Categories
ଆଜିର ଖବର ଜାତୀୟ ଖବର

ଆର୍ଯ୍ୟନ ଖାନ କ୍ରୁଜ ଡ୍ରଗ୍ସ ମାମଲା, ତଦନ୍ତରୁ ହଟିଲେ ଏନସିବି ଅଧିକାରୀ ସମୀର ୱାଙ୍ଖଡେ

ନୂଆଦିଲ୍ଲୀ: ଆର୍ଯ୍ୟନ ଖାନଙ୍କ ଡ୍ରଗ୍ସ ମାମଲା ତଦନ୍ତର ନେତୃତ୍ୱ ନେଉଥିବା ସମୀର ୱାଙ୍ଖଡେ  ହଟାଇ ଦିଆଯାଇଛି। ତାଙ୍କ ବିରୋଧରେ ଦୁର୍ନିତି ଅଭିଯୋଗ ଆସିବା ପରେ ଏନସିବି ଏହି ପଦକ୍ଷେପ ନେଇଥିବାର ଜଣାପଡିଛି।ଏହି ମାମଲାରେ ଥିବା ପାଞ୍ଚୋଟି କେସରୁ ତାଙ୍କୁ ହଟାଇ ଦିଆଯାଇଛି। ସେଥିରେ ଆର୍ଯ୍ୟନ ଖାନଙ୍କ ଡ୍ରଗ୍ସ ମାମଲା ମଧ୍ୟ ରହିଛି।

ତେବେ ସେ ମୁମ୍ବାଇର ନିର୍ଦ୍ଦେଶକ ପଦବୀରେ ରହିବେ ଏବଂ ଏହି ତଦନ୍ତ ପକ୍ରିୟାରେ ସାହାଯ୍ୟ କରିବେ ବୋଲି କୁହାଯାଇଛି। ଏହି ମାମଲାରେ ସମୀର ଦୁର୍ନିତି ଅଭିଯୋଗରେ ଛନ୍ଦି ହୋଇପଡିଛନ୍ତି। ଏନସିପି ନେତା ନବାବ ମଲିକ ତାଙ୍କ ବିରୋଧରେ ବିଭିନ୍ନ ଟିପ୍ପଣୀ ଦେବାରେ ଲାଗିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆର୍ଯ୍ୟନଙ୍କୁ ଜାମିନ ମିଳିଲା ସତ, ହେଲେ ଜେଲରୁ ମୁକୁଳି ପାରିବେ ନାହିଁ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଶେଷରେ ବହୁ ଯୁକ୍ତି ତର୍କ ପରେ ମୁମ୍ବାଇ ହାଇକୋର୍ଟ ଆର୍ଯ୍ୟନ ଖାନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜାହଜରେ ଡ୍ରଗ୍ସ ସେବନ ମାମଲାରେ ସେ ପ୍ରାୟ 26 ଦିନ ଧରି ଜେଲରେ ଅଛନ୍ତି। ଆଜି ତାଙ୍କର ଜାମିନ ମିଳିଥିଲେ ମଧ୍ୟ ସେ ଏବେ ଜେଲରୁ ମୁକୁଳିପାରିବେ ନାହିଁ।

କାରଣ ହେଲା ଆଜି ସଂଧ୍ୟାରେ ତାଙ୍କର ଶୁଣାଣି ହେଲା। ଫଳରେ କୋର୍ଟରୁ ଜାମିନ ଅର୍ଡର ଆଜି ଜେଲକୁ ଯାଇପାରିବ ନାହିଁ। ତାଙ୍କ ଓକିଲ ତଥା ଦେଶର ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀ ଅଛନ୍ତି। ତାଙ୍କର କହିବା କଥା ଯେ, ଆସନ୍ତାକାଲି ଯାହା କିଛି ଫର୍ମାଲିଟ ରହିଛି ତାହାକୁ ପୁରଣ କରାଯିବ। ଯେତେଦୂର ଆଶା ଆସନ୍ତାକାଲି କିମ୍ବା ଶନିବାର ଦିନ ଆର୍ଯ୍ୟନ ଜେଲରୁ ମୁକୁଳିବେ ବୋଲି ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର

