Categories
ଆଜିର ଖବର

ଭୁବନେଶ୍ୱରର ହେଲଥଭିଲ୍ ଠାରେ ପ୍ରାକୃତିକ ଚିକିତ୍ସା ଉପରେ ଆଲୋଚନା

ଭୁବନେଶ୍ୱର: ଭୁବନେଶ୍ୱରର ଭାଲୁଙ୍କା, ବାରଙ୍ଗରେ ସ୍ଥିତ ପୂର୍ବ ଭାରତର ଅଗ୍ରଣୀ ନେଚରୋପାଥି ସ୍ୱାସ୍ଥ୍ୟ କେନ୍ଦ୍ର ହେଲଥଭିଲ୍ ( Healthville ) ତଥା ୟୁ.ଏସ୍‌.ଏର ବିଶିଷ୍ଟ ନେଚରୋପାଥିକ୍ ସଂସ୍ଥା ୱେଲୋପାଥୀର ମିଳିତ ଆନୁକୁଲ୍ୟରେ ପ୍ରାକୃତିକ ଚିକିତ୍ସା ପ୍ରଣାଳୀ ଓ ତାର ଉପାଦେୟତା ସମ୍ବନ୍ଧରେ ଏକ ଭବ୍ୟ ସେମିନାର ଆୟୋଜିତ ହୋଇଛି।

ଏଥିରେ ପ୍ରାୟ୧୦୦ ଜଣ ନେଚୁରୋପେଥିକ୍ ଉତ୍ସାହୀ, ଲାଭାର୍ଥୀ ଏବଂ ପ୍ରୋତ୍ସାହକ ଅଂଶଗ୍ରହଣ କରିଥିଲେ। ହେଲ୍ଥଭିଲ୍‌ର ଚେୟରମ୍ୟାନ୍ ଡ଼କ୍ଟର ସତ୍ୟବ୍ରତ ମୀନକେତନ ସଭାରେ ସ୍ୱାଗତ ଭାଷଣ ରଖି ସମସ୍ତ ଅଂଶଗ୍ରାହୀଙ୍କୁ ହାର୍ଦ୍ଦିକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ବର୍ତମାନର ବିଶ୍ୱରେ ପ୍ରାକୃତିକ ଚିକିତ୍ସାର ଆବଶ୍ୟକତା ଓ ବହୁମୁଖି ଉପାଦେୟତା ସମ୍ବନ୍ଧରେ ଗଭୀର ଓ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ।

ସେ କହିଛନ୍ତି ଯେ, ପ୍ରାକୃତିକ ଚିକିତ୍ସା ପଦ୍ଧତି ପ୍ରକୃତିର ସୃଷ୍ଚି ମଣିଷ ପାଇଁ ସର୍ବୋତମ ଉପସମ ଦାୟକ । ଆମର ପ୍ରାୟ ୯୦ ପ୍ରତିଶତ ରୋଗ ଏବଂ ଯନ୍ତ୍ରଣାମୂଳକ ସମସ୍ୟାଗୁଡିକ ଆମ ନିଜର ଅସ୍ୱାସ୍ଥ୍ୟକର ଜୀବନ ଶୈଳୀ, ଖରାପ ଅଭ୍ୟାସ ଏବଂ ନକାରାତ୍ମକ ଚିନ୍ତାର କୁଫଳ, ଯାହାର ନିରାକରଣ ପ୍ରାକୃତିକ ଚିକିତ୍ସା ପ୍ରଣାଳୀ ଓ ପଦ୍ଧତିଦ୍ୱାରା କୈାଣସି ପାର୍ଶ୍ୱ ପ୍ରତିକ୍ରିୟା ବିନା ସମ୍ପୁର୍ଣ ରୂପେ ସମ୍ଭବ।

ମୁଖ୍ୟ ଅତିଥି ଶ୍ରୀ ଗୋଲକ ମହାପାତ୍ର, ଓଡିଶା ରାଜ୍ୟ ବିଜେପି ଏକକର ଉପାଧ୍ୟକ୍ଷ, ସମାବେଶକୁ ସମ୍ବୋଧିତ କରି ହେଲ୍ଥଭିଲ୍ କେନ୍ଦ୍ରର ସ୍ଥାପନା ପାଇଁ ଡ଼କ୍ଟର ମୀନକେତନଙ୍କ ବିଶାଳ ଜନହିତୈଷି ଉଦ୍ୟମ ଓ ପ୍ରୟାସକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଭୁବନେଶ୍ୱରରେ ସ୍ଥିତ ଏହି ପ୍ରସିଦ୍ଧ ନେଚୁରୋପେଥିକ୍ ସେଂଟର ନିମ୍ନ ଖର୍ଚ୍ଚରେ ଏବଂ ସହଜ ଉପାୟରେ ସମସ୍ତ ଜନସମାଜର କଲ୍ୟାଣ ହେତୁ ଏକ ଅନନ୍ୟ ଭୂମିକା ନିର୍ବାହ କରିବ। ଏଥିପାଇଁ ସେ ଡ଼କ୍ଟର ମୀନକେତନଙ୍କୁ ସାଧୁବାଦ ଓ ଅଭିନନ୍ଦନ ଜଣାଇଛନ୍ତି।

