Categories
ଅପରାଧ ଆଜିର ଖବର ଜାତୀୟ ଖବର

ଗୋଟିଏ ପରିବାରର ଦୁଇ ପିଲାଙ୍କ ସମେତ ୬ ମୃତଦେହ ଉଦ୍ଧାର: ପୋଲିସ ଜବତ କଲା ଆତ୍ମହତ୍ୟା ନୋଟ

ଅମ୍ବାଲା: ହରିୟାଣାର ଅମ୍ବାଲାର ବଲାନା ଗ୍ରାମରେ ଆଜି ସକାଳେ ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କ ମୃତଦେହ ମିଳିଛି। ଘଟଣାସ୍ଥଳରୁ ପୋଲିସ ଆତ୍ମହତ୍ୟା ନୋଟ ଉଦ୍ଧାର କରିଛନ୍ତି। ମୃତକଙ୍କ ନାମ ସଙ୍ଗତ ରାମ (୬୫), ତାଙ୍କ ପତ୍ନୀ ମହିନ୍ଦ୍ର କୌର, ସୁଖବିନ୍ଦର ସିଂ (୩୪) ଏବଂ ତାଙ୍କ ପତ୍ନୀ ରୀନା ବୋଲି ଜଣାପଡିଛି। ଏମାନଙ୍କ ବ୍ୟତୀତ ସୁଖବିନ୍ଦର ସିଂଙ୍କ ଦୁଇ ଝିଅ ଆଶୁ (୫) ଏବଂ ଜସି (୭) ମଧ୍ୟ ମୃତକଙ୍କ ମଧ୍ୟରେ ଅଛନ୍ତି।

ଅମ୍ବାଲା ପୋଲିସ୍ ଉପ ଅଧୀକ୍ଷକ ଯୋଗୀନ୍ଦର ଶର୍ମା କହିଛନ୍ତି ଯେ, “ଗୋଟିଏ ପରିବାରର ଦୁଇ ଶିଶୁଙ୍କ ସମେତ ୬ ଜଣ ସଦସ୍ୟଙ୍କ ମୃତଦେହ ମିଳିଛି। ଘଟଣାସ୍ଥଳକୁ କ୍ରାଇମବ୍ରାଞ୍ଚ ଡକାଯାଇଛି। ଆତ୍ମହତ୍ୟା ନୋଟ ଉଦ୍ଧାର କରାଯାଇଛି। ଅଧିକ ତଦନ୍ତ ଜାରି ରହିଛି।”

ଚଳିତ ମାସ ଆରମ୍ଭରେ ଏହି ପରି ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କ ମୃତଦେହ ଜମ୍ମୁର ସିଦ୍ଧ୍ରା ଅଞ୍ଚଳରୁ ଜବତ ହୋଇଥିଲା।

Categories
ଅପରାଧ ଆଜିର ଖବର ଜାତୀୟ ଖବର ମନୋରଂଜନ

୨୧ ବର୍ଷୀୟ ଅଭିନେତ୍ରୀଙ୍କ ମିଳିଲା ମୃତ ଦେହ, ଆତ୍ମହତ୍ୟା ନୋଟ ମଧ୍ୟ ଉଦ୍ଧାର

ନୂଆଦିଲ୍ଲୀ: ସିନେମା ଇଣ୍ଡଷ୍ଟ୍ରିରୁ ଏକ ଖରାପ ଖବର ଆସିଛି। ସୂଚନା ଅନୁଯାୟୀ ୨୧ ବର୍ଷିୟା ବଙ୍ଗୀୟ ଅଭିନେତ୍ରୀ ତଥା ମଡେଲ ବିଦିଶା ଦେ ମଜୁମଦାର ଆତ୍ମହତ୍ୟା କରିଛନ୍ତି। ଏହି ଖବର ଆସିବା ପରେ ବଙ୍ଗଳା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଚକିତ ହୋଇଯାଇଛି।

