Categories
ଆଜିର ଖବର ଜାତୀୟ ଖବର

ମଦନ ଦାସ ଦେବୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ବରିଷ୍ଠ ଆରଏସଏସ ନେତା ମଦନ ଦାସ ଦେବୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି।

ଏକ ଟୁଇଟରେ ଶ୍ରୀ ମୋଦୀ କହିଛନ୍ତି ଯେ, ମଦନ ଦାସ ଦେବୀ ନିଜ ଜୀବନକୁ ଦେଶ ସେବାରେ ଉତ୍ସର୍ଗ କରିଥିଲେ। ପ୍ରଧାନମନ୍ତ୍ରୀ ଦିବଗଂତ ନେତାଙ୍କ ସହ ନିଜ ବ୍ୟକ୍ତିଗତ ସମ୍ପର୍କକୁ ମଧ୍ୟ ମନେପକାଇ କହିଛନ୍ତି ଯେ, ତାଙ୍କଠାରୁ ସେ ବହୁତ କିଛି ଶିଖିଛନ୍ତି।

ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ‘ଶ୍ରୀ ମଦନ ଦାସ ଦେବୀଙ୍କ ଦେହାନ୍ତରେ ବହୁତ ଦୁଃଖିତ। ସେ ନିଜ ସମଗ୍ର ଜୀବନ ଦେଶସେବାରେ ସମର୍ପିତ କରିଦେଇଛନ୍ତି। ତାଙ୍କ ସହ ମୋର କେବଳ ଘନିଷ୍ଠ ସମ୍ପର୍କ ନ ଥିଲା ବରଂ ସବୁବେଳେ କିଛି ନା କିଛି ଶିଖିବାକୁ ମିଳିଛି। ଏହି ଦୁଃଖଦ ସମୟରେ ଈଶ୍ୱର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ’।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

‘ପିଓକେ ଆମର ଏବଂ ପୁନର୍ବାର ଆମର ହେବା ଉଚିତ୍’: ଆରଏସଏସ ନେତା ଇନ୍ଦ୍ରେଶ କୁମାର

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଜାତୀୟ କାର୍ଯ୍ୟନିର୍ବାହୀ ସଦସ୍ୟ ଇନ୍ଦ୍ରେଶ କୁମାର ତାଙ୍କ ବିବୃତ୍ତି ପାଇଁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଶୁକ୍ରବାର ଦିନ ମୁସଲିମ୍ ରାଷ୍ଟ୍ରୀୟ ମଞ୍ଚ (MRM) ର ୨୧ ତମ ସ୍ଥାପନା ଦିବସ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ବଲୁଚିସ୍ତାନ ଏବଂ ସିନ୍ଧ ଭଳି ଅଂଶ ପାକିସ୍ତାନରୁ ଅଲଗା ହୋଇପାରେ। ସେଠାରେ ଥିବା ଲୋକମାନେ ପାକିସ୍ତାନଠାରୁ ଅଲଗା ହେବା କଥା କହୁଛନ୍ତି ଏବଂ ଏଥିପାଇଁ ନିରନ୍ତର ଆନ୍ଦୋଳନ କରୁଛନ୍ତି।

ମୁସଲିମ ରାଷ୍ଟ୍ରିୟ ମଞ୍ଚର କାର୍ଯ୍ୟକ୍ରମରେ ଇନ୍ଦ୍ରେଶ କୁମାର ରଙ୍ଗ ପିଓକେକୁ ଟାର୍ଗେଟ କରିକହିଛନ୍ତି ଯେ, ଯେତେବେଳେ ପାକିସ୍ତାନ ଭିତରେ ଝଗଡ଼ା ହେବାର ସ୍ଲୋଗାନ ଦିଆଯାଏ, ସେତେବେଳେ କାଶ୍ମୀର ବିନା ପାକିସ୍ତାନ ଅସମ୍ପୂର୍ଣ୍ଣ ବୋଲି ସ୍ଲୋଗାନ ଦିଆଯାଏ। ସେ କହିଛନ୍ତି ଯେ, ଲାହୋର-କରାଚି ବିନା ଭାରତ ଅସମ୍ପୂର୍ଣ୍ଣ ବୋଲି କହିବା ଆମର ଭାରତୀୟମାନଙ୍କର କର୍ତ୍ତବ୍ୟ ଏବଂ ବର୍ତ୍ତମାନ ମସଜିଦ, ମଦ୍ରାସା ଏବଂ ସମାବେଶରେ ଏହା କହିବାରେ ଅସୁବିଧା କ’ଣ?