ଅନ୍ୟ ଗଣମାନ୍ୟ ବ୍ୟକ୍ତିତ୍ୱ ଓ ବକ୍ତାମାନଙ୍କ ମଧ୍ୟରେ ଥିଲେ ୱେଲୋପାଥି, ୟୁ.ଏସ.ଏର ଆନ୍ତର୍ଜାତିକ ମୁଖ୍ୟ କାର୍ଯ୍ୟକାରିଣୀ ଅଧିକାରୀ ଶ୍ରୀ ସଞୟ ବର୍ମା, ହାବାର୍ଡ ମେଡ଼ିକାଲ୍ ସ୍କୁଲ୍‌ର ଇଂଟରନାଲ୍ ମେଡ଼ିସିନ୍ ବିଭାଗର ଡକ୍ଟର୍ ଅଭିଷେକ ସାହି, ମୁଖ୍ୟ ଟେକନିକାଲ୍ ଅଧିକାରୀ ଶ୍ରୀ ମୁକୁନ୍ଦ ପାର୍ଥସାରଥୀ, ବ୍ରିଗେଡିୟର୍ ନରେନ୍ଦ୍ର ସିଂହ, ଶ୍ରୀ ଦୀପକ୍ ଗୁପ୍ତା ପ୍ରମୁଖ।

ତତ୍ ସହିତ ଓଡ଼ିଶା ଓ ଭାରତବର୍ଷର ଅନ୍ୟ ବହୁ ଗଣମାନ୍ୟ ବ୍ୟକ୍କିତ୍ୱ ଯଥା ସେନଚୁରିୟନ୍ ୟୁନିଭରସିଟିର କମ୍ୟୁନିଟି ମେଡିସିନ୍ ସେଂଟର ତଥା ଏସଓପିଏଏଚଏସର ନିର୍ଦ୍ଦେଶକ ପ୍ରୋ. ସୁନିଲ୍ କୁମାର ଝା, ଏ.ଆଇ.ପି.ଏଚ୍ ବିଶ୍ୱବିଦ୍ୟାଳୟର ଯୋଗ ଓ ପ୍ରାକୃତିକ ଚିକିତ୍ସା ବିଭାଗର ମୁଖ୍ୟ ଡକ୍ଟର୍ ଦିନେସ୍ ସ୍ୱାଇଁ ଓ ପ୍ରାକ୍ତନ୍ ଆଇପିଏସ୍ ଶ୍ରୀ ସନ୍ତୋଷ ଉପାଧ୍ୟାୟ ପ୍ରମୁଖ ଉପସ୍ଥିତ ଥିଲେ ।

ସମସ୍ତ ଅତିଥି ନିଜ ବକ୍ତବ୍ୟରେ ଡକ୍ଟର୍ ସତ୍ୟବ୍ରତ ମୀନକେତନଙ୍କ ପ୍ରାକୃତିକ ଚିକିତ୍ସାକେନ୍ଦ୍ର ହେଲ୍ଥଭିଲେର ଆନ୍ତର୍ଜାତିକ ଜନପ୍ରିୟତା ଓ ଉତମ ଗୁଣବତାର ଭୁରିଭୁରି ପ୍ରଶଂସା କରିବା ସହିତ ତାଙ୍କର ଏଭଳି ଜନହିତୈଷୀ  ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ। ହେଲ୍ଥଭିଲେର ଡାଇରେକ୍ଟର୍ ଡକ୍ଟର୍ ମିଲିଣ୍ଡ ପରାସର୍ ମଧ୍ୟ ନିଜର ବକ୍ତବ୍ୟ ମାଧ୍ୟମରେ ପ୍ରାକୃତିକ ଚିକିତ୍ସାର ଆବଶ୍ୟକତା ଓ ଅତି ପ୍ରଭାବି ଗୁଣବତା ସମ୍ବନ୍ଧରେ ବିଶେଷ ଆଲେକପାତ କରିଥିଲେ।

