଷେତ୍ରରେ ଭାରତର ଶ୍ରେଷ୍ଠତ୍ୱକୁ ବିଶ୍ୱକୁ ପ୍ରଦର୍ଶିତ କରି ବନ୍ଧୁରାଷ୍ଟ୍ରମାନଙ୍କୁ ଏହି ଯନ୍ତ୍ରପାତି ଓ ଜ୍ଞାନ କୌଶଳ ଯୋଗାଇବା ପଥ ଉନ୍ମୁକ୍ତ କରିବ।

Categories
ଆଜିର ଖବର ଜାତୀୟ ଖବର

ବେଙ୍ଗାଲୁରୁ ଠାରେ ରାଜ୍ୟ କୃଷି ଏବଂ ଉଦ୍ୟାନ କୃଷି ମନ୍ତ୍ରୀମାନଙ୍କର ଦୁଇ ଦିନିଆ ସମ୍ମିଳନୀ ଉଦଯାପିତ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଆୟୋଜିତ ରାଜ୍ୟ କୃଷି ଏବଂ ଉଦ୍ୟାନ କୃଷି ମନ୍ତ୍ରୀମାନଙ୍କର ଦୁଇ ଦିନିଆ ସମ୍ମିଳନୀ ଆଜି ଉଦଯାପିତ ହୋଇଯାଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ କର୍ଣ୍ଣାଟକ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଏହି ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀ ଅବସରରେ ବିଭିନ୍ନ ପ୍ରସଙ୍ଗ ଉପରେ ଏକାଧିକ ଅଧିବେଶନ ମାଧ୍ୟମରେ ବ୍ୟାପକ ବିଚାରବିମର୍ଶ କରାଯାଇଥିଲା। ପ୍ରାକୃତିକ କୃଷି, ଡିଜିଟାଲ କୃଷି, ଫସଲ ବୀମା, କୃଷକ ଉତ୍ପାଦକ ସଂଗଠନ (ଏଫପିଓ)ଗୁଡ଼ିକୁ ପ୍ରୋତ୍ସାହନ ଏବଂ କୃଷି ଭିତ୍ତିଭୂମି ପାଣ୍ଠି ଭଳି କ୍ଷେତ୍ରରେ ଅଧିକ ଯୋଗଦାନ ଦେବା ଲାଗି ରାଜ୍ୟମାନେ ସହମତ ହୋଇଥିଲେ। ଦୀର୍ଘସ୍ଥାୟୀ କୃଷି ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ହାସଲ ନିମନ୍ତେ କୃଷି ଭିତ୍ତିଭୂମି ପାଣ୍ଠିର ଯୋଗଦାନ ବିଷୟରେ ମଧ୍ୟ ସମ୍ମିଳନୀରେ ଆଲୋଚନା ହୋଇଥିଲା। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ସଂକଳ୍ପକୁ ସାକାର କରିବା ଦିଗରେ ଏକ ଦୃଢ଼ ପଦକ୍ଷେପ ସାବ୍ୟସ୍ତ ହେବ।

ଏହି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଥିଲେ ଯେ, କୃଷି କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି। ତେବେ ନବୋନ୍ମେଷ ଏବଂ ଆଧୁନିକ ଜ୍ଞାନକୌଶଳ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି।  ସେ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟବଦ୍ଧ ହସ୍ତକ୍ଷେପ କାରଣରୁ ମହାମାରୀ କାଳରେ ଅନ୍ୟାନ୍ୟ କ୍ଷେତ୍ର ଅପେକ୍ଷା କୃଷି କ୍ଷେତ୍ର ସକାରାତ୍ମକ ପ୍ରଗତି ହାସଲ କରିଥିଲା। କୋଭିଡ ପ୍ରତିବନ୍ଧକରୁ କୃଷି କାର୍ଯ୍ୟକୁ କୋହଳ କରାଯାଇଥିଲା। କିସାନ ରେଳ ଚଳାଚଳ ଯୋଗୁ କୃଷି କ୍ଷେତ୍ର ଏବଂ ଚାଷୀ ଲାଭାନ୍ବିତ ହୋଇଥିବା କେନ୍ଦ୍ର କୃଷି ମନ୍ତ୍ରୀ କହିଥିଲେ। ଭାରତ ସରକାରଙ୍କ ଯୋଜନା ଏବଂ ନୀତିକୁ ରାଜ୍ୟ ସରକାରଙ୍କ ସହଯୋଗରେ ଭଲ ଭାବେ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ। ଡିଜିଟାଲ କୃଷି ମିଶନ, ଏଫପିଓକୁ ପ୍ରୋତ୍ସାହନ, ଇ-ନାମ ଜରିଆରେ କୃଷି ଉତ୍ପାଦ ବିପଣନ ପାଇଁ ଅଧିକ ବାଣିଜ୍ୟ ପ୍ରଣାଳୀ ବିକଶିତ କରିବା, ପିଏମ କିଷାନ ସମ୍ମାନ ନିଧିର ସଦୁପଯୋଗ, ଗ୍ରାମାଞ୍ଚଳରେ କୃଷି ଭିତ୍ତିଭୂମି ବିକାଶ ଲାଗି କୃଷି ଭିତ୍ତିଭୂମି ପାଣ୍ଠି ଉପଯୋଗ ଉପରେ କୃଷି ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ଉଚ୍ଚ ମୂଲ୍ୟଯୁକ୍ତ ଫସଲର ଚାହିଦା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଚାଷୀଙ୍କ ଆୟ ବୃଦ୍ଧି ନିମନ୍ତେ ଫସଲ ବିବିଧକରଣ ଉପରେ ଗୁରୁତ୍ବାରୋପ କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଏଥିପ୍ରତି ଗୁରୁତ୍ବ ଦେବାକୁ କୃଷି ମନ୍ତ୍ରୀ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ, କର୍ଣ୍ଣାଟକ କୃଷି ମନ୍ତ୍ରୀ ଶ୍ରୀ ବି.ସି ପାଟିଲ ଉପସ୍ଥିତ ଥିଲେ।

ଏହି ଦୁଇଦିନିଆ ସମ୍ମିଳନୀ ଅବସରରେ ସାରା ଦେଶରେ କୃଷିର ସାମଗ୍ରିକ ବିକାଶ ନିମନ୍ତେ ରାଜ୍ୟ ଆଧାରିତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଚାଷୀ ସମୁଦାୟଙ୍କ ଲାଭ ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣିତ ସବୁ ଯୋଜନାର ସୁଗମ କାର୍ଯ୍ୟାନ୍ବୟନ ନିମନ୍ତେ ରାଜ୍ୟ କୃଷି ଓ ଉଦ୍ୟାନ କୃଷି ମନ୍ତ୍ରୀ ଏବଂ ବରିଷ୍ଠ କୃଷି ଅଧିକାରୀମାନଙ୍କ ସହିତ ଆଲୋଚନା କରାଯାଇଥିଲା। ଆସନ୍ତାବର୍ଷ ଅନ୍ତର୍ଜାତୀୟ ମିଲେଟ୍‌ (ପୋଷକ ଶସ୍ୟ) ବର୍ଷ -୨୦୨୩ ପାଳନ କରାଯିବାକୁ ଯାଉଥିବାରୁ ଏହି ପ୍ରସଙ୍ଗ ଉପରେ ସମ୍ମିଳନୀରେ ଆଲୋଚନା କରାଯାଉଥିଲା। ପୋଷକ ଶସ୍ୟର ଗୁରୁତ୍ବକୁ ଦୃଷ୍ଟିରେ ରଖି ଏହାର ଉତ୍ପାଦନ ବଢ଼ାଇବା ଲାଗି ରାଜ୍ୟମାନେ ସହମତ ହୋଇଥିଲେ। ପୋଷକ ଶସ୍ୟର ପ୍ରକ୍ରିୟାକରଣ, ମୂଲ୍ୟ ବୃଦ୍ଧି ଏବଂ ବିପଣନ ପାଇଁ କେନ୍ଦ୍ର ସରକାର ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ରାଜ୍ୟ ଖବର

ଛାତ୍ରଛାତ୍ରୀମାନେ ଶିକ୍ଷିତ ଓ କର୍ମଯୋଗରେ ଦୀକ୍ଷିତ ହେଲେ ହିଁ ରାଷ୍ଟ୍ରର ବିକାଶ ହେବ: ଜଗଦ୍‌ଗୁରୁ ରାମାନନ୍ଦାଚାର୍ଯ୍ୟ

ଭୁବନେଶ୍ୱର: ସଭ୍ୟତା ପ୍ରାପ୍ତି ନିମନ୍ତେ ମନୁଷ୍ୟ ଶିକ୍ଷିତ ହେବା ଆବଶ୍ୟକ। ବିନା ଶିକ୍ଷା ରେ ସଭ୍ୟତା ହାସଲ କରିହେବ ନାହିଁ ଏବଂ ବିନା ଶିକ୍ଷା ରେ ଜ୍ଞାନଯୋଗୀ, କର୍ମଯୋଗୀ ଓ ଅଷ୍ଟାଙ୍ଗଯୋଗୀ ହେବା ସମ୍ଭବ ନୁହେଁ ବୋଲି ମତ ବ୍ୟକ୍ତ କରିଛନ୍ତି ଜଗଦ୍‌ଗୁରୁ ରାମାନନ୍ଦାଚାର୍ଯ୍ୟ ସ୍ୱାମୀ ରାମଭଦ୍ରାଚାର୍ଯ୍ୟ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ବାର୍ଷିକ ବକ୍ତୃତାମାଳା ପ୍ରଦାନ ନିମନ୍ତେ ଆସିଥିବା ବିଶିଷ୍ଟ ଧର୍ମଗୁରୁ ଶିକ୍ଷାବିତ୍‌, କବି, ସାହିତ୍ୟିକ, ସଂଳାପ ଲେଖକ ଓ ଗାୟକ ଜଗଦ୍‌ଗୁରୁ ରାମାନନ୍ଦାଚାର୍ଯ୍ୟ ନିଜର ଅଭିଭାଷଣ ଦେବା ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇ ଶିକ୍ଷା ଓ ଅନୁସନ୍ଧାନ ନାମ ର ମହତ୍ୱ ବୁଝାଇଥିଲେ। ଛାତ୍ରଛାତ୍ରୀମାନେ ଶିକ୍ଷିତ ଏବଂ କର୍ମଯୋଗ ରେ ଦୀକ୍ଷିତ ହେଲେ ହିଁ ବିଦ୍ୟା ର ପ୍ରଚାର ଓ ପ୍ରସାର ହୋଇପାରିବ ବୋଲି ଜଗଦ୍‌ଗୁରୁ କହିଥିଲେ।