୨୧ ବର୍ଷ ବୟସ୍କା ଅଭିନେତ୍ରୀ ବିଦିଶାଙ୍କ ମୃତଦେହ ବୁଧବାର ତାଙ୍କ ଫ୍ଲାଟରେ ଝୁଲୁଥିବା ଦେଖିବାକୁ ମିଳିଛି। ଦମଦମ ନାଗରବାଜରରେ ଏକ ଭଡା ଘରେ ବିଦିଶା ରହୁଥିଲେ। ଯେଉଁଠାରେ ସେ ଆତ୍ମହତ୍ୟା କରିଛନ୍ତି। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏବଂ ​​କବାଟ ଭାଙ୍ଗି ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ଅଭିନେତ୍ରୀଙ୍କ ମୃତଦେହ ପଠାଇଛି।

ଯେଉଁ ସ୍ଥାନରୁ ତାଙ୍କର ମୃତଦେହ ମିଳିଥିଲା। ସେଠାରେ ଏକ ଆତ୍ମହତ୍ୟା ନୋଟ ମଧ୍ୟ ମିଳିଥିଲା। ସେ ନିଜକୁ କର୍କଟ ରୋଗରେ ପୀଡିତ ବୋଲି ଏହି ନୋଟରେ ବର୍ଣ୍ଣନା କରିଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଅଖଡା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କର ସନ୍ଦେହଜନକ ମୃତ୍ୟୁ: ମିଳିଲା ଆତ୍ମହତ୍ୟା ନୋଟ

ନୂଆଦିଲ୍ଲୀ: ଆଜି ଅଖିଳ ଭାରତୀୟ ଅଖଡା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହା ପରେ ମହନ୍ତ ନରେନ୍ଦ୍ର ଗିରିଙ୍କ କୋଠରୀରୁ ଏକ ଆତ୍ମହତ୍ୟା ନୋଟ ମିଳିଥିବା ପୋଲିସ କହିଛି। ଏଥିରେ ତାଙ୍କର ଶିଷ୍ୟ ଆନନ୍ଦ ଗିରିଙ୍କ ବିଷୟରେ ଉଲ୍ଲେଖ ଅଛି। ପୋଲିସ କହିଛି ଯେ, ଆମେ ଘଟଣାର ତଦନ୍ତ କରୁଛୁ। ପୋଲିସ କହିଛି ଯେ, ଶିଷ୍ୟ ଆନନ୍ଦ ଗିରିଙ୍କ ଉପରେ ନରେନ୍ଦ୍ର ଗିରି ଦୁଃଖୀ ଥିଲେ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ୱିଟ୍ କରି କହିଛନ୍ତି ଯେ, “ଅଖିଲ ଭାରତୀୟ ଅଖଡା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଆଧ୍ୟାତ୍ମିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ପ୍ରଭୁ ଶ୍ରୀରାମଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ, ଅମର ଆତ୍ମାକୁ ତାଙ୍କ ପାଦରେ ସ୍ଥାନ ଦିଅନ୍ତୁ ଏବଂ ଶୋକସନ୍ତପ୍ତ ଅନୁଗାମୀମାନଙ୍କୁ ଏହି ଦୁଃଖ ସହିବାକୁ ଶକ୍ତି ଦିଅନ୍ତୁ। ଓଁ ଶାନ୍ତି!”
ହିନ୍ଦୁ ମହାସଭାର ସଭାପତି ସ୍ଵାମୀ ଚକ୍ରପାଣି କହିଛନ୍ତି ଯେ, “ଅଖିଲ ଭାରତୀୟ ଅଖଡା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦାୟକ। ସନାତନ ଧର୍ମ ପାଇଁ ଏହା ଏକ ବଡ କ୍ଷତି। ତାଙ୍କ ମୃତ୍ୟୁର ନିରପେକ୍ଷ ତଦନ୍ତ କରିବା ପାଇଁ ସେ ପ୍ରଶାସନ ପାଖରେ ଦାବି କରିଛନ୍ତି। ”