BREAKING: ଶେଷରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ମିଳିଲା ଜାମିନ, କଣ କହିଲେ ତାଙ୍କ ଓକିଲ ଜାଣନ୍ତୁ

ମୁମ୍ବାଇ : କିଙ୍ଗ ଖାନ ଶାହାରୁଖ ଖାନଙ୍କ ପୁଅ ଆର‌୍ୟ୍ୟନ ଖାନ ଡ୍ରଗ୍ସ ମାମଲାରେ ୨୬ ଦିନ ପରେ ଶେଷରେ ଜାମିନ ପାଇଛନ୍ତି। ସ୍ୱତନ୍ତ୍ର କୋର୍ଟ, ଲୋୟର କୋର୍ଟ ଏବଂ ସେସନ୍ସ କୋର୍ଟରୁ ଆର‌୍ୟ୍ୟନ୍ ଖାନଙ୍କୁ ଜାମିନ ନ ମିଳିବା ପରେ ଗତ ତିନି ଦିନ ଧରି ବମ୍ବେ ହାଇକୋର୍ଟରେ ଶୁଣାଣି ହୋଇଥିଲା।

ବମ୍ବେ ହାଇକୋର୍ଟ ଜାହାଜ ଡ୍ରଗସ ମାମଲାରେ ମୁମୁନ୍ ଧାମଚା ଏବଂ ଅରବାଜ୍ ମର୍ଚାଣ୍ଟଙ୍କୁ ମଧ୍ୟ ଜାମିନ ପ୍ରଦାନ କରିଛନ୍ତି। ବମ୍ବେ ହାଇକୋର୍ଟରେ ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗିଙ୍କ ଜୋରଦାର ନିବେଦନ ପରେ ଆର‌୍ୟ୍ୟ ଖାନ ଜାମିନ ପାଇଛନ୍ତି।

ଜାମିନ ପାଇବା ପରେ ଦେଶର ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀ କହିଛନ୍ତି ଯେ ୩ ଦିନ ଧରି ଯୁକ୍ତି ଶୁଣିବା ପରେ ବମ୍ବେ ହାଇକୋର୍ଟ ଆର‌୍ୟ୍ୟ ଖାନ, ଅରବାଜ ମର୍ଚାଣ୍ଟ, ମୁମୁନ ଧାମଚାଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ଆସନ୍ତାକାଲି ସବିଶେଷ ଆଦେଶ ରଖାଯିବ। ଆଶା କରୁଛି ଆସନ୍ତାକାଲି କିମ୍ବା ଶନିବାର ସୁଦ୍ଧା ସେମାନେ ସମସ୍ତେ ଜେଲରୁ ବାହାରିବେ। ସେ କହିଛନ୍ତି ଯେ କୋର୍ଟଙ୍କ ନିର୍ଦ୍ଦେଶ ଜାରି ହେବା ପରେ ଆର‌୍ୟ୍ୟନ୍ ଖାନ୍, ଅରବାଜ୍ ମର୍ଚାଣ୍ଟ ଏବଂ ମୁନ୍ମୁ ଧାମଚା ଜେଲରୁ ବାହାରିବେ। ଜାମିନ ଆଦେଶ ପରେ ମୁକୁଲ ରୋହତଗି କହିଛନ୍ମୋତି ଯେ, ଏହା ଏକ ନିୟମିତ କାର୍ମୁଁଯ୍ୟ, ମୁଁ ଖୁସି ଯେ ଆର‌୍ୟ୍ୟନ ଜାମିନ ପାଇଛନ୍ତି ।