ତେବେ ଛାତ୍ରଛାତ୍ରୀମାନେ ନିଜ କର୍ମ କୁ ହିଁ ପୂଜା କରିବା ଉଚିତ୍। ସେମାନେ ଏଭଳି କାମ କରିବା ଉଚିତ୍ ଯାହାଦ୍ୱାରା କି ଭଗବାନ ପ୍ରସନ୍ନ ହେବେ ଏବଂ ତୁମ କାର୍ଯ୍ୟ ର ସମ୍ମାନ କରିବେ। ଭଗବାନଙ୍କ ର ଅର୍ଚ୍ଚନା ନିଜର କର୍ମ ମାଧ୍ୟମରେ କର,ଏବଂ ନିଜ କର୍ମ ର ଫଳ ତାଙ୍କ ଉପରେ ଛାଡି ଦିଅ ବୋଲି ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ ସ୍ୱାମୀ ରାମଭଦ୍ରାଚାର୍ଯ୍ୟ। ନିଷ୍ଠାର ସହ କାର୍ଯ୍ୟ କଲେ ହିଁ ସଫଳତା ମିଳିପାରିବ ବୋଲି ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାମୀଜୀ କହିଥିଲେ।

ଚିତ୍ରକୁଟରେ ଅବସ୍ଥାପିତ ଚାରିଜଣ ଜଗଦ୍‌ଗୁରୁ ଙ୍କ ମଧ୍ୟରୁ ଅନ୍ୟତମ ସ୍ୱାମୀ ରାମାନନ୍ଦାଚାର୍ଯ୍ୟ ଙ୍କୁ ୧୯୮୮ ମସିହାରେ ଏହି ପଦବୀରେ ଅଧିଷ୍ଠିତ କରାଯାଇଥିଲା।

ଶିକ୍ଷା ସହ ଭାରତର ବହୁ ପୁରାତନ। ଜ୍ଞାନର ସନ୍ଧାନର ପ୍ରଚେଷ୍ଟା କରିବା ର ନାମ ହିଁ ଭାରତ ବୋଲି କହିବା ସହ ଭାରତ ର ସିଦ୍ଧାନ୍ତ ରାଷ୍ଟ୍ରବାଦୀ ନୁହେଁ ବିକାଶବାଦୀ ବୋଲି ସ୍ୱାମୀଜୀ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କର ମନ୍ତ୍ର ‘ସବ୍‌କା ସାଥ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ ଏବଂ ସବ୍‌କା ବିକାଶ’ କୁ ପାଥେୟ କଲେ ହିଁ ଆମ ଦେଶ ଆଗକୁ ବଢିପାରିବ। ତେଣୁ ଆମ ଯୁବପିଢି ଏକଜୁଟ୍ ଆତ୍ମନିର୍ଭର ଭାରତ ଗଠନ ଦିଗରେ ଆଗେଇ ଚାଲନ୍ତୁ ବୋଲି ସେ କହିଥିଲେ। ତେବେ ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ସାକାର କରିବାକୁ ଯୁବପିଢି ଙ୍କୁ ଶିକ୍ଷିତ ହେବା ଦିଗରେ ସ୍ୱାମୀଜୀ ପରାମର୍ଶ ଦେଇଥିଲେ।

ଭାରତର ଦୁଇଟି ନାମ ଇଣ୍ଡିଆ ଓ ଭାରତ ବଦଳରେ କେବଳ ଭାରତ ନାମ ହିଁ ରଖାଯିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ। ବିଶ୍ୱର କୌଣସି ଦେଶର ଦୁଇଟି ନାମ ନାହିଁ। ତେଣୁ ସମ୍ବିଧାନ ରେ ଏହାର ସଂଶୋଧନ କରିବା ଦିଗରେ ପ୍ରଚେଷ୍ଟା କରାଯିବା ଉଚିତ୍ ବୋଲି ସ୍ୱାମୀଜୀ କହିଥିଲେ। ଏଥିସହିତ ସମସ୍ତ ଦେଶବାସୀ ନିଜର ମାତୃଭାଷା କିମ୍ବା ରାଷ୍ଟ୍ର ଭାଷା ହିନ୍ଦୀ ରେ କଥା ହୁଅନ୍ତୁ ବୋଲି ସ୍ୱାମୀଜୀ ଅନୁରୋଧ କରିଥିଲେ।

ଜନ୍ମ ହେବାର ମାତ୍ରା ଦୁଇ ମାସ ପରେ ତାଙ୍କର ଆଖି ନଷ୍ଟ ହୋଇଯାଇଥିବା ବେଳେ ସ୍ୱାମୀଜୀ ପାଠପଢି ବିଶ୍ୱବିଦ୍ୟାଳୟରେ ଟପର୍ ହୋଇଥିଲେ, ୯ଟି ଗୋଲ୍ଟ ମେଡାଲ୍ ହାସଲ କରିଥିଲେ, ପିଏଚ୍‌ଡି ଏବଂ ଡିଲିଟ୍ ଡିଗ୍ରୀ ହାସଲ କରିଥିଲେ। ୨୨ଟି ଭାଷା ସେ କଥା କହିପାରନ୍ତି ଏବଂ ବିଶ୍ୱର ପ୍ରଥମ ଦିବ୍ୟାଙ୍ଗ ଙ୍କ ଲାଗି ବିଶ୍ୱବିଦ୍ୟାଳୟ ସେ ପ୍ରତିଷ୍ଠା କରିଛନ୍ତି। ଏସବୁ କେବଳ ନିଜର ଉଦ୍ୟମ ଯୋଗୁଁ ସମ୍ଭବ ବୋଲି ସେ କହିଥିଲେ।

ସୋଆ ବିଶ୍ୱବିଦ୍ୟାଳୟ ର ଏବଂ ଏହାର ଛାତ୍ରଛାତ୍ରୀ ମାନଙ୍କୁ ତିନୋଟି ଉପଦେଶ ଦେଇ ସ୍ୱାମିଜୀ ସୋଆରେ ହିନ୍ଦୀ ଶିକ୍ଷାର ପ୍ରଚଳନ ହେଉ, ନିଷ୍ଠାର ସହ କାର୍ଯ୍ୟ ହେଉ ଏବଂ କାର୍ଯ୍ୟର ଆନନ୍ଦ ଭଗବାନ ରାମଙ୍କୁ ସମର୍ପିତ କରାଯାଉ ବୋଲି କହିଥିଲେ। ଏପରି କଲେ ସୋଆ ଆର୍ନ୍ତଜାତିକ ସ୍ତରରେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଲାଭ କରିପାରିବା ବୋଲି ସେ କହିଥିଲେ।
ଓଡିଆ ରୁ ନିଜର ବକ୍ତବ୍ୟ ଆରମ୍ଭ କରିଥିବା ସ୍ୱାମିଜୀ ଜଗନ୍ନାଥଙ୍କ ଜଣାଣ ‘ଆହେ ନୀଳ ଶୈଳ’ ଗାନ କରି ବକ୍ତବ୍ୟ ଶେଷ କରିଥିଲେ। ସୋଆ ର କ୍ୟାମ୍ପସ୍‌-୪ ପରିସରରେ ସେ ବୃକ୍ଷରୋପଣ ମଧ୍ୟ କରିଥିଲେ।

ଆୟୋଜିତ ବକ୍ତୃତାମାଳାରେ ସୋଆର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ ଉପସ୍ଥିତ ରହିଥିବାବେଳେ ସ୍ୱାମୀଜୀ ଙ୍କର ନିଷ୍ଠା ଓ ଆତ୍ମବିଶ୍ୱାସ ଏବଂ ଉପଲବ୍ଧି ବିଷୟରେ କହିଥିଲେ। ସ୍ୱାମୀଜୀ ଙ୍କର ନୀତି ଆଦର୍ଶ କୁ ଛାତ୍ରଛାତ୍ରୀ ମାନେ ଅନୁକରଣ କରନ୍ତୁ ବୋଲି ଶ୍ରୀମତି ଦାସ କହିଥିଲେ।

କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ପ୍ରଫେସର ବସନ୍ତ କୁମାର ପତି ସ୍ୱାଗତ ଭାଷଣ ଦେଇଥିବା ବେଳେ କେନ୍ଦ୍ରସାହିତ୍ୟ ଏକାଡେମୀ ର ମୁଖ୍ୟ ସଚିବ ଡକ୍ଟର କେ. ଏସ୍ ରାଓ ବକ୍ତବ୍ୟ ଦେଇଥିଲେ। ସୋଆ ଆଇଏଏସ୍ ର ଡିନ୍ ପ୍ରଫେସର ବିଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସୋଆ ରେଜିଷ୍ଟ୍ରାର ପ୍ରଫେସର ବିଭୂତି ଭୂଷଣ ପ୍ରଧାନ, ନିଦ୍ଦେର୍ଶକ ଡକ୍ଟର ମହେନ୍ଦ୍ର ପ୍ରସାଦ, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର ,ପ୍ରାଚୀନ୍ ର ମୁଖ୍ୟ ଡକ୍ଟର ଗାୟତ୍ରୀବାଳା ପଣ୍ଡା ଏବଂ ଏଚ୍‌ଆର୍ ଅଫିସର ଶ୍ରୀ ସିଧ୍ୟବ୍ରତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଭେଦଭାବମୁକ୍ତ ଏବଂ ଆତ୍ମନିର୍ଭର ଭାରତର ସ୍ବପ୍ନ ଦେଖିଥିଲେ ସ୍ବାମୀ ବିବେକାନନ୍ଦ 

