Categories
ଆଜିର ଖବର ରାଜ୍ୟ ଖବର

ଆନ୍ଧ୍ରର ପୁଣି ଦାଦାଗିରି: କୋଟିଆରେ ତେଲୁଗୁ ଭାଷାରେ ବୋର୍ଡ଼ ଲଗାଇବାକୁ ସମାଜବାଦୀ ପାର୍ଟିର ନିନ୍ଦା

ଭୁବନେଶ୍ୱର: ପୁଣି ଆନ୍ଧ୍ର ସରକାର କୋଟିଆ ଗ୍ରାମପୁଞ୍ଜରେ ନିଜର ଦାଦାଗିରି ଆରମ୍ଭ କରିଦେଇଛନ୍ତି। ବିଭିନ୍ନ ସରକାରୀ ଜନମଙ୍ଗଳ ଯୋଜନା କାର୍ଯ୍ୟକାରୀ କରାଯିବା ପରେ ଏବେ ଆନ୍ଧ୍ର ସରକାର ଓଡ଼ିଆ ଭାଷା ଉପରେ ଆକ୍ରମଣ ଆରମ୍ଭ କରିଛନ୍ତି। ବାତ୍ୟା ଗୁଲାବର ସୁଯୋଗ ନେଇ କୋଟିଆ ଗ୍ରାମପୁଞ୍ଜର ଫାଟୁସିନେରୀ ଓ ଫଗୁସିନେରୀ ଅଞ୍ଚଳରେ ଆନ୍ଧ୍ର ସରକାର ତେଲୁଗୁ ଭାଷାରେ ବୋର୍ଡ଼ ଲଗାଇବା ଆରମ୍ଭ କରିଦେଇଛନ୍ତି।

ଏଠାରେ ଉଲ୍ଲେଖଥାଉକି, ଓଡ଼ିଶା ସରକାରଙ୍କ ପକ୍ଷରୁ ଗତମାସରେ କୋରାପୁଟ ଜିଲ୍ଲା ପ୍ରଶାସନ କୋଟିଆ ଗ୍ରାମପୁଞ୍ଜର ସବୁ ଗାଁରେ ଓଡ଼ିଆଭାଷାରେ ବୋର୍ଡ଼ ମାରିଥିଲେ। ଓଡ଼ିଆ ବୋର୍ଡ଼କୁ ଘୁଞ୍ଚାଇବାର ଦୁଃସାହସ କରିନପାରି ଆନ୍ଧ୍ର ପ୍ରଶାସନ ପକ୍ଷରୁ ତେଲୁଗୁ ଭାଷାରେ ଏହି ଦୁଇ ପଞ୍ଚାୟତରେ ଫାଟୁସିନେରୀ ଓ ଫଗୁସିନେରୀରେ ତେଲୁଗୁ ଭାଷାରେ ଯେଉଁ ବୋର୍ଡ଼ ଲଗାଯାଇଛି ଏହା ଓଡ଼ିଆ ଭାଷା ଓ ସଂସ୍କୃତି ଉପରେ ତଥା ଓଡ଼ିଶାର ଭୌଗୋଳିକ ସ୍ୱାତନ୍ତ୍ର‌୍ୟ ଓ ସ୍ୱାଭିମାନ ଉପରେ ଚରମ ଆକ୍ରମଣ ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି। ତୁରନ୍ତ କୋରାପୁଟ ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ସରକାର ଆନ୍ଧ୍ର ସରକାରଙ୍କ ପାଖରେ ଏହାର ପ୍ରତିବାଦ କରିବା ସହିତ ତେଲୁଗୁ ଭାଷାରେ ମରା ଯାଇଥିବା ଏହି ବୋର୍ଡ଼କୁ ହଟାଇ ନେବା ପାଇଁ ପତ୍ର ଲେଖିବା ଉଚିତ। ଯଦି ଆନ୍ଧ୍ର ସରକାର ଏ ଦିଗରେ କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ଓଡ଼ିଶା ସରକାର ଏହି ବୋର୍ଡ଼ଗୁଡ଼ିକୁ ବାହାର କରିଦେଇ ସେଠାରେ ଓଡ଼ିଆରେ ବୋର୍ଡ଼ ମାରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

