Categories
Hockey Worldcup23 ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ଆନ୍ତଃ ବିଶ୍ୱବିଦ୍ୟାଳୟ ସ୍ତରୀୟ ହକି: ରଣପୁରରୁ ରାଜେଶ ମନୋନୀତ

ରଣପୁର: ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟ ପରିସରରେ ଆନ୍ତଃ ବିଶ୍ୱ ବିଦ୍ୟାଳୟ ସ୍ତରୀୟ ହକି ମ୍ୟାଚ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟରେ ବିଶ୍ୱ ବିଦ୍ୟାଳୟର ହକି ଟିମ ଯୋଗ ଦେବ।  ଉତ୍କଳ ବିଶ୍ୱ ବିଦ୍ୟାଳୟ ମଧ୍ୟ ଏହି ହକି ଟିମରେ ସାମିଲ ହେବ।

କିନ୍ତୁ ଗୌରବର କଥା ରଣପୁର ମହା ବିଦ୍ୟାଳୟର ରାଜେଶ ବାରିକ ଆନ୍ତଃ ବିଶ୍ୱ ବିଦ୍ୟାଳୟ ହକି ମ୍ୟାଚରେ ଖେଳିବା ପାଇଁ ଉତ୍କଳ ବିଶ୍ୱ ବିଦ୍ୟାଳୟ ଟିମରେ ନିଜର ସ୍ଥାନ ପକ୍କା କରିଛନ୍ତି।  ଏ ନେଇ ରାଜେଶ ବେଶ ଉତ୍ସାହିତ ଅଛନ୍ତି। ରଣପୁର ସ୍ପୋର୍ଟସ ଆସୋସିଏସନ ରାଜେଶଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉନ୍ନତି କାମନା କରିଛି।

Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ଆନ୍ତଃ ବିଶ୍ୱବିଦ୍ୟାଳୟ ସଫ୍ଟ ବେସବଲ୍ ଟୁର୍ଣ୍ଣାମେଣ୍ଟ ପାଇଁ ରାଜସ୍ଥାନ ଅଭିମୁଖେ ସୋଆର ଖେଳାଳୀ ଟିମ୍‌

ଭୁବନେଶ୍ୱର: ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ସଫ୍ଟ ବେସ୍ ବଲ୍ ଟୁର୍ଣ୍ଣାମେଣ୍ଟରେ ଭାଗ  ନେବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୨୪ ଜଣିଆ ଟିମ୍ ସୋମବାର ରାଜସ୍ଥାନ ଅଭିମୁଖେ ଗସ୍ତ କରିଛନ୍ତି। ରାଜସ୍ଥାନର ପାଚେରୀ ବାରିରେ ଉଭୟ ପୁରୁଷ ଓ ମହିଳା
ବର୍ଗରେ ଆସନ୍ତା ଗୁରୁବାର ଏହି ଟୁର୍ଣ୍ଣାମେଂଟ ଆରମ୍ଭ ହେବ।

ଟିମ୍‌ରେ ୧୨ ଜଣ ମହିଳା ଏବଂ ୧୨ ଜଣ ପୁରୁଷ ଖେଳାଳି ଥିବା ବେଳେ ସେମାନଙ୍କ ସହିତ କୋଚ୍ ସୁନୀତା ବର୍ମା ଏବଂ ମ୍ୟାନେଜର ବରେଶ ମିଶ୍ର ରାଜସ୍ଥାନ ଯାଇଛନ୍ତି।

ରାଜସ୍ଥାନର ଝୁନ୍‌ଝୁନ୍ ଜିଲ୍ଲାର ପାଚେରୀ ବାରି ସ୍ଥିତ ସିଂଘାଣିଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ଟୁର୍ଣ୍ଣାମେଂଟର ଆୟୋଜନ କରାଯାଇଛି।