Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କଣ୍ଟ୍ରାକ୍ଟରଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଇଂଜିନିୟର

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ଜଣେ କଣ୍ଟ୍ରାକ୍ଟରଠାରୁ ଲାଞ୍ଚ ନେଲା ବେଳେ ଭିଜିଲାନସ ହାତରେ ଧରାପଡିଛନ୍ତି ଜଣେ ଆସିଷ୍ଟାଣ୍ଡ ଇଂଜିନିୟର। ସେ ହେଉଛନ୍ତି ଗଂଜାମ ବ୍ଲକର ବଂଶୀଧର ପରିଡା। ସେ ଜଣେ କଣ୍ଟ୍ରାକ୍ଟରଠାରୁ ଚାରି ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନସ ରଙ୍ଗ ହାତରେ ଧରିଛି। ଏଥିସହିତ ଭିଜିଲାନସ ତରଫରୁ ତାଙ୍କ ଅଫିସ ଓ ଘର ଉପରେ ଚଢାଉ ଜାରି ରଖିଛନ୍ତି।

ଘଟଣାରୁ ଜଣାପଡିଛି ଯେ, ଶ୍ରୀ ପରିଡା ଜଣେ କଣ୍ଟ୍ରାକ୍ଟରଙ୍କଠାରୁ ବିଲ କରାଇଦେବା ପାଇଁ ଲାଞ୍ଚ ମାଗିଥିଲେ। ଏମଜିଏନଆରଜି କାମରେ ସେହି କଣ୍ଟ୍ରାକ୍ଟର ରୋଡ କାମ ପାଇଁ ମୋରମ ବିଛାଇଥିଲେ। ଏହାପରେ ବିଲ କରିବା କଥା। ହେଲେ ଶ୍ରୀ ପରିଡା ବିଲ ନ କରି ତାଙ୍କୁ ବୁଲାଇବାରେ ଲାଗିଲେ। ଶେଷରେ ଲାଞ୍ଚ ଦେଲେ ବିଲ ହେବ ବୋଲି କହିବା ପରେ ଭିଜିଲାନ୍ସ ଜାଲ ବିଛାଇଥିଲା। ତାଙ୍କ ପ୍ୟାଣ୍ଟ ପଛ ପକେଟରୁ ଏହି ଟଙ୍କା ଭିଜିଲାନ୍ସ ଜବତ କରିଛି। ତାଙ୍କ ନାମରେ ମାମଲା ଋଜୁ କରାଯାଇଛି।