କୋଟିଆ ଦଖଲ ପାଇଁ ଆନ୍ଧ୍ରର ଜୋରଦାର ଉଦ୍ୟମ, ଅଗଷ୍ଟ 15ରୁ ଓଡିଆ ନାମଫଳକ ହଟି ହେବ ତେଲୁଗୁ

କୋରାପୁଟ, ଆନ୍ଧ୍ର ସୀମାରେ ଥିବା ଓଡିଶାର କୋଟିଆ ଅଞ୍ଚଳକୁ ଦଖଲ କରିବା ପାଇଁ ଆନ୍ଧ୍ର ପ୍ରଦେଶ ସରକାର ଜୋରଦାର ଉଦ୍ୟମ ଜାରୀ ରଖିଛନ୍ତି। ଏ ନେଇ ସୁପ୍ରିମ କୋର୍ଟରେ ମାମଲା ଚାଲିଥିବା ବେଳେ ଆନ୍ଧ୍ର ତରଫରୁ କୋଟିଆ ଉପରେ ଆଧିପତ୍ୟ ବିସ୍ତାର କରିବାରେ ଲାଗିଛି। ଯାହା ଓଡିଶାର ସ୍ବାଭିମାନ ଉପରେ ବଡ କୁଠାରଘାତ ହେବାରେ ଲାଗିଛି। ଆନ୍ଧ୍ରର ଏପରି ବାରମ୍ବାର ଉଦ୍ୟମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ବର୍ତ୍ତମାନ ସଦ୍ୟତମ ଖବର ଅନୁସାରେ ଆନ୍ଧ୍ର ସରକାର ଅଗଷ୍ଟ 15 ତାରିଖ 75ତମ ସ୍ବାଧୀନତା ଦିବସରେ ଏହି କୋଟିଆ ଅଞ୍ଚଳରେ ଏକ କାର୍ଯ୍ୟକ୍ରମ କରୁଛି। ଏଥିରେ କୋଟିଆ ଅଞ୍ଚଳରେ ଯେତେ ସବୁ ଓଡିଆ ନାମ ଫଳକ ତଥା ସାଇନବୋର୍ଡ ଅଛି ତାହାକୁ ହଟାଇ ଦିଆଯିବ। ତା ସ୍ଥାନରେ ତେଲୁଗୁ ନାମଫଳକ ଲଗାଯିବ ବୋଲି ନିଷ୍ପତି କରିଛି ଆନ୍ଧ୍ର। ପ୍ରାରମ୍ଭିକ ପର୍ଯ୍ୟାୟରେ 22 ଟି ଗ୍ରାମରେ ଏହି ପଦକ୍ଷେପ ଗ୍ରହଣ କରାଯିବ। ସେଥିପାଇଁ କେତେ ତେଲୁଗୁ ନାମଫଳକ ପ୍ରସ୍ତୁତ କରି ରଖାଯାଇଛି।

ସେହିପରି ଅଗଷ୍ଟ 16 ତାରିଖରେ ମଧ୍ୟ କୋଟିଆ ଅଞ୍ଚଳରେ ଆନ୍ଧ୍ର ସରକାର ବିଭିନ୍ନ ଉଦଘାଟନ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରିବା ପାଇଁ ଯୋଜନା କରିଛନ୍ତି। ସେହି ଅନୁସାରେ ନିକଟସ୍ଥ ସାଲୁର ବିଧାୟକ ଏହାର ଉଦଘାଟନ କରିବେ। ସେହି ସ୍ଥାନରେ ଜିଲ୍ଲାର ଉପଜିଲ୍ଲାପାଳ ତଥା ବିଭିନ୍ନ ସରକାରୀ ଅଧିକାରୀ ଉପସ୍ଥିତ ରହିବେ।

ଦୀର୍ଘ ବର୍ଷ ଧରି ଆନ୍ଧ୍ର ଏବଂ ଓଡିଶା ମଧ୍ୟରେ କୋଟିଆକୁ ନେଇ ବିବାଦ ଲାଗିରହିଛି। ଫଳରେ ସେହି ଅଞ୍ଚଳରେ ବାସ କରୁଥିବା ପ୍ରାୟ ଆଠ ହଜାର ଲୋକ ଫସିଯାଇଛନ୍ତି। ଗତବର୍ଷ ମେ ଆଠ ତାରିଖରେ ଆନ୍ଧ୍ର ସରକାର ଏହି ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ କରିବା ପାଇଁ ଘୋଷଣା କରିଥିଲା। ତେବେ ବର୍ତ୍ତମାନ ଆନ୍ଧ୍ର ସରକାରଙ୍କର ଏପରି ନିଷ୍ପତି ଏହି ବିବାଦକୁ ପୁଣି ଥରେ ଭିନ୍ନ ମୋଡ ନେଉଛି।

Categories
ଆଜିର ଖବର ଜାତୀୟ ଖବର

ଆଜି ଆନ୍ଧ୍ର ସରକାର ଚାଷିଙ୍କ ପାଇଁ କଲେ ଏକ ବଡ ଘୋଷଣା, ଜାଣନ୍ତୁ କଣ

ଅମରାବତୀ, ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୟାଇଏସ ଜଗନ ମୋହନ ରେଡ୍ଡୀ ରାଜ୍ୟର ଚାଷିମାନଙ୍କ ପାଇଁ କରିଛନ୍ତି ବଡ ଘୋଷଣା। ଘୋଷଣା ଅନୁସାରେ ଏହି କାମ ପାଇଁ ଖର୍ଚ୍ଚ ହେବ 2 ହଜାର 3ଶହ 40 କୋଟି ଟଙ୍କା। ଆଉ ଏହି ଯୋଜନାର ନାମ ହେଲା ୱାଇଏସଆର ଜଳକଳ ଯୋଜନା। ଏହି ଯୋଜନା ଅନୁସାରେ ସରକାର ଆସନ୍ତା 4 ବର୍ଷ ମଧ୍ୟରେ ଦୁଇ ଲକ୍ଷ ନଳକୂପ ଖୋଳିବେ। ଯେଉଁ ସ୍ଥାନରେ ଜଳସେଚନ ସୁବିଧା ନାହିଁ ସେହି ସ୍ଥାନରେ ଏହି ନଳକୂପ ଚାଷିଙ୍କ ପାଇଁ ଖୋଳାଯିବ। ଏଥିସହିତ ନଳକୂପଠାରୁ ଜମି ପର୍ଯ୍ୟନ୍ତ ପାଣି ନେବା ପାଇଁ ପାଇପର ମଧ୍ୟ ବନ୍ଦୋବସ୍ତ କରାଯିବ। ଆଜି ଘୋଷଣା ହେବା ପରେ ପରେ ରାଜ୍ୟରେ 163ଟି ନଳକୂପ ଖୋଳିବା ପାଇଁ ସ୍ଥାନ ନିରୂପଣ ହୋଇ ସାରିଛି।