ଭୁବନେଶ୍ବର: ସ୍ବାମୀ ବିବେକାନନ୍ଦ ସର୍ବଦା ଏକ ଭେଦଭାବମୁକ୍ତ ଭାରତର ସ୍ବପ୍ନ ଦେଖିଥିଲେ। ଭାରତ ଯାହାକି ଆତ୍ମନିର୍ଭର ହୋଇଥିବ, ଭାରତ ଯେଉଁଠାରେ ମହିଳାମାନେ ସଶକ୍ତ ହୋଇଥିବେ। ‘‘ସ୍ବାମୀ ବିବେକାନନ୍ଦଙ୍କ ସ୍ବପ୍ନର ଭାରତ’’ ସମ୍ପର୍କିତ ୱେବିନାରରେ ବିଶେଷଜ୍ଞମାନେ ଏହି ମତ ପ୍ରକାଶ କରିଛନ୍ତି। ଏହି ୱେବିନାରକୁ ଜାତୀୟ ଯୁବ ଦିବସ ଅବସରରେ ଯୁଗ୍ମ ଭାବରେ ରିଜିଓନାଲ୍ ଆଉଟରିଚ୍ ବ୍ୟୁରୋ (ଆରଓବି) ଓ ପ୍ରେସ୍‌ ଇନ୍‌ଫରମେସନ ବ୍ୟୁରୋ (ପିଆଇବି), ଭୁବନେଶ୍ବର ଦ୍ବାରା ଆୟୋଜନ କରାଯାଇଛି।

ଅନଲାଇନ୍ ଆଲୋଚନାକୁ ଆରମ୍ଭ କରି ଆରଓବି ଭୁବନେଶ୍ବରର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର କହିଛନ୍ତି ଯେ ଯଦି ଆମେ ସ୍ବାମୀ ବିବେକାନନ୍ଦଙ୍କ ସ୍ବପ୍ନର ଭାରତ ପ୍ରସ୍ତୁତ କରିବାକୁ ଚାହୁଁ ତେବେ ଆମକୁ ଆମର ଆତ୍ମାର ସ୍ବରକୁ ଶୁଣିବାକୁ ହେବ, ଏହା ଉପରେ ବିଶ୍ବାସ ରଖିବାକୁ ହେବ, ବାହ୍ୟ ଚାକଚକ୍ୟରେ ନିଜକୁ ବିଚଳିତ ନକରି ସର୍ବଦା ଆମର ଲକ୍ଷ୍ୟ ପଥରେ ଅଗ୍ରସର ହେବାକୁ ହେବ।

ଏହି ଅବସରରେ ପିଏମ୍ ୟୁବା ମେଣ୍ଟରସିପ୍ ପୁରସ୍କାର ବିଜେତା ଲେଶ୍ବର ରଣା କହିଛନ୍ତି ଯେ ସ୍ୱାମୀଜୀ ସର୍ବଦା ଯୁବକ ମାନଙ୍କର ଚରିତ୍ରର ବିକାଶ ଉପରେ ଗୁରୁତ୍ବ ପ୍ରଦାନ କରୁଥିଲେ। ‘‘ସେ ଏପରି ଏକ ଭାରତର ପରିକଳ୍ପନା କରୁଥିଲେ ଯେଉଁଠାରେ ସଭିଏଁ ସମାନ ସୁବିଧା ହାସଲ କରିବେ ଓ କୌଣସି ଭେଦଭାବ ନଥିବ। ସେ ଦେଶର ମହିଳା ଓ ଯୁବକମାନଙ୍କର ସଶକ୍ତିକରଣ ଉପରେ ଧ୍ୟାନ ପ୍ରଦାନ କରିଥିଲେ। ସ୍ବାମୀ ବିବେକାନନ୍ଦ ଏକ ଆତ୍ମନିର୍ଭର ଭାରତର ପରିକଳ୍ପନା କରିଥିଲେ ଓ ଭାରତ ବର୍ତ୍ତମାନ ଏହି ଦିଗରେ ଅଗ୍ରସର ହେଉଛି’’ ବୋଲି ଶ୍ରୀଯୁକ୍ତ ରଣା କହିଛନ୍ତି।

ଏହି ଆଲୋଚନାରେ ଅଂଶଗ୍ରହଣ କରି ଯୁବ କବି ପ୍ରଶାନ୍ତ ଦାସ କହିଛନ୍ତି ଯେ ବିବେକାନନ୍ଦଙ୍କ ଶିକ୍ଷା ମାନବତା ଓ ଆଧ୍ୟାତ୍ମିକତା ଉପରେ ପର୍ଯ୍ୟବେସିତ। ‘‘ଯଦି କେହି ଭାରତ, ଏହାର ଇତିହାସ, ଭୁଗୋଳ, ସଂସ୍କୃତି ଓ ଐତିହ୍ୟ ବିଷୟରେ ଜାଣିବାକୁ ଚାହେଁ ତେବେ ସେ ସ୍ବାମୀ ବିବେକାନନ୍ଦଙ୍କୁ ବୁଝିବା ସହିତ ତାଙ୍କର ପୁସ୍ତକ ପଢ଼ିବା ଉଚିତ୍। ସେ ଏକ ସ୍ବର୍ଣ୍ଣିମ ଓ ସମୃଦ୍ଧ ଭାରତର ସ୍ବପ୍ନ ଦେଖିଥିଲେ’’ ବୋଲି କହିଛନ୍ତି ଶ୍ରୀ ଦାସ।

ସିପୁନୁ ଜେନା, ଜଣେ ପ୍ରତିଭାବାନ ଲେଖକ ଆଜିର ଯୁବ ପୀଢ଼ି ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଏହାର ସମାଧାନ ପାଇଁ ସେ ସ୍ବାମୀ ବିବେକାନନ୍ଦଙ୍କର ଚିନ୍ତାଧାରାକୁ ଉଲ୍ଲେଖ କରିଛନ୍ତି। ‘‘ଆଜିର ଯୁବ ପୀଢ଼ି ଅନେକ ଭାଗରେ ବିଭକ୍ତ ହୋଇଛନ୍ତି ଓ ସେମାନଙ୍କର ଭିନ୍ନ ଭିନ୍ନ ଚିନ୍ତାଧାରା ରହିଛି। ସ୍ବାମୀ ବିବେକାନନ୍ଦଙ୍କର ସ୍ବପ୍ନର ଭାରତ ସୃଷ୍ଟି କରିବାକୁ ହେଲେ ସେମାନଙ୍କୁ ଏକତ୍ରିତ କରିବାକୁ ହେବ’’ ବୋଲି ଶ୍ରୀ ଜେନା କହିଛନ୍ତି।

ଏହି ୱେବିନାରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସମସ୍ତ ମିଡିଆ ୟୁନିଟର କର୍ମଚାରୀମାନେ ତଥା ଛାତ୍ର, ଲେଖକ ଓ ସାମ୍ବାଦିକ ମାନେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗାନ୍ଧୀ ଓ ବିନୋବାଙ୍କ ପଥରେ ଆତ୍ମନିର୍ଭର ଭାରତ ସମ୍ଭବ

ଭୁବନେଶ୍ୱର: ବିନୋବା ସେବା ପ୍ରତିଷ୍ଠାନ ଓ ଗାନ୍ଧୀ ଗ୍ଲୋବାଲ ଫାଉଣ୍ଡେସନ, ନୂଆଦିଲ୍ଲୀ ପକ୍ଷରୁ ଭୁବନେଶ୍ୱର ରୋଟାରୀ ଭବନଠାରେ ଭୂଦାନ ଆନ୍ଦୋଳନର ପୁରୋଧା ଭାରତରତ୍ନ ଆଚାର୍ଯ୍ୟ ବିନୋବା ଭାବେଙ୍କ ୪୦ତମ ଶ୍ରାଦ୍ଧବାର୍ଷିକୀ ସମାରୋହ ପାଳନ ହୋଇଯାଇଛି। ଏହି ଅବସରରେ ‘ଭୂଦାନ ଆନ୍ଦୋଳନ ଓ ଆତ୍ମନିର୍ଭର ଭାରତ’ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ବିନୋବା ସେବା ପ୍ରତିଷ୍ଠାନର ଅଧ୍ୟକ୍ଷ ତଥା ଭାରତ ନିର୍ବାଚନ ଆୟୋଗର ପ୍ରାକ୍ତନ ଉପଦେଷ୍ଟା ଡ. ଭଗବାନ ପ୍ରକାଶ ଅଧ୍ୟକ୍ଷତା କରିଥିଲେ। ବିନୋବା ଭାବେ ମହାଭାରତ ପିତାମହ ଭୀଷ୍ମଙ୍କ ପରେ ଇଚ୍ଛା ଅନୁସାରେ ମୃତ୍ୟୁବରଣ କରିଥିଲେ। ଗାନ୍ଧୀଙ୍କ ମୃତ୍ୟୁ ପରେ ତାଙ୍କ ବିଚାରକୁ କାର୍ଯ୍ୟକାରୀ କରିବାକୁ ବିନୋବା ଭାବେ ଗାନ୍ଧିବାଦୀଙ୍କୁ ନେଇ ସର୍ବୋଦୟ ସମାଜ ପ୍ରତିଷ୍ଠା କରିଥିଲେ। ଗାନ୍ଧୀ ଓ ବିନୋବା ଭାବେଙ୍କ ଆଦର୍ଶ ଓ ବିଚାର ପ୍ରତି ଆଜିର ଯୁବ ସମାଜ ଅନୁପ୍ରାଣିତ ହେବାକୁ ସେ ଆହ୍ୱାନ ଦେଇଥିଲେ।

ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଲୋକସେବକ ମଣ୍ଡଳ, ନୂଆଦିଲ୍ଲୀର ପୂର୍ବତନ ଅଧ୍ୟକ୍ଷ ଦୀପକ ମାଲବ୍ୟ ଯୋଗଦେଇ କହିଥିଲେ ଯେ, ବିନୋବାଜୀଙ୍କ ଭୂଦାନ ଆନ୍ଦୋଳନ ଏକ ଅହିଂସକ ସମୃଦ୍ଧ ସମାଜ ଗଢିବାରେ ସହାୟକ ହୋଇଥିଲା। ସରକାର କ୍ଷମତା ମୋହରେ ନରହି ଅନ୍ନଦାତା କୃଷକଙ୍କ ଆନ୍ଦୋଳନ ପ୍ରତି ସମବେଦନା ସହ ସମସ୍ୟାର ନିରାକରଣ କରିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ। ସର୍ବୋଦୟ ନେତ୍ରୀ ତଥା ହରିଜନ ସେବକ ସଂଘର ରାଜ୍ୟ ଅଧ୍ୟକ୍ଷା ବିରଜା ଦେବୀ ବିନୋବାଜୀଙ୍କ ଭୂଦାନ ଯଜ୍ଞ, ବଞ୍ଚିତ ଓ ଶୋଷିତବର୍ଗଙ୍କୁ ମୁଖ୍ୟସ୍ରୋତରେ ଆଣିବାକୁ ସହାୟକ ହୋଇଥିଲା ବୋଲି କହିଥିଲେ।

