Categories
ବିଶେଷ ଖବର ରାଜ୍ୟ ଖବର

ବିଜେପି ପ୍ରାର୍ଥୀ ହାରିଲେ ସତ, ହେଲେ ସମ୍ମାନର ସହ; କଂଗ୍ରେସ ପରି ଅପମାନିତ ହୋଇ ନୁହେଁ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ପିପିଲି ଉପନିର୍ବାଚନ ଶେଷ ହେଲା। ଫଳାଫଳ ମଧ୍ୟ ବାହାରିଲା। ବିଜେଡି ପ୍ରାର୍ଥି ରୁଦ୍ର ପ୍ରତାପ ମହାରଥୀ ୨୦,୯୧୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀଙ୍କୁ ହରାଇଲେ। ରାଜନୀତିରେ ହାରଜିତି ଲାଗିରହିଛି। ଜଣେ ଜିତିବ ଅନ୍ୟମାନେ ହାରିବେ। ହେଲେ ଏହି ହାରିବା ମଧ୍ୟ ରହିଛି ଦୁଇ ପ୍ରକାରର। ତାହା ହେଲା ସମ୍ମାନ ସହିତ ହାରିବା ଏବଂ ଅପମାନିତ ହୋଇ ହାରିବା।

ଏସବୁକୁ ବିଚାରକୁ ନେଲେ ପିପିଲି ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ସମ୍ମାନର ସହିତ ହାରିଛନ୍ତି ବୋଲି କୁହାଯିବ। କାରଣ ବିଜେଡି ପରି ଟାଣୁଆ ଦଳ, ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତ୍ତି ଏବଂ ବାପାଙ୍କ ସୁଦୃଢ ସଂଗଠନ ରୁଦ୍ରଙ୍କୁ ବେଶ ସୁହାଇଲା। ପୂର୍ବରୁ ସମସ୍ତେ ଆକଳନ କରିଥିଲେ ଯେ, ପିପିଲିରେ ବିଜେଡି ନିଶ୍ଚିତ ଜିତିବ। ଏଥିସହିତ ସମସ୍ତେ ଏହା ମଧ୍ୟ ଜାଣିଥିଲେ ଯେ ବିଜେପି ଟକ୍କର ଦେବ। ଆଉ ଦେଲା ମଧ୍ୟ।

ଭୋଟ ଗଣତିରୁ ସ୍ପଷ୍ଟ ହେଲା ଯେ, ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ବେଶ ଭଲ ଟକ୍କର ଦେଇଛନ୍ତି। କାରଣ ସେ ଦୁଇଟି ରାଉଣ୍ଡରେ ବିଜେଡି ପ୍ରାର୍ଥୀଙ୍କଠାରୁ ଆଗୁଆ ଥିଲେ। ଯାହାଦ୍ବାରା ଗଣିତ ଏପଟ ସେପଟ ହୋଇଯିବ ବୋଲି ଅନେକ ଭାବୁଥିଲେ। ପରିଶେଷରେ ସେ ୨୦ ହଜାର ଭୋଟରେ ହାରିଲେ।  ହେଲେ ସେ ନିଜର ଏବଂ ଦଳର ସମ୍ମାନ ରକ୍ଷା କରି ହାରିଲେ।

ଏପରି ପରିସ୍ଥିତିରେ କଂଗ୍ରେସର ପ୍ରାର୍ଥୀଙ୍କ ଦୟନୀୟ ଅବସ୍ଥା ଜଳଜଳ ହୋଇ ଦେଖାଦେଇଛି। କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ସର୍ବମୋଟ ଭୋଟ ପାଇଲେ ମାତ୍ର ୪ ହଜା ୨୬୧ ଖଣ୍ଡ ଭୋଟ। ଅର୍ଥାତ ସେ ପାଞ୍ଚ ହଜାର ଭୋଟ ମଧ୍ୟ ହାତେଇବାରେ ସକ୍ଷମ ହୋଇପାରିଲେ ନାହିଁ। ଅମାନତଠାରୁ ସେ ଢେରେ କମ ଭୋଟ ପାଇଛନ୍ତି। ଏଥିରୁ ସ୍ପଷ୍ଟ ହେଲା ଯେ, କଂଗ୍ରେସ ତାହାର ଇଜ୍ଜତ ମଧ୍ୟ ରଖି ପାରିଲା ନାହିଁ।

