Categories
ଆଜିର ଖବର ରାଜ୍ୟ ଖବର

ଅଙ୍ଗନୱାଡି ଓ ଆଶାକର୍ମୀଙ୍କ ପରିବାରକୁ ମିଳିବ ଭତ୍ତା

ଭୁବନେଶ୍ବର : କୋଭିଡ୍‌ ଯୋଦ୍ଧା ଅଙ୍ଗନଓ୍ବାଡି ଓ ଆଶା କର୍ମୀଙ୍କ ପରିବାର ପାଇଁ ସରକାର ଆଜି ଏକ ବଡ ଘୋଷଣା କରିଛନ୍ତି । ଡ୍ୟୁଟିରେ ଥାଇ ଅଙ୍ଗନଓ୍ବାଡି, ଆଶା କର୍ମୀଙ୍କ ମୃତ୍ୟୁ ଘଟିଲେ ପରିବାରକୁ ଭତ୍ତା ମିଳିବ ବୋଲି ସୂଚନା ରହିଛି । ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ 60 ବର୍ଷ ହେବା ଯାଏ ମିଳିବ ଭତ୍ତା  । ମୃତ ଅଙ୍ଗନଓ୍ବାଡି କର୍ମୀଙ୍କ ନିକଟ ସମ୍ପର୍କୀୟଙ୍କୁ ମାସିକ 7500ଟଙ୍କା ମିଳିବ ବୋଲି ସୂଚନା ରହିଛି ।ସେହିପରି ମୃତ ଆଶା କର୍ମୀଙ୍କ ନିକଟ ସମ୍ପର୍କୀୟଙ୍କୁ ମିଳିବ ମାସିକ 5 ହଜାର ଟଙ୍କା । ଅଙ୍ଗନଓ୍ବାଡି ଓ ଆଶାଙ୍କସମ୍ପର୍କୀୟଙ୍କୁ ଭତ୍ତା ନେଇ ସ୍ବତନ୍ତ୍ର ରିଲିଫ୍‌ କମିଶନରଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଔଷଧ ବାଣ୍ଟିଲାବେଳେ ଟଳି ପଡିଲେ ଆଶା କର୍ମୀ

ଖୋର୍ଦ୍ଧା : ଔଷଧ ବିତରଣ ବେଳେ ଜଣେ ଆଶା କର୍ମୀଙ୍କ ମୃତ୍ୟୁ ହୋଇଛି ।  ମିଳିଥିବା ସୂଚନା ଅନୁସାରେ ଓରବରସିଂ ପଞ୍ଚାୟତ ଡିହଖଳା ଗ୍ରାମରେ ଔଷଧ ବାଣ୍ଟିଲା ବେଳେ ଜଣେ ଆଶା କର୍ମୀ ଟଳି ପଡିଥିଲେ । ତାଙ୍କୁ ଖୋର୍ଦ୍ଧା ମେଡ଼ିକାଲ ନିଆଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା  କରିଛନ୍ତି । ତେବେ ଆଶା କର୍ମୀ ଜଣକ କ’ଣ ପାଇଁ ମୃତ୍ୟୁବରଣ କଲେ, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର ଥିବାବେଳେ ଏବେ କରୋନ ଯୋଦ୍ଧାମାନେ ଆକ୍ରାନ୍ତ ହେଉଛନ୍ତି । ଆଜି ଭୀମ୍‌ସାରର 7 ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଅଙ୍ଗନଓ୍ବାଡି କର୍ମୀ , ଆଶାକର୍ମୀ ଓ ସଫେଇ କର୍ମଚାରୀଙ୍କୁ କରୋନା

କେନ୍ଦ୍ରପଡା : କେନ୍ଦ୍ରାପଡାର 18 ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ । କେନ୍ଦ୍ରାପଡାରୁ ଆଜି ସର୍ବାଧିକ 18 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏହି ଆକ୍ରାନ୍ତଙ୍କ ମଧ୍ୟରେ ଅଙ୍ଗନଓ୍ବାଡି କର୍ମୀ ଓ ଆଶା କର୍ମୀ ରହିଛନ୍ତି ବୋଲି ସୂଚନା ଦେଇଛନ୍ତି । ଜିଲ୍ଲାର 18 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 12 ଜଣ ପ୍ରବାସ ଫେରନ୍ତା ବୋଲି ଜଣାପଡିଛି । ଏହି ପ୍ରବାସ ଫେରନ୍ତାଙ୍କ ମଧ୍ୟରେ ଗୁଜୁରାଟ, କର୍ଣ୍ଣାଟକ ଓ ପଶ୍ଚିମବଙ୍ଗ ଫେରନ୍ତା ରହିଛନ୍ତି । ବାକି ଆକ୍ରାନ୍ତଙ୍କ ମଧ୍ୟରେ ଅଙ୍ଗନଓ୍ବାଡି କର୍ମୀ, ଆଶା ଦିଦି ଓ ସଫେଇ କର୍ମଚାରୀ ରହିଛନ୍ତି ବୋଲି ସୂଚନା ରହିଛି । ଏହି କର୍ମଚାରୀମାନେ ମାର୍ଶାଘାଇ ଓ ପଟ୍ଟାମୁଣ୍ଡାଇ ପେଣ୍ଠପାଳ କ୍ବାରେଣ୍ଟିନ୍‌ କେନ୍ଦ୍ରରେ ନିୟୋଜିତ ଥିଲେ ।

କରୋନା ରିପୋର୍ଟ ଆସିବା ପରେ ମାର୍ଶାଘାଇ ଓ ପଟ୍ଟାମୁଣ୍ଡାଇ ପେଣ୍ଠପାଳ ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । 48 ଘଣ୍ଟା ପାଇଁ ଏହି ଦୁଇ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ ।

Categories
ଆଜିର ଖବର ରାଜ୍ୟ ଖବର

କରୋନା ଆକ୍ରାନ୍ତ ସରପଞ୍ଚ, ଅଙ୍ଗନୱାଡି ଓ ଆଶା କର୍ମୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର କରୋନା ପଜିଟିଭ୍ ସରପଞ୍ଚ, ଆଶା ଓ ଅଙ୍ଗନଓ୍ବାଡି କର୍ମୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି । କରୋନା ମୁକାବିଲା ଦିଗରେ ଉତ୍ସର୍ଗୀକୃତ କାର୍ଯ୍ୟ କରିଥିବା ଏହି ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ,  ଏହି ଯୋଦ୍ଧାମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଛନ୍ତି ନବୀନ ।

ଅପରପକ୍ଷରେ ଆଜି ଅପରାହ୍ନ 2ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ବୋଲି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି ।