Categories
ଆଞ୍ଚଳିକ

ବାଣପୁରରେ ଆରଏସ୍ଏସ୍ ପକ୍ଷରୁ ଗୁରୁପୂର୍ଣ୍ଣିମା ଉତ୍ସବ ପାଳନ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ସ୍ଥିତ ଶ୍ରୀ ଶ୍ରୀ ରଙ୍କନାଥ ଦେବ ମନ୍ଦିର ପରିସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ବାଣପୁର ଖଣ୍ଡ ମଦନମୋହନ ପ୍ରଭାତ ଶାଖା ପକ୍ଷରୁ ପବିତ୍ର ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି। ଗୈରିକ ଧ୍ବଜାରୋହଣ ପରେ ସମସ୍ତ ସ୍ୱୟଂସେବକ ମାନେ ସଂଘ ଗିତ ଗାନ କରିଥିଲେ। ଏହାପରେ ବାଣପୁର ଖଣ୍ଡ ସଂଘଚାଳକ ସତ୍ୟନାରାୟଣ ଷଡ଼ଙ୍ଗୀଙ୍କ ପୌରାହିତ୍ୟରେ ଏକ ବୌଦ୍ଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଆନନ୍ଦ ଚନ୍ଦ୍ର ସେନାପତି ଯୋଗଦେଇଥିଲେ।

ଗୁରୁପୂର୍ଣ୍ଣିମାର ମହତ୍ୱ ଉପରେ ଉଭୟ ମୁଖ୍ୟ ବକ୍ତା ଏବଂ ସଂଘଚାଳକ ଆଲୋକପାତ କରିବା ସହ ସ୍ୱୟଂସେବକ ମାନଙ୍କୁ ସମ୍ବୋଧିତ କରିଥିଲେ। ପରିଶେଷରେ ସମସ୍ତ ସ୍ୱୟଂସେବକ ମାନେ ଗୈରିକ ଧ୍ବଜା ସମ୍ମୁଖରେ ସଂଘ ପ୍ରାର୍ଥନା ଗାନ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମକୁ ବାଣପୁର ଖଣ୍ଡ କାର୍ଯ୍ୟବାହ ପ୍ରଶାନ୍ତ କୁମାର ସୁପକାର ପରିଚାଳନା କରିଥିଲେ।