ବର୍ତ୍ତମାନ ଏହି ନିର୍ବାଚନର ଫଳାଫଳ ସୂଚାଇ ଦେଲା ଯେ, କଂଗ୍ରେସ ଆଗାମୀ ଦିନରେ ନିରଜଂନ ପଟ୍ଟନାୟକ ନେତୃତ୍ୟରେ କଣ କରିବ। ଆସନ୍ତା ବର୍ଷ ରାଜ୍ୟରେ ପଞ୍ଚାୟତ ଏବଂ ପୌର ନିର୍ବାଚନ ହେବାକୁ ଯାଉଛି। ଗୋଟିଏ ନିର୍ବାଚନ ମଣ୍ଡଳିରେ ଯେଉଁ ଦଳ ପାଞ୍ଚ ହଜାର ଭୋଟ ହାତେଇ ପାରିଲା ନାହିଁ ସେ ସାରା ଓଡିଶାରେ କଣ କରିବ ତାହା ବେଶ ଅନୁମେୟ ହୋଇ ସାରିଲାଣି।

କଂଗ୍ରେସର ଏପରି ଦୟନୀୟ ଅବସ୍ଥା ପାଇଁ ପିପିଲି କଂଗ୍ରେସ ପ୍ରାର୍ଥୀ ଦାୟୀ ନୁହଁନ୍ତି। ଦାୟୀ ହେଉଛନ୍ତି ଖୋଦ ପ୍ରଦେଶ ସଭାପତି ନିରଂଜନ ପଟ୍ଟନାୟକ। କାରଣ ତାଙ୍କର ନେତୃତ୍ୟ ବର୍ତ୍ତମାନ ରାଜ୍ୟ ରାଜନୀତିରେ ପ୍ରଭାବ ପକାଇପାରୁ ନାହିଁ ବୋଲି ବାରମ୍ବାର ପ୍ରମାଣତି ହେବାରେ ଲାଗିଛି।

ଗତ ସାଧାରଣ ନିର୍ବାଚନରେ ଉଭୟ ବାପପୁଅ ମଧ୍ୟ ହାରିଲେ। ଯେତେବେଳେ ନିରଂଜନ ନିଜେ ଏବଂ ପୁଅକୁ ଜିତାଇବାର କ୍ଷମତା ନାହିଁ, ସେତେବେଳେ ଅନ୍ୟକୁ କିପରି ଜିତାଇବେ ? ଏହି ପ୍ରଶ୍ନ ମଧ୍ୟ କଂଗ୍ରେସ ମହଲରେ ସୃଷ୍ଟି ହେବାରେ ଲାଗିଛି। ଯଦି କଂଗ୍ରେସର ଏହିପରି ଅବସ୍ଥା ଲାଗି ରହେ ତେବେ ଭବିଷ୍ୟତରେ ପ୍ରାର୍ଥୀଙ୍କ ଭୋଟ ସଂଖ୍ୟା ହଜାରକୁ ମଧ୍ୟ ଖସି ଆସିବାର ସମ୍ଭାବନା ରହିଛି।

Categories
ବିଶେଷ ଖବର ରାଜ୍ୟ ଖବର

ପିପିଲି ଉପନିର୍ବାଚନର ଭୋଟ ଫଳାଫଳ ସଂପର୍କରେ ଜାଣନ୍ତୁ ଏହି ୨୦ଟି ରୋଚକ କଥା

ଭୁବନେଶ୍ବର: ଶେଷରେ ପିପିଲି ଉପନିର୍ବାଚନ ଶେଷ ହୋଇଛି, ଫଳାଫଳ ମଧ୍ୟ ପ୍ରକାଶ ପାଇଛି। ଏହି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ବିଜୟ ଲାଭ କରିଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦ ହଜାର ୯୧୬ ଭୋଟରେ ପରାସ୍ତ କରିଛନ୍ତି।  ତେବେ ଏହି ନିର୍ବାଚନର ଫଳାଫଳକୁ ନେଇ ଆସନ୍ତୁ ଜାଣିବା ଏହି ୨୦ଟି କଥା।

