ନୂଆଦିଲ୍ଲୀ: ମଣିପୁର ହିଂସା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତ୍ତି ଦାବିରେ ବିରୋଧୀ ଦଳ ଜିଦ୍ ଧରିଛନ୍ତି। ଲୋକସଭାର ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳର ସାଂସଦମାନେ ସ୍ଲୋଗାନ ଦେବା ସହ ହଙ୍ଗମା କରିବା ଆରମ୍ଭ କରିଛନ୍ତି। ଏହା ପରେ ଲୋକସଭା ବାଚସ୍ପତି ଓମ ବିର୍ଲା ଲୋକସଭାର ପ୍ରକ୍ରିୟାକୁ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି।