ବିଶିଷ୍ଟ ମାନବାଧିକାର ପ୍ରବକ୍ତା ଓ ବିନୋବା ସେବା ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ମନୋଜ ଜେନା ସଭାକୁ ସଞ୍ଚାଳନ କରିବା ସହ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ବିସ୍ତୃତ ବିବରଣୀ ସହ ବିନୋବାଜୀଙ୍କ ଭୂଦାନ ଆନ୍ଦୋଳନର ଲକ୍ଷ୍ୟ ଏବେବି ଅଧୁରା ରହିଛି ବୋଲି କହିଥିଲେ। ଗାନ୍ଧୀ ଓଡ଼ିଶାର ଆବାହିକା ତଥା ପରିବେଶବିତ୍ ଡ. ରୀନା ରାଉତରାୟ ଯୁବପିଢୀ ଗାନ୍ଧୀ ଓ ବିନୋବାଙ୍କ ବିଚାରକୁ ଆପଣେଇ ପାରିଲେ ସ୍ୱାବଲମ୍ବନ ସମାଗ ଗଠନ ହୋଇପାରିବ ବୋଲି କହିଥିଲେ।

ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବରିଷ୍ଠ ପ୍ରଶାସକ ଓ ପୂଣ୍ୟ ଉତ୍କଳର ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ର, ଜୟକିରଣ ଟ୍ରଷ୍ଟର ସମ୍ପାଦିକା ସୁମିତ୍ରା ଜେନା, ଜାତୀୟ ଯୁବ ପ୍ରକଳ୍ପର ରାଜ୍ୟ ଆବାହକ ମଧୁସୂଦନ ଦାସ, ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ସେମାନଙ୍କ ବକ୍ତବ୍ୟ ମାଧ୍ୟମରେ ଗାନ୍ଧୀ ଓ ବିନୋବା ବିଚାର ଏକମାତ୍ର ପନ୍ଥା ବୋଲି କହିଥିଲେ। ସଭା ପ୍ରାରମ୍ଭରେ ବିଶିଷ୍ଟ ଗାନ୍ଧିବାଦୀ ସ୍ୱର୍ଗତ ଡ. ଏସ୍‌.ଏନ୍ ସୁବରାଓଜୀଙ୍କ ବିୟୋଗରେ ନୀରବ ପ୍ରାର୍ଥନା କରାଯାଇଥିଲା।

ଗାନ୍ଧୀ ବିଚାରକୁ ସମାଜରେ ପ୍ରଚାର ଓ ପ୍ରସାର ସହ ଏକ ଅହିଂସକ ସମାଜ ନିର୍ମାଣରେ ଏକ ନିଆରା ଭୂମିକା ନିର୍ବାହ କରିଥିବା ଲୋକସେବକ ମଣ୍ଡଳର ପ୍ରାକ୍ତନ ଅଧ୍ୟକ୍ଷ ଦୀପକ ମାଲବ୍ୟଙ୍କୁ ‘ଗାନ୍ଧୀ-ବିନୋବା ଶାନ୍ତି ପୁରସ୍କାର’ରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମର ସଂଯୋଜକ କାଳୀ ଚରଣ ସିଂ ପ୍ରାରମ୍ଭିକ ସ୍ୱାଗତ ଭାଷଣ ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।

Categories
PIB_NEWS ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଅଟୋ, ଡ୍ରୋନ ଉଦ୍ୟୋଗ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନାକୁ ସରକାରଙ୍କ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଆତ୍ମନିର୍ଭର ଭାରତ’ ସଂକଳ୍ପ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ସରକାର ଅଟୋମୋବାଇଲ ଏବଂ ଡ୍ରୋନ ଉଦ୍ୟୋଗ କ୍ଷେତ୍ର ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନାକୁ ମଞ୍ଜୁର କରିଛନ୍ତି। ଏହି ଉଦ୍ଦେଶ୍ୟ ନିମନ୍ତେ ୨୬, ୦୫୮ କୋଟି ଟଙ୍କାର ବଜେଟ ବ୍ୟୟବରାଦ କରାଯାଇଛି। ଅଟୋ କ୍ଷେତ୍ର ପାଇଁ ଏହି ପିଏଲଆଇ ଯୋଜନା ଉଚ୍ଚ ମୂଲ୍ୟର ଉନ୍ନତ ଅଟୋମୋଟିଭ ପ୍ରଯୁକ୍ତି ବାହନ ଏବଂ ଉତ୍ପାଦନକୁ ପ୍ରୋତ୍ସାହିତ କରିବ। ଉନ୍ନତ ପ୍ରଯୁକ୍ତି, ଅଧିକ ଦକ୍ଷ ଏବଂ ସବୁଜ ଅଟୋମୋଟିଭ ଉତ୍ପାଦନ କ୍ଷେତ୍ରରେ ଏହା ଏକ ନୂତନ ଯୁଗର ଅୟମାରମ୍ଭ କରିବ।

ଏଥିପୂର୍ବରୁ ୨୦୨୧-୨୨ କେନ୍ଦ୍ର ବଜେଟରେ ୧.୯୭ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ସହିତ ୧୩ଟି କ୍ଷେତ୍ର ନିମନ୍ତେ ପିଏଲଆଇ ଯୋଜନା ଘୋଷଣା କରାଯାଇଥିଲା। ଏହାର ଅଂଶବିଶେଷ ଭାବେ ଅଟୋମୋବାଇଲ ଏବଂ ଡ୍ରୋନ ଉଦ୍ୟୋଗ କ୍ଷେତ୍ର ପାଇଁ ପିଏଲଆଇ ଯୋଜନାର ଘୋଷଣା କରାଯାଇଛି। ୧୩ଟି କ୍ଷେତ୍ର ପାଇଁ ପିଏଲଆଇ ଯୋଜନା ଘୋଷଣା ଫଳରେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ସର୍ବନିମ୍ନ ୩୭.୫ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ନିବେଶ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଏହା ମଧ୍ୟ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ପାଖାପାଖି ୧ କୋଟି ଲୋକଙ୍କ ପାଇଁ ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ଅଟୋ କ୍ଷେତ୍ର ପାଇଁ ପିଏଲଆଇ ଯୋଜନା ମାଧ୍ୟମରେ ଭାରତରେ ଉନ୍ନତ ଅଟୋମୋଟିଭ ପ୍ରଯୁକ୍ତି ଉତ୍ପାଦ ପ୍ରସ୍ତୁତ କରିବା କ୍ଷେତ୍ରରେ ଦେଖା ଦେଉଥିବା ବ୍ୟୟଜନିତ ଅକ୍ଷମତା ଦୂର କରିବାକୁ ପରିକଳ୍ପନା କରାଯାଇଛି। ଏହି ପ୍ରୋତ୍ସାହନ ଢାଞ୍ଚା ଉନ୍ନତ ଅଟୋମୋଟିଭ ପ୍ରଯୁକ୍ତି ଉତ୍ପାଦର ସ୍ୱଦେଶୀ ବିଶ୍ୱ ଯୋଗାଣ ଶୃଙ୍ଖଳ ପାଇଁ ନୂତନ ନିବେଶ ନିମନ୍ତେ ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହିତ କରିବ। ଅଟୋମୋବାଇଲ ଏବଂ ଅଟୋ ସରଞ୍ଜାମ ଉଦ୍ୟୋଗ ପାଇଁ ପିଏଲଆଇ ଯୋଜନା କାର‌୍ୟ୍ୟକାରୀ କରାଯିବା ଫଳରେ ଆସନ୍ତା ପାଞ୍ଚ ବର୍ଷର ଅବଧିରେ ୪୨,୫୦୦ କୋଟି ଟଙ୍କାର ନୂତନ ନିବେଶ ସୃଷ୍ଟି ହେବ ବୋଲି ଅନୁମାନ କରାଯାଉଛି। ସେହିପରି ଏହା ୨.୩ ଲକ୍ଷ କୋଟି ଟଙ୍କାର ବୃଦ୍ଧିଶୀଳ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ସହିତ ୭.୫ ଲକ୍ଷ ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଆହୁରି ଏହା ବିଶ୍ୱ ଅଟୋମୋଟିଭ ବାଣିଜ୍ୟ କ୍ଷେତ୍ରରେ ଭାରତର ଯୋଗଦାନକୁ ବୃଦ୍ଧି କରିବ।