ୱେଲୋପାଥିର ବୈଷୟିକ ନିର୍ଦ୍ଦେଶକ ଶ୍ରୀ ତୁଷାରକାନ୍ତ ବିଶ୍ୱାଳ ମଧ୍ୟ ୱେଲୋପାଥି ସହିତ ହେଲ୍ଥଭିଲେର ମିଳିତ ଆୃଭିମୁଖ୍ୟକୁ ପ୍ରଶଂସା କରି କହିଥିଲେ ଏହାଦ୍ୱାରା ଏଡ଼ିଶା ତଥା ଭାରତବର୍ଷରେ ପ୍ରାକୃତିକ ଚିକତ୍ସା ପଦ୍ଧତି ଆହୁରି ମଜଭୁତ୍ ହେବ। ହେଲ୍ଥଭିଲେର ସମସ୍ତ ଚିକିତ୍ସାବିତ୍ ଓ କର୍ମକର୍ତା ଏହି ଭବ୍ୟ ସଭାରେ ଉପସ୍ଥିତ ଥିଲେ। ଓଡ଼ିଏମ୍ ଶିକ୍ଷା ସମୁହର ଶିକ୍ଷା ନିର୍ଦ୍ଦେଶକ ଡକ୍ଚର୍ ଆର୍ତତ୍ରାଣ ମିଶ୍ର ମଂଚ ସଂଚାଳନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନିଯୁକ୍ତି ଦାବୀ କରି ଆୟୁଷ ଛାତ୍ରଛାତ୍ରୀଙ୍କ କଳାବ୍ୟାଚ ପିନ୍ଧି ଧାରଣା, ପାଠପଢା ବନ୍ଦ ଧମକ

ଭୁବନେଶ୍ବର: ନିଯୁକ୍ତି ଦାବୀ କରି ରାଜ୍ୟର ସମସ୍ତ ଆୟୁଷ ଛାତ୍ରଛାତ୍ରୀମାନେ କଳା ବ୍ୟାଚ ପିନ୍ଧି ଧାରଣରେ ବସିଛନ୍ତି। ରାଜ୍ୟରୁ ବିଭିନ୍ନ କଲେଜରୁ ପ୍ରତିବର୍ଷ ଶହଶହ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହେଉଥିଲେ ମଧ୍ୟ ରାଜ୍ୟ ସରକାର କୌଣସି ନୂଆ ପଦବୀ ସୃଷ୍ଟି କରୁ ନାହାଁନ୍ତି।

ଫଳରେ ପାଠପଢା ସାରି ରାଜ୍ୟର ଶହଶହ ଆୟୁଷ ଡାକ୍ତର ବେକାର ହୋଇ ବସୁଛନ୍ତି। ରାଜ୍ୟ ସରକାର ତୁରନ୍ତ ନୂତନ ପଦବୀ ସୃଷ୍ଟି କରି ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି ଦେବା ଦାବୀରେ ଗତକାଲିଠାରୁ ଛାତ୍ରଛାତ୍ରୀ କଳାବ୍ୟାଚ ପିନ୍ଧି ଧାରଣାରେ ବସିଛନ୍ତି।

କେବଳ ନିଯୁକ୍ତି ନୁହେଁ, ଉଚ୍ଚ ଶିକ୍ଷା କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁ ନାହାଁନ୍ତି। ଫଳରେ ଛାତ୍ରଛାତ୍ରୀମାନେ ପିଜି କରିବା ପାଇଁ ଚାହିଁଲେ କୌଣସି ସୁଯୋଗ ପାଇପାରୁ ନାହାନ୍ତି। ଏ ନେଇ ସେମାନେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ ବୋଲି କହିଛନ୍ତି।

ଗୋଟିଏ ପଟେ ସରକାର ଏଲୋପ୍ୟାଥୀ ଡାକ୍ତର ପଦବୀ ସୃଷ୍ଟି କରି ନିଯୁକ୍ତି ଦେଉଛନ୍ତି। ହେଲେ ଅନ୍ୟପଟେ ଆଯୁଷ କ୍ଷେତ୍ରରେ ତାହା ଲାଗୁ କରାଯାଉ ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଯଦି ରାଜ୍ୟ ସରକାର ଏହା ଉପରେ କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆଗାମୀ ଦିନରେ ପାଠପଢା ବନ୍ଦ କରିଦିଆଯିବ ବୋଲି ଛାତ୍ରଛାତ୍ରୀ ଧମକ ଦେଇଛନ୍ତି।