କୈତୁହଳର ବିଷୟ ହେଉଛି ଯେ ଦୁଇଜଣ ଭେଟେରାନ ଓକିଲ ସତୀଶ ମାନସିନ୍ଦେ ଏବଂ ଅମିତ ଦେଶାଇ ସ୍ୱତନ୍ତ୍ର କୋର୍ଟ, ଲୋୟର କୋର୍ଟରେ ଆର‌୍ୟ୍ୟ ଖାନ ଏବଂ ତାଙ୍କ ସହଯୋଗୀଙ୍କୁ ଜାମିନ ପାଇବାରେ ଅସମର୍ଥ ହୋଇଥିଲେ।

ଏଭଳି ପରିସ୍ଥିତିରେ ହାଇକୋର୍ଟରେ ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗିଙ୍କ ଆବେଦନ ଦ୍ୱାରା ଆର‌୍ୟ୍ୟନ ଖାନଙ୍କ ମାମଲା ଦୃଢ ହୋଇଥିଲା ଏବଂ ସେ ଜାମିନ ଆଣିବାରେ ସଫଳ ହୋଇଥିଲେ। ଜଷ୍ଟିସ ନିତିନ ସାମ୍ବ୍ରେଙ୍କ କୋର୍ଟରେ ମୁକୁଲ ରୋହତଗିଙ୍କ ସହ ଓକିଲ ସତୀଶ ମନସିନ୍ଦେ ଏବଂ ଅମିତ ଦେଶାଇ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକଙ୍କ ବିରୋଧରେ ଏତଲା ଦାଖଲ କଲେ ସମୀର ୱାଙ୍ଖେଡେଙ୍କ ଭଉଣୀ

ମୁମ୍ବାଇ: ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକଙ୍କ ବିରୋଧରେ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡଙ୍କ ଭଉଣୀ ଜସ୍ମିନ ୱାଙ୍ଖେଡ ଏଫଆଇଆର ଦାଖଲ କରିଛନ୍ତି। ଗୁରୁବାର ଦିନ ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ମୁମ୍ବାଇ ଉପକୂଳରୁ ଏକ କ୍ରୁଜ୍ ଜାହାଜରୁ ଡ୍ରଗ୍ସ ଜବତ ଅଭିଯୋଗରେ ଗିରଫ ହୋଇଥିବା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ମୁକ୍ତ କରିବା ପାଇଁ ସମୀର ୱାଙ୍ଖେଡଙ୍କୁ ଟଙ୍କା ମାଗିଥିବା ଅଭିଯୋଗ ହୋଇଛି।

ଏହି ମାମଲାରେ ତାଙ୍କ ବିରୋଧରେ ଏନସିବି ବିଭାଗୀୟ ଭିଜିଲାନ୍ସ ତଦନ୍ତ ଚାଲିଛି। ଓସିୱାରା ପୋଲିସ ଷ୍ଟେସନରେ ଦାଖଲ ହୋଇଥିବା ଦୁଇ ପୃଷ୍ଠାର ଅଭିଯୋଗରେ ୟସ୍ମିନ୍ ୱାଙ୍ଖେଡ ଦାବି କରିଛନ୍ତି ଯେ, ସୋସିଆଲ ମିଡିଆରେ ତାଙ୍କ ପରିବାରକୁ ଟାର୍ଗେଟ କରାଯାଉଛି ଏବଂ ମଲିକ ତାଙ୍କ ପରିବାରର ମାଲଦ୍ୱୀପ ଗସ୍ତକୁ ନେଇ ବଦନାମ କରିଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ, ମଲିକ ତାଙ୍କୁ ଏବଂ ତାଙ୍କ ପରିବାରକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ଅଭିଯୋଗରେ ସେ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କର ଅନଲାଇନ୍ କାର୍ଯ୍ୟକଳାପ ଉପରେ ନଜର ରଖାଯାଉଛି ଏବଂ ମନ୍ତ୍ରୀ ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର ହୋଇଥିବା ବ୍ୟକ୍ତିଗତ ଫଟୋଗ୍ରାଫକୁ ମିଡିଆ ବ୍ୟକ୍ତିବିଶେଷଙ୍କ ନିକଟକୁ ପଠାଉଛନ୍ତି।