ଅଟୋ କ୍ଷେତ୍ର ପାଇଁ ପିଏଲଆଇ ଯୋଜନା ବର୍ତ୍ତମାନର ଅଟୋମୋଟିଭ କମ୍ପାନୀଗୁଡ଼ିକ ସହିତ ବର୍ତ୍ତମାନ ଅଟୋମୋବାଇଲ କିମ୍ବା ଅଟୋମୋବାଇଲ ଉପକରଣ ଉତ୍ପାଦନ ବ୍ୟବସାୟରେ ନଥିବା ନୂତନ ନିବେଶକଙ୍କ ପାଇଁ ଖୋଲା ରହିଛି। ଏହାର ଦୁଇଟି ଉପାଦାନ ରହିଛି ଯଥା : ଚାମ୍ପିୟନ ଓଇଏମ ଇନସେଣ୍ଟିଭ ଯୋଜନା ଏବଂ କମ୍ପୋନେଣ୍ଟ ଚାମ୍ପିୟନ ଇନସେଣ୍ଟିଭ ଯୋଜନା। ଚାମ୍ପିୟନ ଓଇଏମ ପ୍ରୋତ୍ସାହନ ଯୋଜନା ହେଉଛି ଏକ ‘ବିକ୍ରି ମୂଲ୍ୟ ସଂଯୁକ୍ତ’ ଯୋଜନା। ଏହା ସମସ୍ତ ସେଗମେଣ୍ଟର ବ୍ୟାଟେରୀ ଚାଳିତ ବିଦ୍ୟୁତ ବାହାନ ଏବଂ ହାଇଡ୍ରୋଜେନ ଇନ୍ଧନ ସେଲ ବାହନ ଉପରେ ଲାଗୁ ହେବ। କମ୍ପୋନେଣ୍ଟ ଚାମ୍ପିୟନ ପ୍ରୋତ୍ସାହନ ଯୋଜନା ଏକ ‘ବିକ୍ରି ମୂଲ୍ୟ ସଂଯୁକ୍ତ’ ଯୋଜନା ଅଟୋ, ଯାହା ବାହନଗୁଡ଼ିକର ଉନ୍ନତ ଅଟୋମୋଟିଭ ପ୍ରଯୁକ୍ତି ଉପାଦାନ, କମ୍ପ୍ଲିଟଲି ନକ୍ଡ ଡାଉନ (ସିକେଡି) ସେମି ନକ୍ଡ ଡାଉନ (ଏସକେଡି) କିଟ, ଦୁଇ ଚକିଆ, ତିନି ଚକିଆ, ଯାତ୍ରୀବାହୀ ବାହନଗୁଡ଼ିକର ଏଗ୍ରୀଗେଟ୍ସ, ବାଣିଜ୍ୟିକ ବାହନ ଏବଂ ଟ୍ରାକ୍ଟର ଆଦି ଉପରେ ଲାଗୁ ହେବ।

ପୂର୍ବରୁ ଉନ୍ନତ କେମିଷ୍ଟ୍ରି ସେଲ (୧୮,୦୦୦ କୋଟି ଟଙ୍କା) ଏବଂ ବିଦ୍ୟୁତ ଚାଳିତ ବାହନ ଉତ୍ପାଦନର ଦ୍ରୁତ ଅନୁକରଣ (ଫେମ) ଯୋଜନା (୧୦,୦୦୦ କୋଟି ଟଙ୍କା) ପାଇଁ ପିଏଲଆଇ ଯୋଜନା କାର‌୍ୟ୍ୟକାରୀ ହୋଇଛି; ଏହା ସହିତ ଅଟୋମୋଟିଭ କ୍ଷେତ୍ର ପାଇଁ ପିଏଲଆଇ ଯୋଜନା କାର‌୍ୟ୍ୟକାରୀ ହେବ। ଫଳରେ ପାରମ୍ପରିକ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳ ଅଟୋମୋବାଇଲ ପରିବହନ ପ୍ରଣାଳୀ ପରିବର୍ତ୍ତେ ପରିବେଶ ଅନୁକୂଳ ସ୍ୱଚ୍ଛ, ଦୀର୍ଘସ୍ଥାୟୀ, ଉନ୍ନତ ଏବଂ ଅଧିକ ଦକ୍ଷ ବିଦ୍ୟୁତ ଚାଳିତ ବାହନ (ଇଭି) ଆଧାରିତ ପ୍ରଣାଳୀ ଉପଯୋଗ ନିମନ୍ତେ ଭାରତ ସକ୍ଷମ ହୋଇପାରିବ।

ଡ୍ରୋନ ଏବଂ ଡ୍ରୋନ ଉପକରଣ ଉଦ୍ୟୋଗ ପାଇଁ ପିଏଲଆଇ ଯୋଜନା ଏହି ବୈପ୍ଳବିକ ଜ୍ଞାନକୌଶଳର ରଣନୈତିକ, ସାମରିକ ଏବଂ ପରିଚାଳନାଗତ ଉପଯୋଗ ଆବଶ୍ୟକତାର ସମାଧାନ କରୁଛି। ସ୍ପଷ୍ଟ ରାଜସ୍ୱ ଲକ୍ଷ୍ୟ ସହିତ ଉତ୍ପାଦ ଆଧାରିତ ପିଏଲଆଇ ଯୋଜନା ଏବଂ ଘରୋଇ ମୂଲ୍ୟ ବୃଦ୍ଧି ପ୍ରତି ଗୁରୁତ୍ୱ ଦିଆଯାଇଛି। କ୍ଷମତା ନିର୍ମାଣ ଏବଂ ଭାରତର ଅଭିବୃଦ୍ଧି ରଣନୀତି ନିମନ୍ତେ ଏଗୁଡ଼ିକ ପ୍ରମୁଖ ବାହକ ହୋଇପାରିବେ। ଡ୍ରୋନ ଏବଂ ଡ୍ରୋନ ଉପକରଣ ଉଦ୍ୟୋଗ ପାଇଁ ପିଏଲଆଇ ଯୋଜନା, ତିନି ବର୍ଷ ମଧ୍ୟରେ ୫,୦୦୦ କୋଟି ଟଙ୍କାରୁ ଅଧିକ ନୂନତ ନିବେଶ ଏବଂ ୧,୫୦୦ କୋଟି ଟଙ୍କାରୁ ଅଧିକ ବୃଦ୍ଧିଶୀଳ ଉତ୍ପାଦନ ନିମନ୍ତେ ମାର୍ଗପ୍ରଶସ୍ତ କରିବ। ଏହାଛଡ଼ା ଏହି ଯୋଜନା କାର୍ଯ୍ୟକାରୀ ହେବା ଫଳରେ ପାଖାପାଖି ୧୦,୦୦୦ ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ବୟନ ଶିଳ୍ପ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନାକୁ ମଞ୍ଜୁର କଲେ ସରକାର, ଓଡିଶା ମଧ୍ୟ ସାମିଲ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃୃତ୍ବାଧିନ ସରକାର ‘ଆତ୍ମନିର୍ଭର ଭାରତ’ ସଂକଳ୍ପକୁ ସାକାର କରିବା ଦିଗରେ ଆଉ ଏକ ମହତ୍ୱପୂର୍ଣ୍ଣ ପଦକ୍ଷପେ ଗ୍ରହଣ କରିଛନ୍ତି। ମୋଟ ୧୦,୬୮୩ କୋଟି ଟଙ୍କାର ବ୍ୟୟବରାଦ ସହିତ ଏମଏମଏଫ ପୋଷାକ, ଏମଏମଏଫ କପଡ଼ା ଏବଂ ବୈଷୟିକ ବସ୍ତ୍ରର ୧୦ଟି ଉତ୍ପାଦ ନିମନ୍ତେ ବୟନ ଶିଳ୍ପ କ୍ଷେତ୍ର ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନାକୁ ସରକାର ମଞ୍ଜୁର କରିଛନ୍ତି।

ବୟନ ଶିଳ୍ପ ପାଇଁ ସରକାର ପିଏଲଆଇ ଯୋଜନା ସହିତ ଆରଓଏସସିଟିଏଲ, ଆରଓଡିଟିଇପି ଏବଂ ଅନ୍ୟାନ୍ୟ ପ୍ରୋତ୍ସାହନ ମୂଳକ ପଦକ୍ଷପେ ଗ୍ରହଣ କରିଛନ୍ତି। ପ୍ରତିଦ୍ବନ୍ଦ୍ବିତା ମୂଳକ ମୂଲ୍ୟରେ କଞ୍ଚାମାଲ ଉପଲବ୍ଧ କରାଇବା, କୌଶଳ ବିକାଶ ଦ୍ୱାରା ବୟନ ଶିଳ୍ପ ଉତ୍ପାଦନ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ମଧ୍ୟ ହେବ।

ଏହି ଯୋଜନା ଫଳରେ ଓଡ଼ିଶା ସମତେ ଗୁଜରାଟ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡ଼ୁ, ପଞ୍ଜାବ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଆଦି ରାଜ୍ୟ ଉପକୃତ ହୋଇପାରିବେ। ୨୦୨୧-୨୨ କେନ୍ଦ୍ର ବଜଟେରେ ୧.୯୭ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ସହିତ ୧୩ଟି କ୍ଷେତ୍ର ପାଇଁ ପିଏଲଆଇ ଯୋଜନା ଘୋଷଣା କରାଯାଇଥିଲା। ବୟନ ଶିଳ୍ପ କ୍ଷେତ୍ର ପାଇଁ ପିଏଲଆଇ ଯୋଜନା ଏହାର ଅଂଶ ବିଶଷେ। ୧୩ଟି କ୍ଷେତ୍ର ପାଇଁ ପିଏଲଆଇ ଯୋଜନା ଘୋଷଣା ସହିତ ଭାରତରେ ଆଗାମୀ ୫ ର୍ବଷ ମଧ୍ୟରେ ୩୭.୫ ଲକ୍ଷ କୋଟି ଟଙ୍କାର ର୍ସବନିମ୍ନ ଉତ୍ପାଦନ ହବେ ବୋଲି ଅନୁମାନ କରାଯାଉଛି। ଏଥିସହିତ ପାଞ୍ଚ ର୍ବଷ ମଧ୍ୟରେ ଅତିକମରେ ୧ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଏହି ଯୋଜନା ଫଳରେ ଦେଶରେ ଅଧିକ ମୂଲ୍ୟ ବିଶିଷ୍ଟ କପଡ଼ା, ପୋଷାକ ଏବଂ ବୈଷୟିକ ବସ୍ତ୍ର ଉତ୍ପାଦନକୁ ଯଥେଷ୍ଠ ପ୍ରୋତ୍ସାହନ ମିଳିପାରିବ। ଏହାର ଅନ୍ତର୍ଗତ ପ୍ରୋତ୍ସାହନ ଢାଞ୍ଚାକୁ ଏପରି ଭାବେ ପ୍ରସ୍ତୁତ କରାଯାଇଛି ଯାହାଦ୍ୱାରା ଉଦ୍ୟୋଗଗୁଡ଼ିକ ଏହି କ୍ଷେତ୍ରରେ ଏବଂ ଖଣ୍ଡର ନୂତନ କ୍ଷମତାରେ ନିବେଶ କରିବା ଲାଗି ପ୍ରୋତ୍ସାହିତ ହେବେ। ଏଭଳି ସ୍ଥିତିରେ ଦ୍ରୁତ ଗତିରେ ଅଭିବୃଦ୍ଧି ହାସଲ କରୁଥିବା ଅଧିକ ମୂଲ୍ୟ ବିଶିଷ୍ଟ ଏମଏମଏଫ ସେଗମେଣ୍ଟକୁ ଯଥେଷ୍ଠ ପ୍ରୋତ୍ସାହନ ମିଳିବ।

