Categories
ଆଞ୍ଚଳିକ

କୃଷ୍ଣ ଦୈ୍ୱପାୟନ ବେଦ ପାଠଶାଳାରେ ବ୍ୟାସଦେବଙ୍କ ଜୟନ୍ତୀ ପାଳିତ

ରଣପୁର: ଆଜି ହେଉଛି ପବିତ୍ର ଗୁରୁ ପୂର୍ଣ୍ଣିମା । ଆଷାଢ ପୂର୍ଣ୍ଣିମା ଦିନ ମହର୍ଷି ବ୍ୟାସଦେବଙ୍କ ଜନ୍ମ ଜୟନ୍ତୀକୁ ଗୁରୁ ପୂର୍ଣ୍ଣିମା ଭାବେ ପାଳନ କରାଯାଏ । ଉକ୍ତ ଦିବସ ଅବସରରେ ରଣପୁର କୃଷ୍ଣ ଦୈ୍ୱପାୟନ ବେଦ ପାଠଶାଳାରେ ବ୍ୟାସଦେବଙ୍କ ଜୟନ୍ତୀ ତଥା ବେଦ ପାଠଶାଳାର ୧୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସତ୍ୟ ନାରାୟଣ ମିଶ୍ରଙ୍କ ପୌରହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।

ଉକ୍ତ ସଭାରେ ସର୍ବ ପ୍ରଥମେ ସମ୍ମାନିତ ଅତିଥିମାନଙ୍କ ଦ୍ୱାରା ଜଗତର ନାଥ ଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ଅର୍ପଣ ଓ ପୂଜାର୍ଚ୍ଚନା କରାଯାଇ ବିଦ୍ୟାର୍ଥୀ ଓ ଗୁରୁଜୀ ଜଗନ୍ନାଥ ମହାପାତ୍ର ଓ ଗୁରୁଜୀ ରାକେଶ କୁମାର ଆଚାର୍ଯ୍ୟଙ୍କ ଦ୍ୱାରା ଶ୍ରୀ ଜଗନ୍ନାଥ ଅଷ୍ଟକମ୍‌, ବ୍ୟାସ ବନ୍ଦନା, ବେଦ ପାଠ କରାଯାଇଥିଲା । ପରେ ପାଠଶାଲାର ସମ୍ପାଦକ ଅଶୋକ କୁମାର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରଥିଲେ। ‘ଶୋଭା’ ସାମାଜିକ ଅନୁଷ୍ଠାନର ସମ୍ପାଦିକା ରଞ୍ଜୁବାଳା ନନ୍ଦ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ।

ମୁଖ୍ୟ ବକ୍ତା ଅଧ୍ୟାପକ ସୁଧାକର ପଣ୍ଡା ମହର୍ଷି ବ୍ୟାସଙ୍କର ଜନ୍ମ ତିଥି ପାଳନର ତାତ୍ପର୍ଯ୍ୟ ଓ ଗୁରୁତ୍ୱ ସମ୍ବନ୍ଧରେ ଆଲୋଚନା କରିଥିଲେ। ବେଦ, ଅଷ୍ଟାଦଶ ପୁରାଣର ରଚନା, ସମସ୍ତ ସଂହିତାର ରଚନା, ବ୍ରହ୍ମସୂତ୍ର , ମୀମାଂସା, ମନ୍ତ୍ର ଦ୍ରଷ୍ଟା ରୂପେ ଜଗତେ ବିଦିତ ସମ୍ବନ୍ଧରେ ଆଲୋଚନା କରିଥିଲେ। ମହାଭାରତର ରଚନା, ଶ୍ରୀମଦ୍ ଭାଗବତ, ଶ୍ରୀମଦ୍ ଭଗବତ୍ ଗୀତାର ରଚନା ଓ ସମାଜ ଉପରେ ଏହାର ପ୍ରଭାବ ସମ୍ବନ୍ଧରେ ମଧ୍ୟ ଆଲୋଚନା କରା୍‌ାଇଥିଲା।

ସମ୍ମାନିତ ଅତିଥି ଭାବେ ବରିଷ୍ଠ ଓକିଲ ସୂର୍ଯ୍ୟକାନ୍ତ ମହାପାତ୍ର ବିଦ୍ୟାର୍ଥୀମାନଙ୍କୁ ଛୋଟ ଗପ ମାଧ୍ୟମରେ ବ୍ୟାସଦେବଙ୍କ ଗୁରୁଭକ୍ତି , ଗୁରୁ ପୂଜନ ଓ ଅନ୍ୟ ଏକ ଗପ ମାଧ୍ୟମରେ ସ୍ତ୍ରୀ, ଶୁଦ୍ର ଓ କଳି ଯୁଗ ବି କିଭଳି ମହାନ୍ ସେ ବିଷୟରେ ବିଷଦ ଭାବେ ବୁଝାଇଥିଲେ ।

ମୁଖ୍ୟ ଅତିଥି ଭାବେ ରଣପୁର କଲେଜର ପ୍ରାକ୍ତନ୍ ସଂସ୍କୃତ ବିଭାଗ ମୁଖ୍ୟ ପ୍ରମୋଦ କୁମାର ନନ୍ଦ ସତ୍ୟବତୀ-ପରାଶର ନନ୍ଦନ ଭଗବାନ ବ୍ୟାସଙ୍କର ଜନ୍ମ ବୃତାନ୍ତ ଓ ତାଙ୍କ ନାମ କୃଷ୍ଣ ଦ୍ୱୈପାୟନ ହେବାର ରହସ୍ୟ ସମ୍ବନ୍‌ଧରେ ଆଲୋଚନା କରିଥିଲେ ।

