Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

୮ଟି ବଡ ସହରକୁ ଛାଡି ଅନ୍ୟଗୁଡିକର ସ୍ବାସ୍ଥ୍ୟ ସେବା ବିକାଶ ପାଇଁ ୫୦ ହଜାର କୋଟି ଟଙ୍କାର ପ୍ୟାକେଜ

ନୂଆଦିଲ୍ଲୀ, ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରୋନା ମୁକାବିଲା ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ସେଥିରେ ବ୍ୟବସାୟିକ କ୍ଷେତ୍ରକୁ ୧.୧ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଋଣ ପ୍ରଦାନ ହେବ । ସେଥି ମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ୫୦,୦୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି।

ସ୍ୱାସ୍ଥ୍ୟ କ୍ଷେତ୍ରରେ ଯେଉଁସବୁ ବିଭାଗକୁ ଏହି ଅର୍ଥର ପ୍ରବାହ ଘଟିବ ସେଥିରେ ପଛୁଆ କ୍ଷେତ୍ରର ମେଡ଼ିକାଲ ସଂସାଧନକୁ ବିଶେଷ ଭାବେ ଲକ୍ଷ୍ୟ ରଖାଯାଇଛି । ୮ଟି ମେଟ୍ରୋପୋଲିଟାନ୍‍ ନଗରୀକୁ ଛାଡ଼ି ଅନ୍ୟାନ୍ୟ ସହରର ସ୍ୱାସ୍ଥ୍ୟ ଏବଂ ମେଡ଼ିକାଲ ସଂସାଧନ ସଂପ୍ରସାରଣ ନିମନ୍ତେ ଏହି ଅର୍ଥ ପ୍ରଦାନ ଦ୍ୱାରା ଗ୍ୟାରେଣ୍ଟି ପ୍ରଦାନ କରାଯିବ । ତେବେ ଏହି ଗ୍ୟାରେଣ୍ଟି କଭର  ସଂପ୍ରସାରଣର ୫୦% ପୂରଣ କରିବ ଏବଂ ନୂତନ ପ୍ରକଳ୍ପ କ୍ଷେତ୍ରରେ ତାହା ୭୫% ପର୍ଯ୍ୟନ୍ତ ଯୋଗାଇ ଦିଆଯିବ ।

ଆକାଂକ୍ଷା ଜିଲ୍ଲାମାନଙ୍କ କ୍ଷେତ୍ରରେ ଏହି ଗ୍ୟାରେଣ୍ଟି କଭର୍‍ ୭୫% ପର୍ଯ୍ୟନ୍ତ ଉପଲବ୍ଧ ହେବ। ଯାହାକି ଉଭୟ ନୂତନ ତଥା ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ପ୍ରଯୁଜ୍ୟ ହେବ । ଏହି ଯୋଜନାରେ ସର୍ବାଧିକ ଋଣ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଗ୍ରହଣୀୟ ହେବ ଏବଂ ଏଥିପାଇଁ ୩ ବର୍ଷର ଗ୍ୟାରେଣ୍ଟି ଅବଧି ରହିବ ।

ବ୍ୟାଙ୍କମାନେ ଏଥି ସକାଶେ ସର୍ବାଧିକ ୭.୯୫% ସୁଧ ଦାବି କରିପାରିବେ । ଅନ୍ୟାନ୍ୟ କ୍ଷେତ୍ରମାନଙ୍କ ସକାଶେ ଏହି ଋଣ ବାର୍ଷିକ ୮.୨୫ ହାରରେ ଉପଲବ୍‍ଧ ହେବ । ତେଣୁ ଏହି ଯୋଜନା ମାଧ୍ୟମରେ ଉପଲବ୍ଧ ଋଣ ସାଧାରଣ ସୁଧ ତୁଳନାରେ ଅଧିକ ଶସ୍ତା ହେବ ଏବଂ ଏହାର  ୧୦-୧୧% ଉପରେ କୌଣସି ଗ୍ୟାରେଣ୍ଟି ରହିବନାହିଁ ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଆଜି ମୋଦୀ ଦେଶବାସୀଙ୍କୁ ଦେଇପାରନ୍ତି ଦୀପାବଳି ଭେଟି, ପ୍ୟାକେଜ ଘୋଷଣା କରିବେ ସୀତାରମଣ

ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଏକ ଦୀପାବଳୀ ଭେଟି ଦେବାର ସମ୍ଭାବନା ରହିଛି। କାରଣ ଆଜି ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣ 12ଟା 30 ମିନିଟରେ ଏକ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି। ଏଥିରେ ସେ ପୁଣି କେତେକ କ୍ଷେତ୍ର ପାଇଁ ପ୍ୟାକେଜ ଘୋଷଣା କରିବେ ବୋଲି ଜଣାପଡ଼ିଛି। ସୁତ୍ର ଅନୁସାରେ ସୀତାରମଣ ଏଥର ଏକ ବଡ ଘୋଷଣା କରିବାର ସମ୍ଭାବନା ରହିଛି।

ବର୍ତ୍ତମାନ କରୋନା ପାଇଁ ଦେଶରେ ଯେପରି ଆର୍ଥିକ ସ୍ଥିତି ବିପଦରେ ରହିଛି ତାହାର ପୁନଃଉଦ୍ଧାର ପାଇଁ ଏଥରେ କିଛି ରହିବ ବୋଲି କୁହାଯାଉଛି। ସୁତ୍ର ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଅର୍ଥମନ୍ତ୍ରୀ ସୀତାରମଣ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଗତ କିଛି ଦିନ ଧରି ବାରମ୍ବାର ବୈଠକ କରିଛନ୍ତି। ସେଥିରୁ ଅନୁମାନ କରାଯାଉଛି ଯେ, ଆଜି କିଛି ବଡ ଘୋଷଣା କରାଯାଇପାରେ।

ଏହାର ସିଧା ପ୍ରସାରଣ ଦେଖିବା ପାଇଁ ସମୀକ୍ଷା ଫେସବୁକ ପେଜକୁ ଲାଇକ କରନ୍ତୁ