ପ୍ରୋତ୍ସାହନ ସମ୍ବନ୍ଧୀୟ ଭିତ୍ତିଭୂମିର ଭିନ୍ନ ଭିନ୍ନ ସଟେକୁ ଦଖେି ଦୁଇ ପ୍ରକାର ନିବଶେ ସମ୍ଭବ। ନିର୍ଦ୍ଧାରିତ କ୍ଷେତ୍ରରେ (ଏମଏମଏଫ କପଡ଼ା, ପୋଷାକ)ର ଉତ୍ପାଦ ଏବଂ ବୈଷୟିକ ବସ୍ତ୍ର ଉତ୍ପାଦର ଉତ୍ପାଦନ ଲାଗି ପ୍ଲାଣ୍ଟ, ମସେିନାରୀ, ଉପକରଣ ଏବଂ ନିର୍ମାଣ କାର୍ଯ୍ୟ (ଜମି ଓ ପ୍ରଶାସନିକ ଅଟ୍ଟାଳିକାକୁ ବାଦ ଦେଇ)ରେ ର୍ସବନିମ୍ନ ୩୦୦ କୋଟି ଟଙ୍କା ନିବଶେ କରିବାକୁ ପ୍ରସ୍ତୁତ ଥିବା ବ୍ୟକ୍ତି (ଯେଉଁଥିରେ ଫାର୍ମ/କମ୍ପାନୀ ସାମିଲ)ଙ୍କୁ ଏହି ଯୋଜନାର ପ୍ରଥମ ଭାଗରେ ଭାଗିଦାରୀ ନିମନ୍ତେ ଆବଦେନ କରିବା ଲାଗି ଯୋଗ୍ୟ ହୋଇପାରିବେ।

ର୍ସବନିମ୍ନ ୧୦୦ କୋଟି ଟଙ୍କା ନିବଶେ କରିବାକୁ ପ୍ରସ୍ତୁତ ଥିବା ବ୍ୟକ୍ତି (ଯେଉଁଥିରେ ଫାର୍ମ/କମ୍ପାନୀ ସାମିଲ)ଙ୍କୁ ଏହି ଯୋଜନାର ଦ୍ବିତୀୟ ଭାଗରେ ଭାଗିଦାରୀ ନିମନ୍ତେ ଆବଦେନ କରିବା ଲାଗି ଯୋଗ୍ୟ ହୋଇପାରିବେ। ଏଥିସହିତ ଆକାଂକ୍ଷୀ ଜିଲ୍ଲା, ଟିୟର ୩, ଟିୟର ୪ ସହର କିମ୍ବା ନଗର, ଏବଂ ଗ୍ରାମୀଣ କ୍ଷତେ୍ରରେ ନିବଶେକୁ ପ୍ରୋତ୍ସାହିତ କରାଯିବ। ଏହି ପ୍ରାଥମିକତାକୁ ଦୃଷ୍ଟିରେ ରଖି ଉଦ୍ୟୋଗଗୁଡ଼ିକୁ ପଛୁଆ ଅଞ୍ଚଳକୁ ଯିବା ଲାଗି ପ୍ରୋତ୍ସାହିତ କରାଯିବ।

ଏହି ଯୋଜନାରେ ପାଞ୍ଚ ର୍ବଷ ମଧ୍ୟରେ ୧୯,୦୦୦ କୋଟି ଟଙ୍କାର ନୂତନ ନିବେଶ ଏବଂ ଅତିରିକ୍ତ ୩ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଉତ୍ପାଦନ ଆଧାରିତ କାରବାର କାରବାର ହବୋର ଆକଳନ କରାଯାଇଛି। ଏହାଛଡ଼ା ଏହି ଯୋଜନା ଏହି କ୍ଷତେ୍ରରେ ଅତିରିକ୍ତ ୭.୫ ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ସହାୟକ କାର୍ଯ୍ୟରେ ଲକ୍ଷାଧିକ ପରୋକ୍ଷ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରିବ। ବୟନ ଉଦ୍ୟୋଗ ମୁଖ୍ୟତଃ ମହିଳାମାନଙ୍କୁ ରୋଜଗାର ଦେଇଥାଏ। ତଣେୁ ଏହି ଯୋଜନା ମହିଳାମାନଙ୍କୁ ସଶକ୍ତ କରିବ ଏବଂ ଔପଚାରିକ ଅର୍ଥବ୍ୟବସ୍ଥାରେ ସମୋନଙ୍କର ଭାଗିଦାରୀକୁ ବଢ଼ାଇବ।

Categories
ଜାତୀୟ ଖବର ବିଶେଷ ଖବର

ଆତ୍ମନିର୍ଭର ଭାରତ ନିର୍ମାଣ ଦିଗରେ ଇଣ୍ଡିଆ ଖେଳନା ମେଳା ୨୦୨୧ ହେଉଛି ଏକ ପ୍ରମୁଖ ପଦକ୍ଷେପ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଇଣ୍ଡିଆ ଖେଳନା ମେଳା ୨୦୨୧ ର ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ଏବଂ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ ଏବଂ କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହି ଖେଳନା ମେଳା ୨୭ ଫେବୃଆରୀରୁ ୨ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ମେଳାରେ ୧୦୦୦ ରୁ ଅଧିକ ପ୍ରଦର୍ଶକ ଅଂଶଗ୍ରହଣ କରୁଛନ୍ତି।

ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର ଚନ୍ନାପାଟନା, ଉତ୍ତରପ୍ରଦେଶର ବାରଣାସୀ ଏବଂ ରାଜସ୍ଥାନର ଜୟପୁରରୁ ଆସିଥିବା ଖେଳନା ର୍ନିମାତାମାନଙ୍କ ସହ କଥାବାର୍ତ୍ତା କରିଥିଲେ। ଏହି ଖେଳନା ମେଳା ମାଧ୍ୟମରେ ସରକାର ଏବଂ ଶିଳ୍ପ ଏକତ୍ରିତ ହୋଇ ଖେଳନା ଉତ୍ପାଦନ ଓ ଉତ୍ସ ଭାବେ ଭାରତକୁ ପରବର୍ତ୍ତୀ ବିଶ୍ୱସ୍ତରୀୟ ହବ୍‌? କରାଯାଇ ନିବେଶକାରୀମାନଙ୍କୁ କିଭଳି ଆକର୍ଷିତ କରାଯାଇ ପାରିବ ସେ ବିଷୟରେ ଆଲୋଚନା କରିବେ।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଭାରତରେ ଖେଳନା ଶିଳ୍ପର ଲୁକ୍କାୟିତ ସମ୍ଭାବନାକୁ ପଦାକୁ ଆଣିବା ଏବଂ ଆତ୍ମନିର୍ଭର ଭାରତ ପାଇଁ ଅଭିଯାନର ଏକ ପ୍ରମୁଖ ଅଂଶ ଭାବରେ ପରିଚୟ ସୃଷ୍ଟି କରିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ପ୍ରଥମ ଖେଳନା ମେଳା କେବଳ ବ୍ୟବସାୟ କିମ୍ବା ଅର୍ଥନୈତିକ କାର୍ଯ୍ୟକ୍ରମ ନୁହେଁ। ଏହି କାର୍ଯ୍ୟକ୍ରମ ଦେଶର କ୍ରୀଡ଼ା ଏବଂ ଉତ୍ସାହର ପୁରୁଣା ସଂସ୍କୃତିକୁ ମଜବୁତ କରିବା ପାଇଁ ଏକ ସଂଯୋଗ ଅଟେ। ସେ କହିଛନ୍ତି ଯେ ଏହି ଖେଳନା ମେଳା ହେଉଛି ଏପରି ଏକ ପ୍ଲାଟଫର୍ମ ଯେଉଁଠାରେ ଖେଳନା ଡିଜାଇନ୍‌?, ନବସୃଜନ, ପ୍ରଯୁକ୍ତିବିଦ୍ୟା, ମାର୍କେଟିଂ ଏବଂ ପ୍ୟାକେଜିଂ ବିଷୟରେ ଆଲୋଚନା ହୋଇପାରିବ ଏବଂ ସେମାନଙ୍କ ଅଭିଜ୍ଞତା ମଧ୍ୟ ବାଣ୍ଟିପାରିବେ। ସେ କହିଛନ୍ତି ଯେ ସିନ୍ଧୁ ଉପତ୍ୟାକା ସଭ୍ୟତା, ମହେଞ୍ଜେ-ଦାରୋ ଏବଂ ହରପ୍ପା ଯୁଗରୁ ଖେଳନା ଉପରେ ବିଶ୍ୱ ଗବେଷଣା କରିଛି।