ପିପିଲିର ମୋଟ ଭୋଟର ସଂଖ୍ୟା- ୨ ଲକ୍ଷ ୨୯ ହଜାର ୫୮୩

ମୋଟ ପୁରୁଷ ଭୋଟର ସଂଖ୍ୟା- ୧ ଲକ୍ଷ ୧୯ ହଜାର ୨୦

ମୋଟ ମହିଳା ଭୋଟର ସଂଖ୍ୟା- ୧ ଲକ୍ଷ ୧୦ ହଜାର ୫୬୨

ପିପିଲି ଉପନିର୍ବାଚନରେ ମୋଟ ଭୋଟ ଗ୍ରହଣ- ୧ ଲକ୍ଷ ୮୦ ହଜାର ୯୩୦

ମୋଟ ପୋଷ୍ଟାଲ ବାଲାଟ- ୮୯୩ ଭୋଟ

ମୋଟ ବୈଧ ଭୋଟ ସଂଖ୍ୟା -୧ ଲକ୍ଷ ୮୦ ହଜାର ୯୯

ମୋଟ ରିଜେକ୍ଟ ହୋଇଥିବା ଭୋଟ- ୧୩୬ ଖଣ୍ଡ

ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିବା ମୋଟ ପ୍ରାର୍ଥୀଙ୍କ ସଂଖ୍ୟା- ୧୦

ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ଭୋଟ- ୯୬,୯୭୨ ଖଣ୍ଡ

ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଭୋଟ- ୭୬,୦୫୬ ଖଣ୍ଡ ଭୋଟ

କଂଗ୍ରେସ ପ୍ରାର୍ଥୀ ବିଶ୍ବକେସନ ହରିଚନ୍ଦନ ମହାପାତ୍ରଙ୍କ ଭୋଟ- ୪୨୬୧ ଖଣ୍ଡ

ସିପିଆଇ ପ୍ରାର୍ଥୀ ଅଶୋକ ପ୍ରଧାନଙ୍କ ଭୋଟ ସଂଖ୍ୟା- ୮୯୮ ଖଣ୍ଡ

ଅଖିଳ ଭାରତ ହିନ୍ଦୁ ମହାସଭା ପ୍ରାର୍ଥୀ ଜୟ ପ୍ରକାଶ ସେଠୀଙ୍କ ଭୋଟ- ୪୫୫

କଳିଙ୍ଗ ସେନା ପ୍ରାର୍ଥୀ ପିଙ୍କଲିନ ମହାନ୍ତିଙ୍କ ଭୋଟ ସଂଖ୍ୟା- ୧୫୬ ଭୋଟ

ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆର ପ୍ରାର୍ଥୀ ମହମ୍ମଦ ଇମାନୁଉଦ୍ଦିନ ୨୪୪ ଭୋଟ

