Categories
ଆଜିର ଖବର ରାଜ୍ୟ ଖବର

ପ୍ରାଣୀଧନ ନୀରିକ୍ଷକଙ୍କ ଶବ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅନ୍ତର୍ଗତ କଞ୍ଚୁଡୁ ଗ୍ରାମ ରେ ଅବସ୍ଥିତ ପଶୁ ଚିକିତ୍ସା ଅନୁଷ୍ଠାନ ର ନୀରିକ୍ଷକ ପ୍ରମୋଦ କୁମାର ମହାଙ୍କୁଡ ଙ୍କ ଶବ ଉକ୍ତ କାର୍ଯ୍ୟାଳୟରୁ ଉଦ୍ଧାର ହୋଇଛି।

ଘଟଣାରୁ ପ୍ରକାଶ ଯେ, ମୃତ ପ୍ରମୋଦଙ୍କ ଘର କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଞ୍ଚଳରେ ଓ ସେ ଏହି ୩ ବର୍ଷ ହେଲା ଏଠାରେ କାର୍ଯ୍ୟରେ ଯୋଗ ଦେଇଥିଲେ। କିନ୍ତୁ ସେହି କାର୍ଯ୍ୟାଳୟ ମଧ୍ୟରେ ହିଁ ରହୁଥିଲେ। ସକାଳୁ ନିକଟରେ ଥିବା ଫୁଲ ଗଛରୁ ଫୁଲ ତୋଳି କବାଟ ବନ୍ଦ କରି ଭିତରକୁ ଯିବା ଜଣାପଡିଛି। କିନ୍ତୁ ଦୁର୍ଘଟଣା ଗ୍ରସ୍ତ ଛେଳି କୁ ଚିକିତ୍ସା ପାଇଁ ଜଣେ ଲୋକ ଆସି ଭିତରପଟୁ କବାଟ ବନ୍ଦ ହୋଇଥିବା ଦେଖି ଝରକା ପଟେ ଦେଖିଲା ବେଳକୁ ଅଚେତ ଅବସ୍ଥାରେ ପ୍ରମୋଦକୁ ଦେଖି ଗାଁ ଲୋକଙ୍କୁ ଜଣାଇବା ପରେ ଗାଁ ଲୋକଙ୍କ ଠାରୁ ଖବର ପାଇ ହିଞ୍ଜିଳି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ପ୍ରମୋଦଙ୍କ ମୃତ ଦେହ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ସତସଙ୍ଗ ବିହାର ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆଜି ସକାଳୁ ଜଣେ ଯୁବକଙ୍କର ମୃତଦେହ ଗୋଟିଏ ଗଛରେ ଝୁଲୁଥିବାର ଦେଖିବାକୁ ମିଳିଛି। ଯୁବକଙ୍କ ବୟସ ଆନୁମାନିକ ୪୦ ଭିତରେ ହେବ। ତାଙ୍କ ଶରୀରରେ ବସ୍ତ୍ର ନଥିବା ବେଳେ ଏକ ସବୁଜ ରଙ୍ଗର ଅନ୍ତଃ ବସ୍ତ୍ର ପିନ୍ଧିଛନ୍ତି। ଗୋଟେ ଗାମୁଛାକୁ ବେକରେ ଲଗାଇ ଯୁବକ ଜଣକ ଗଛରେ ଝୁଲିଛନ୍ତି। ବର୍ତ୍ତମାନ ଉକ୍ତ ସ୍ଥାନରେ ଜନସାଧାରଣ ରୁଣ୍ଡ ହୋଇଥିବା ବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ ପୋଲିସ ସେଠାରେ ପହଂଚିନାହିଁ।

ତେବେ ଯୁବକଜଣଙ୍କ କିଏ ଆଉ ସେ କାହିଁକି ଆତ୍ମହତ୍ୟା କଲେ ପୋଲିସର ଅନୁସନ୍ଧାନ ପରେ ସ୍ପଷ୍ଟ ହେବ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଘରର ବାଥରୁମରୁ ମିଳିଲା ଟପ୍ ଫ୍ୟାଶନ୍ ଡିଜାଇନର୍ ଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ

ତେଲେଙ୍ଗାନା: ସେଲିବ୍ରିଟି ଫ୍ୟାଶନ ଡିଜାଇନର୍ ପ୍ରତ୍ୟୁଷା ଗରିମେଲାଙ୍କୁ ଶନିବାର ଦିନ ତେଲେଙ୍ଗାନାର ହାଇଦ୍ରାବାଦସ୍ଥିତ ବଞ୍ଜାରା ହିଲ୍ସ ଘରେ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି। ବଞ୍ଜାରା ହିଲ୍ସରେ ଗାରିମେଲା ନାମକ ସଂସ୍ଥାର ପ୍ରତ୍ୟୁଷା ଏକ ଫ୍ୟାଶନ୍ ଷ୍ଟୁଡିଓ ଚଳାଉଥିଲେ ଏବଂ ଟଲିଉଡ, ବଲିଉଡ ଏବଂ ଅନ୍ୟାନ୍ୟ କ୍ଷେତ୍ରର ଲୋକଙ୍କ ପାଇଁ ପୋଷାକ ଡିଜାଇନ୍ କରୁଥିଲେ। ବଞ୍ଜାରା ହିଲ୍ସର ସର୍କଲ ଇନ୍ସପେକ୍ଟର କହିଛନ୍ତି ଯେ, ତାଙ୍କୁ ବାଥରୁମ ଭିତରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ତାଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ଓସମାନିଆ ହସ୍ପିଟାଲକୁ ପଠାଯାଇଛି। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ପୋଲିସ ତାଙ୍କ ଶୋଇବା ଘରରୁ କାର୍ବନ ମନୋକ୍ସାଇଡ୍ ସିଲିଣ୍ଡର ଜବତ କରିଛି। ବଞ୍ଜାରା ହିଲ୍ସରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ଅଧିକ ଅନୁସନ୍ଧାନ କରାଯିବ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପାଙ୍କ ନାତୁଣୀର ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପାଙ୍କ ନାତୁଣୀ (ବଡ ଝିଅର ଝିଅ)ଙ୍କ ମୃତଦେହ ବେଙ୍ଗାଲୁରୁ ଘରେ ମିଳିଛି। ପୋଲିସର ସୂଚନାନୁସାରେ ୩୦ ବର୍ଷିୟ ସୌନ୍ଦର୍ଯ୍ଯାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ପୋଲିସ “ଅପମୃତ୍ୟୁ” ମାମଲା ରୁଜୁ କରିଛି।

ପୋଲିସ ସନ୍ଦେହ କରୁଛି ଯେ, ସୌନ୍ଦର୍ଯ୍ଯା ଆତ୍ମହତ୍ୟା କରିଥାଇ ପାରନ୍ତି, କିନ୍ତୁ ତଦନ୍ତ ଚାଲିଛି। ସୌନ୍ଦର୍ଯ୍ଯା ବିଏସ୍ ୟେଡିୟୁରପ୍ପାଙ୍କ ବଡ ଝିଅ ପଦ୍ମାବତୀଙ୍କ ଝିଅ। ଏହି ମାମଲାରେ ଏଫ୍ଆଇଆର୍ ପଞ୍ଜିକରଣ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ସୌନ୍ଦର୍ଯ୍ଯା ଜଣେ ଡାକ୍ତର ଥିଲେ। ସେ ମାତ୍ର ଦୁଇ ବର୍ଷ ପୂର୍ବେ ବିବାହ କରିଥିଲେ।