ନୂଆଦିଲ୍ଲୀ: ପିଏମ କେୟାର ଫଣ୍ଡର ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଏକ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଆଜି ମନା କରି ଦେଇଛନ୍ତି। ଯାହା ପରେ ଆବେଦନକାରୀଙ୍କୁ ତାଙ୍କ ଆବେଦନ ପ୍ରତ୍ୟାହାର କରିବାକୁ ପଡିଛି। ତେବେ ଏ ବାବଦରେ ଆବେଦନକାରୀଙ୍କୁ ପରାମର୍ଶ ଦେବାବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଯଦି ଆବେଦନକାରୀ ଚାହାଁନ୍ତି ତେବେ ସେ ଦିଲ୍ଲୀ ହାଇକୋର୍ଟକୁ ଯାଇ ତାଙ୍କ ଆବେଦନପତ୍ର ଦାଖଲ କରିପାରିବେ। ଜଷ୍ଟିସ୍ ଏଲ୍ ନାଗେଶ୍ୱର ରାଓ ଏବଂ ଜଷ୍ଟିସ୍ ବି.ଆର ଗଭଇଙ୍କ ଏହି ବେଞ୍ଚ ଶୁଣାଣି କରିଛନ୍ତି।