ଏହି ନିର୍ବାଚନରେ ଛିଡା ହୋଇଥିବା ମୋଟ ସ୍ବାଧୀନ ପ୍ରାର୍ଥୀ ସଂଖ୍ୟା- ୩ ଜଣ

ସ୍ବାଧୀନ ପ୍ରାର୍ଥୀ ନାଗେନ୍ଦ୍ର ନାଥ ମିଶ୍ରଙ୍କ ଭୋଟ- ୪୧୪,

ସ୍ବାଧୀନ ପ୍ରାର୍ଥୀ ସୁଲୋଚନା ସାହୁଙ୍କ ଭୋଟ-  ୨୬୬

ସ୍ବାଧୀନ ପ୍ରାର୍ଥୀ ସ୍ବପ୍ନେଶ୍ବର ନାୟକଙ୍କ ଭୋଟ- ୩୭୭

ନୋଟାରେ ପଡିଥିବା ମୋଟ ଭୋଟ ସଂଖ୍ୟା-୮୩୧ ଖଣ୍ଡ

Categories
ଆଜିର ଖବର ରାଜ୍ୟ ଖବର

ପିପିଲିରେ ବାଜିମାତ୍ କଲା ବିଜେଡ଼ି: ଆଶ୍ରିତ ପଟ୍ଟନାୟକଙ୍କୁ ହରାଇଲେ ରୁଦ୍ର

ଭୁବନେଶ୍ବର: ପିପିଲି ଉପ-ନିର୍ବାଚନର ଫଳାଫଳ ସ୍ପଷ୍ଟ ହୋଇଛି। ପୁଣିଥରେ ପିପିଲିରେ ବିଜେଡ଼ି ବାଜିମାତ୍ କରିଛି। ବିଜେଡ଼ି ପ୍ରାର୍ଥୀ ରୁଦ୍ର ମହାରଥୀ ବିପୁଳ ଭୋଟ ବ୍ୟବଧାନରେ ନିକଟତମ ପ୍ରତିଦ୍ଵନ୍ଦୀ ବିଜେପିର ଆଶ୍ରିତ ପଟ୍ଟନାୟକଙ୍କୁ ପରାସ୍ତ କରିଛନ୍ତି। ଆଶ୍ରିତଙ୍କ ଠାରୁ ୨୦ ହଜାର ୯୧୬ ଭୋଟ ବ୍ୟବଧାନରେ ରୁଦ୍ର ବାଜି ମାରିଛନ୍ତି।

ତେବେ ରୁଦ୍ର ମହାରଥୀଙ୍କୁ ମୋଟ ୯୬ ହଜାର ୯୭୨ ଭୋଟ ମିଳିଥିବା ବେଳେ ବିଜେପିର ଆଶ୍ରିତ ପଟ୍ଟନାୟକଙ୍କୁ ୭୬ ହଜାର ୫୬ ଭୋଟ ମିଳିଛି। ସେହିଭଳି କଂଗ୍ରେସ ପ୍ରାର୍ଥୀଙ୍କୁ ମାତ୍ର ୪ ହଜାର ୨୬୧ ଭୋଟ ମିଳିଛି। ଏନେଇ ରିଟର୍ଣ୍ଣିଂ ଅଫିସର ଘୋଷଣା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପିପିଲି ଉପ-ନିର୍ବାଚନ: ଆଶ୍ରିତ ପଟ୍ଟନାୟକ ହେଲେ ବିଜେପିର ବିଧାୟକ ପ୍ରାର୍ଥୀ

ଭୁବନେଶ୍ଵର: ପିପିଲି ଉପ-ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ମନୋନୀତ କରାଯାଇଛି। ଆଶ୍ରିତ ପଟ୍ଟନାୟକଙ୍କୁ ପିପିଲି ଉପ-ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ଆଶ୍ରିତ ୨୦୧୯ ନିର୍ବାଚନରେ ମଧ୍ୟ ବିଜେପି ତରଫରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ। ସେ ସ୍ଵର୍ଗତ ପ୍ରଦୀପ ମହାରଥୀଙ୍କ ବିରୋଧରେ ବିଜେପି ପକ୍ଷରୁ ନିର୍ବାଚନ ଲଢିଥିଲେ।

ତେବେ ବିଜେପି ପ୍ରଥମ ଦଳ ଭାବେ ପିପିଲି ଉପ-ନିର୍ବାଚନ ପାଇଁ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ହେଲେ ବିଜେଡ଼ି ଏବଂ କଂଗ୍ରେସ ପକ୍ଷରୁ ଏଯାଏଁ ପ୍ରାର୍ଥୀ ଚୟନ ହୋଇନାହିଁ। ବିଜେଡ଼ି ତରଫରୁ ମହାରଥୀ ପରିବାରରୁ ପ୍ରାର୍ଥୀ ହେବେ ନା ଅନ୍ୟ କାହାକୁ ଟିକେଟ ମିଳିବ। ତାହା ଏବେ ଦେଖିବା ବାକି ରହିଲା।