ପ୍ରଧାନମନ୍ତ୍ରୀ ମନେ ପକାଇ ଦେଇଛନ୍ତି ଯେ ପ୍ରାଚୀନ କାଳରେ ଯେତେବେଳେ ବିଶ୍ୱର ଯାତ୍ରୀମାନେ ଭାରତକୁ ଆସୁଥିଲେ, ସେମାନେ ଭାରତରେ କ୍ରୀଡା ଶିଖୁଥିଲେ ଏବଂ ଏହାକୁ ସାଙ୍ଗରେ ନେଉଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ଚେସ୍‌? ହେଉଛି ବିଶ୍ୱରେ ଲୋକପ୍ରିୟ ଖେଳ, ପୂର୍ବରୁ ଭାରତରେ ଏହା ‘ଚତୁରୁଙ୍ଗ କିମ୍ବା ଚାଡୁରଙ୍ଗ\’ ଭାବରେ ଖେଳାଯାଉଥିଲା। ଆଧୁନିକ ଲୁଡୋ ସେତେବେଳେ ‘ପାଚିସି\’ ଭାବରେ ଖେଳାଯାଉଥିଲା। ସେ କହିଛନ୍ତି ଯେ ଅମ ଶାସ୍ତ୍ରରେ ବଳରାମଙ୍କର ଅନେକ ଖେଳନା ଅଛି ବୋଲି ବର୍ଣ୍ଣନା କରାଯାଇଛି। ଗୋକୁଲରେ ଗୋପାଳ କୃଷ୍ଣ ନିଜ ସାଙ୍ଗମାନଙ୍କ ସହିତ ଘର ବାହାରେ ଏକ ବେଲୁନରେ ଖେଳୁଥିଲେ। ଖେଳ, ଖେଳନା ଏବଂ ହସ୍ତଶିଳ୍ପ ମଧ୍ୟ ଆମର ପ୍ରାଚୀନ ମନ୍ଦିରରେ ଖୋଦିତ ହୋଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଠାରେ ତିଆରି ଖେଳଣା ପିଲାମାନଙ୍କର ସର୍ବାଙ୍ଗୀନ ବିକାଶରେ ସହାୟକ ହୋଇଛି। ସେ କହିଛନ୍ତି ଯେ ବାରମ୍ବାର ବ୍ୟବହାର ଏବଂ ପୁନଃ ବ୍ୟବହାର ଭାରତୀୟ ଜୀବନ ଶୈଳୀର ଏକ ଅଂଶ, ଏହା ଆମ ଖେଳନାରେ ମଧ୍ୟ ଦେଖାଯାଏ। ଅଧିକାଂଶ ଭାରତୀୟ ଖେଳନା ପ୍ରାକୃତିକ ଏବଂ ପରିବେଶ ଅନୁକୂଳ ସାମଗ୍ରୀରୁ ତିଆରି, ସେଥିରେ ବ୍ୟବହୃତ ରଙ୍ଗ ମଧ୍ୟ ପ୍ରାକୃତିକ ଏବଂ ନିରାପଦ ଅଟେ। ସେ କହିଛନ୍ତି ଯେ ଏହି ଖେଳନାଗୁଡ଼ିକ ଆମ ଇତିହାସ ଏବଂ ସଂସ୍କୃତି ସହିତ ମନକୁ ଯୋଡିଥାଏ ଏବଂ ସାମାଜିକ ମାନସିକ ବିକାଶ ତଥା ଭାରତୀୟ ଦୃଷ୍ଟିକୋଣରୁ ଚାଷରେ ମଧ୍ୟ ସହାୟକ ହୋଇଥାଏ। ସେ ଖେଳନା ତିଆରି କରିବାକୁ ଦେଶର ଖେଳନା ର୍ନିମାତାମାନଙ୍କୁ ନିବେଦନ କରିଥିଲେ ଯାହା ଉଭୟ ପରିବେଶ ଏବଂ ମନୋବିଜ୍ଞାନ ପାଇଁ ଉତ୍ତମ ଅଟେ! ଖେଳନାରେ କମ୍ ପ୍ଲାଷ୍ଟିକ୍ ବ୍ୟବହାର କରିବାକୁ, ଏପରି ଜିନିଷ ବ୍ୟବହାର କରିବାକୁ ସେ କହିଥିଲେ ଯାହା ପୁନଃ ବ୍ୟବହାର ହୋଇପାରିବ।

ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ଆଜି ସାରା ବିଶ୍ୱରେ, ପ୍ରତ୍ୟେକ କ୍ଷେତ୍ରରେ ଭାରତୀୟ ଦୃଷ୍ଟିକୋଣ ଏବଂ ଭାରତୀୟ ଚିନ୍ତାଧାରା ଉପରେ ଆଲୋଚନା ହେଉଛି। ସେ ଏହା ମଧ୍ୟ କହିଛନ୍ତି ଯେ ଏହା ଭାରତୀୟ କ୍ରୀଡା ଏବଂ ଖେଳନାଗୁଡିକର ଏକ ବିଶେଷତା ରହିଛି ଯେଉଁଥିରେ ଜ୍ଞାନ, ବିଜ୍ଞାନ, ମନୋରଞ୍ଜନ ଏବଂ ମନୋବିଜ୍ଞାନ ଅଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ପିଲାମାନେ ନଟୁ ସହିତ ଖେଳିବାକୁ ଶିଖନ୍ତି, ସେମାନଙ୍କୁ ନଟୁ ଖେଳିବାରେ ମାଧ୍ୟାକର୍ଷଣ ଏବଂ ସନ୍ତୁଳନ ଶିକ୍ଷା ଦିଆଯାଏ। ଅନୁରୂପ ଭାବରେ, ଏକ ବାଟୁଳିଖଡା ସହିତ ଖେଳୁଥିବା ପିଲା, ଅଜାଣତରେ ସମ୍ଭାବ୍ୟ ଏବଂ ଗତିଜ ଇଞ୍ଜିନିୟରିଂ ବିଷୟରେ ମୌଳିକ ଳିକ ଶିକ୍ଷା ଆରମ୍ଭ କରେ। ସେ କହିଛନ୍ତି ଯେ ପଜଲ୍ ଖେଳନା ରଣନୀତିକ ଚିନ୍ତାଧାରା ଏବଂ ସମସ୍ୟାର ସମାଧାନ କରିଥାଏ। ସେହିଭଳି ନବଜାତ ଶିଶୁମାନେ ମଧ୍ୟ ବାହୁକୁ ମୋଡ଼ିବା ଏବଂ ଘୂର୍ଣ୍ଣନ କରି ବୃତ୍ତାକାର ଗତି ଅନୁଭବ କରିବା ଆରମ୍ଭ କରନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସୃଜନାତ୍ମକ ଖେଳନା ପିଲାମାନଙ୍କ ଇନ୍ଦ୍ରିୟଗୁଡିକୁ ବିକଶିତ କରେ ଏବଂ ସେମାନଙ୍କ କଳ୍ପନାରେ ଡେଣା ଲଗାଇଥାଏ। ସେମାନଙ୍କର କଳ୍ପନା ପାଇଁ କୌଣସି ସୀମା ନାହିଁ। ସେମାନଙ୍କୁ କେବଳ ଟିକିଏ ଖେଳନା ଦରକାର ଯାହାକି ସେମାନଙ୍କର କୌତୁହଳକୁ ସନ୍ତୁଷ୍ଟ କରିବ ଏବଂ ସେମାନଙ୍କର ସୃଜନଶୀଳତାକୁ ଜାଗ୍ରତ କରିବ। ପିତାମାତାମାନଙ୍କୁ ସେମାନଙ୍କ ପିଲାମାନଙ୍କ ସହିତ ଖେଳିବାକୁ ଅନୁରୋଧ କରିଥିଲେ କାରଣ ପିଲାମାନଙ୍କର ଶିକ୍ଷଣ ପ୍ରକ୍ରିୟାରେ ଖେଳନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଅଭିଭାବକମାନେ ଖେଳନା ବିଜ୍ଞାନ ଏବଂ ପିଲାମାନଙ୍କର ବିକାଶରେ ସେମାନଙ୍କର ଭୂମିକାକୁ ବୁଝିବା ଉଚିତ୍‌? ବୋଲି ସେ କହିଛନ୍ତି ଏବଂ ବିଦ୍ୟାଳୟଗୁଡ଼ିକରେ ଏହାକୁ ବ୍ୟବହାର କରିବାକୁ ଶିକ୍ଷକମାନଙ୍କୁ ଅନୁରୋଧ କରିଥିଲେ। ଏହି ଦିଗରେ ସରକାର ପ୍ରଭାବଶାଳୀ ପଦକ୍ଷେପ ନେଇଛନ୍ତି ଏବଂ ନୂତନ ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ପରିବର୍ତ୍ତନ ଆଣିଛନ୍ତି ବୋଲି ସେ କହିଛନ୍ତି।

ନୂତନ ଜାତୀୟ ଶିକ୍ଷା ନୀତି ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ବହୁ ପରିମାଣରେ କ୍ରୀଡା ଭିତ୍ତିକ ତଥା କାର୍ଯ୍ୟକଳାପ ଭିତ୍ତିକ ଶିକ୍ଷାକୁ ଅନ୍ତର୍ଭୁକ୍ତ କରେ। ଏହା ହେଉଛି ଏକ ଶିକ୍ଷା ବ୍ୟବସ୍ଥା ଯେଉଁଥିରେ ପିଲାମାନଙ୍କ ମଧ୍ୟରେ ଯୁକ୍ତିଯୁକ୍ତ ଏବଂ ସୃଜନଶୀଳ ଚିନ୍ତାଧାରାର ବିକାଶ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଖେଳନା କ୍ଷେତ୍ରରେ ଭାରତରେ ପରମ୍ପରା ଏବଂ ପ୍ରଯୁକ୍ତିବିଦ୍ୟା ଅଛି, ଭାରତରେ ଚିନ୍ତାଧାରା ଏବଂ ଦକ୍ଷତା ରହିଛି ବୋଲି ସେ କହିଛନ୍ତି। ପରିବେଶ ଅନୁକୂଳ ଖେଳନା ଆଡକୁ ଅମେ ବିଶ୍ୱକୁ ଫେରାଇ ନେଇପାରିବା, ଆମର ସଫ୍ଟୱେର୍ ଯନ୍ତ୍ରୀମାନଙ୍କ ମାଧ୍ୟମରେ କମ୍ପ୍ୟୁଟର ଖେଳ ଭାରତର କାହାଣୀକୁ ବିଶ୍ୱକୁ ବିସ୍ତାର କରିପାରିବ। କିନ୍ତୁ ଏସବୁ ସତ୍ୱେ ଆଜି ୧୦୦ ବିଲିୟନ ଡଲାରର ବିଶ୍ୱ ଖେଳନା ବଜାରରେ ଭାରତର ଅଂଶ ବହୁତ କମ୍ ଅଟେ। ଦେଶର ୮୫% ଖେଳନା ବିଦେଶରୁ ଆମଦାନୀ କରାଯାଏ। ଏହି ଧାରାକୁ ପରିବର୍ତ୍ତନ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ବର୍ତ୍ତମାନ ଖେଳନା ଶିଳ୍ପକୁ ୨୪ ଟି ପ୍ରମୁଖ କ୍ଷେତ୍ରରେ ବିଭକ୍ତ କରିଛି। ଜାତୀୟ ଖେଳନା କାର୍ଯ୍ୟ ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି। ଏହି ଶିଳ୍ପଗୁଡିକୁ ପ୍ରତିଯୋଗିତାଭିତ୍ତିକ କରିବା ପାଇଁ, ଦେଶଗୁଡିକ ଖେଳନାରେ ଆତ୍ମର୍ନିଭରଶୀଳ ହେବା ପାଇଁ ଏବଂ ଭାରତର ଖେଳନା ମଧ୍ୟ ବିଶ୍ୱକୁ ଯିବାପାଇଁ ୧୫ ଟି ମନ୍ତ୍ରଣାଳୟ ଏବଂ ବିଭାଗକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଅଭିଯାନରେ, ଖେଳନା କ୍ଲଷ୍ଟରର ବିକାଶରେ ରାଜ୍ୟ ସରକାରଙ୍କୁ ସମାନ ଅଂଶୀଦାର କରାଯାଇଛି। ଖେଳନା ପର୍ଯ୍ୟଟନର ସମ୍ଭାବନାକୁ ମଜବୁତ କରିବା ପାଇଁ ଏହି ପ୍ରୟାସ ବୋଲି ସେ କହିଛନ୍ତି। ଭାରତୀୟ କ୍ରୀଡା ଭିତ୍ତିକ ଖେଳନାକୁ ପ୍ରୋତ୍ସାହିତ କରିବା ପାଇଁ ଟୟାଥନ୍ -୨୦୨୧ ମଧ୍ୟ ଆୟୋଜିତ ହୋଇଥିଲା ଏବଂ ୭୦୦୦ ରୁ ଅଧିକ ପ୍ରେରଣା ମିଳିଥିଲା।