Categories
ବିଶେଷ ଖବର ବ୍ୟବସାୟ ସ୍ବାସ୍ଥ୍ୟ

କିଡନୀରେ ପଥର ଥିବା ରୋଗୀଙ୍କ ପାଇଁ ଏକ ଖୁସି ଖବର, ଏନବିଆରଆଇ ବାହାର କଲେ ହର୍ବାଲ ଔଷଧ

ଲକ୍ଷ୍ନୌ, ନ୍ୟାସନାଲ ବଟାନିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ବା ଏନବିଆରଆଇ ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟକ୍ସିକୋଲୋଜି ରିସର୍ଚ୍ଚ ବା ଆଇଆଇଟିଆର ଏବଂ ୟୁରୋଲୋଜିଷ୍ଟ ସାଲିଲ ଟଣ୍ଡନଙ୍କ ମିଳିତ ସହଯୋଗରେ କିଡନୀରେ ପଥର ହଟାଇବା ପାଇଁ ଏକ ହର୍ବାଲ ଔଷଧ ପ୍ରସ୍ତୁତ କରିଛନ୍ତି। ନୂତନ ଔଷଧର ନାମ ରହିଛି URO-05 । ପାଞ୍ଚ ବର୍ଷର ଗବେଷଣା ମାଧ୍ୟମରେ ଏହି ଔଷଧ ବିକଶିତ କରାଯାଇଛି।

ଏହାର ଉତ୍ପାଦନ ପାଇଁ ଆଇଆଇଟିଆର 67 ତମ ବାର୍ଷିକ ଦିବସରେ ଏନବିଆରଆଇକୁ ହସ୍ତାନ୍ତର କରାଯାଇଥିଲା। ସଂସ୍ଥା ଯୁଦ୍ଧ କାଳିନ ଭିତ୍ତିରେ ଏହାର ଉତ୍ପାଦନ କରି ଆସନ୍ତା ଛଅ ମାସ ମଧ୍ୟରେ ବଜାରରେ ଉପଲବ୍ଧ କରାଇବ ବୋଲି ଜଣାପଡିଛି। ଏହି ଔଷଧର କ୍ଲିନିକାଲ୍ ପରୀକ୍ଷା କିଙ୍ଗ ଜର୍ଜଙ୍କ ମେଡିକାଲ୍ ୟୁନିଭରସିଟିରେ କରାଯାଇଥିଲା। ଏହି ଔଷଧ ରୋଗୀଙ୍କୁ ଖାଇବାକୁ ଦିଆଯାଇଥିଲା। ପରୀକ୍ଷା ପରେ ଏହା ବେଶ୍ ସଫଳତା ହାସଲ କରିଛି। ଆଶ୍ଚର୍ଯ୍ୟ ଜନକ ଭାବେ କିଡନରେ ପଥର ଥିବା ରୋଗୀଙ୍କର ଯନ୍ତ୍ରଣା କମିଯାଇଛି। ଧିରେଧିରେ ପଥରର ଆକାର ମଧ୍ୟ ହ୍ରାସ ପାଇଛି।

ଏକ ସେଣ୍ଟିମିଟର ପଥରର ଆକାର ପର୍ଯ୍ୟନ୍ତ ଏହି ଔଷଧ ବେଶ୍ ଭଲ ଭାବେ କାମ କରୁଛି ବୋଲି ଟଣ୍ଡନ୍ କହିଛନ୍ତି। ପ୍ରାରମ୍ଭିକ ଫଳାଫଳରେ ପଥରର ଆକାର ପ୍ରାୟ 75 ପ୍ରତିଶତ ହ୍ରାସ ଘଟିଥିଲା। ଏହାର କୈଣସି ପାଶ୍ବ ପ୍ରତିକ୍ରିୟା ନ ଥିଲା।

ଗାଙ୍ଗେଟିକ୍ ଅଞ୍ଚଳରୁ ମିଳୁଥିବା ପାଞ୍ଚଟି ଉଦ୍ଭିଦରୁ ଏହି ଔଷଧ ପ୍ରସ୍ତୁତ କରାଯାଇଛି। କେବଳ ଏତିକି ନୁହେଁ, ଏଥିରେ ବ୍ୟବହୃତ ଉଦ୍ଭିଦ ମଧ୍ୟ ପ୍ରଚୁର ପରିମାଣରେ ଉପଲବ୍ଧ। ଫଳରେ ଔଷଧ ଉତ୍ପାଦନ ପାଇଁ କଞ୍ଚାମାଲର କୌଣସି ଅସୁବିଧା ହେବ ନାହିଁ । ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଏହି ହର୍ବାଲ ମେଡିସିନ୍, ପଥର ପାଇଁ ଦିଆଯାଉଥିବା ଏଲୋପାଥିକ୍ ଔଷଧ ଟେମସୁଲୋସିନ୍ ପରି ବେଶ୍ ପ୍ରଭାବଶାଳୀ।