କୃଷ୍ଣ ଦୈ୍ୱପାୟନ ବେଦ ପାଠଶାଳାର କୃତି ବିଦ୍ୟାର୍ଥୀମାନଙ୍କୁ ବିଭିନ୍ନ ପ୍ରତିଯୋଗିତା ପାଇଁ ପୁରସ୍କୃତ କରାଯାଇଥିଲା । ପରିଶେଷରେ କୃଷ୍ଣ ଦୈ୍ୱପାୟନ ବେଦ ପାଠଶାଳାର ପରିଚାଳନା ସମିତିର ବରିଷ୍ଠ ସଦସ୍ୟ ବିଜୟ କୁମାର ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗଡଜାତ ବ୍ରହ୍ମଣ ପରିଷଦର ପ୍ରମୋଦ କୁମାର ଦାଶ, ଶୋଭାର କର୍ମକର୍ତା ରଙ୍ଗନାଥ ଦାଶ , ଆଶୁତୋଷ ଷଢଙ୍ଗୀ, ଓମ୍ ପ୍ରକାଶ ମହାପାତ୍ର, ପୁଷ୍ପାଞ୍ଜଳୀ ଷଡଙ୍ଗୀ, ଅରୋସ୍ମିତା ମହାପାତ୍ର, ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ, ମହିଳା, ରଣପୁର କଲେଜର ଛାତ୍ରଛାତ୍ରୀ , କୃଷ୍ଣ ଦୈ୍ୱପାୟନ ବେଦ ପାଠଶାଳାର ପୂର୍ବତନ ଛାତ୍ରମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହେଯାଗ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

ଆଜି ହେଉଛି ପବିତ୍ର ଗୁରୁ ପୂର୍ଣ୍ଣିମା, ଜାଣନ୍ତୁ ଏହାର କଣ ରହିଛି ମହତ୍ତ୍ଵ

ଭୁବନେଶ୍ବର: ଆଜି ହେଉଛି ଗୁରୁ ପୂର୍ଣ୍ଣିମା। ଆଷାଢ ପୂର୍ଣ୍ଣିମାକୁ ଗୁରୁ ପୁର୍ଣ୍ଣିମା ଭାବେ ପାଳନ କରାଯାଇଥାଏ। ହିନ୍ଦୁ ଧର୍ମରେ ଏହି ଦିନଟି ବେଶ ମହତ୍ବ ରଖେ। ଏହି ଦିନ ପବିତ୍ର ନଦୀରେ ଗାଧୋଇ ଗରିବ ଲୋକଙ୍କୁ ଦାନ କରିବାର ଏହି ଦିନ ବିଶେଷ ମହତ୍ତ୍ୱ ରହିଛି। ଶାସ୍ତ୍ର ଅନୁଯାୟୀ, ବେଦର ଲେଖକ ମହର୍ଷି ବେଦବ୍ୟାସ ଏହି ଆଷାଢ ପୂର୍ଣ୍ଣିମା ଦିନ ଜନ୍ମ ଗ୍ରହଣ କରିଥିଲେ।

ପ୍ରଥମେ ମହର୍ଷି ବେଦବ୍ୟାସ ବେଦ ଶିକ୍ଷା ପ୍ରଦାନ କରିଥିଲେ।  ତେଣୁ ତାଙ୍କୁ ହିନ୍ଦୁ ଧର୍ମରେ ପ୍ରଥମ ଗୁରୁର ମାନ୍ୟତା ଦିଆଯାଇଛି। ଏହି କାରଣରୁ ଗୁରୁ ପୂର୍ଣ୍ଣିମାଙ୍କୁ ବ୍ୟାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ। କେବଳ ବେଦ ନୁହେଁ ସେ ବ୍ରହ୍ମସୂତ୍ର, ମହାଭାରତ, ଶ୍ରୀମଦ୍ ଭାଗବତ ଏବଂ ଅଷ୍ଟପୁରାଣ ପରି ଚମତ୍କାର ସାହିତ୍ୟ ରଚନା କରିଥିଲେ। ଯାହା ହିନ୍ଦୁ ଧର୍ମର ଏକ ଏକ ପବିତ୍ର ଗ୍ରନ୍ଥ ଭାବେ ପୂଜା କରାଯାଉଛି।

ଏହି ଦିନ ଗୁରୁଙ୍କୁ ପୂଜା ମଧ୍ୟ କରାଯାଇଥାଏ। ଗୁରୁ ବେଦବ୍ୟାସ ସହିତ ଗୁରୁ ଶୁକ୍ରଦେବ ଏବଂ ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରି ଗୁରୁମାନଙ୍କୁ ମଧ୍ୟ ସ୍ମରଣ କରିବା ଉଚିତ୍। ଏହି ଦିନ ଗୁରୁଙ୍କ ପରି ପରିବାରର ପିତାମାତା, ଭାଇ ଓ ଭଉଣୀ ପରି ବୟସ୍କମାନଙ୍କୁ ମଧ୍ୟ ଗୁରୁ ଭାବେ ସେମାନଙ୍କ ଆଶୀର୍ବାଦ ନେବା ଉଚିତ୍।