ପ୍ରଧାନମନ୍ତ୍ରୀ କହିଛନ୍ତି ଯଦି ବର୍ତ୍ତମାନ ମେଡ୍ ଇନ୍ ଇଣ୍ଡିଆର ଚାହିଦା ଅଛି, ତେବେ ଭାରତରେ ହାତ ତିଆରି ସାମଗ୍ରୀର ଚାହିଦା ମଧ୍ୟ ସମାନ ଭାବରେ ବୃଦ୍ଧି ପାଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଲୋକମାନେ କେବଳ ଉତ୍ପାଦ ଭାବରେ ଖେଳନା କିଣନ୍ତି ନାହିଁ ବରଂ ସେହି ଖେଳନା ସହିତ ଜଡିତ ଅଭିଜ୍ଞତା ସହିତ ଯୋଡିହେବାକୁ ଚାହାନ୍ତି। ତେଣୁ ଆମକୁ ଭାରତରେ ମଧ୍ୟ ହାତ ତିଆରି ସାମଗ୍ରୀକୁ ପ୍ରୋତ୍ସାହିତ କରିବାକୁ ପଡିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଆତ୍ମନିର୍ଭର ଭାରତରେ ଓଡ଼ିଶାକୁ ମିଳିଛି ୧,୬୧୭ କୋଟି ଟଙ୍କା, ମୋଟ ଏକ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ

ନୂଆଦିଲ୍ଲୀ, କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ପ୍ୟାକେଜର ଅଂଶସ୍ୱରୂପ ଆପାତକାଳୀନ ନିଶ୍ଚିତ ଋଣ ଯୋଜନା (ECLGS) କାଯ୍ୟକାରୀ କରାଯାଇଥିଲା। ଏହି ଯୋଜନାରେ ବିଭିନ୍ନ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କ ପକ୍ଷରୁ ଅଗଷ୍ଟ ୧୮ ତାରିଖ ସୁଦ୍ଧା ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି ।

ଓଡ଼ିଶାକୁ ଏଥିରୁ ୧,୬୧୭.୬୦ କୋଟି ଟଙ୍କା ମିଳିଛି। ରାଜ୍ୟ ପାଇଁ ଏହି ସ୍କିମରେ ୨,୧୫୧.୮୦ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ଏହି ଋଣ ଅର୍ଥ ଦ୍ୱାରା ଓଡ଼ିଶାର ଏମଏସଏମଇ ସମେତ ଅନ୍ୟ ଲକଡାଉନ ପ୍ରଭାବିତ କ୍ଷେତ୍ର ଉପକୃତ ହେବେ । ସେମାନେ ପୁଣି ଅଣ୍ଟା ସଳଖିବାକୁ ଚେଷ୍ଟା କରିବେ। ଯୋଜନାରେ ମୋଟ ୧,୫୦,୭୫୯.୪୫ କୋଟି ଟଙ୍କାର ଋଣ ମଞ୍ଜୁର ହୋଇଥିଲା।

କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏହି ସ୍କିମରେ ମହାରାଷ୍ଟ୍ର ପାଇଁ ସର୍ବାଧିକ ୭,୭୫୬.୨୦ କୋଟି ଟଙ୍କାର ଋଣ ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଥିଲା। ସେଥିରୁ ରାଜ୍ୟକୁ ୬,୦୦୭.୩୨ କୋଟି ଟଙ୍କା ବିଭିନ୍ନ ବ୍ୟାଙ୍କ ଯୋଗାଇ ଦେଇଛନ୍ତି। ଉତ୍ତର ପ୍ରଦେଶ ପାଇଁ ୭,୨୬୧.୬୦ କୋଟି ଟଙ୍କାର ଋଣ ମଞ୍ଜୁର ହୋଇଥିବା ବେଳେ ଅଗଷ୍ଟ ୧୮ ତାରିଖ ସୁଦ୍ଧା ରାଜ୍ୟକୁ ୫,୫୫୪.୦୮ କୋଟି ଟଙ୍କା ପ୍ରଦାନ କରାଯାଇଛି।

ଗୁଜରାଟକୁ ଏହି ସ୍କିମରେ ୫,୧୫୦.୬୯ କୋଟି ଟଙ୍କା ମିଳିଥିବା ବେଳେ ତାମିଲନାଡୁକୁ ୫,୬୯୩.୭୧ କୋଟି ଟଙ୍କା, ଆନ୍ଧ୍ର ପ୍ରଦେଶକୁ ୨,୮୮୩.୬୭ କୋଟି, ଦିଲ୍ଲୀକୁ ୧,୯୬୪.୫୨ କୋଟି, ହରିଆଣାକୁ ୨,୦୮୩.୪୫ କୋଟି, କର୍ଣ୍ଣାଟକକୁ ୩,୫୯୦.୦୫ କୋଟି, ମଧ୍ୟ ପ୍ରଦେଶକୁ ୨,୨୬୬.୭୫ କୋଟି, ରାଜସ୍ଥାନକୁ ୩,୧୪୭.୧୪ କୋଟି ଟଙ୍କା ପ୍ରଦାନ କରାଯାଇଛି।

ଏହି ଯୋଜନାରେ ମୋଟ ୧,୫୦,୭୫୯.୪୫ କୋଟି ଟଙ୍କାର ଋଣ ମଞ୍ଜୁର ହୋଇଥିବା ବେଳେ ଅଗଷ୍ଟ ୧୮ ତାରିଖ ସୁଦ୍ଧା ମୋଟ ୧,୦୨,୨୪୫.୭୭ କୋଟି ଟଙ୍କା ଦିଆଯାଇଥିବା ଅର୍ଥ ମନ୍ତ୍ରାଳୟ ଦର୍ଶାଇଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ୭୬,୦୪୪.୪୪ କୋଟି ଟଙ୍କାର ଋଣ ପ୍ରଦାନ କରିବାକୁ ଥିବା ବେଳେ ଅଗଷ୍ଟ ୧୮ ସୁଦ୍ଧା ସେମାନେ ରାଜ୍ୟଗୁଡ଼ିକୁ ସେଥିରୁ ମୋଟ ୫୬,୪୮୩.୪୧ କୋଟି ଟଙ୍କା ପ୍ରଦାନ କରାଯାଇଛି। ବଳକା ୪୫,୭୬୨.୩୬ କୋଟି ଟଙ୍କା ଘରୋଇ ବ୍ୟାଙ୍କଗୁଡ଼ିକ ଯୋଗାଇଛନ୍ତି।

ଘରୋଇ ବ୍ୟାଙ୍କଗୁଡ଼ିକ ଏହି ସ୍କିମରେ ୭୪,୭୧୫.୦୨ କୋଟି ଟଙ୍କାର ଋଣ ମଞ୍ଜୁର କରିଥିଲେ। ଅଧିକ ଋଣ ଦେଇଥିବା ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମଧ୍ୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ , କାନାଡ଼ା ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ , ବ୍ୟାଙ୍କ ଅଫ ଇଣ୍ଡିଆ ଓ ୟୁନିଅନ ବ୍ୟାଙ୍କ ଥିବା ବେଳେ ଘରୋଇ ବ୍ୟାଙ୍କ ମଧ୍ୟରେ ଏଚଡିଏଫସି ବ୍ୟାଙ୍କ ସର୍ବାଧିକ ଋଣ ପ୍ରଦାନ କରିଛି।

ଦେଶରେ କରୋନା ଭୂତାଣୁ ସଂକ୍ରମଣ ବଢ଼ିବା ପରେ କେନ୍ଦ୍ର ସରକାର ମାର୍ଚ୍ଚ ୨୫ ତାରିଖରେ ଦେଶବ୍ୟାପୀ ଲକଡାଉନ ଘୋଷଣା କରିଥିଲେ। ଏଥିଯୋଗୁ ଦେଶରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହେବା ସହ ସମସ୍ତ ବ୍ୟବସାୟିକ କାର୍ଯ୍ୟକଳାପ ଠପ ହୋଇପଡ଼ିଥିଲା। ଏହାଦ୍ୱାରା ବିଶେଷ କରି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) କ୍ଷେତ୍ର ଅଧିକ ପ୍ରଭାବିତ ହୋଇଥିଲା। ଏମାନଙ୍କ ଅଣ୍ଟା ସଳଖିବା ପାଇଁ କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତ ପ୍ୟାକେଜ ଘୋଷଣା କରିଥିଲେ। ଏହି ପ୍ୟାକେଜ ଅଧୀନରେ ଇସିଏଲଜିଏସ ସ୍କିମ କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ହୋଇଥିଲା। କେନ୍ଦ୍ର ସରକାରଙ୍କ ଏହି ସ୍କିମ ଦ୍ୱାରା ଅନେକ କ୍ଷେତ୍ର ଉପକୃତ ହୋଇପାରିଛନ୍ତି।