Categories
ଆଜିର ଖବର ଜାତୀୟ ଖବର

ମମତା ବାନାର୍ଜୀଙ୍କ ପାଖରେ ମାତ୍ର ୪ ପ୍ରତିଶତ ଭୋଟ ଅଛି, ସେମାନେ କଣ କରିପାରିବେ?: କଂଗ୍ରେସ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ କଂଗ୍ରେସ ସଂସଦୀୟ ଦଳର ନେତା ଆଧୀର ରଂଜନ ଚୌଧୁରୀ ଲୋକସଭାରେ ଆକ୍ରମଣ କରିଛନ୍ତି। ‘କୌଣସି ୟୁପିଏ ନାହିଁ’ ସମ୍ପର୍କରେ ଦେଇଥିବା ବିବୃତ୍ତି ପାଇଁ ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀଙ୍କୁ ସେ ଆକ୍ରମଣ କରିଛନ୍ତି।

ସୂଚନାଯୋଗ୍ୟ ଯେ, ସାଧାରଣ ନିର୍ବାଚନ ୨୦୨୪କୁ ଦୃଷ୍ଟିରେ ରଖି ମମତା ବର୍ତ୍ତମାନ ବିଜେପିକୁ ଏକ ଚ୍ୟାଲେଞ୍ଜ ଉପସ୍ଥାପନ କରିବାକୁ ବିରୋଧୀଙ୍କୁ ଏକତ୍ରିତ କରୁଛନ୍ତି ଏବଂ ଏହି ପରିପ୍ରେକ୍ଷୀରେ ସେ ମୁମ୍ବାଇ ଗସ୍ତ ସମୟରେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଭେଟିଛନ୍ତି। ଏତଦବ୍ୟତୀତ ଆଦିତ୍ୟ ଠାକରେଙ୍କୁ ମମତା ଭେଟିଛନ୍ତି। ସେଠାରେ ପାୱାରଙ୍କୁ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ପ୍ରଗତିଶୀଳ ଆଲାଇନ୍ସ (ୟୁପିଏ) ର ସଭାପତି ହେବାକୁ ସେ ଚାହୁଁଛନ୍ତି କି ନାହିଁ, ତାଙ୍କୁ ପ୍ରଶ୍ନ କରାଯାଇଥିଲା। କିନ୍ତୁ ସେ କହିଥିଲେ ଯେ, ବର୍ତ୍ତମାନ କୌଣସି ୟୁପିଏ ନାହିଁ। ମମତାଙ୍କ ଏଭଳି ବିବୃତ୍ତିକୁ ନେଇ କଂଗ୍ରେସ ଅସନ୍ତୋଷ ପ୍ରକାଶ କରିଛି। ତେଣୁ କଂଗ୍ରେସର ବରିଷ୍ଠ ନେତାମାନେ ଏହାକୁ ନେଇ ମମତାଙ୍କୁ ସମାଲୋଚନା କରିଛନ୍ତି।

ଏହି ପ୍ରରିପ୍ରେକ୍ଷୀରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଯେ, ମୋଦୀଜୀଙ୍କୁ ଖୁସି କରିବା ପାଇଁ ମମତା ଏଭଳି କାର୍ଯ୍ୟ କରୁଛନ୍ତି। ସେମାନଙ୍କ ପାଖରେ ୪ ପ୍ରତିଶତ ଭୋଟ୍ ବ୍ୟାଙ୍କ ଅଛି, ଏଥିରେ ସେମାନେ କ’ଣ କରିପାରିବେବେ, ବୋଲି କଂଗ୍ରେସ ନେତା ପ୍ରଶ୍ନ କରିଛନ୍ତି।